ନୂଆଦିଲ୍ଲୀ: ବିଜୟା ଦଶମୀ ଉପଲକ୍ଷେ ସିଏଏ ଉପରେ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ଦେଇଥିବା ଭାଷଣରେ କଡ଼ା ପ୍ରତିକ୍ରୀୟା ରଖିଛନ୍ତି ଏଆଇଏମ୍ଆଇଏମ୍ ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସୀ। ମୁସଲମାନେ ଛୁଆ ନୁହଁନ୍ତି ଯେ ତାଙ୍କୁ କେହି ଭ୍ରମିତ କରିଦେବ ବୋଲି କହିଛନ୍ତି ଓୱେସୀ। ବିଜୟା ଦଶମୀ ଉପଲକ୍ଷେ ଏକ ଭାଷଣରେ ପାଖାପାଖି ୭୦ ମିନିଟ ଧରି ଭାଷଣ ଦେଇଥିଲେ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ। ଏହି ଭାଷଣରେ ସିଏଏ ଉପରେ ମନ୍ତବ୍ୟ ଦେଇ ଭାଗବତ କହିଥିଲେ “ସିଏଏ କୌଣସି […]
ନୂଆଦିଲ୍ଲୀ: ଆର୍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ରେ ଲେଖିଛନ୍ତି “ ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ମୋ ଠାରେ କରୋନାର ଲକ୍ଷଣ ନାହିଁ ଓ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଆଇସୋଲେସନ୍ରେ ରହି କାମ କରିବି। ସାଧାରଣ ଦିନ ଭଳି ଆର୍ବିଆଇ କାର୍ଯ୍ୟ ଚାଲୁ ରହିବ। ଟେଲିଫୋନ୍ ଓ ଭିଡିଓ କନଫରେନ୍ସି ଦ୍ୱାରା ସମସ୍ତ ଡେପୁଟି ଗଭର୍ଣ୍ଣର ଓ […]
ନୂଆଦିଲ୍ଲୀ: ବିଜୟାଦଶମୀରେ ଶସ୍ତ୍ର ପୂଜା ପରେ ଡ୍ରାଗନକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚେତାବନୀ ଦେଇଛନ୍ତି। କୌଣସି ପରିସ୍ଥିତିରେ ଆମର ଇଞ୍ଚେ ଜମି କେହି ନେଇପାରିବେ। ନାହଁ ଭାରତ-ଚୀନ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ସବୁବେଳେ ଉଦ୍ୟମ କରି ଆସୁଛି ବୋଲି ରାଜନାଥ କହିଛନ୍ତି। ଦାର୍ଜିଲିଂର ସୁଖନା ଯୁଦ୍ଧ ସ୍ମାରକୀରେ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ବୀର ଯବାନମାନଙ୍କ ତ୍ୟାଗ ଓ ବଳିଦାନକୁ ସେ ମନେ ପକାଇଥିଲେ ରାଜନାଥ। ଏଥିସହ ରାଜନାଥ ଅତ୍ୟାଧୁନିକ […]
ଭୁବନେଶ୍ୱର: ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତେବେ କରୋନାରେ ଆକ୍ରାନ୍ତ ହୋଇଥିଲେ ବି ତାଙ୍କର କୌଣସି ଲକ୍ଷଣ ନାହିଁ । ସେ ଏବେ ସୁସ୍ଥ ଅଛନ୍ତି ବୋଲି ମଧ୍ୟ ଟ୍ୱିଟ୍ ଯୋଗେ ଜଣାଇଛନ୍ତି। ସେ କହିଛନ୍ତି, ଆଇସୋଲେସନରେ ରହି କାମ କରିବି। ଏହି ଅବସରରେ ସେ ଭିଡିଓ କନ୍ଫରେନ୍ସିଂରେ ଡେପୁଟି ଗଭର୍ଣ୍ଣର ମାନଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି […]
ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଭାରତ-ଚୀନ ସେନାଙ୍କ ମଧ୍ୟରେ ଗତ କିଛି ମାସ ଧରି ଉତ୍ତେଜନା ଲାଗି ରହିଛି। ପରିସ୍ଥିତିକୁ ଦେଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ଚୀନ୍ ଭର୍ତ୍ସନା କରିଛନ୍ତି। ଇଶାରାରେ ଚୀନୀରୁ ଆରମ୍ଭ କରି ପାକିସ୍ତାନ ପର୍ଯ୍ୟନ୍ତ ସମସ୍ତଙ୍କୁ ଚେତାବନୀ ଦେଇଛନ୍ତି। ଶତ୍ରୁ ଦେଶକୁ ଚେତାବନୀ ଦେଇ କହିଛନ୍ତି, ଯଦି ଦେଶ ପ୍ରତି କୌଣସି ବିପଦ ଆସେ, ତା ହେଲେ ତାର ଦୃଢ଼ ଜବାବ ଦିଆଯିବ ବୋଲି […]
କାଠମାଣ୍ଡୁ: ଭାରତର ଗୁଇନ୍ଦା ଏଜେନ୍ସି RAW (Research and Analysis Wing)ର ମୁଖ୍ୟ ସାମନ୍ତ କୁମାର ଗୋୟଲଙ୍କୁ ଭେଟିବା ପରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ନରମିଥିବା ଦେଖିବାକୁ ମିଳୁଛି। ଓଲି ବିଜୟାଦଶମୀର ଶୁଭକାମନା ଜଣାଇବାବେଳେ ନିଜ ଫଟୋ ସହ ସୋଶାଲ ମିଡିଆରେ ନେପାଳର ପୁରୁଣା ନକ୍ସା ଶେୟାର କରିଛନ୍ତି । ଏହି ନକ୍ସାରେ କଳାପାଣି, ଲିପୁଲେଖ, ଲିମ୍ପିୟାଧୁରାକୁ ବାଦ୍ ଦିଆଯାଇଛି। ଅବଶ୍ୟ ବିରୋଧୀ ଦଳ ଏ ନେଇ ପଚାରିବାରୁ ଓଲି ଭିନ୍ନ ଉତ୍ତର ଦେଇଛନ୍ତି। […]
ନୂଆଦିଲ୍ଲୀ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ସରିଫ କାରଗିଲ୍ ଯୁଦ୍ଧକୁ ନେଇ ବଡ ଖୁଲାସା କରିଛନ୍ତି। ‘ପିଏମଏଲ -ଏନ’ ର ମୁଖ୍ୟ ନବାଜ କହିଛନ୍ତି, ୧୯୯୯ କାର୍ଗିଲ ଯୁଦ୍ଧ ପାକିସ୍ତାନ ସେନା ପକ୍ଷରୁ ଆରମ୍ଭ ହୋଇ ନ ଥିଲା। ବରଂ ସେନାର କିଛି ଜେନେରାଲ ଏହି ଯୁଦ୍ଧକୁ ଆରମ୍ଭ କରିଥିଲେ। ଏହାଦ୍ୱାରା ପାକିସ୍ତାନ ବିଶ୍ୱ ସମୁଦାୟ ଆଗରେ ଲଜ୍ଜିତ ହେଇଥିଲା। ନବାଜ ସରିଫ ଲଣ୍ଡନରୁ ଏକ ରାଲିକୁ ସମ୍ବୋଧିତ କରି କହିଥିଲେ, ଏହି ଯୁଦ୍ଧରେ ପାକିସ୍ତାନୀ ସେନାଙ୍କୁ […]
