ଦୁମକା: ଝାଡ଼ଖଣ୍ଡର ଦୁମକାରେ ଯବାନ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୫ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି। ୪ ଜଣ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ପ୍ରଥମେ ୫ ଜଣ ମାଓବାଦୀ ଆହତ ହୋଇଥିବା ଖବର ଆସିଥିଲା। ତେବେ ପରେ ସେମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ପୁଲିସ ଅଧିକାରୀ ଓ୍ୱାଇ ଏସ ରମେଶ କହିଛନ୍ତି, ଆଜି ତଡକେ ନାମକ ସ୍ଥାନରେ ଏସଏସବି ଯବାନମାନେ ସର୍ଚ୍ଚ ଅପରେସନ କରୁଥିଲେ। […]
ଆଷାଢ ସରିବାକୁ ବସିଲାଣି, ଆଗକୁ ଶ୍ରାବଣ ହେଲେ ଚାଷ ଜମି ଫାଟି ଆଁ କଲାଣି । ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକର ଚାଷ ଜମିର ଜିଲ୍ଲାରେ ଜୁନ ମାସରେ ସ୍ୱାଭାବିକ ଠାରୁ ଆଧା ପରିମାଣରେ ବର୍ଷା ହୋଇଛି । ନିଅଣ୍ଟିଆ ବର୍ଷାକୁ ନେଇ ଚାଷୀ କୂଳ ହତାଶ କୃଷି ବିଭାଗର ସୂଚନା ଅନୁଯାୟୀ ୧୯୮ ମିଲିମିଟର ବର୍ଷା ହେବା କଥା । ହେଲେ ହୋଇଛି ୧୦୨ ମିଲିମିଟର ବର୍ଷା । ଚାଷୀ ବୁଣା ଠାରୁ ଆରମ୍ଭ କରି ତଳିପକା ଓ ରୁଆ ବେଉଷଣ ବିଳମ୍ବିତ ହୋଇଛି । ଜୁଲାଇ ମାସରେ ମଧ୍ୟ ବର୍ଷାର ଦେଖା ନାହିଁ । ତେଣୁ ଧିମେଇ ଯାଇଛି ଚାଷ କାମ । ଜିଲ୍ଲାର ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକରେ ମାଟି ଫାଟି ଆଁ କରିଥିବା ବେଳେ ଲୋକେ ପମ୍ପ ସେଟ ସହ ଭାର ଯୋଗେ ପାଣି ଆଣି ତଳି ପକାଉଥିବା ଦେଖିବାକୁ ମିଳିଛି ।
ମାଲକାନଗିରି: ଚଢେଇ ଧରିବାର ନିଶାରୁ ଶେଷରେ ଚାଲିଗଲା ଜୀବନ। ଚଢେଇ ଧରିବାକୁ ଚଢିଗଲା ବିଦ୍ୟୁତ ଟ୍ରାନ୍ସଫର୍ମରରେ। ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଲେ। ଏପରି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ପାଟଣାଗୁଡା ଗାଁରେ। ପାଟଣାଗୁଡା ଗାଁର ୭ ବର୍ଷର ବାଳକ ରାଜେନ୍ଦ୍ର ସିସା। ଆଜି ସକାଳେ ସାଙ୍ଗମାନଙ୍କ ସହ ଖେଳୁଥିଲା। ଏହି ସମୟରେ ଏକ ଚଢେଇକୁ ଦେଖିଲା ରାଜେନ୍ଦ୍ର। ଚଢେଇ ଧରିବା ପାଇଁ ତା ପଛେ ପଛେ ଦୌଡୁଥିଲା। ଚଢେଇଟି ଟ୍ରାନ୍ସଫର୍ମର ଉପରେ ଚଢି […]
