Advertisment

Chhaava Controversey: ଛାବାରୁ ହଟିବ ଡ୍ୟାନ୍ସ ସିନ, ଘୋଷଣା କଲେ ନିର୍ଦ୍ଦେଶକ

ଭିକି କୌଶଲ ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ହିଷ୍ଟୋରିକାଲ ଆକ୍ସନ ଡ୍ରାମା ଛାବାକୁ ନେଇ ଲାଗି ରହିଥିବା ବିବାଦରେ ପୂର୍ଣ୍ଣଛେଦ ପଡିଛି। ନିର୍ଦ୍ଦେଶକ ଲକ୍ଷ୍ମଣ ଉତ୍ତେକର ଛାବା ଚଳଚ୍ଚିତ୍ରରେ ରହିଥିବା ଡ୍ୟାନ୍ସ ସିକ୍ୟୁଏନ୍ସକୁ ବାଦ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେଙ୍କ ସହିତ ଆଲୋଚନା ପରେ ଏହା ଘୋଷଣା କରିଛନ୍ତି ଉତ୍ତେକର।

author-image
Saroj Kumar Jena
ଅଦ୍ୟତନ ହୋଇଛି
chhava

chhava

ଭିକି କୌଶଲରଶ୍ମିକା ମନ୍ଦାନାଙ୍କ ଅଭିନୀତ ବଲିଉଡ ହିଷ୍ଟୋରିକାଲ ଆକ୍ସନ ଡ୍ରାମା ଛାବାକୁ ନେଇ ଲାଗି ରହିଥିବା ବିବାଦରେ ପୂର୍ଣ୍ଣଛେଦ ପଡିଛି। ନିର୍ଦ୍ଦେଶକ ଲକ୍ଷ୍ମଣ ଉତ୍ତେକର ଛାବା ଚଳଚ୍ଚିତ୍ରରେ ରହିଥିବା ଡ୍ୟାନ୍ସ ସିକ୍ୟୁଏନ୍ସକୁ ବାଦ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେଙ୍କ ସହିତ ଆଲୋଚନା ପରେ ଏହା ଘୋଷଣା କରିଛନ୍ତି ଉତ୍ତେକର। ଫିଲ୍ମଟି ଶମ୍ଭାଜୀ ରାଓ ରାଜେଙ୍କ ଜୀବନୀ ଉପରେ ଆଧାରିତ। ଫିଲ୍ମରେ ଭିକି କୌଶଲ ଶମ୍ଭାଜୀ ରାଓ ରାଜେଙ୍କ ଚରିତ୍ରରେ ଓ ରଶ୍ମିକା ମହାରାଣୀ ୟେସୁ ବାଇଙ୍କ ଚରିତ୍ରରେ ନଜର ଆସିଛନ୍ତି। ଫିଲ୍ମଟିରେ ଜବରଦସ୍ତ ଆକ୍ସନ ରହିଥିବା ବେଳେ ଏହାର ଟ୍ରେଲରକୁ ମଧ୍ୟ ଦର୍ଶକ ବେଶ ପସନ୍ଦ କରିଥିଲେ। ତେବେ ଟ୍ରେଲରର ଗୋଟିଏ ସିନରେ ଶମ୍ଭାଜୀ ରାଓ ଓ ୟେସୁ ବାଇଙ୍କୁ ନୃତ୍ୟ କରୁଥିବାର ଦେଖିବାକୁ ମିଳିଥିଲା। ନୃତ୍ୟ ସିନ ଡିଲିଟ ହେବାକୁ ଥିବା ବେଳେ ଶମ୍ଭାଜୀ ରାଓଙ୍କ ଗାଥା ଏହାଠାରୁ ଢେର ଉପରେ ବୋଲି କହିଛନ୍ତି ଲକ୍ଷ୍ମଣ ଉତ୍ତେକର।

Advertisment

ଅଧିକ ପଢ଼ନ୍ତୁ: ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଏହି ଅଭିନେତା, ଶାହରୁଖ ଖାନଙ୍କ ସହ କରିଥିଲେ ଫିଲ୍ମ

