Advertisment

Chhaava: ମହାରାଷ୍ଟ୍ର ମନ୍ତ୍ରୀ ଉଦୟ ସାମନ୍ତଙ୍କ ଦାବି; 'ଛାଭା'ରୁ ହଟାଯାଉ ବିବାଦୀୟ ସିନ୍, ନଚେତ…

'ଛାଭା'ର ଟ୍ରେଲର୍‌ ରିଲିଜ୍‌ ପରେ ଏହାକୁ ଖୁବ ପ୍ରଶଂସା ମିଳୁଛି। ଏହାରି ଭିତରେ ଫିଲ୍ମକୁ ନେଇ ବିବାଦ ମଧ୍ୟ ଦେଖାଦେଲାଣି। ଏବେ ମହାରାଷ୍ଟ୍ର ମନ୍ତ୍ରୀ ଉଦୟ ସାମନ୍ତ ଦାବି କରିଛନ୍ତି ଯେ 'ଛାଭା'ର ରିଲିଜ୍ ପୂର୍ବରୁ ପ୍ରଥମେ ବିଶେଷଜ୍ଞଙ୍କୁ ଦେଖାଯାଉ।

author-image
Pramod Behera
ଅଦ୍ୟତନ ହୋଇଛି
Maharashtra minister demand to delete controversial scene from chhaava

Maharashtra minister demand to delete controversial scene from chhaava

ନିକଟରେ ଭିକି କୌଶଲ, ରଶ୍ମିକା ମନ୍ଦାନା ଏବଂ ଅକ୍ଷୟ ଖାନ୍ନାଙ୍କ ଅଭିନୀତ 'ଛାଭା'ର ଟ୍ରେଲର୍‌ ରିଲିଜ ହୋଇଛି। ଏହାକୁ ବହୁତ ପସନ୍ଦ କରାଯାଇଛି ଏବଂ ଟ୍ରେଲର୍‌ ଦେଖିବା ପରେ ସମସ୍ତେ ଅକ୍ଷୟ ଏବଂ ଭିକିଙ୍କୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି। କିନ୍ତୁ ମହାରାଷ୍ଟ୍ର ମନ୍ତ୍ରୀ ଉଦୟ ସାମନ୍ତ ଦାବି କରିଛନ୍ତି ଯେ 'ଛାଭା'ର ରିଲିଜ୍ ପୂର୍ବରୁ ପ୍ରଥମେ ବିଶେଷଜ୍ଞଙ୍କୁ ଦେଖାଯାଉ।

Advertisment

ସେ କହିଛନ୍ତି ଯେ ଫିଲ୍ମର ଦୃଶ୍ୟକୁ ନେଇ ଅନେକ ଲୋକ ଆପତ୍ତି ଉଠାଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ଏହି ଫିଲ୍ମ ଶମ୍ୱାଜୀ ମହାରାଜଙ୍କ ସମ୍ମାନକୁ କ୍ଷତି ପହଞ୍ଚାଉଛି, ତେବେ ଏହାକୁ ବରଦାସ୍ତ କରାଯିବ ନାହିଁ। ଫିଲ୍ମରୁ ଆପତ୍ତିଜନକ ସିନ୍ ହଟାଇବାକୁ ସେ ଦାବି କରିଛନ୍ତି। ଫିଲ୍ମ ରିଲିଜ୍‌ ହେବାକୁ ନ ଦେବାକୁ ମଧ୍ୟ ଚେତାବନୀ ଦେଇଛନ୍ତି।

ଅଧିକ ପଢ଼ନ୍ତୁ: କମାଲ୍ କଲେ ଅକ୍ଷୟ କୁମାର; ଟଙ୍କା ଛାଣୁଛି 'ସ୍କାଏ ଫୋର୍ସ'

ଉଦୟ ସାମନ୍ତ କହିଛନ୍ତି ଯେ ଯଦି 'ଛାଭା'ରେ କୌଣସି ଆପତ୍ତିଜନକ ଦୃଶ୍ୟ ଥାଏ ତେବେ ଏଭଳି ଫିଲ୍ମକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିପାରେ। ଏହା ସହିତ ଫିଲ୍ମ ମାଧ୍ୟମରେ ଶମ୍ୱାଜୀ ମହାରାଜଙ୍କ ଜୀବନୀକୁ ଦେଖାଇଥିବାରୁ ସେ ନିର୍ମାତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି।

