• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାବୁଲ : ଆଫଗାନିସ୍ତାନରେ ପୁଣି ତାଲିବାନୀ ଶାସନ । ୨୦ ବର୍ଷ ପରେ ତାଲିବାନକୁ ପୁଣି କବଜାକୁ ନେଲା ତାଲିବାନୀ ସଂଗଠନ । ରବିବାର ଦିନ ରାଜଧାନୀ କାବୁଲକୁ ଅକ୍ତିଆର କରିଥିଲା କରିବା ପରେ ତା’ ପରଦିନ ତାଲିବାନୀ ମାନେ ଏକ ମନୋରଞ୍ଜନ ପାର୍କରେ ମଜା କରୁଥିବା ଦେଖିବାକୁ ମିଳିଥିଛି । ଆମ୍ୟୁଜମେଣ୍ଟ୍ ପାର୍କରେ ଛୁଆଙ୍କ ପରି ମଜାମସ୍ତି କରିବାର ଦୁଇଟି ଭିଡିଓ ସାମ୍ନାକୁ ଆସିଛି । ଗୋଟିଏ ଭିଡିଓରେ ତାଲିବାନବାସୀ ହାତରେ ବନ୍ଧୁକ ଧରି ଏକ ବୈଦ୍ୟୁତିକ କାର ଚଳାଉଥିବା ଦେଖାଯାଇଛି । ଅନ୍ୟ ଏକ ଭିଡିଓରେ କିଛି ତାଲିବାନୀ ଘୋଡା ଚଢ଼ୁଥିବାର ମଧ୍ୟ ଦେଖିବାକୁ ମିଳୁଛି । ଆଫଗାନିସ୍ତାନ ଅକ୍ତିଆର କରିବା ପରେ ଭାରି ଖୁସି ଅଛନ୍ତି ତାଲିବାନୀ । ଗୋଟିଏ ପଟେ ସାଧାରଣ ଲୋକେ ଭୟଭୀତ ହୋଇ ଦେଶ ଛାଡ଼ୁଥିବା ବେଳେ ତାଲିବାନୀ ଆତଙ୍କବାଦୀ ମଜା କରୁଛନ୍ତି ।

 

କେମିତି ଥିଲା ତାଲିବାନୀଙ୍କ ପ୍ରଥମ ଦିନ ?

ରବିବାର ଦିନ କାବୁଲକୁ କବଜା ପରେ ସୋମବାର ତାଲିବାନୀ ଶାସନର ପ୍ରଥମ ଦିନ ଥିଲା । ଟୋଲୋ ନ୍ୟୁଜ୍ ଅନୁସାରେ ଗୋଟିଏ ଦିନ ମଧ୍ୟରେ ଆଫଗାନିସ୍ତାନରେ ଅନେକ ପରିବର୍ତ୍ତନ ହୋଇଛି । ଅଧିକାଂଶ ଦୋକାନ, ବ୍ୟବସାୟ, ସରକାରୀ କାର୍ଯ୍ୟାଳୟ ଇତ୍ୟାଦି ବନ୍ଦ ରହିଥିଲେ । ଟ୍ରାଫିକ ଉପରେ ମଧ୍ୟ ଏହାର ପ୍ରଭାବ ପଡିଥିଲା । ଏଥି ସହିତ ସର୍ବସାଧାରଣ ସ୍ଥାନରେ ମହିଳାଙ୍କୁ ଦେଖିବାକୁ ମିଳିନଥିଲା ।

ସରକାରୀ ଅନୁଷ୍ଠାନଗୁଡିକ ଶୀଘ୍ର ଖୋଲାଯିବା ଉଚିତ ବୋଲି ଅନେକ ଆଫଗାନୀ ଦାବି କରିଛନ୍ତି । ଯଦ୍ୱାରା ଲୋକମାନେ ସାଧାରଣ ଜୀବନ ବ୍ୟତିତ କରିପାରିବେ । ସେହିପରି କେତେକ ସହରରେ ବେଆଇନ ସଶସ୍ତ୍ର ଗୋଷ୍ଠୀର ଉପସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଆଗାମୀ ସମୟରେ ଅତି ଆବଶ୍ୟକ ଥିଲେ ଯାଇ ଘରୁ ବାହାରିବେ ବୋଲି କହିଛନ୍ତି କିଛି ଲୋକ ।

ତାଲିବାନ ଶାସନରେ ଯୁବତୀ ଓ ମହିଳାମାନେ ସବୁଠୁ ଅଧିକ ବିପଦର ସାମ୍ନା କରିବେ ବୋଲି କୁହାଯାଉଛି । କାରଣ ତାଲିବାନୀ କାନୁନରେ ଝିଅମାନଙ୍କୁ ସ୍କୁଲ ଯିବାକୁ ଦିଆଯାଏ ନାହିଁ । ମହିଳାମାନେ ପାଠ ପଢ଼ିପାରିବେ ନାହିଁ, ପଢ଼ାଇପାରିବେ ନାହିଁ, ଚାକିରୀ କରିପାରିବେ ନାହିଁ । ମହିଳାଙ୍କୁ ଶରୀରକୁ ପୂରା ଢାଙ୍କିଥିବା ପୋଷାକ ବିନା ଏବଂ କୌଣସି ପୁରୁଷଙ୍କୁ ସାଥିରେ ନନେଇ ଘରୁ ଗୋଡ଼ କାଢ଼ିବାର ଅଧିକାର ନାହିଁ ।

ନିୟମ ଭାଙ୍ଗିଲେ ସର୍ବସାଧାରଣ ସ୍ଥାନରେ ଚାବୁକ ମାଡ଼, ଟେକାପଥର ମାଡ଼, ଏମିତିକି ମୃତ୍ୟୁ ଦଣ୍ଡର ମଧ୍ୟ ବ୍ୟବସ୍ଥା ରହିଛି । କାବୁଲ୍ କବଜା କରିବା ପରେ ତାଲିବାନ ଆତଙ୍କୀ ବିଭିନ୍ନ ସ୍ଥାନରେ ମହିଳାଙ୍କ ଫଟୋ ଥିବା ବିଜ୍ଞାପନକୁ ଢାଙ୍କି ଦେଇଥିବା ଦେଖିବାକୁ ମିଳିଛି । ତେଣୁ ଆଗକୁ ଅତ୍ୟାଚାର ବଢ଼ିବା ନିଶ୍ଚିତ ବୋଲି ଆଙ୍କା କରାଯାଉଛି । ସେମାନଙ୍କୁ ଘରେ ରହି ମଧ୍ୟ ବନ୍ଦୀ ଜୀବନ କାଟିବାକୁ ପଡ଼ିପାରେ ।

ସେପଟେ ୧୩-୧୪ ବର୍ଷରୁ ଅଧିକ ଝିଅ ଓ ବିଧବା ମହିଳାଙ୍କୁ ତାଲିବାନ ଆତଙ୍କୀ ଜୋରଜବରଦସ୍ତ ଯୌନଦାସୀ ବନାଉଥିବା ଅଭିଯୋଗ ହେଉଛି । ବିଭିନ୍ନ ଜେଲରୁ କୁଖ୍ୟାତ ଅପରାଧିଙ୍କୁ ମୁକ୍ତ କରି ଦିଆଯାଇଥିବାରୁ ସେମାନେ ମଧ୍ୟ ମହିଳା ଓ ଶିଶୁଙ୍କ ପ୍ରତି ବିପଦ ସୃଷ୍ଟି କରିପାରନ୍ତି ।