କୋରାପୁଟ: କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକର କାଙ୍ଗ୍ରା ଗାଁରେ ଶନିବାର ଚାଲିଥିଲା ବାଲ୍ୟ ବିବାହ। ଉଭୟ ବର-କନ୍ୟା ଥିଲେ ନାବାଳକ-ନାବାଳିକା। ଜିଲ୍ଲା ଶିଶୁ ସୁରକ୍ଷା ଓ ଚାଇଲଡ଼ ଲାଇନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଛି। ସେମାନଙ୍କୁ ନିଜ ପରିବାରକୁ ହସ୍ତାନ୍ତର କରିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ। ଦୁଇ ପରିବାରଙ୍କ ସହ ଆଲୋଚନା କରି ସାବାଳକ ହେବା ପର୍ଯ୍ୟନ୍ତ ବିବାହକୁ ଅଟକାଇବା ପାଇଁ କୁହାଯାଇଛି।
ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲା କଳ୍ପନା ଦାଶଙ୍କ ମରଶରୀର। ଦିଲ୍ଲୀରୁ ବିମାନ ଯୋଗେ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ କଳ୍ପନାଙ୍କ ମରଶରୀରକୁ କଳିଙ୍ଗ ଷ୍ଟାଡ଼ିୟମ ନିଆଯାଇଛି। ଏକ ସୁସଜ୍ଜିତ ଗାଡ଼ିରେ ତାଙ୍କ ମରଶରୀରକୁ ବିମାନ ବନ୍ଦରରୁ କଳିଙ୍ଗ ଷ୍ଟାଡ଼ିୟମ ନିଆଯାଇଛି। କଳିଙ୍ଗ ଷ୍ଟାଡିୟମରେ କଳ୍ପନାଙ୍କ ଶେଷ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ଶହଶହ କ୍ରୀଡାବିତଙ୍କ ସହ କ୍ରୀଡା ମନ୍ତ୍ରୀ ଓ କ୍ରୀଡା ସଚିବ କଳ୍ପନାଙ୍କ ଶେଷ ଦର୍ଶନ କରିଛନ୍ତି। ଗତ ୨୩ ତାରିଖରେ ଏଭେରେଷ୍ଟ ଆରୋହଣ କରି ଫେରିବା […]
ବଲାଙ୍ଗିର: ବାହାରେ ଭଲ କାମ ମିଳିବ, ବେଶ ଦୁଇ ପଇସା ରୋଜଗାର ହେବ। କୁନି କୁନି ଦୁଇ ପିଲାଙ୍କ ମୁହଁରେ ହସ ଫୁଟିବ। ଏଇ ଆଶାରେ ଘର ଗୋଡ଼ କାଢିଥିଲେ ଭଜନ। ହେଲେ ଘରକୁ ଫେରିଲେ ଶବ ହୋଇ। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବେଲପଡ଼ା ଥାନା ଲଥାକେନ୍ଦ ଗାଁର ଭଜନ କଟା । ପରିବାର ପୋଷଣ ଲାଗି ଭଜନ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ । ସେଠାରେ କାମ କରୁଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଗତକାଲି […]
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଗତକାଲି ୧୦ଟି ସହରର ପାରଦ ୪୦ ଡିଗ୍ରୀରୁ ଅଧିକ ରହିଥିଲା । ୪୨.୬ ଡିଗ୍ରୀ ସହ ଝାରସୁଗୁଡ଼ା ଥିଲାସବୁଠୁ ଉତ୍ତପ୍ତ ସହର । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅସହ୍ୟ ଗରମରେ ରାଜ୍ୟବାସୀ ଛଟପଟ ହେଉଥିବା ବେଳେ ବିଳମ୍ବିତ ହେଉଛି ମୌସୁମୀ। ଆସନ୍ତା ୬ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ […]
