ବୌଦ୍ଧ-କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଉମା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍ ବେଳେ ଏହି ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି। ମାଓବାଦୀଙ୍କ ଗୁଳିରେ ୨ ଜଣ ଏସ୍ଓଜି ଯବାନ ଆହତ ହୋଇଛନ୍ତି। ୨ ଯବାନଙ୍କୁ ନିଜ ହେଲିକପ୍ଟରରେ ଏୟାର ଲିଫ୍ଟ କରି ଭୁବନେଶ୍ୱର ଆଣିଥିଲେ। ସୁରକ୍ଷାକର୍ମୀଙ୍କୁ ଏୟାରଲିଫ୍ଟ କାର୍ଯ୍ୟରେ ୩ ଜଣଙ୍କୁ DGP ପ୍ରଶଂସା କରିଛନ୍ତି। ବିଶେଷଭାବରେ BSFର ପାଇଲଟ ପଣ୍ଡିତଙ୍କୁ ଡିଜିପି ପ୍ରଶଂସା କରିଛନ୍ତି। ପାଦେଲପଡ଼ା ଭଳି ଛୋଟ ସ୍ଥାନରେ ପାଇଲଟ୍ ହେଲିକପ୍ଟର ଲ୍ୟାଣ୍ଡ କରାଇଥିଲେ। ଏହାସହ CRPFର ଯବାନ ଓ କଣ୍ଟାମାଳର ଡାକ୍ତରଙ୍କୁ ମଧ୍ୟ ଡିଜିପି ପ୍ରଶଂସା କରିଛନ୍ତି
Published: Minati Mishra
Last updated: 10 July 2021, 03:39 PM IST
ତେବେ କୃଷକଙ୍କ କହିବା ଅନୁସାରେ, ୧୯୬୧ ମସିହାରେ ମଧ୍ୟପ୍ରଦେଶ ଅନ୍ତର୍ଗତ ସନୱାଲିଆ ରୁଡ଼ିରେ ଥିବା ତାଙ୍କର ପୈତୃକ ଜମିକୁ ତାଙ୍କ ଭାଇଙ୍କଠାରୁ କିଛି ଲୋକ ଖୁବ୍ କମ୍ ଦାମ୍ରେ ସବୁ ଜମି ନେଇ ଯାଇଥିଲେ। ସେହି ସମୟରେ ତାଙ୍କ ଭାଇଙ୍କ ବୟସ ମଧ୍ୟ ଖୁବ୍ କମ୍ ଥିଲା। ତେଣୁ ସେ ଜମି ବିକି ଦେବାକୁ ରାଜି ହୋଇଯାଇଥିଲେ