ନୂଆଦିଲ୍ଲୀ: ଦେଶରେ ପାଳିତ ହେଉଛି ଦୁର୍ଗତିନାଶିନୀ ମାଆ ଦୁର୍ଗାଙ୍କ ପର୍ବ ଦଶହରା। କୋଭିଡ୍ର କଟକଣା ସତ୍ତ୍ୱେ ଗାଇଡ୍ ଲାଇନ୍କୁ ପାଳନ କରି ଦେଶର ବିଭିନ୍ନ କୋଣରେ ଜମୁଛି ନାଚ, ଗୀତ ଏବଂ ନାଟକର ଆସର। ଏହି ସମୟରେ ବିଭିନ୍ନ ସ୍ଥାନରେ ମାଆ ଦୁର୍ଗାଙ୍କ ଉପରେ ଆଧାରିତ ଗୀତିନାଟ୍ୟର ଆୟୋଜନ କରାଯାଉଛି। ତେବେ ମଞ୍ଚରେ ଚାଲିଥିବା ପୌରାଣିକ ନାଟକର ଏକ ଅଂଶ ଏବେ ଟ୍ୱିଟରରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ କଳାକାର ରାବଣର ଭୂମିକାରେ ଅଭିନୟ କରୁଛନ୍ତି। […]
ନୂଆଦିଲ୍ଲୀ: ଶକ୍ତି କ୍ଷେତ୍ରରେ ଭାରତର ଭବିଷ୍ୟତ ଉଜ୍ଜ୍ୱଳ ଓ ସୁରକ୍ଷିତ। ଅଗ୍ରାଧିକାର ଭିତ୍ତିରେ ଶକ୍ତି କ୍ଷେତ୍ରକୁ ଆମ ସରକାର ଗୁରୁତ୍ୱ ଦେଉଥିବା ଆଜି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇଣ୍ଡିଆ ଏନର୍ଜି ଫୋରମ୍ର ଭର୍ଚୁଆଲ୍ ମିଟିଂରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି-ସୂର୍ଯ୍ୟଙ୍କ ରଥକୁ ଟାଣୁଥିବା ସପ୍ତ ଅଶ୍ୱଙ୍କ ଭଳି ଭାରତର ଶକ୍ତି ମାନଚିତ୍ରର ବିକାଶ ପାଇଁ ସାତଟି ମୁଖ୍ୟ ସୂତ୍ର ଆପଣାଯାଉଛି। ଯାହାମଧ୍ୟରେ ପ୍ରଦୂଷଣ ଶୂନ୍ୟ କୋଇଲା ଓ ପେଟ୍ରୋଲିୟମ୍ର ବ୍ୟବହାର, ଘରୋଇ ବ୍ୟବହାର ପାଇଁ ଜୈବ […]
ନୂଆଦିଲ୍ଲୀ: କେରଳରେ ଲ୍ୟାଣ୍ଡ କରିଛି ସି ପ୍ଲେନ୍ Twin Otter 300। ମାଲଦୀପରୁ ଉଡ଼ାଣ ନେବା ପରେ ଗତକାଲି କେରଳରେ ଓହ୍ଲାଇଛି । ଏହାପରେ କିଛି ସମୟ ପାଇଁ କେରଳ ଅନ୍ତଃରାଜ୍ୟ ଜଳପଥରେ ଭ୍ରମଣ କରିଥିଲା ସିପ୍ଲେନ୍। ଏହା ଉଡ଼ାଣ ଭରି ଏହା ଗୁଜରାଟ ଅହମ୍ମଦାବାଦରେ ପହଞ୍ଚିଥିଲା। ସାବରମତୀ ନଦୀରେ ଷ୍ଟାଚୁ ଅଫ୍ ୟୁନିଟ୍ ପର୍ଯ୍ୟନ୍ତ ଜଳପଥରେ ଯାଇଥିଲା। ୧୯ ସିଟ୍ ବିଶିଷ୍ଟ ସି ପ୍ଲେନ୍Twin Otter-300 Spicejet ଜ୍ଞାନ କୌଶଳରେ ନିର୍ମାଣ ହୋଇଛି। ମାଲଦୀପରେ ଏହା […]
ଇସଲାମାବାଦ: ପାକିସ୍ତାନ ପେଶାୱାର ଠାରେ ଥିବା ଏକ ମଦ୍ରାସାରେ ଭୟଙ୍କର ବିସ୍ଫୋରଣ ହୋଇଛି। ଖବର ଅନୁସାରେ, ଏହି ଘଟଣାରେ ପାଖାପାଖି ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ ଜଣ ଆହତ ହୋଇଛନ୍ତି। ପେଶାୱାର ଏକ କଲୋନୀରେ ଥିବା ମଦ୍ରାସାରେ ଏହି ବିସ୍ଫୋରଣ ଘଟିଥିଲା। ସ୍ଥାନୀୟ ପୋଲିସ କର୍ମଚାରୀ ରୟଟର୍ସକୁ ଦେଇଥିବା ସୂଚନା ମୁତାବକ, କେହି ଜଣେ ଅଜଣା ବ୍ୟକ୍ତି ବିସ୍ଫୋରକ ଥିବା ଏକ ପ୍ଲାଷ୍ଟିକ ବ୍ୟାଗ୍ ଆଣି ମଦ୍ରାସାରେ ରଖିଥିଲା। ଫଳରେ ଭୟଙ୍କର ବିସ୍ଫୋରଣ ହୋଇଛି। […]
