ଦୁଇଥର ପ୍ରେମର ଯନ୍ତ୍ରଣା ପରେ ରାଖୀ ଏବେ ପୁଣି ବିବାହ କରିବାକୁ ସ୍ଥିର କରିଛନ୍ତି। ଏଥର ଆଉ ଭାରତରେ ନୁହେଁ, ବାହାରେ କରିବେ ବିବାହ। କେଉଁଠି ହେବ ଏହି ବିବାହ, କିଏ ହେବେ ତାଙ୍କ ଜୀବନ ସାଥୀ ଆସନ୍ତୁ ଜାଣିବା।
ସର୍ବାଧିକ ଥର ବଜେଟ ଉପସ୍ଥାପନ କରିବାରେ ତୃତୀୟ ସ୍ଥାନରେ ଅଛନ୍ତି ପୂର୍ବତନ ରାଷ୍ଟ୍ରପତି ତଥା ଭେଟେରାନ ଭାରତୀୟ ରାଜନେତା ପ୍ରଣବ ମୁଖାର୍ଜୀ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଅର୍ଥମନ୍ତ୍ରୀ ଭାବରେ ୮ ଥର ବଜେଟ ଉପସ୍ଥାପନ କରିଛନ୍ତି । ୧୯୮୨ରୁ ୧୯୮୪ ପର୍ଯ୍ୟନ୍ତ ସେ ଅର୍ଥମନ୍ତ୍ରୀ ଥିଲେ । ତାଙ୍କ ପ୍ରସ୍ତାବିତ ଅର୍ଥନୀତି ଯୋଗୁଁ ଇନ୍ଦିରା ସରକାର ଆନ୍ତର୍ଜାତିକ ମୁଦ୍ରାପାଣ୍ଠି(ଆ.ଏମ.ଏଫ୍.)କୁ ଦେଶର ପ୍ରଥମ ଋଣ ପୈଠର ଅନ୍ତିମ କିସ୍ତି କରିବାରେ ସଫଳ ହେଇଥିଲା ।
ମହାରାଷ୍ଟ୍ରରେ ବ୍ୟାପୁଥିବା ନୂତନ ରୋଗ ଗୁଇଲାନ ବାର ସିଣ୍ଡ୍ରୋମ (ଜିବିଏସ)ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର କରିଛି। ସୋଲାପୁରରେ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଜଣାପଡିଛି। ଏହି ସଂକ୍ରମଣକୁ ରୋକିବା ପାଇଁ କଣ କଣ ଖାଦ୍ୟରୁ ଦୂରେଇ ରହିବା ଉଚିତ ଏହାର ଏକ ତାଲିକା ପ୍ରକାଶ ପାଇଛି।
ଟ୍ରମ୍ପ କହିଛନ୍ତି, “ଆମକୁ ସେହି ବ୍ୟବସ୍ଥାକୁ ଫେରିବାକୁ ପଡିବ ଯାହା ଆମେରିକାକୁ ପୂର୍ବ ଅପେକ୍ଷା ଅଧିକ ଧନୀ ଏବଂ ଶକ୍ତିଶାଳୀ କରିଥିଲା। ବିଦେଶୀ ରାଷ୍ଟ୍ରଗୁଡ଼ିକୁ ସମୃଦ୍ଧ କରିବା ପାଇଁ ଆମେରିକୀୟ ନାଗରିକମାନଙ୍କ ଉପରେ ଟିକସ ଲଗାଇବା ପରିବର୍ତ୍ତେ, ସେମାନଙ୍କୁ ଲାଭ ଦେବା ପାଇଁ ଆମେ ବିଦେଶୀ ରାଷ୍ଟ୍ରଗୁଡ଼ିକ ଉପରେ ଶୁଳ୍କ ଲଗାଇବା ଉଚିତ।
ଭିକି କୌଶଲ ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ହିଷ୍ଟୋରିକାଲ ଆକ୍ସନ ଡ୍ରାମା ଛାବାକୁ ନେଇ ଲାଗି ରହିଥିବା ବିବାଦରେ ପୂର୍ଣ୍ଣଛେଦ ପଡିଛି। ନିର୍ଦ୍ଦେଶକ ଲକ୍ଷ୍ମଣ ଉତ୍ତେକର ଛାବା ଚଳଚ୍ଚିତ୍ରରେ ରହିଥିବା ଡ୍ୟାନ୍ସ ସିକ୍ୟୁଏନ୍ସକୁ ବାଦ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେଙ୍କ ସହିତ ଆଲୋଚନା ପରେ ଏହା ଘୋଷଣା କରିଛନ୍ତି ଉତ୍ତେକର।
