• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଅଫଗାନିସ୍ତାନର ଶ୍ରେଣୀ ଗୃହରେ ପୁଅ ଓ ଝିଅଙ୍କ ମଧ୍ୟରେ ପରଦା

ଆଫଗାନିସ୍ତାନ : ବର୍ତ୍ତମାନ ତାଲିବାନର ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଆଫଗାନିସ୍ତାନ ତାଲିବାନକୁ ଅକ୍ତିଆର କରିବା ପରଠୁ ସେଠାକାର ପରିସ୍ତିତିର ଫଟୋ ସାମନାକୁ ଆସୁଛି । ଏବେ କଲେଜର ଏକ ଫଟୋ ସୋସିଆଲ ମିଡ୍ଆରେ ଭାଇରାଲ ହେବାରେ ଲାଗିଛି । ତାଲିବାନ ଆଫଗାନିସ୍ତାନରେ ନିୟନ୍ତ୍ରଣ କରିବା ପରେ ତାଲିବାନ ଉଚ୍ଚଶିକ୍ଷା ମନ୍ତ୍ରଣାଳୟର ଏକ ନିର୍ଦ୍ଦେଶ ଜାରି କରାଯାଇଥିଲା ଯେଉଁଥିରେ କୁହାଯାଇଛି ଯେ ବିଶ୍ୱବିଦାଳୟରେ ପଢୁଥିବା ପୁଅ ଓ ଝିଅ ମାନଙ୍କ ମଧ୍ୟରେ ଅଲଗା ଅଲଗା ଶ୍ରେଣୀ ଗୃହ ରହିବା ଉଚିତ୍ ଯଦି ଏହା ସମ୍ଭବ ନୁହେଁ ତାହେଲେ ଶ୍ରେଣୀ ଗୃହରେ ପୁଅ ଓ ଝିଅଙ୍କ ମଧ୍ୟ ପରଦା ରହିବ । ତାଲିବାନର ଏହି ଆଦେଶ ଯୋଗୁଁ ଆଫଗାନିସ୍ତାନର ଏକ କଲେଜର ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ଆଫଗାନିସ୍ତାନର ଏକ ନ୍ୟୁଜ୍ ଏଜେନ୍ସିର ସୂଚନା ଅନୁସାରେ ଆଫଗାନିସ୍ତାନର ଏକ କଲେଜର ଫଟୋ ଭାଇରାଲ ହୋଇଛି । ଫଟୋରେ ଏକ କଲେଜରେ କ୍ଲାସ ଚାଲିଛି ଓ ପୁଅ ଝିଅଙ୍କ ମଧ୍ୟରେ ପରଦା ପଡିଥିବାର ଦେଖିବାକୁ ମିଳିଛି । ତାଲିବାନ ମଧ୍ୟ ଏହାର ଆଦେଶରେ ଲେଖିଛି ଯେ ବିଶ୍ୱବିଦ୍ୟାଳୟଗୁଡ଼ିକ ସେମାନଙ୍କ ସୁବିଧା ଅନୁଯାୟୀ ଛାତ୍ରୀମାନଙ୍କ ପାଇଁ ମହିଳା ଶିକ୍ଷକ ନିଯୁକ୍ତି କରିବା ଆବଶ୍ୟକ। ତେବେ ଏହି ଫଟୋରେ ଜଣେ ପ୍ରଫେସର ଛାତ୍ର ଛାତ୍ରୀଙ୍କୁ ପଢାଇବାର ଦେଖିବାକୁ ମିଳିଛି ।

ଏହାଛଡ଼ା ତାଲିବାନର ପକ୍ଷରୁ ଏହା ମଧ୍ୟ କୁହାଯାଇଥିଲା ଯେ କଲେଜ, ବିଶ୍ୱବିଦ୍ୟାଳୟ ପରି ସ୍ଥାନରେ ପୁରୁଷ ଏବଂ ମହିଳାଙ୍କ ପାଇଁ ପୃଥକ ପ୍ରବେଶ ଏବଂ ପ୍ରସ୍ଥାନ ହେବା ଉଚିତ୍ । ଏଥି ସହିତ, ଛାତ୍ରୀମାନେ ଛାତ୍ର ମାନଙ୍କ ଯିବାର ୫ ମିନିଟ୍ ପୂର୍ବରୁ ସେମାନଙ୍କର କାର୍ଯ୍ୟ ସମାପ୍ତ କରିବା ଉଚିତ, ଯାହା ଦ୍ୱାରା ସେମାନେ ପୁରୁଷଙ୍କ ସହ ମିଶିବାକୁ ଚେଷ୍ଟା କରିବେ ନାହିଁ । ଏହା ଛଡ଼ା,ଛାତ୍ରମାନେ କ୍ୟାମ୍ପସ ଛାଡିବା ପର୍ଯ୍ୟନ୍ତ, ଛାତ୍ରୀମାନଙ୍କୁ ଅପେକ୍ଷା କକ୍ଷରେ ରହିବାକୁ ପଡିବ । ପୂର୍ବରୁ ତାଲିବାନ ମହିଳାମାନଙ୍କୁ ଚାକିରି କରିବାକୁ ବାରଣ କରିଥିଲା । ତେବେ ଏହାକୁ ନେଇ ଜଣେ ପ୍ରଫେସର କହିଛନ୍ତି ଯେ ତାଲିବାନ ଝିଅ ମାନଙ୍କୁ ସ୍କୁଲ ଓ କଲେଜ ଯିବାକୁ ଅନୁମତି ଦେଉଛି । ଏହା ଏକ ସାକାରତ୍ମକ ପଦକ୍ଷେପ ।

ସୂଚନା ଅନୁସାରେ ପୂର୍ବରୁ ୧୯୯୬ରୁ ୨୦୦୧ମଧ୍ୟରେ ଶାସନ କରିଥିଲା । ସେତେବେଳେ ତାଲିବାନ ମହିଳାମାନଙ୍କଠାରୁ ସ୍ୱାଧିନତା ଛଡାଇ ନେଇଥିଲା । ତେବେ ଏହି କାରଣରୁ ମହିଳାମାନେ ତାଲିବାନର ଦ୍ୱିତୀୟଥର ଅକ୍ତିଆରରେ ସେଭଳି ପଦକ୍ଷେପ ନିଆଯିବା ନେଇ ଭୟରେ ଅଛନ୍ତି । କିନ୍ତୁ ତାଲିବାନ କହିଛି ଯେ ସମସ୍ତଙ୍କୁ ସମସ୍ତ ଅଧିକାର ମିଳିବ କିନ୍ତୁ ଆଫଗାନିସ୍ତାନରେ ଭୟର ବାତାବରଣ ବଜାୟ ରହିବ ।