ମୁମ୍ବାଇ:କରୋନା ଲକ୍ଡାଉନ ଯୋଗୁ ସାରା ଦେଶରେ ଦେଖା ଦେଇଥିବା ସଙ୍କଟ ସମୟରେ ସମସ୍ତଙ୍କୁ ସହାୟତାର ହାତ ବଢାଇଥିଲେ ବଲିଉଡ୍ ଅଭିନେତା ସୋନୁ ସୁଦ୍। ବିଶେଷ କରି ଗରିବ ଏବଂ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ସେ ରିଅଲ ହିରୋ ପାଲଟି ଯାଇଥିଲେ। ଜଣେ ବା ଦୁଇଜଣ ନୁହେଁ, ହଜାର ହଜାର ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚିତ ହୋଇଥିଲେ। ଏଥିପାଇଁ କିଏ ତାଙ୍କୁ ଭଗବାନଙ୍କ ଅବତାର ବୋଲି କହୁଥିଲା ତ କିଏ ତାଙ୍କୁ ପ୍ରକୃତ ହିରୋ ବୋଲି କହୁଥିଲା। କିନ୍ତୁ […]
ପାଟନା: ବିହାର ବିଧାନସଭା ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ୩୪% ଙ୍କ ନାଁରେ ଅପରାଧିକ ମାମଲା ରହିଛି। ପ୍ରାର୍ଥୀଙ୍କ ସତ୍ୟପାଠରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧,୪୬୩ ପ୍ରାର୍ଥୀମାନଙ୍କ ଦାଖଲ ସତ୍ୟପାଠକୁ ବିଶ୍ଳେଷଣ କରି ବିହାର ଇଲେକ୍ସନ ୱାଚ୍ ଏବଂ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫୋର୍ମସ(ADR) ଏହି ରିପୋର୍ଟ ପ୍ରକାଶ କରିଛି। ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧,୪୬୩ ପ୍ରାର୍ଥୀଙ୍କ ମଧ୍ୟରେ ୫୦୨(୩୪%) ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି। ପୁଣି […]
ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ଭାରତ ଓ ଆମେରିକା ମଧ୍ୟରେ ଟୁ ପ୍ଲସ ଟୁ ବୈଠକ ଆରମ୍ଭ ହୋଇଛି। ଆମେରିକା ପ୍ରତିରକ୍ଷା ସଚିବ ମାର୍କ ଏସ୍ପର ଓ ବୈଦେଶିକ ସଚିବ ମାଇକ ପମ୍ପିଓଙ୍କ ସହ ଭାରତ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଆଲୋଚନା କରୁଛନ୍ତି। ଏହି ବୈଠକରେ BECA ଅର୍ଥାତ୍ ବେସିକ ଏକ୍ସଚେଞ୍ଜ ଆଣ୍ଡ କୋ-ଅପରେଶନ ଏଗ୍ରିମେଣ୍ଟ ଫର ଜିଓ ସ୍ପେଶିଆଲ କୋ-ଅପରେଶନ ପାଇଁ ରାଜିନାମା ସ୍ୱାକ୍ଷର କରିବେ […]