ପ୍ରେମାନନ୍ଦ ମହାରାଜଙ୍କ ଦରବାରକୁ ଆସିଥିଲେ ଅନିରୁଦ୍ଧାଚାର୍ଯ୍ୟ। ସେ ତାଙ୍କ ପତ୍ନୀ ଏବଂ ଦୁଇ ପିଲାଙ୍କ ସହ ପ୍ରେମାନନ୍ଦ ମହାରାଜଙ୍କୁ ନିମନ୍ତ୍ରଣ ଦେବାକୁ ଆସିଥିଲେ। ଏଠାରେ ସେ ତାଙ୍କୁ ଯେଉଁ ଉପଦେଶ ଦେଇଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି।
କ୍ଷମତାକୁ ପ୍ରତ୍ୟାବର୍ତ୍ତନ ପରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମସ୍ତ ପ୍ରକାର ସହାୟତା ରାଶି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୯୦ ଦିନ ପାଇଁ ଆମେରିକା ପକ୍ଷରୁ ଦିଆଯାଉଥିବା ସମସ୍ତ ପ୍ରକାରର ସହାୟତା ରାଶିକୁ ବନ୍ଦ କରିବାକୁ ଟ୍ରମ୍ପ ନିର୍ଦ୍ଦେଶ ଦେଇଥିଲେ। ଏହା ସମଗ୍ର ବିଶ୍ବରେ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିବ ବୋଲି ଆକଳନ କରିଛନ୍ତି ଡ. ଅତୁଲ ଗୱାଣ୍ଡେ।
ମଧ୍ୟ ଯୁଗରେ ଯୋଦ୍ଧାମାନେ ନିଜ ହେଲମେଟର ଭାଇଜର ଉପରକୁ ଉଠଇ ପରସ୍ପରକୁ ଚିହ୍ନନ୍ତି ଏବଂ ବନ୍ଧୁତ୍ୱର ସଙ୍କେତ ଦିଅନ୍ତି । ଭାଇଜର ଉଠାଇବାର ଏହି ସଙ୍କେତ ସମ୍ମାନ ଏବଂ ନିଷ୍ଠା ବ୍ୟକ୍ତ କରିବା ପାଇଁ ବ୍ୟବହାର କରାଯାଉଥିଲା । ଏହି ପରମ୍ପରା ସମୟ ସହ ବିକଶିତ ହୋଇ ଆଧୁନିକ ସଲାମୀର ରୂପ ନେଇ ପାରିଛି ।
ଉତ୍ତର ପ୍ରଦେଶର ବାଘପତରେ ଜୈନ ଧର୍ମାବଲମ୍ବୀଙ୍କ ଏକ କାର୍ଯ୍ୟକ୍ରମରେ ଘଟିଯାଇଛି ବଡ ଦୁର୍ଘଟଣା। ବାଉଁଶରେ ତିଆରି କରାଯାଇଥିବା ମଞ୍ଚ ଭୁଷୁଡି ପଡିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ସାଇମନ୍ କମିଶନଙ୍କ ବିରୋଧରେ ଲାଲା ଲଜପତ ରାୟଙ୍କ ଆନ୍ଦୋଳନ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ବହୁତ କମ ଲୋକ ଜାଣିଥିବେ ଯେ ବ୍ରିଟିଶଙ୍କୁ ଦେଶ ଛାଡିବାର ସ୍ଲୋଗାନ ପ୍ରଥମେ ଲାଲା ଲଜପତ ରାୟ ହିଁ ଦେଇଥିଲେ। ସାଇମନ୍ କମିଶନଙ୍କୁ ବିରୋଧ କରୁଥିବାବେଳେ ସେ ଏହି ସ୍ଲୋଗାନ୍ ଦେଇଥିଲେ।
ଉତ୍ତରାଖଣ୍ଡରେ ହଲାଲା ଭଳି ପ୍ରଥାର ଅନ୍ତ ହେବ। ପୁଅଙ୍କ ପରି ଝିଅମାନଙ୍କର ଉତ୍ତରାଧିକାର ସତ୍ତ୍ୱରେ ରହିବ ସମାନ ଅଧିକାର। ଗତ ୨୦୨୨ ବିଧାନସଭା ନିର୍ବାଚନ ବେଳେ ସରକାରକୁ ଆସିଲେ UCC ଲାଗୁ ନେଇ ପ୍ରତିଶ୍ରୁତି ଦେଇଥିଲା ବିଜେପି।