ନୟାଗଡ଼: ନୟାଗଡ଼ ଜିଲ୍ଲାର କିଛି ଶ୍ରମିକ ଦୁବାଇରେ ଫସି ରହିଥିବା ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ତତ୍ପରତା ପ୍ରକାଶ କରିଛି ଜିଲ୍ଲା ଶ୍ରମ ବିଭାଗ। ଫସି ରହିଥିବା ଶ୍ରମିକଙ୍କ ଘରକୁ ଆଜି ଯାଇଛନ୍ତି ଜିଲ୍ଲା ସହକାରୀ ଶ୍ରମ ଅଧିକାରୀ। ସେମାନଙ୍କ ପରିବାର ଲୋକଙ୍କୁ ଭେଟି ଶ୍ରମିକଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି । ଘଟଣାର ପ୍ରାଥମିକ ତଦନ୍ତ ପରେ ଶ୍ରମ କମିଶନରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି । […]
ଭୁବନେଶ୍ୱର: ଦିଲ୍ଲୀ ଏମ୍ସରେ ଅସ୍ତ୍ରୋପଚାର ପରେ ଅଲଗା ହୋଇଥିବା କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ଏବେ ସମ୍ପୂର୍ଣ୍ଣ ସୁସ୍ଥ । ଆଇସିୟୁ କିମ୍ବା ସ୍ୱତନ୍ତ୍ର ଚିକିତ୍ସା ତାଙ୍କର ଆଉ ଆବଶ୍ୟକ ନାହିଁ। ସେ ଏବେ ଘରକୁ ଫେରିପାରିବେ। ଏକଥା କହିଛନ୍ତି ଦିଲ୍ଲୀ ଏମ୍ସରେ ଉଭୟଙ୍କୁ ଚିକିତ୍ସା କରୁଥିବା ଡାକ୍ତର। ସରକାରୀ ସୂତ୍ର ଅନୁଯାୟୀ, ଜୁନ୍ ଶେଷ ସପ୍ତାହରେ ସେମାନଙ୍କୁ ଡିସ୍ଚାର୍ଜ କରି ଦିଆଯାଇ ପାରେ। ନିକଟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ଟିମ୍ ଏହି ଯମଜ ଭାଇଙ୍କ […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ୨୦ ମନ୍ତ୍ରୀ। ୧୧ ଜଣ କ୍ୟାବିନେଟ ଓ ୯ ଜଣ ରାଜ୍ୟ ପାହ୍ୟା । ଚିହ୍ନନ୍ତୁ ୯ ରାଜ୍ୟପାହ୍ୟା ମନ୍ତ୍ରୀଙ୍କ ସହ ଅନ୍ୟମାନଙ୍କୁ। ୧-ସମୀର ରଂଜନ ଦାସ-ସ୍କୁଲ ଓ ଗଣଶିକ୍ଷା ବିଭାଗ ୨-ଅଶୋକ ପଣ୍ଡା-ବିଜ୍ଞାନ, ପ୍ରଯୁକ୍ତି ଓ ଭିନ୍ନକ୍ଷମ ବିଭାଗ ୩-ଦିବ୍ୟଶଙ୍କର ମିଶ୍ର-ଶକ୍ତି ଓ ଶିଳ୍ପ, ଅଣୁ, କ୍ଷୁଦ୍ର ମଧ୍ୟମ ବିଭାଗ ୪-ଜ୍ୟୋତିପ୍ରକାଶ ପାଣିଗ୍ରାହ-ପର୍ଯ୍ୟଟନ, ଭାଷା , ସାହିତ୍ୟ ଓ ସସ୍କୃତି ବିଭାଗ ୫-ଜଗନ୍ନାଥ ସାରକା- […]
ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ପଞ୍ଚମ ଇନିଂସର ଶୁଭାରମ୍ଭ କରିଛନ୍ତି। ଆଜି ଏକ ଭବ୍ୟ ସମାରୋହରେ ୨୦ ମନ୍ତ୍ରୀଙ୍କ ସହ ଶପଥ ଗ୍ରହଣ କରଛନ୍ତି ମୁଖ୍ୟମନ୍ତ୍ରୀ । ଶପଥ ଗ୍ରହଣ ଉତ୍ସବ ପରେ ମନ୍ତ୍ରୀମାନଙ୍କୁ ମିଳିଛି ସେମାନଙ୍କ ବିଭାଗ। ଜାଣନ୍ତୁ କାହାକୁ ମିଳିଛି କେଉଁ ଦାୟିତ୍ୱ। ୧-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ-ଗୃହ, ସାଧାରଣ ପ୍ରଶାସନ ଓ ଅନ୍ୟାନ୍ୟ ବିଭାଗ ୨-ରଣେନ୍ଦ୍ର ପ୍ରତାପ ସ୍ୱାଇଁ- ଖାଦ୍ୟ ଯୋଗାଣ ଓ ସମବାୟ ବିଭାଗ ୩-ପ୍ରଫୁଲ୍ଲ ମଲ୍ଲିକ- ଖଣି ଇସ୍ପାତ୍, ପୂର୍ତ୍ତ ବିଭାଗ, […]
ଭୁବନେଶ୍ୱର:ପଞ୍ଚମ ଇନିଂସ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ସମାରୋହ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ନୂଆଟିମ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲା ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ସମାରୋହରେ ୧୧ ଜଣ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଭାବେ ଶପଥ ନେଇଥିବାବେଳେ ୯ ଜଣ ରାଷ୍ଟ୍ରାପାହ୍ୟା ମନ୍ତ୍ରୀ ଶପଥ ନେଇଛନ୍ତି। ଜାଣନ୍ତୁ ନବୀନଙ୍କ ନୂଆଟିମ୍ କ୍ୟାବିନେଟ […]
ଭୁବନେଶ୍ୱର: ଭୁବନେଶ୍ୱର ସହର ଭିତରେ ନିୟମିତ ଘଟିଚାଲିଛି ସଡ଼କ ଦୁର୍ଘଟଣା। ଗୋଟିଏ ପରେ ଗୋଟିଏ ଜୀବନ ଯିବାରେ ଲାଗିଛି । ସହର ଭିତର ଦେଇ ଯାଇଥିବା ଜାତୀୟ ରାଜପଥର ବିଭିନ୍ନ ଓଭର ବ୍ରିଜ୍ରେ ହେଉଥିବା କ୍ରମାଗତ ଦୁର୍ଘଟଣା ଏବେ ସହରବାସୀଙ୍କ ଚିନ୍ତା ବଢ଼ାଇଛି। ସୋମବାର ଆଚାର୍ଯ୍ୟ ବିହାର ଓଭର୍ ବ୍ରିଜ୍ ଉପରୁ ଖସି ବାପା ଓ ପୁଅଙ୍କ ମୃତ୍ୟୁ ଘଟିଥିଲା। ଗତ ସପ୍ତାହକ ମଧ୍ୟରେ ସଡ଼କ ଦୁର୍ଘଟଣାରେ ମୋଟ ୫ଜଣଙ୍କ ଜୀବନ ଗଲାଣି। ଏବେ ପୋଲିସ କମିଶନରଙ୍କ […]
ଭୁବେନଶ୍ୱର: ଝାରସୁଗୁଡ଼ାକୁ ବିମାନ ସେବା ଯୋଗାଇଦେବ ଆଲିଏନ୍ସ ଏୟାର୍ । ଜୁନ ପହିଲାରୁ ଏହା କାର୍ଯ୍ୟକାରୀ ହେବ। ଏହାପରେ ଝାରସୁଗୁଡାରୁ ଭୁବନେଶ୍ୱର ଓ ରାୟପୁରକୁ ଉଡିବ ବିମାନ। ସେହିପରି ଝାରସୁଗୁଡ଼ା-କୋଲକାତା ରୁଟ୍ରେ ବିମାନ ଚଳାଚଳ କରିବ । ଏ ସଂପର୍କରେ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଏୟାରପୋର୍ଟର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ। ସୂଚନାଥାଉ କି, ଆଲିଏନ୍ସ ଏୟାର୍ ହେଉଛି ଏୟାର ଇଣ୍ଡିଆର ଏକ ସବ୍ସିଡାରି ସଂସ୍ଥା
