• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

accident
ବିଦ୍ୟୁତ୍ ଆଘାତରେ ଠିକା କର୍ମଚାରୀଙ୍କ ମୃତ୍ୟୁ

ଯାଜପୁର(ଅଭୟ ପତି):ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ କଣ୍ଟାବଣିଆ ଗାଁରେ ବିଦ୍ୟୁତ୍ ଆଘାତର ଠିକା କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପ୍ରହଲ୍ଲାଦ ଜେନା। ଘର ତାରାକୋଟ ଗାଁରେ। କାଳବୈଶାଖୀ ଯୋଗୁ ଛିଣ୍ଡି ଯାଇଥିବା ବିଦ୍ୟୁତ୍ ତାରକୁ  ବିଭାଗ ପକ୍ଷରୁ ଗତକାଲି ମରାମତି ହେଉଥିଲା। ବିଦ୍ୟୁତ୍ ବିଭାଗରେ ଠିକା କର୍ମଚାରୀ ଭାବେ କାମ କରୁଥିବା ପ୍ରହଲ୍ଲାଦ ଖୁଣ୍ଟରେ ଚଢ଼ି କାମ କରୁଥିଲେ। ଏତିକି ବେଳେ ହଠାତ୍‌ ବିଦ୍ୟୁତ ଚାର୍ଜ ହୋଇଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ମୃତଦେହ […]

  • Saturday, 10 July 2021
assembly
ଗଠନ ହେଲା ୩ ନୂଆ ଆରଆଇ ସର୍କଲ

ଭୁବନେଶ୍ୱର: ରାଜ୍ୟରେ ଆଉ ୩ଟି ରାଜସ୍ୱ ନିରୀକ୍ଷଣ ମଣ୍ଡଳ ବା ଆରଆଇ ସର୍କଲ ଗଠନ କରିଛନ୍ତି ସରକାର। ବରଗଡ଼ ଜିଲ୍ଲାରେ ଏହି ୩ଟି ଯାକ ଆରଆଇ ସର୍କଲ ସୃଷ୍ଟି କରାଯାଇଛ। ନୂଆ ସର୍କଲଗୁଡ଼ିକ ହେଲା ତାଲପାଲି, ଗୁଡେରପାଲି ଓ ଡଙ୍ଗବାହାଲ। ଏହାଛଡ଼ା ଗାଈସିଲଟ ଆରଆଇ ସର୍କଲର ପୁନର୍ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବିଜେପୁର ପ୍ୟାକେଜ୍ ଘୋଷଣା ଅନୁଯାୟୀ ଏହି ୩ଟି ଆରଆଇ ସର୍କଲ ପ୍ରତିଷ୍ଠା କରାଯାଇଛି। ଗତବର୍ଷ ବିଜେପୁର ଉପ ନିର୍ବାଚନ ଓ ଚଳିତ ଥର ମୁଖ୍ୟମନ୍ତ୍ରୀ ନବୀନ […]

  • Saturday, 10 July 2021
bus-accident
ଓଲଟି ପଡ଼ିଲା ବସ୍‌, ୧୫ ଯାତ୍ରୀ ଆହତ

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧାର ଜାଗୁଳେଇ ପାଟଣା ଠାରେ ଏକ ବସ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଏଥିରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବସ୍‌ଟି ଭୁବନେଶ୍ୱରରୁ ନୟାଗଡ଼ ଯାଉଥିଲା। ଦୁର୍ଘଟଣାଗ୍ରସ୍ତ ବସ୍‌ ଭିତରୁ ଅଗ୍ନିଶମ ବିଭାଗ ଓ ପୁଲିସ୍‌ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଦୁର୍ଘଟଣା ପରେ ବସ୍‌ ଡ୍ରାଇଭର ଓ ହେଲପର୍‌ ଫେରାର୍ ହୋଇଯାଇଛନ୍ତି।

  • Saturday, 10 July 2021
baragada
ଛାତ ଉପରେ ଗୁଳି କରି ହତ୍ୟା

ବରଗଡ଼(ଦୀପକ ଶର୍ମା): ବରଗଡ଼ ସହର ଉପକଣ୍ଠ ଜମୁଡ଼ା ଗ୍ରାମରେ ଛାତ ଉପରେ ଶୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ବ୍ୟକ୍ତି ଜଣକ ହେଲେ ବସନ୍ତ ପ୍ରଧାନ। ତାଙ୍କ ବୟସ ୫୦ ବର୍ଷ । ବସନ୍ତଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ ମେଡିକାଲକୁ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ବରଗଡ଼ ପୋଲିସ ଜମୁଡା ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବସନ୍ତ ଗତକାଲି ରାତିରେ ଛାତ ଉପରେ ଏକୁଟିଆ ଶୋଇଥିଲେ। ଡକାୟତି […]