ଯେଉଁଠି ଆପଣଙ୍କର ସାଥୀ ବା ବନ୍ଧୁ ନାହାନ୍ତି, ସେଠାରେ ରହିବା କଥା ନୁହେଁ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଫେବ୍ରୁଆରୀ ପହିଲାରେ କ୍ରମାଗତ ଅଷ୍ଟମ ଥର ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିବେ।
ବିଚ୍ଛିନ୍ନତାବାଦୀଙ୍କର ଦାବି ଆଦୌ ଠିକ୍ ନୁହେଁ ବୋଲି ବିଦେଶରେ ଖୋଲାଖୋଲି କହିଛନ୍ତି । ହାତ ଗଣତି କିଛି ଲୋକ ଏପରି କରୁଥାଇପାରନ୍ତି, କିନ୍ତୁ ଭାରତ ଉପରେ ତାର କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ।
ଭାରତୀୟ କ୍ରିକେଟ ଦଳର ଖେଳାଳି ଯଶପ୍ରୀତ ବୁମରା ଓ ସ୍ମୃତି ମନ୍ଧାନା ଏକ ନିଆରା ରେକର୍ଡ ନିଜ ନାମରେ କରିଛନ୍ତି। ଉଭୟ ଖେଳାଳି ୨୦୨୪ ବର୍ଷ ପାଇଁ ଶ୍ରେଷ୍ଠ ଆଇସିସି କ୍ରିକେଟର ହେବାର ଗୌରବ ଅର୍ଜନ କରିଛନ୍ତି।
ଅନେକ ରାଜ୍ୟ ସରକାର ଏବଂ ଶିକ୍ଷାନୁଷ୍ଠାନ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ପ୍ରାର୍ଥୀଙ୍କ ପାଇଁ UPSC ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ମାଗଣା କୋଚିଂ ପ୍ରଦାନ କରନ୍ତି। ଏଥିରେ ଆଡ୍ମିଶନ୍ କରି ଆପଣ ମାଗଣାରେ UPSC ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇପାରିବେ।
ଆପଣ ଜାଣିଛନ୍ତି କି ଗଣତନ୍ତ୍ର ଦିବସ ଭାରତ ଭଳି ଅନ୍ୟ ଦେଶରେ ମଧ୍ୟ ଉତ୍ସବ ରୂପେ ପାଳନ କରାଯାଇଥାଏ । ଏହି ଦିନଟିକୁ ବିଭନ୍ନ ଦେଶରେ ସ୍ୱତନ୍ତ୍ର ପ୍ରଥା, ପ୍ରଦର୍ଶନୀ ମାଧ୍ୟମରେ ପାଳନ କରାଯାଇଥାଏ । ଯାହା ସେମାନଙ୍କ ସଂସ୍କୃତି ଏବଂ ଇତିହାସକୁ ପ୍ରତିଫଳିତ କରିଥାଏ ।
ଇନ୍ଦ୍ରମାନେ କାହିଁକି ଅଭିଶାପ ପାଇଲେ? କିଏ ସେଇ ନାରୀ, ଯାହାଙ୍କ ଆଖିର ଲୁହ ଟୋପାରେ ପଦ୍ମ ଫୁଟୁଥିଲା? ପୂର୍ବ ଜନ୍ମରେ ପାଣ୍ଡବମାନଙ୍କର ପରିଚୟ କ'ଣ ଥିଲା? ପୂର୍ବ ଜନ୍ମରେ ଦ୍ରୌପଦୀ କି ବର ପାଇଥିଲେ? ମହାଭାରତ ଭିତରୁ ଏମିତି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
ଯେଉଁ ସିନେମା ପ୍ରେମୀମାନେ ହଲ୍କୁ ଯାଇ ‘ପୁଷ୍ପା ୨’ ଦେଖିପାରି ନାହାନ୍ତି ସେମାନଙ୍କ ପାଇଁ ଖୁସି ଖବର। ବର୍ତ୍ତମାନ ‘ପୁଷ୍ପା ୨’ OTT ରେ ରିଲିଜ୍ ପାଇଁ ପ୍ରସ୍ତୁତ।
ଏହା କି ପ୍ରକାରର ରାଜନୀତି । କ୍ଷମତା ପାଇଁ ହିଂସାକୁ ଆପଣାଉଛନ୍ତି ରାଜନେତା । ଦେଶ ରବିବାର ଦିନ ସାଧାରଣତନ୍ତ୍ର ଦିବସ ପାଳୁଥିବା ବେଳେ ଉତ୍ତରାଖଣ୍ଡର ଖାନପୁରରେ ଯାହା ଘଟିଗଲା, ତାହା ସଚେତନ ନାଗରିକଙ୍କ ମୁଣ୍ଡ ତଳକୁ କରିଦେଇଛି । ରାଜନୀତି ଯଦି ଏଇ ସ୍ତରକୁ ଯାଏ... ।