ଶ୍ରୀଗନର: ଜାମ୍ମୁ-କାଶ୍ମୀର ପୋଲିସକୁ ମିଳିଛି ବଡ଼ ସଫଳତା । ଗତକାଲିଠୁ ଅଓ୍ୱନ୍ତିପୋରାରେ ଜାରି ରହିଥିବା ସୁରକ୍ଷାବଳର ଘାତକ ଅପରେସନରେ ଜଣେ ଆତଙ୍କୀ ନିହତ ହୋଇଛନ୍ତି। ଅନ୍ୟ ଜଣେ ଆତଙ୍କୀ ସୁରକ୍ଷାକର୍ମୀଙ୍କ ନିକଟରେ ଆତ୍ମସମର୍ପଣ କରିଛି। ନିହତ ଆତଙ୍କବାଦୀର ପରିଚୟ ମିଳିନଥିବା ବେଳେ ଆତ୍ମସମର୍ପଣ କରିଥିବା ଆତଙ୍କବାଦୀ ଜଣକ ହିଜବୁଲ ମୁଜାହିଦନ ସଂଗଠନର ଜଣେ ସକ୍ରିୟ ସଦସ୍ୟ ସାକିବ୍ ଅକବର ଓ୍ୱାଜା ବୋଲି ଜଣାପଡ଼ିଛି। କିଛି ଦିନ ତଳେ ସେ ହିଜବୁଲରେ ସାମିଲ ହୋଇ ଟ୍ରେନିଂ ନେଇଛି । […]
ନୂଆଦିଲ୍ଲୀ: ହାଥରସ ଘଟଣାର ଶୁଣାଣି ରାଜ୍ୟ ବାହାରେ କରିବାକୁ ନେଇ ହୋଇଥିବା ଆବେଦନକୁ ରଦ୍ଦ କରିଦେଇଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ଶୁଣାଣି କରି କୋର୍ଟ କହିଛନ୍ତି ଯେ ଏବେ ସିବିଆଇ ଘଟଣାର ତଦନ୍ତ କରୁଛି। ଏଭିଳି ସ୍ଥିତିରି ମାମଲାକୁ ତୁରନ୍ତ ବାହାରକୁ ଟ୍ରାନ୍ସଫର କରିବା ଆବଶ୍ୟକ ନାହିଁ। କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସମସ୍ତ ଘଟଣା ଉପରେ ହାଇକୋର୍ଟ ନଜର ରଖିଛନ୍ତି। ତେଣୁ ମାମଲାର ସୁପ୍ରିମକୋର୍ଟ ଯାଞ୍ଚ ଆବଶ୍ୟକ ନାହିଁ। ଏବେ ତଦନ୍ତ ଚାଲିଛି, […]
ନୂଆଦିଲ୍ଲୀ: ଦିନକୁ ଦିନ ପିଆଜ ଦର ବଢିବାରେ ଲାଗିଛି। ବାହାର ଜଳଖୀଆ ଦୋକାନ ହେଉ ଅବା ରୋଷେଇ ଶାଳ ପିଆଜର ଆଜିକାଲି କମ୍ ଦେଖା ମିଳୁଛି। ଏବେ ଏଦି ଦର୍ଦାମ୍ର ବୃଦ୍ଧି ଭିତରୁ ୨ ଲକ୍ଷରୁ ଅଧିକ ଟଙ୍କାର ପିଆଜ ଚୋରି ହୋଇଥିବା ଖବର ମିଳିଛି। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ର ପୁଣେରେ। ପିଆଜ ଚୋରି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ପୁଣେ ରୁରାଲ ପୋଲିସ। ମହାରାଷ୍ଟ୍ରରେ ପିଆଜ ଦର ଏବେ ଆକାଶ ଛୁଆଁ ହୋଇଥିବା […]
ଫରିଦାବାଦ: ଗତକାଲି ହରିୟାଣାର ଏକ କଲେଜ୍ ସମ୍ମୁଖରେ ଜଣେ ଛାତ୍ରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଲଭ୍-ଜିହାଦ୍ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ପରିବାର ଲୋକେ କହିଛନ୍ତି। ଘଟଣା ମୁତାବକ ଗତକାଲି ଫରିଦାବାଦ୍ର ବାଲାବଗଡ଼ଠାରେ ଜଣେ ୨୧ ବର୍ଷୀୟ ଯୁବତୀଙ୍କୁ ଦୁଇଜଣ ଯୁବକ ତାଙ୍କ କଲେଜ୍ ସମ୍ମୁଖରେ ଅପହରଣ କରିବାକୁ ଚେଷ୍ଟା କରିଥିଲେ। ଏଥିରେ ବିଫଳ ହେବାରୁ ଯୁବକ ଜଣକ ଉକ୍ତ ଯୁବତୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ଯୁବତୀଙ୍କ ମୃତ୍ୟୁ ହୋଇଯାଇଥିଲା। […]