  • Saturday, 10 July 2021
koraput
୧୦ ଦିନ ସଂଘର୍ଷ ପରେ ଛାତ୍ରୀଙ୍କ ମୃତ୍ୟୁ

କୋରାପୁଟ: କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ସହପାଠୀଙ୍କ ଆକ୍ରମଣରେ ଗୁରୁତର ଛାତ୍ରୀଙ୍କର ଆଜି ମୃତ୍ୟୁ ଘଟିଛି। ଛାତ୍ରୀ ଜଣକ ସେମିଳିଗୁଡ଼ାର ଏକ ଇଞ୍ଜିନିୟରିଂ କଲେଜରେ ପଢୁଥଲେ। ଏକତରଫା ପ୍ରେମ ନିବେଦନ କରି ବିଫଳ ଜଣେ ନାବାଳକ ସହପାଠୀ ଜୁନ୍ ପହିଲାରେ ତାଙ୍କ ଉପରେ ପେଟ୍ରୋଲ ଢାଳି ପୋଡ଼ି ମାରି ଦେବାକୁ ଉଦ୍ୟମ କରିଥିଲେ। ପୀଡ଼ିତାଙ୍କୁ ପ୍ରଥମେ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ବ୍ରହ୍ମପୁର ଏବଂ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ଆଜି ତାଙ୍କର […]

  • Saturday, 10 July 2021
n.p
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ, ୧୧ରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଭେଟିବେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀ ଗସ୍ତ କରିଛନ୍ତି। ଆସନ୍ତା ୧୧ ତାରିଖରେ ସେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ପାଖରେ ବିଶେଷ କରି ରାଜ୍ୟର ସ୍ୱାର୍ଥ ସମ୍ବଳିତ ଦାବି ମୁଖ୍ୟମନ୍ତ୍ରୀ ଉପସ୍ଥାପନ କରିପାରନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ୧୫ ତାରିଖରେ ନୀତି ଆୟୋଗ ବୈଠକରେ ଯୋଗ ଦେବେ। ମୋଦି ସରକାର ପୁଣି ଥରେ କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ନୀତି ଆୟୋଗ […]

  • Saturday, 10 July 2021
representational image
ବୈତରଣୀରେ ସଲିଳ ସମାଧି ନେଲେ ଦୁଇ ସାଙ୍ଗ

କେନ୍ଦୁଝର: ଦୁଇ ସାଙ୍ଗ ମିଶି ନଈକୁ ଗାଧୋଇବାକୁ ଯାଇଥିଲେ। ହେଲେ କିଏ ଜାଣିଥିଲା, ଏହା ସେମାନଙ୍କର ଶେଷ ଗାଧୁଆ ବୋଲି।  ବୈତରଣୀ ନଦୀରେ ୨ ନାବାଳକଙ୍କ ନିଖୋଜ ହୋଇ ଯାଇଥିଲେ । ପରେ ସେମାନଙ୍କର ମୃତ ଦେହ ଉଦ୍ଧାର କରାଯାଇଛି।  ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ପଞ୍ଚୁପଲ୍ଲୀରେ । ଏପରି ଦୁଃଖଦ ଘଟଣା ପରେ ସାରା  ଗାଁ ହୋଇ ଯାଇଛି ନିଶବ୍ଦ। ମୃତ ନାବାଳକ ଦ୍ୱୟ ହେଲେ ରୁଡ଼ ପଟ୍ଟନାୟକ ଓ ରାଜୁ ଜେନା। […]

