Advertisment

’ଆମେରିକା ବହୁତ ସାହାଯ୍ୟ କଲା, ବର୍ତ୍ତମାନ ଆଫଗାନ୍ ନିଜେ ସ୍ଥିର କରୁ ନିଜ ଭବିଷ୍ୟତ’

ଆଫଗାନିସ୍ତାନକୁ ଗଢିବା କିମ୍ବା ସେଠାରେ ଗଣତନ୍ତ୍ର ପ୍ରତିଷ୍ଠା କରିବା ନୁହେଁ ବରଂ ଆମେରିକାରେ ଯେଭଳି ପୁଣି ଆତଙ୍କବାଦୀ ଆକ୍ରମଣ ନହେବ, ତାହା ଆମର ଫୋକସ୍ ବୋଲି ସେ କହିଥିଲେ । ଏହାଛଡ଼ା ଆଫଗାନ ରାଜନୈତିକ ନେତା ମାନେ ଦେଶର ଭବିଷ୍ୟତ ନେଇ ଏକାଠି ହୋଇପାରୁନାହାନ୍ତି । ଅତୀତରେ ଆଫଗାନିସ୍ତାନରେ ହୋଇଥିବା ଭୁଲକୁ ମୁଁ ଆ ଦୋହରାଇବାକୁ ଚାହୁଁନାହୁଁ ବୋଲି ଦେଶକୁ ସମ୍ବୋଧନ କରି କହିଛନ୍ତି ବାଇଡେନ୍ ।

author-image
Prangyan Parimita
undefined

joe-biden

ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ପ୍ରସଙ୍ଗରେ ଜୋ ବାଇଡେନ୍ ଦ୍ୱାଇଟ୍ ହାଉସରୁ ଦେଶକୁ ସମ୍ବୋଧିତ କରିଛନ୍ତି । ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତିରେ ମୁଁ ଅଟଳ, ଆମର ସେନା ବହୁତ ବଳିଦାନ ଦେଇଛନ୍ତି । ବର୍ତ୍ତମାନ ଆଫଗାନିସ୍ତାନର ଲୋକମାନଙ୍କ ଉପରେ ସେମାନଙ୍କର ଭବିଷ୍ୟତ । ତେଣୁ ସେମାନଙ୍କୁ ଆଗକୁ ଆସି ଯୁଦ୍ଧ ଲଢ଼ିବାକୁ ପଡ଼ିବ । ତେବେ ଆଫଗାନିସ୍ତାନରେ ଯଦି ଆମେରିକୀୟଙ୍କୁ ଆକ୍ରମଣ ହୁଏ ତେବେ ସ୍ଥିତି ଭୟଙ୍କର ହେବ ବୋଲି ଚେତାଇ ଦେଇଛନ୍ତି ବାଇଡେନ୍ । ଆଫଗାନ୍ ସୈନ୍ୟ ଯୁଦ୍ଧ ଲଢିବାକୁ ଚାହୁଁନଥିବା ବେଳେ ଆମେରିକା ସୈନ୍ୟଙ୍କୁ ସେଠାରେ ମରିବାକୁ ଛାଡ଼ି ଦିଆଯିବନି ।

Advertisment

ଆଫଗାନିସ୍ତାନକୁ ଗଢିବା କିମ୍ବା ସେଠାରେ ଗଣତନ୍ତ୍ର ପ୍ରତିଷ୍ଠା କରିବା ନୁହେଁ ବରଂ ଆମେରିକାରେ ଯେଭଳି ପୁଣି ଆତଙ୍କବାଦୀ ଆକ୍ରମଣ ନହେବ, ତାହା ଆମର ଫୋକସ୍ ବୋଲି ସେ କହିଥିଲେ । ଏହାଛଡ଼ା ଆଫଗାନ ରାଜନୈତିକ ନେତା ମାନେ ଦେଶର ଭବିଷ୍ୟତ ନେଇ ଏକାଠି ହୋଇପାରୁନାହାନ୍ତି । ଅତୀତରେ ଆଫଗାନିସ୍ତାନରେ ହୋଇଥିବା ଭୁଲକୁ ମୁଁ ଆ ଦୋହରାଇବାକୁ ଚାହୁଁନାହୁଁ ବୋଲି ଦେଶକୁ ସମ୍ବୋଧନ କରି କହିଛନ୍ତି ବାଇଡେନ୍ ।