ପାରମ୍ପରିକ ମରାଠୀ ନୃତ୍ୟ ଲେଜିମରେ ଉଭୟ ଭିକି ଓ ରଶ୍ମିକା ଜବରଦସ୍ତ ନୃତ୍ୟ କରିଥିଲେ। ତେବେ ଶମ୍ଭାଜୀ ମହାରାଜଙ୍କ ନୃତ୍ୟକୁ ମରାଠୀ ମାନେ ସହଜରେ ଗ୍ରହଣ କରି ନ ଥିଲେ। ଶମ୍ଭାଜୀ ରାଓ ରାଜେ ମରାଠା ଇତିହାସର ଜଣେ କିମ୍ବଦନ୍ତୀ ପୁରୁଷ ହୋଇଥିବା ବେଳେ ତାଙ୍କୁ ନଚାଇବାର ଆଇଡିଆକୁ ଅନେକ ନାପସନ୍ଦ କରିଥିଲେ। ପ୍ରଥମେ ମରାଠା ସଂସ୍ଥାନ ଶମ୍ଭାଜୀ ବ୍ରିଗେଡ ପକ୍ଷରୁ ବିରୋଧ କରାଯାଇଥିଲା। ପରେ ଏହା ରାଜନୈତିକ ରଙ୍ଗ ନେଇଥିଲା। ଉଭୟ ସରକାରୀ ଓ ବିରୋଧୀ ଦଳର ସଦସ୍ୟ ମାନେ ଶମ୍ଭାଜୀ ରାଓଙ୍କ ଚିତ୍ରଣକୁ ନେଇ ଆପତ୍ତି ଜାହିର କରିଥିଲେ।

Advertisment

ଲକ୍ଷ୍ମଣ ଉତ୍ତେକର ଛାବା ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ଯିଏକି ବିକି କୌଶଲଙ୍କ ସହ ଫିଲ୍ମ 'ଜରା ହଟକେ ଜରା ବଚକେ' ନିର୍ଦ୍ଦେଶନା ଦେଇଥିଲେ । ନିର୍ଦ୍ଦେଶକଙ୍କ ସହ ଏହା ବିକିଙ୍କ ଦ୍ୱିତୀୟ ଫିଲ୍ମ ହୋଇଥିବା ବେଳେ ଉଭୟଙ୍କ ସହ ରଶ୍ମିକାଙ୍କ ଏହା ପ୍ରଥମ ଫିଲ୍ମ । ଏହି ଚଳଚ୍ଚିତ୍ରରେ ଔରଙ୍ଗଜେବ ଭୂମିକାରେ ଅକ୍ଷୟ ଖାନ୍ନା ନଜର ଆସିବେ । ଏହା ବ୍ୟତୀତ ଆଶୁତୋଷ ରାଣା, ବିନୀତ କୁମାର ସିଂହ, ଦିବ୍ୟା ଦତ୍ତା, ନୀଲ ଭୂପଲମ, ପ୍ରଦୀପ ରାୱତ ଏବଂ ଡାଏନା ପେଣ୍ଟି ଭଳି କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଫିଲ୍ମର ପ୍ରଯୋଜକ ଦିନେଶ ଭିଜନ ରହିଥିବା ବେଳେ ଓସ୍କାର ବିଜୟୀ ଏ.ଆର. ରହମାନ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

୧୬୮୧ ଖ୍ରୀଷ୍ଟାବ୍ଦ ସମୟର ଟାଇମ ପିରିୟଡରେ ଏହି ଫିଲ୍ମଟି ରହିଛି। ଫିଲ୍ମରେ କଷ୍ଟ୍ୟୁମ ଓ ଲୋକେସନ ସବୁକିଛି ଅତ୍ୟନ୍ତ ଚମତ୍କାର ରହିଛି। ଏହି ଫିଲ୍ମ ପାଇଁ ଭିକି ୨୫ କିଗ୍ରା ଓଜନ କମ କରିଥିବା ବେଳେ ଘୋଡାଦୌଡ ମଧ୍ୟ ଶିଖିଛନ୍ତି। ଏହି ଫିଲ୍ମ ପ୍ରଥମେ ଡିସେମ୍ବର ୨୦୨୪ରେ ରିଲିଜ ହେବାର ଥିଲା। ମାତ୍ର ପୁଷ୍ପା-୨ ସହ କ୍ଲାଶ୍ ନ ହେବା ପାଇଁ ଏହାର ରିଲିଜ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା।

ଅଧିକ ପଢ଼ନ୍ତୁ: ପିଠିରେ ପଶିଥିଲା ଛୁରୀ, ୬ ଘଣ୍ଟା ହୋଇଥିଲା ସର୍ଜରୀ...୫ ଦିନରେ କେମିତି ଏତେ ଫିଟ୍‌ ହେଲେ ସୈଫ୍‌ ?

Bollywood Vicky Kaushal Rashmika Mandana Chhaava
Advertisment
Advertisment