  • Saturday, 10 July 2021
123
ଦଶାହ ଭୋଜି ଖାଇ ଝାଡ଼ାବାନ୍ତି: ୩୫ ଆକ୍ରାନ୍ତ

ନୂଆପଡ଼ା: ନୂଆପଡ଼ା କୋମନା ବ୍ଲକ ଟିକ୍ରାପଡ଼ା ଗାଁରେ ଝାଡ଼ାବାନ୍ତିରେ ୩୫ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪ ଜଣଙ୍କ ଅବସ୍ଥା ଗୁରୁତର ଅଛି। ସେମାନଙ୍କୁ କୋମନା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗାଁରେ ଏକ ଦଶାହ ଭୋଜି ଖାଇ ଆସିବା ପରେ ଏମାନଙ୍କର ପେଟ ବ୍ୟଥା ସହ ଝାଡ଼ାବାନ୍ତି ହୋଇଥିଲା। ୨୪ ଜଣଙ୍କ ଅବସ୍ଥା ଏବେ ମଧ୍ୟ ଗୁରୁତର ଅଛି। ତେବେ ଅନ୍ୟ ଆକ୍ରାନ୍ତଙ୍କ ଅବସ୍ଥା ଭଲ ଥିବାରୁ ସେମାନଙ୍କୁ ଗାଁରେ ରଖି ଚିକିତ୍ସା କରାଯାଉଛି। ଆଜି […]

  • Saturday, 10 July 2021
444
ନାଗ ସହ ଲଢି ମାଲିକଙ୍କୁ ବଞ୍ଚାଇଲା କୁକୁର

ଭୁବନେଶ୍ୱର: ମାଲିକକୁ ବଞ୍ଚାଇବା ପାଇଁ ସାପ ସହ ଲଢିଲା କୁକୁର। ସାପଠାରୁ ଚୋଟ ପରେ ଚୋଟ ଖାଇ ଚାଲିଥାଏ ସିନା, ସାପକୁ ଘର ଭିତରକୁ ପଶିବାକୁ ଦେଇ ନ ଥିଲା । ଶେଷରେ ପରିବାର ଲୋକେ ସ୍ନେକ ହେଲ୍ପଲାଇନକୁ ଡାକି ସାପକୁ ଧରିଥିଲେ। ହେଲେ ପୋଷା କୁକୁର ଗୁରୁତର ହୋଇପଡ଼ିଛି। ଏମିତି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ବଡ଼ଗଡ଼ କେନାଲ୍ ରୋଡ୍‌ରେ ରହୁଥିବା ସମ୍ବିତ ଦାସଙ୍କ ଘରେ। ଗୁରୁବାର ରାତିରେ ସମ୍ବିତଙ୍କ ଘର ଭିତରକୁ ଏକ ୫ଫୁଟର ନାଗ ସାପ […]

  • Saturday, 10 July 2021
dubai
ଦୁବାଇରେ ଫସି ରହିଥିବା ଶ୍ରମିକଙ୍କୁ ସହାୟତାର ହାତ ବଢାଇଲେ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର : ୮ ମାସ ହେଲା ମିଳିନି ଦରମା, ଭାରତ ଫେରଆସିବାକୁ ପାଖରେ ଅର୍ଥ ନାହିଁ କି ପାସପୋର୍ଟ ନାହିଁ। ସେମାନେ ଅପେକ୍ଷା କରି ପଡ଼ି ରହିଛନ୍ତି ଗୋଟିଏ ନୂଆ ସକାଳକୁ ଯାହା ସେମାନଙ୍କୁ ଜନ୍ମମାଟି ଓଡ଼ିଶା କୋଳକୁ ଫେରାଇ ଆଣିବ। ରୋଜଗାର ପାଇଁ ଏଜେଣ୍ଟଙ୍କ ମାଧ୍ୟମରେ ଦୁବାଇ ଯାଇ ଦୀର୍ଘ ଏଗାର ମାସ ହେଲା ଏଭଳି ସ୍ଥିତିରେ ଫସିରହିଥିବା ଶ୍ରମିକଙ୍କ ବାବଦରେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଏହାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୈଦେଶିକ ମନ୍ତ୍ରୀ […]

  • Saturday, 10 July 2021
sital--700x430 (1)
ଆଜି ଦେବ ଦମ୍ପତିଙ୍କ ବିବାହ: ବରବେଶରେ ବାହାରିବେ ଭୋଲାବାବା

