• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପେଶା ଚାଟ୍ ବିକିବା, ନିଶା ବାଉଁଶ ଏବଂ କାଠରେ କଳାକୃତି

  • ବେଶ୍ ନିଖୁଣ ଭାବେ ପ୍ରସ୍ତୁତ କରୁଛନ୍ତି ସୁନ୍ଦର ସୁନ୍ଦର ସାମଗ୍ରୀ

ଭୁବନେଶ୍ୱର (ବିବର୍ତ୍ତନ ପଣ୍ଡା) : ପେଶା ଚାଟ୍ ବିକିବା, ନିଶା ବାଉଁଶ ଏବଂ କାଠରେ କଳାକୃତି କରିବା । ବିନା କୌଣସି ତାଲିମରେ ବେଶ୍ ନିଖୁଣ ଭାବରେ ସୁନ୍ଦର ସୁନ୍ଦର ଜିନିଷ ତିଆରି କରିପାରୁଛନ୍ତି ଜଣେ ଚାଟ୍ ବିକାଳୀ । ଏବେ ଲକଡାଉନ୍ ପାଇଁ ଚାଟ୍ ବିକ୍ରି ବନ୍ଦ ରହିଥିବାରୁ ବାଉଁଶ ତିଆରି ସାମଗ୍ରୀ କରି ପରିବାର ପ୍ରତିପୋଷଣ କରୁଛନ୍ତି ଭୁବନେଶ୍ୱରର ସୁଦର୍ଶନ ସାହୁ ।

ଭୁବନେଶ୍ୱର ଶିଳ୍ପୀ ସୁଦର୍ଶନ ସାହୁ । ସେ କୌଣସି ତାଲିମ ପ୍ରାପ୍ତ ଶିଳ୍ପୀ ନୁହଁନ୍ତି । ସୁଦର୍ଶନଙ୍କ ପେଶା ଚାଟ୍ ବିକ୍ରି କରିବା କିନ୍ତୁ ଏକ ପରିସ୍ଥିତି ତାଙ୍କୁ ଏହି ବାଉଁଶ କାର୍ଯ୍ୟପ୍ରତି ଆକୃଷ୍ଟ କରେଇଥିଲା । ୨୦୦୬ରେ ପ୍ରଦର୍ଶନୀ ପଡିଆରେ ଜଣେ ବାଉଁଶ ବ୍ୟବସାୟୀ ତାଙ୍କୁ ଘରେ ବାଉଁଶ ତିଆରି କାର୍ଯ୍ୟ ପାଇଁ ଆହ୍ୱାନ ଦେଇଥିଲେ । ତା ପରଠୁ ସୁଦର୍ଶନ ବାଉଁଶ କାମକୁ ନିଶା ଭାଗରେ ଗ୍ରହଣ କରିନେଇଛନ୍ତି ସୁଦର୍ଶନ ।

୨୦୦୬ରୁ ଧୀରେ ଧୀରେ ସୁଦର୍ଶନ ବାଉଁଶ କାମ କରିବା ଆରମ୍ଭ କଲେ । ପ୍ରଥମେ ଏକ ଘରରୁ କାମ ଆରମ୍ଭ କରିଥିବା ସୁଦର୍ଶନ । ଏବେ ବାଉଁଶ କାମ ସହ ଗ୍ଲାସ୍ କର୍ଟନ୍ ମଧ୍ୟ କରୁଛନ୍ତି । ଲୋକମାନେ ମଧ୍ୟ ସୁଦର୍ଶନଙ୍କ ପାଖରୁ ଏହି ବାଉଁଶ ସାମଗ୍ରୀ କିଣିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି । ଲକଡାଉନ୍ ସମୟରେ ଚାଟ୍ ବେପାର ବନ୍ଦ ରହିଥିବାରୁ ସୁଦର୍ଶନ ଏହି ବାଉଁଶ ତିଆରି ଜିନିଷ ବିକି ପରିବାର ପ୍ରତିପୋଷଣ କରୁଛନ୍ତି । ସୁଦର୍ଶନଙ୍କ ଏହି କାମକୁ ନେଇ ତାଙ୍କ ପରିବାର ଲୋକ ମଧ୍ୟ ବେଶ୍ ଖୁସିଥିବା କହିଛନ୍ତି ।