ସେପ୍ଟେମ୍ବର ୧୧, ୨୦୦୧ରେ ଆମେରିକାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ବିରୋଧରେ ଆମେ ଆଫଗାନିସ୍ତାନ ଯାଇଥିଲୁ । ଅଲକାଏଦା ଆତଙ୍କବାଦୀ ସଂଗଠନ ଯେମିତି ଆଫଗାନ ମାଟିକୁ ଆମେରିକା ବିରୋଧରେ ବ୍ୟବହାର କରିପାରିବ ନାହିଁ, ତାହାକୁ ନିଶ୍ଚିତ କରିବାକୁ ଆଫଗାନିସ୍ତାନରେ ପଶିଥିଲା ଆମେରିକା । ୧୦ ବର୍ଷ ତଳୁ ଆମେ ଆମର ଲକ୍ଷ୍ୟ ପୂରଣ କରିସାରିଛୁ ବୋଲି ବାଇଡେନ କହିଛନ୍ତି । ତେବେ ଆଫଗାନିସ୍ତାନ ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ସେ ସୂଚନା ଦେଇଛନ୍ତି ।

Advertisment

ସେପଟେ ତାଲିବାନ୍ ରାଜରେ ଆଫଗାନିସ୍ତାନର ନୂଆ ନାଁ ହେବାକୁ ଯାଉଛି- ଇସଲାମିକ୍ ଏମିରେଟ୍ସ ଅଫ୍ ଆଫଗାନିସ୍ତାନ୍ । ନୂଆ ରାଷ୍ଟ୍ରପତି ହୋଇପାରନ୍ତି ତାଲିବାନ୍ ଟପ୍ ନେତା ତଥା ସଂଗଠନର ସହ ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ୍ ଘନି ବରାଦର୍ । ତାଲିବାନ ଶାସନଭାର ହାତେଇବା ପରେ ବଦଳିବାକୁ ଯାଉଛି ଦେଶର କାୟାକଳ୍ପ । ଆଶଙ୍କା କରାଯାଉଛି, ୨୦୦୧ ମସିହା ପରଠାରୁ ୨ ଦଶନ୍ଧି ଭିତରେ ଆଫଗାନବାସୀଙ୍କ ଜୀବନରେ ଯେଉଁ ସୁଖ ଶାନ୍ତି, ସ୍ୱାଧୀନତା ଓ ଉନ୍ନତି ଆସିଥିଲା, ତାହା ପୁଣି ଅନ୍ଧାର ଭିତରକୁ ଠେଲି ହୋଇଯିବ । ଇତିହାସର କଳା ଅଧ୍ୟାୟ ପୁଣି ଦେଖିବାକୁ ପଡ଼ିପାରେ ଆଫଗାନବାସୀ ସେଥିପାଇଁ ଭୟରେ ହଜାର ହଜାର ସଂଖ୍ୟାରେ ଲୋକ ଦେଶ ଛାଡ଼ି ଚାଲିଯିବାକୁ ଚେଷ୍ଟା କରୁଛନ୍ତି । ବିଶେଷ କରି ତାଲିବାନ କ୍ଷମତାକୁ ଆସିବା ପରେ ପୁଣି ପୂର୍ବଭଳି କଠୋର ସରିୟା ଲ ଲାଗୁ କରିବା ଆଶଙ୍କା କରାଯାଉଛି, ଯେଉଁଥିରେ ମହିଳାମାନଙ୍କୁ ଅକଥନୀୟ ନିର୍ଯାତନା ସହିବାକୁ ପଡ଼ିପାରେ ।

Afghanistan Joe Biden Taliban Attack Afghanistan
Advertisment
Advertisment