ସମ୍ବଲପୁର(ସଞ୍ଜୟ ଜେନା): ଶୀତଳଷଷ୍ଠୀ ଯାତ୍ରା ପାଇଁ ଦୁଲୁକୁଛି ସମ୍ବଲପୁର ସହର। ଆଜି ହେଉଛି ଦେବ ଦମ୍ପତିଙ୍କ ବିବାହ। ଆଜି ରାତିରେ ବିଭିନ୍ନ ଶିବାଳୟରୁ ଭୋଲାବାବା ବରବେଶ ସାଜି ବାହାରିବେ ବିବାହ ଶୋଭାଯାତ୍ରାରେ। ବାଜା, ବାଣ, ନାଚ ଗୀତ ସହ ବରଯାତ୍ରୀ ମାନଙ୍କୁ ସାଙ୍ଗରେ ଧରି ଯିବେ କନ୍ୟା ଘରକୁ। ସେଠାରେ ରୀତିନୀତିରେ ସମ୍ପନ୍ନ ହେବ ବିବାହ। ଏଥିପାଇଁ କନ୍ୟା ମାତା-ପିତାଙ୍କଠୁ ନେଇ ବିଭିନ୍ନ ଯାତ୍ରା କମିଟି- ସମସ୍ତେ ପ୍ରସ୍ତୁତ ହୋଇସାରିଛନ୍ତି। ଗତ ରାତିରେ ସମ୍ପନ୍ନ ହୋଇଛି ଦେବ […]

  • Saturday, 10 July 2021
elephant
ଦନ୍ତା ମୃତ୍ୟୁ ଘଟଣାରେ ଫରେଷ୍ଟରଙ୍କ ସହ ୨ ନିଲମ୍ବିତ

ବାଲେଶ୍ୱର: ବାଲେଶ୍ୱର କୁଳଡିହା ଅଭୟାରଣ୍ୟ ତେଣ୍ଡା ନିକଟରେ ଦନ୍ତାହାତୀ ମୃତ୍ୟୁ ଘଟଣାରେ  କୁଳଡିହା ଫରେଷ୍ଟର କିଶୋର ଚନ୍ଦ୍ର ଭୁୟାଁ ଓ ଗାର୍ଡ ଲାଲମୋହନ ସିଂଙ୍କୁ ନିଲମ୍ବନ କରାଯାଇଛି।  କାର୍ଯ୍ୟରେ ଅବହେଳା ପାଇଁ ଉଭୟଙ୍କୁ ଏପରି ନିଲମ୍ବନ କରାଯାଇଛି।  ସେହିପରି ଏସିଏଫ୍ଓ ଲକ୍ଷ୍ମଣ କୁମାର ପ୍ରଧାନଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯାଇଛି।  ବାଲେଶ୍ୱର ଡିଏଫ୍ଓ ବିଶ୍ୱରାଜ ପଣ୍ଡା ସୂଚନା ଦେଇଛନ୍ତି,  ଗତ ୫ ତାରିଖର ବାଲେଶ୍ୱର କୁଳଡିହା ଅଭୟାରଣ୍ୟ ତେଣ୍ଡା ନିକଟରୁ ଏକ ଦନ୍ତା ହାତୀର ମୃତ ଦେହ ଉଦ୍ଧାର କରାଯାଇଥିଲା। ଦୁର୍ବୃତ୍ତମାନେ […]

  • Saturday, 10 July 2021
vigilance-123
ଭିଜିଲାନ୍ସ ଜାଲରେ ପଡ଼ିଲେ କୋଟିପତି ଅମିନ

ବାରିପଦା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ କାର୍ଯ୍ୟାଳୟର ଅମିନ ସୁମନ୍ତ ସାହୁଙ୍କ ଘର ଓ କାର୍ଯ୍ୟାଳୟରେ ଆଜି ସକାଳୁ ଭିଜିଲାନ୍ସ ଚଢ଼ଉ କରାଯାଇଛି। ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ବାରିପଦା ଏବଂ ଭଦ୍ରକ ଭିଜିଲାନ୍ସ ଅଧିକାରୀଙ୍କ ସହାୟତାରେ ଏହି ଚଢ଼ଉ କରାଯାଇଥିଲା । ବେତନଟୀରେ ଥିବା ତାଙ୍କର ଦୁଇ ମହଲା ଘର, ବାରିହାପାଳ ସ୍ଥିତ ତିନି ମହଲା କୋଠା, ସିମଳାମୁଣ୍ଡୁଳିରେ ଥିବା ପୈତୃକ ଘର ଏବଂ ଅଫିସ୍‌ରେ ଏକ ସଙ୍ଗେ ଏହି […]