ଭୁବନେଶ୍ୱର: ଫୋନି ଯୋଗୁଁ ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ହେବାସହ ସାଧାରଣ ଲୋକଙ୍କ ଜୀବନଯାତ୍ରା ଗୁରୁତର ପ୍ରଭାବିତ ହୋଇଥିଲା। ଏହାକୁ ନଜରରେ ରଖି ଏପ୍ରିଲ ମାସର ଟିଡିଏସ ଦାଖଲ ପ୍ରକ୍ରିୟା ମେ’ ୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଟିଡିଏସ୍ ଦାଖଲ ପାଇଁ ପୂର୍ବରୁ ଶେଷ ତାରିଖ ଥିଲା ମେ ୭। ଏଥିସହ ୨୦୧୮-୧୯ ଆର୍ଥିକ ବର୍ଷର ଶେଷ କ୍ୱାର୍ଟର୍ସର ଟିଡିଏସ ଦାଖଲ କରିବା ପାଇଁ ସମୟ ସୀମା ୩୦ ଜୁନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । CBDT ପକ୍ଷରୁ […]
ଭୁବନେଶ୍ୱର ଶିଳ୍ପୀ ସୁଦର୍ଶନ ସାହୁ । ସେ କୌଣସି ତାଲିମ ପ୍ରାପ୍ତ ଶିଳ୍ପୀ ନୁହଁନ୍ତି । ସୁଦର୍ଶନଙ୍କ ପେଶା ଚାଟ୍ ବିକ୍ରି କରିବା କିନ୍ତୁ ଏକ ପରିସ୍ଥିତି ତାଙ୍କୁ ଏହି ବାଉଁଶ କାର୍ଯ୍ୟପ୍ରତି ଆକୃଷ୍ଟ କରେଇଥିଲା । ୨୦୦୬ରେ ପ୍ରଦର୍ଶନୀ ପଡିଆରେ ଜଣେ ବାଉଁଶ ବ୍ୟବସାୟୀ ତାଙ୍କୁ ଘରେ ବାଉଁଶ ତିଆରି କାର୍ଯ୍ୟ ପାଇଁ ଆହ୍ୱାନ ଦେଇଥିଲେ । ତା ପରଠୁ ସୁଦର୍ଶନ ବାଉଁଶ କାମକୁ ନିଶା ଭାଗରେ ଗ୍ରହଣ କରିନେଇଛନ୍ତି ସୁଦର୍ଶନ ।
ଭୁବନେଶ୍ୱର ପରେ କଟକ ସହରରେ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ସହରର ୨୩ ଓ ୨୪ ନମ୍ବର ଓ୍ୱାର୍ଡଠାରୁ ଆରମ୍ଭ କରି ବିଡାନାସି, ଥୋରିଆ ସାହିରେ ଚିହ୍ନଟ ହେଲେଣି ଡେଙ୍ଗୁ ରୋଗୀ । ଏଥିପାଇଁ ସହରର ଅସ୍ୱାସ୍ଥ୍ୟକର ପରିବେଶକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ । ସେହିପରି ଭୁବନେଶ୍ୱରରେ ବି କାୟା ବିସ୍ତାର କରିବାରେ ଲାଗିଛି ଡେଙ୍ଗୁ । ଟ୍ୱିନ୍ ସିଟିରେ ମଶା ମାରିବା ପାଇଁ କୌଣସି ପଦକ୍ଷେପ ନିଆ ଯାଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
୨ ଯବାନଙ୍କୁ ନିଜ ହେଲିକପ୍ଟରରେ ଏୟାର ଲିଫ୍ଟ କରି ଭୁବନେଶ୍ୱର ଆଣିବାରେ BSFର ପାଇଲଟ ପଣ୍ଡିତଙ୍କ କାମକୁ ପ୍ରଶଂସା କରିଛନ୍ତି ଡିଜିପି । ଏହାସହ CRPFର ଯବାନ ଓ କଣ୍ଟାମାଳର ଡାକ୍ତରଙ୍କୁ ମଧ୍ୟ ଡିଜିପି ପ୍ରଶଂସା କରିଛନ୍ତି
ବୌଦ୍ଧ-କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଉମା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍ ବେଳେ ଏହି ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି।