ମୁମ୍ବାଇ: ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍ବୁକ ଫ୍ରେଣ୍ଡ। ସୋମବାର ଅଭିନେତ୍ରୀ ମାଲବୀ ମଲହୋତ୍ରାଙ୍କୁ ଛୁରାମାଡ଼ କରିଛନ୍ତି ତାଙ୍କ ଫେସ୍ବୁକ ବନ୍ଧୁ କୁମାର ମହିପାଲ ସିଂହ। ମୁମ୍ବାଇର ବରସୋଭାସ୍ଥିତ ଫିଶେରିସ୍ ୟୁନିଭର୍ସିଟି ରୋଡ୍ ନିକଟରେ ଘଟିଛି ଏଭଳି ଘଟଣା। ମାଲ୍ବୀ ଅନେକ ଟିବି ଶୋ’ରେ କାମ କରିବା ସହିତ ଫିଲ୍ମ ହୋଟେଲ୍ ମିଲନ୍ରେ ବି ସେ ଅଭିନୟ କରିଛନ୍ତି। ମହିପାଲ ହିରୋଇନ୍କୁ ଛୁରା ମାରିବା ପରେ ନିଜ ଅଡି କାର୍ରେ ବସି ସେଠାରୁ […]
ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ଏବେ ଯେକୌଣସି ବ୍ୟକ୍ତି ଜାଗା କିଣି ସେଠାରେ ବସବାସ କରିପାରିବେ। ଏ ନେଇ ଆଜି ଗୃହ ବିଭାଗ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। କିନ୍ତୁ ଏବେ ମଧ୍ୟ ଚାଷ ଜମି ଉପରେ କିଣାବିକା ରୋକ୍ ଜାରି ରହିଛି। ଜାମ୍ମୁ କାଶ୍ମୀର ଉପ-ରାଜ୍ୟପାଳ ମନୋଜ ସିହ୍ନାଙ୍କ କହିବା ମୁତାବକ ରାଜ୍ୟକୁ ବାହାରର ଇଣ୍ଡଷ୍ଟ୍ରି ଗୁଡ଼ିକ ଆସିଲେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହେବ। ତେଣୁ ଶିଳ୍ପ ଉପଯୋଗୀ ଜମିଗୁଡ଼ିକରେ ଟଙ୍କା ବିନିଯୋଗ ହେବା ଜରୁରୀ। […]
ନୂଆଦିଲ୍ଲୀ: ଭାରତର ସାର୍ବଭୌମତ୍ୱ ରକ୍ଷା କରାଯିବା ପ୍ରୟାସକୁ ଆମେରିକା ସମର୍ଥନ ଜଣାଇଛି। ଗଲୱାନ୍ ଘାଟିରେ ସହିଦ ହୋଇଥିବା ଯବାନଙ୍କ ବଳିଦାନକୁ ସମ୍ମାନ ଜଣାଇଛନ୍ତି ଆମେରିକାର ବୈଦେଶିକ ସଚିବ ମାଇକ ପମ୍ପିଓ। ସୀମାରେ ଦେଖାଦେଇଥିବା ଉତ୍ତେଜନା ଓ ଏହାକୁ ପ୍ରତିହତ କରିବା ପାଇଁ ଭାରତର ପ୍ରୟାସ ସମର୍ଥନ ଜଣାଇବା ସହିତ ଭାରତ ପ୍ରତି ଆମେରିକାର ଅକୁଣ୍ଠିତ ସମର୍ଥନ ଥିବା କହିଛନ୍ତି ଆମେରିକାର ବୈଦେଶିକ ସଚିବ ପମ୍ପିଓ। ଏହାଛଡ଼ା ଭାରତ- ଆମେରିକା ଭିତରେ ସମ୍ପର୍କ ଆହୁରି ସୁଦୃଢ଼ ହେବ। ଦୁଇ […]