  • Saturday, 10 July 2021
sitalsasthi
ସରିଲା ନିର୍ବନ୍ଧ, ଆସନ୍ତା କାଲି ଶିବ ବିବାହ

ସମ୍ବଲପୁର: ପ୍ରସିଦ୍ଧ  ଶୀତଳଷଷ୍ଠୀ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ପଡ଼ିଲାଣି ସମ୍ବଲପୁର ସହର। ଦେବ ଦେବ ମହାଦେବଙ୍କ ବିବାହ ପାଇଁ ଗତ ରାତିରେ ସମ୍ପନ୍ନ ହୋଇଛି ନିର୍ବନ୍ଧ କାର୍ଯ୍ୟ ବା ପତରପେଣ୍ଡି। ବରପିତାମାନେ ସହରର ଝାଡୁଆପଡା, ମୋଦିପଡା , ବଡବଜାର , ବାଲିବନ୍ଧ , ବୁଢାରଜା ଓ ଠାକୁରପଡା ସମେତ ଅନ୍ୟାନ୍ୟ ଶିବ ମନ୍ଦିରରୁ  କନ୍ୟା ଅନ୍ୱେଷଣ ଶୋଭାଯାତ୍ରା ବାହାରିଥିଲେ। ଶେଷରେ କନ୍ୟା ମାତା-ପିତାଙ୍କ ଘରେ ପହଞ୍ଚିଥିଲା ଶୋଭାଯାତ୍ରା। ପରମ୍ପରା ଅନୁସାରେ, ବରପକ୍ଷ ଦେବୀ ପାର୍ବତୀଙ୍କ ସମ୍ପର୍କରେ […]

  • Saturday, 10 July 2021
loot
ଲୁଟ୍ ଉଦ୍ୟମ ବ୍ୟର୍ଥ, ଲୁଟେରାଙ୍କୁ ଚାପିଦେଲା ଟ୍ରକ

ରାଉରକେଲା: ରାଉରକେଲାର ବାଗଡ଼େଗା ଘାଟିରେ ଏକ ଲୁହା ବୋଝେଇ ଟ୍ରକ୍‌ରୁ ଲୁଟ ଉଦ୍ୟମ କରିବାକୁ ଯାଇ ଜଣେ ଲୁଟେରାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ଟ୍ରକଟି ଲୁହା ବୋଝେଇ କରି ଯାଉଥିବା ବେଳେ ବାଗଡେଗା ଘାଟିରେ କିଛି ବ୍ୟକ୍ତି ଏହାକୁ ଅଟକାଇବାକୁ ଉଦ୍ୟମ କରିଥିଲେ। ଜଣେ ଦୁର୍ବୃତ୍ତ ଗାଡ଼ି ଅଟକାଇଥିବାବେଳେ ୬ ଜଣ ଲୁଟେରା ଲୁଟ୍ ଉଦ୍ୟମ କରୁଥିଲେ। ହଠାତ୍ ଏହି ସମୟରେ ଡ୍ରାଇଭର ଟ୍ରକକୁ ଆଗକୁ ନେଇଯାଇଥିଲା । ଫଳରେ […]

  • Saturday, 10 July 2021
eid
ଇଦ୍ ପାଳନ ପାଇଁ ରାଉରକେଲାରେ ପ୍ରସ୍ତୁତି

ରାଉରକେଲା (ସତ୍ୟାନନ୍ଦ ମହାନ୍ତି) : ଇଦ୍ ପାଳନ ପାଇଁ ରାଉରକେଲାରେ ଜୋରସୋରରେ ପ୍ରସ୍ତୁତି ଚାଲିଛି। ନୂଆ ଡ୍ରେସ୍ ସହିତ ବିଭିନ୍ନ ସାମଗ୍ରୀ କିଣାକିଣା କରୁଛନ୍ତି ମୁସଲମାନମାନେ। ସେଥିପାଇଁ ବିଳମ୍ବିତ ରାତ୍ରି ଯାଏ ଦୋକାନ ଖୋଲା ରହୁଛି। ଇଦ୍ ଦିନ ଇଦ୍‌ଗା ମୈଦାନ ଓ ବିଭିନ୍ନ ମସଜିଦରେ ସାମୂହିକ ନମାଜ ପାଠ କରାଯିବ।  ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।  ରାଉରକେଲା ପ୍ଲାଣ୍ଟ ସାଇଟ ଥାନାରେ ଶାନ୍ତି କମିଟିର ବୈଠକ ମଧ୍ୟ […]