Advertisment

ସେ X ରେ ଲେଖିଛନ୍ତି, “ଏହା ଏକ ଖୁସିର ବିଷୟ ଯେ ଧର୍ମର ସୁରକ୍ଷା ତଥା ସ୍ୱତନ୍ତ୍ରତାର ରକ୍ଷକ ଛତ୍ରପତି ଶମ୍ୱାଜୀ ମହାରାଜଙ୍କ ଜୀବନୀ ଉପରେ ଆଧାରିତ ଏକ ହିନ୍ଦୀ ଫିଲ୍ମ ନିର୍ମାଣ କରାଯାଉଛି।”


ଉଦୟ ସାମନ୍ତଙ୍କ ଦାବି:

ଉଦୟ ସାମନ୍ତ ଆହୁରି ଲେଖିଛନ୍ତି, “ସାରା ଦୁନିଆକୁ ଛତ୍ରପତିଙ୍କ ଇତିହାସକୁ ବୁଝାଇବା ପାଇଁ ଏଭଳି ପ୍ରୟାସ ଆବଶ୍ୟକ। ତେବେ ଏହି ଫିଲ୍ମରେ କିଛି ଆପତ୍ତିଜନକ ଦୃଶ୍ୟ ଅଛି ବୋଲି ଅନେକ ଲୋକ ମତ ଦେଇଛନ୍ତି। ଆମେ ବିଶ୍ୱାସ କରୁ ଯେ ଏହି ଫିଲ୍ମଟି ବିଶେଷଜ୍ଞ ଏବଂ ଜ୍ଞାନୀ ଲୋକମାନଙ୍କୁ ନ ଦେଖାଇ ରିଲିଜ୍ କରିବା ଉଚିତ୍ ନୁହେଁ। ମହାରାଜାଙ୍କ ସମ୍ମାନକୁ ଆଘାତ କରୁଥିବା କୌଣସି ଜିନିଷକୁ ବରଦାସ୍ତ କରାଯିବ ନାହିଁ। ”

ଅଧିକ ପଢ଼ନ୍ତୁ: ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଏହି ଅଭିନେତା, ଶାହରୁଖ ଖାନଙ୍କ ସହ କରିଥିଲେ ଫିଲ୍ମ

ସିନ୍ ହଟାଯାଉ:

ଉଦୟ ସାମନ୍ତ କହିଛନ୍ତି, “ଫିଲ୍ମର ନିର୍ମାତା ଏବଂ ନିର୍ଦ୍ଦେଶକ ଏହି ପ୍ରସଙ୍ଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଏବଂ ଆପତ୍ତିଜନକ ସିନ୍‌କୁ ହଟାଇବା ଉଚିତ୍। ଫିଲ୍ମ ଦେଖିବା ପରେ ଅନ୍ୟାନ୍ୟ ନିଷ୍ପତ୍ତି ନିଆଯିବ, ନଚେତ୍ ଏହି ଫିଲ୍ମ ରିଲିଜ୍‌ ହେବାକୁ ଦିଆଯିବ ନାହିଁ।”

ଏହାପୂର୍ବରୁ PTI ସହ କଥା ହୋଇ ଛତ୍ରପତି ଶିବାଜୀ ମହାରାଜଙ୍କ ବଂଶଧର ତଥା ପୂର୍ବତନ ରାଜ୍ୟସଭା ସାଂସଦ ଶମ୍ବାଜୀରାଜେ ଛତ୍ରପତି ମଧ୍ୟ ରିଲିଜ୍‌ ହେବା ପୂର୍ବରୁ ପୂରା ଫିଲ୍ମ ଦେଖିବାକୁ ଇଛା ପ୍ରକାଶ କରିଥିଲେ।

ସେ କହିଥିଲେ, “ମୁଁ ଐତିହାସିକମାନଙ୍କ ସହିତ ଯୋଗାଯୋଗ କରିଛି ଯାହାଦ୍ୱାରା ସମଗ୍ର ବିଶ୍ୱରେ ଦର୍ଶକଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ କାହାଣୀକୁ ଏକ ପ୍ରାମାଣିକ ଢଙ୍ଗରେ ଦେଖାଇବା ପାଇଁ ଏଥିରେ ଥିବା ଭୁଲଗୁଡ଼ିକୁ ଦୂର କରାଯାଇପାରିବ।”

ଅଧିକ ପଢ଼ନ୍ତୁ: ‘ଧୁମ୍-୪’ ରେ ହେବ ରଣବୀର କପୁରଙ୍କ ଏଣ୍ଟ୍ରୀ! ହେବ ଡବଲ ଧମାକା

Rashmika Mandanna Bollywood Akshaye Khanna Vicky Kaushal Chhaava
Advertisment
Advertisment