ପାଟନା: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି।ଭୋଟରମାନେ କୋଭିଡ୍ ଗାଇଡ୍ଲାଇନ୍ସ ମାନି ମତଦାନ କେନ୍ଦ୍ରରେ ଭୋଟ୍ ଦେଉଛନ୍ତି। ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରି ଭୋଟ୍ ଦେଉଛନ୍ତି ଲୋକେ। ମୋଟ୍ ୨୪୩ଟି ଆସନରୁ ପ୍ରଥମ ପର୍ଯ୍ୟାୟରେ ୭୧ଟି ଆସନ ପାଇଁ ମତଦାନ ଚାଲିଛି। ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି। ଭୋଟ୍ ଗ୍ରହଣ ଲାଗି ୩୧ […]
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ପୁଣି ୨ ଆତଙ୍କୀଙ୍କ ମୃତ୍ୟୁ ଘଟିଛି। ବଡ଼ଗାମର ଆରିବାଗ ମାଚାମା ଅଞ୍ଚଳରେ ଏହି ଏନ୍କାଉଣ୍ଟର କରିଛନ୍ତି ସୁରକ୍ଷାକର୍ମୀ । ଏହି ଅଞ୍ଚଳରେ କିଛି ଆତଙ୍କୀ ଲୁଚି ରହିଥିବା ଖବର ପାଇ ସର୍ଚ୍ଚ ଅପରେସନ ଚାଲିଥଲା। ମୃତ ଆତଙ୍କୀର ପରିଚୟ ଅସ୍ପଷ୍ଟ ରହିଛି ।ତେବେ ଉକ୍ତ ଅଞ୍ଚଳରେ ଆହୁରି କିଛି ଆତଙ୍କୀ ଲୁଚି ରହିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଜାରି ରଖିଛି ସେନା। ସୂଚନାଥାଉ କି, ଗତକାଲି ଜାମ୍ମୁ କାଶ୍ମୀର […]
ଫିଲିପାଇନ୍ସ: ବିବାହ ପାଇଁ ଯିବାବେଳେ ବାଟରେ ବାଧକ ସାଜିଥିଲା ନଦୀ। ହେଲେ ହାର୍ ନ ମାନି ଏକାଠି ନଦୀ ପାର୍ କରି ବିବାହ ସମ୍ପନ୍ନ କରିଥିଲେ ଏହି କପଲ୍। ଯାହାର ଫଟୋ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ ହେଉଛି। ଫିଲିପାଇନ୍ସରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ଭାଇରାଲ୍ ଫଟୋରେ ଦେଖିବାକୁ ମିଳିଛି ଦୁଲ୍ହା-ଦୁଲ୍ହନ ବିବାହ ପୋଷାକ ପିନ୍ଧି ନଦୀ ପାର୍ ହେଉଛନ୍ତି। ଦୁଲ୍ହନ ଯେତେବେଳେ ଉଛୁଳା ପାଣିରେ ନଦୀ ପାର୍ କରୁଛନ୍ତି, ସେହି ସମୟରେ ଦୁଲ୍ହା, […]
ନୂଆଦିଲ୍ଲୀ: ଆହୁରି ଅଧିକ ସଶକ୍ତ ହେବ ଭାରତୀୟ ବାୟୁ ସେନା । ରାଫେଲ ଲଢୁଆ ବିମାନ କ୍ଷେତ୍ରରେ ବାୟୁସେନାକୁ ଆସନ୍ତା ଏପ୍ରିଲ ସୁଦ୍ଧା ଅଧିକା ୧୬ଟି ବିମାନ ହସ୍ତାନ୍ତର କରାଯିବ। ନଭେମ୍ବର ୫ରେ ଅମ୍ବାଲା ଏୟାର ବେସ୍ରେ ଲ୍ୟାଣ୍ଡ କରିବ ୩ଟି ରାଫେଲ। ସେହିଭଳି ପଯର୍ୟାୟ କ୍ରମେ ଜାନୁଆରୀ ଓ ମାର୍ଚ୍ଚରେ ୩ଟି ଏବଂ ଏପ୍ରିଲରେ ଅନ୍ୟ ୭ ରାଫେଲ ଯୁଦ୍ଧ ବିମାନ ଭାରତରେ ପହଞ୍ଚିବ। ଚୀନ ସୀମାରେ ଉତ୍ତେଜନା ମଧ୍ୟରେ ବାୟୁ ସେନାକୁ ବଳ ଦେବାରେ […]