  • Saturday, 10 July 2021
1234546
ମାର୍କେଟ କମ୍ପ୍ଲେକ୍ସ ପରିସରରେ ବିସ୍ଫୋରଣ

ଭଦ୍ରକ(ତପନ ସ୍ୱାଇଁ):ଭଦ୍ରକ-ବାଇପାସ୍‌ ନିକଟ  ଆରଏମ୍‌ସି ମାର୍କେଟ କମ୍ପ୍ଲେକ୍ସ ପରିସରରେ ବିସ୍ଫୋରଣ ହୋଇଛି। କମ୍ପଲେକ୍ସର ୩ଟି ରୁମ୍‌ରେ ଆଜି ସକାଳ ପ୍ରାୟ ସାଢେ ୯ଟାରେ ଏହି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ୩ଟି ଯାକ ରୁମ୍‌ର ଛାତ ଓ କାନ୍ଥରେ ଫାଟ ସୃଷ୍ଟି ହୋଇଛି। ବିସ୍ଫୋରଣ ଯୋଗୁ ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ଏହି ୩ଟି ରୁମ୍‌ରେ ୧୩୦ ଟନର ବ୍ଲିଚିଂ ପାଉଡର ମହଜୁଦ ଥିଲା। ତେବେ କେମିତି ହେଲା ବିସ୍ଫୋରଣ, ତାର କାରଣ ଜଣାପଡ଼ିନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ […]

  • Saturday, 10 July 2021
Salil-Mitra-
ଓଡ଼ିଶାର ଘରେ ଘରେ ପରିଚିତ ଥିଲେ ସଲିଲ୍‌: ବୈଜୟନ୍ତ

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ହାସ୍ୟ ଅଭିନେତା ସଲିଲ ମିତ୍ରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ସେ ଟ୍ୱିଟରରେ ଲେଖିଛନ୍ତି, ନିଖୁଣ ଅଭିନୟ ପାଇଁ ସଲିଲ ମିତ୍ର ଓଡ଼ିଶାର ଘରେ ଘରେ ପରିଚିତ ଥିଲେ।  ଓଡ଼ିଆ ଚଳଚ୍ଚିତ୍ର ଓ ଟେଲି ଜଗତ ପାଇଁ ତାଙ୍କର ଅବଦାନ ଚିରସ୍ମରଣୀୟ। ସଲିଲଙ୍କ ଆତ୍ମାର ସଦ୍‌ଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ବୈଜୟନ୍ତ । ଗତ ୧୨ ତାରିଖରେ […]

  • Saturday, 10 July 2021
mahakasha
ଇସ୍ରୋ ଯିବେ ଓଡିଶାର ଯୁବ ଜ୍ୟୋତିର୍ବିଜ୍ଞାନୀ

ଭୁବନେଶ୍ୱର: ଇସ୍ରୋ ଯିବେ ଓଡିଶାର ଯୁବ ଜ୍ୟୋତିର୍ବିଜ୍ଞାନୀ। ଗତକାଲି ଟାଟା ଷ୍ଟିଲ ଓ ପଠାଣୀ ସାମନ୍ତ ପ୍ଲାନେଟୋରିୟମର ମିଳିତ ସହଯୋଗିତାରେ ଅନୁଷ୍ଠିତ ହୋଇଥିଲା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ୟାଟ୍ସ-୨୦୧୯। କାର୍ଯ୍ୟକ୍ରମରେ ସାରା ରାଜ୍ୟର ୬୩ ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର ୨୦ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଥିଲା।  ଏହି ୨୦ ଜଣ ଛାତ୍ରଛାତ୍ରୀ ଅହମ୍ମଦାବାଦ ସ୍ଥିତ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ତଥା ଇସ୍ରୋ ପରିଦର୍ଶନ କରିବେ। ଅତି ନିକଟରୁ ହାସଲ କରିବେ […]

  • Saturday, 10 July 2021
vlcsnap-error511
ମଣ୍ଡିରେ ଅବ୍ୟବସ୍ଥା, କାଳବୈଶାଖୀରେ ଓଦା ହେଲା ହଜାର ହଜାର କୁଇଣ୍ଟାଲ ଧାନ