ହାଲୱା ସମାରୋହ କେବଳ ଏକ ପ୍ରତୀକାତ୍ମକ ଇସାରା ନୁହେଁ, ଏହା କେନ୍ଦ୍ର ବଜେଟ୍ ପ୍ରସ୍ତୁତ କରିବାରେ ସାମୂହିକ ପ୍ରୟାସର ଉତ୍ସବ ଅଟେ । ସମାରୋହର ପ୍ରଥମ ସପ୍ତାହରେ ଅନେକ ଅଧିକାରୀ ଆର୍ଥିକ ଯୋଜନା, ଆବଣ୍ଟନ, ଅନୁସନ୍ଧାନ ଏବଂ ଡକ୍ୟୁମେଣ୍ଟେସନ୍ ଭଳି ବଜେଟର ବିଭିନ୍ନ ଦିଗ ଉପରେ ନିରନ୍ତର କାର୍ଯ୍ୟ କରନ୍ତି । ଏହି କ୍ରମରେ ହାଲୱା ଥାଳି କଠିନ ପରିଶ୍ରମ, ସମନ୍ୱୟ ଏବଂ ଉତ୍ସର୍ଗର ପ୍ରତୀକ ଅଟେ ।
'ଛାଭା'ର ଟ୍ରେଲର୍ ରିଲିଜ୍ ପରେ ଏହାକୁ ଖୁବ ପ୍ରଶଂସା ମିଳୁଛି। ଏହାରି ଭିତରେ ଫିଲ୍ମକୁ ନେଇ ବିବାଦ ମଧ୍ୟ ଦେଖାଦେଲାଣି। ଏବେ ମହାରାଷ୍ଟ୍ର ମନ୍ତ୍ରୀ ଉଦୟ ସାମନ୍ତ ଦାବି କରିଛନ୍ତି ଯେ 'ଛାଭା'ର ରିଲିଜ୍ ପୂର୍ବରୁ ପ୍ରଥମେ ବିଶେଷଜ୍ଞଙ୍କୁ ଦେଖାଯାଉ।
ବଲିଉଡର ଏକ ଫିଲ୍ମ ‘ସାଦି ମେଁ ଜରୁର ଆନା’ ର କାହାଣୀ ସମସ୍ତେ ଜାଣିଥିବେ । ପ୍ରେମିକା ଧୋକା ଦେଇ ଚାଲିଯିବା ପରେ ମୁଖ୍ୟ ନାୟକ ରାଜକୁମାର ରାଓ ଭାଙ୍ଗି ପଡିଥିଲେ । ହତାଶା ଆଉ ଅପମାନ ତାଙ୍କୁ ଆଇଏଏସ ହେବା ପାଇଁ ମନୋବଳ ଦେଇଥିଲା ଏବଂ ସେ ଆଇଏଏସ ହୋଇଥିଲେ । ଏହା ଏକ ଫିଲ୍ମର କାହାଣୀ ଥିଲା । ହେଲେ ଏହି କାହାଣୀକୁ ବାସ୍ତବରେ ପରିଣତ କରିଛନ୍ତି ବିହାରର ଆଦିତ୍ୟ ପାଣ୍ଡେ । ବିଫଳ ପ୍ରେମ ତାଙ୍କୁ ଦେଇଥିଲା ସଫଳତା ହାସଲ କରିବା ପାଇଁ ଦୃଢ ମନୋବଳ । ସେ ୨୦୨୨ ୟୁପିଏସସିରେ ଅଲ ଇଣ୍ଡିଆ ରାଙ୍କ ୪୮ ହାସଲ କରିଥିଲେ ଯାହାର ରେଜଲ୍ଟ ୨୦୨୩ରେ ପ୍ରକାଶ ପାଇଥିଲା । ଏବେ ସେ ଝାରଖଣ୍ଡର ବୁଣ୍ଡୁରେ ନିଯୁକ୍ତି ପାଇଁ ସେବାରତ ଅଛନ୍ତି ।
ନକ୍ସଲମାନେ ଘଟଣାସ୍ଥଳରେ ମାଓ ପୋଷ୍ଟର ଛାଡ଼ି ଯାଇଥିଲେ। ଏଥିରେ ଉଲ୍ଲେଖ ଥିଲା ଯେ, ଯିଏ ପୋଲିସକୁ ମାଓବାଦୀ ସମ୍ପର୍କରେ ସୂଚନା ଦେବ, ତାର ଏଭଳି ପରିଣାମ ହେବ।
ଲାଗୁ ହେଲା ୟୁନିଫର୍ମ ସିଭିଲ୍ କୋଡ୍ । ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ଏହା ଲାଗୁ ହୋଇଛି । ବୈଧ ଓ ଅବୈଧ ସନ୍ତାନଙ୍କ ମଧ୍ୟରେ ପାର୍ଥକ୍ୟ ରହିବନି । ସମ୍ପତ୍ତିରେ ସମାନ ଅଧିକାର ରହିବ । ସବୁ ସନ୍ତାନଙ୍କୁ ଜନ୍ମିତ ସନ୍ତାନଭାବେ ବିବେଚନା କରାଯିବ ।