ମୁର୍ଖାମୀ କୁହନ୍ତୁ କିମ୍ବା ପାରମ୍ପରିକ ବିଶ୍ୱାସ। ଅନ୍ଧବିଶ୍ୱାସ ଅନ୍ଧଗଳିରୁ ମୁକୁଳି ପାରୁନି ମଣିଷ। ଗତ ମାସ ୧୯ ତାରିଖରେ ଯାହାର ଭୟଙ୍କର ପରିଣାମ ଦେଖିବାକୁ ମିଳିଥିଲା ଗଂଜାମ ଚମାଖଣ୍ଡିରେ। ଗୁଣିଗାରେଡ଼ି ସନ୍ଦେହରେ ତିନି ତିନି ଜଣଙ୍କୁ ଗାଁ ଲୋକେ ସଂଘବଦ୍ଧ ଭାବେ ମାଡ଼ ମାରିବା ସହ ପ୍ଲାସରେ ଦାନ୍ତ ଓପାଡ଼ି ଦେବା ସହ ବିଷ୍ଠା ବି ଖୁଆଇଲେ
ପୁଅ ପାଇଁ ବଳିଦାନ ପରେ ଚିର ନିଦ୍ରାରେ ଶୋଇଛି ମାଆ। ସେ ଏମିତି ଅଫେରା ରାଇଜକୁ ଯାଇଛି ଯେ, ଆଉ ଫେରିବନି। ଆଉ ଏପଟେ ଏତେ କଅଁଳ ବୟସରୁ ସେ ଘଟଣା କଣ ସିନା ବୁଝିନି, ହେଲେ ମାଆକୁ ଖୋଜି ପାଇବାକୁ ଯେମିତି ଘୁରି ବୁଲୁଛି ତା କୁନି କୁନି ଆଖି। ବୟସ ମାତ୍ର ଦେଢ଼ ବର୍ଷ
IPS ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର ।ଅଖିଳେଶ୍ୱର ସିଂହଙ୍କୁ ଜଗତସିଂହପୁର ଏସପି ଭାବେ ନିଯୁକ୍ତ କରାଯାଇଥିବାବେଳେ ନବରଙ୍ଗପୁର ଏସପି ହୋଇଛନ୍ତି ପି.ଏସ୍. ପରଶୋତ୍ତମ ଦାସ। ସେହିପରି ରାହୁଲ ଜୈନ୍ ହୋଇଛନ୍ତି ବରଗଡ଼ ଜିଲ୍ଲାର ନୂଆ ଏସପି
ଆଷାଢ ସରିବାକୁ ବସିଲାଣି, ଆଗକୁ ଶ୍ରାବଣ ହେଲେ ଚାଷ ଜମି ଫାଟି ଆଁ କଲାଣି, ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକର ଚାଷ ଜମରେ। ଜିଲ୍ଲାରେ ଜୁନ ମାସରେ ସ୍ୱାଭାବିକଠାରୁ ଆଧା ପରିମାଣରେ ବର୍ଷା ହୋଇଛି। ନିଅଣ୍ଟିଆ ବର୍ଷାକୁ ନେଇ ଚାଷୀ କୂଳ ହତାଶ। କୃଷି ବିଭାଗର ସୂଚନା ଅନୁଯାୟୀ ୧୯୮ ମିଲିମିଟର ବର୍ଷା ହେବା କଥା , ହେଲେ ହୋଇଛି ୧୦୨ ମିଲିମିଟର ବର୍ଷା
ପୁଣି ଫ୍ୟାମିଲି କୋର୍ଟରେ ଅନୁଭବ ଓ ବର୍ଷା ହାଜର ହୋଇଛନ୍ତି। କଟକ ଫ୍ୟାମିଲି କୋର୍ଟରେ ଆଜି ହାଜର ହୋଇଥିଲେ ସାଂସଦ ଅନୁଭବ ମହାନ୍ତି, ତାଙ୍କ ସହ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ହାଜର ହୋଇଥିଲେ। କୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ ହାଜର ହୋଇଥିଲେ।
ଛୁଆ ଉପରକୁ ବିପଦ ଆସିଲେ ବାପାମା’ ପାଚେରି ଭଳି ଛିଡ଼ା ହୋଇଥାନ୍ତି। ଛୁଆକୁ ମୃତ୍ୟୁ ମୁଖରୁ ବଞ୍ଚାଇବାକୁ ଯାଇ ଜଣେ ମା’ର ଜୀବନ ଚାଲି ଯାଇଛି।