ସୁବର୍ଣ୍ଣପୁର:ଓଡ଼ିଶାର ଭାତହାଣ୍ଡି ପଶ୍ଚିମ ଓଡ଼ିଶା। ହେଲେ କାଳବୈଶାଖୀ ଏଠାରେ ସବୁକିଛି ଛାରଖାର କରିଦେଇଛି। କାଳବୈଶାଖୀ ବର୍ଷାରେ ଓଦା ହୋଇ ଯାଇଛି ହଜାର ହଜାର କୁଇଣ୍ଟାଲ ଧାନ।  ଚାଷୀ ମୁଣ୍ଡରେ ପଡ଼ିଛି ଚଡ଼କ।  ଅଧିକାଂଶ ଜିଲ୍ଲାର ମଣ୍ଡିରେ ସୁରକ୍ଷିତ ଧାନ ରଖିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଅନ୍ୟପକ୍ଷରେ ଅବ୍ୟବସ୍ଥା ଯୋଗୁ ଠିକ୍‌ ସମୟରେ ମଣ୍ଡିରୁ ଉଠିପାରୁନି ଧାନ। ଓଦା ଧାନକୁ ଦେଖି ଖୋଲା ଆକାଶ ଜଗି ରହିଥିବା ଚାଷୀ ଏବେ ଚିନ୍ତାରେ ପଡ଼ିଛି। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା […]

  • Saturday, 10 July 2021
sitalsasthi
ସମ୍ବଲପୁରରେ ଶୀତଳଷଷ୍ଠୀ: ବାବା ବାଲୁଙ୍କେଶ୍ୱରଙ୍କ ପତରପେଣ୍ଡି ସମ୍ପନ୍ନ

ସମ୍ବଲପୁର:ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ସମ୍ବଲପୁର ସହର। ଦେବ ବିବାହ ପାଇଁ ଧୁମ୍‌ଧାମ୍‌ରେ ଚାଲିଛି ପ୍ରସ୍ତୁତି।  ଶିବ-ପାର୍ବତୀ ବିବାହ ପୂର୍ବରୁ ଗତକାଲି ରାତିରେ ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ବା ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇ ଯାଇଛି । ଏହା ପୂର୍ବରୁ ସପ୍ତଋଷି ପଣ୍ଡିତ ମଣ୍ଡଳୀ ଓ ମୁରବୀମାନଙ୍କୁ ସାଙ୍ଗରେ ନେଇ ବିରାଟ ଶୋଭାଯାତ୍ରାରେ କୁଲୁଥକାନି ସ୍ଥିତ କନ୍ୟାପିତାଙ୍କ ଘରକୁ ଯାଇଥିଲେ ବରପକ୍ଷ।  ମହାଦେବଙ୍କ ସହିତ ଦେବୀ ପାର୍ବତୀଙ୍କ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଏହା ପରେ […]

  • Saturday, 10 July 2021
nayagarh
କନ୍ୟା ଭ୍ରୁଣ ହତ୍ୟା ଉଦ୍ୟମ ! ନର୍ସିଂ ହୋମ୍‌ରେ ପଡ଼ିଲା ତାଲା

ନୟାଗଡ଼: ନୟାଗଡ଼ରେ ପୁଣି କନ୍ୟାଭ୍ରୁଣ ହତ୍ୟା ଉଦ୍ୟମ ଅଭିଯୋଗ। ବେଆଇନ ଗର୍ଭପାତ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ନୟାଗଡ଼ର ଏକ କ୍ଲିନିକ ଉପରେ ଚଢାଉ କରିଥିଲା ଜିଲ୍ଲା ପ୍ରଶାସନର ଏକ ଟିମ୍। ନୟାଗଡ଼ ତହସିଲଦାର ଓ ଟାଉନ ଥାନା ଅଧିକାରୀଙ୍କ ଉପସ୍ଥିତିରେ ଏହି ଚଢାଉ ହୋଇଥିଲା। ଗର୍ଭପାତ ପାଇଁ ଆସିଥିବା ମହିଳାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବେଆଇନ ଗର୍ଭପାତ କରାଉଥିବା ଅଭିଯୋଗରେ ସଂପୃକ୍ତ ଲାବୋରେଟୋରି ମାଲିକ ଶ୍ରୀଧର ପ୍ରଧାନକୁ ଅଟକ ରଖିଛି ପୋଲିସ। […]

  • Saturday, 10 July 2021
JHARKHAND-JAWAN-MAOBADI
ଯବାନଙ୍କ ସହ ଗୁଳି ବିନିମୟ: ୫ ମାଓବାଦୀ ନିହତ

ଦୁମକା: ଝାଡ଼ଖଣ୍ଡର ଦୁମକାରେ ଯବାନ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୫ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି।  ୪ ଜଣ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ପ୍ରଥମେ ୫ ଜଣ ମାଓବାଦୀ ଆହତ ହୋଇଥିବା ଖବର ଆସିଥିଲା। ତେବେ ପରେ ସେମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ପୁଲିସ ଅଧିକାରୀ ଓ୍ୱାଇ ଏସ ରମେଶ କହିଛନ୍ତି, ଆଜି ତଡକେ ନାମକ ସ୍ଥାନରେ ଏସଏସବି ଯବାନମାନେ ସର୍ଚ୍ଚ ଅପରେସନ କରୁଥିଲେ। […]

  • Saturday, 10 July 2021
low rainfall
ମୌସୁମୀର ଲୁଚକାଳି ଖେଳ , ଚିନ୍ତାରେ ଚାଷୀ

ଆଷାଢ ସରିବାକୁ ବସିଲାଣି, ଆଗକୁ ଶ୍ରାବଣ ହେଲେ ଚାଷ ଜମି ଫାଟି ଆଁ କଲାଣି । ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକର ଚାଷ ଜମିର ଜିଲ୍ଲାରେ ଜୁନ ମାସରେ ସ୍ୱାଭାବିକ ଠାରୁ ଆଧା ପରିମାଣରେ ବର୍ଷା ହୋଇଛି । ନିଅଣ୍ଟିଆ ବର୍ଷାକୁ ନେଇ ଚାଷୀ କୂଳ ହତାଶ କୃଷି ବିଭାଗର ସୂଚନା ଅନୁଯାୟୀ ୧୯୮ ମିଲିମିଟର ବର୍ଷା ହେବା କଥା । ହେଲେ ହୋଇଛି ୧୦୨ ମିଲିମିଟର ବର୍ଷା । ଚାଷୀ ବୁଣା ଠାରୁ ଆରମ୍ଭ କରି ତଳିପକା ଓ ରୁଆ ବେଉଷଣ ବିଳମ୍ବିତ ହୋଇଛି । ଜୁଲାଇ ମାସରେ ମଧ୍ୟ ବର୍ଷାର ଦେଖା ନାହିଁ । ତେଣୁ ଧିମେଇ ଯାଇଛି ଚାଷ କାମ । ଜିଲ୍ଲାର ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକରେ ମାଟି ଫାଟି ଆଁ କରିଥିବା ବେଳେ ଲୋକେ ପମ୍ପ ସେଟ ସହ ଭାର ଯୋଗେ ପାଣି ଆଣି ତଳି ପକାଉଥିବା ଦେଖିବାକୁ ମିଳିଛି ।

vlcsnap-error784
ଚଢେଇ ଧରିବାର ନିଶାରୁ ଚାଲିଗଲା ଜୀବନ

ମାଲକାନଗିରି: ଚଢେଇ ଧରିବାର ନିଶାରୁ ଶେଷରେ ଚାଲିଗଲା ଜୀବନ। ଚଢେଇ ଧରିବାକୁ ଚଢିଗଲା ବିଦ୍ୟୁତ ଟ୍ରାନ୍ସଫର୍ମରରେ। ବିଦ୍ୟୁତ୍‌ ଆଘାତରେ ପ୍ରାଣ ହରାଇଲେ। ଏପରି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ପାଟଣାଗୁଡା ଗାଁରେ। ପାଟଣାଗୁଡା ଗାଁର ୭ ବର୍ଷର ବାଳକ ରାଜେନ୍ଦ୍ର ସିସା। ଆଜି ସକାଳେ ସାଙ୍ଗମାନଙ୍କ ସହ ଖେଳୁଥିଲା। ଏହି ସମୟରେ ଏକ ଚଢେଇକୁ ଦେଖିଲା ରାଜେନ୍ଦ୍ର। ଚଢେଇ ଧରିବା ପାଇଁ ତା ପଛେ ପଛେ ଦୌଡୁଥିଲା। ଚଢେଇଟି ଟ୍ରାନ୍ସଫର୍ମର ଉପରେ ଚଢି […]

  • Saturday, 10 July 2021