Advertisment

Pushpa 2 OTT Release: ‘ପୁଷ୍ପା ୨’ OTT ରେ ହେବ ଷ୍ଟ୍ରିମିଂ; ଜାଣନ୍ତୁ କେଉଁ ଦିନ ଦେଖିବେ

ଯେଉଁ ସିନେମା ପ୍ରେମୀମାନେ ହଲ୍‌କୁ ଯାଇ ‘ପୁଷ୍ପା ୨’ ଦେଖିପାରି ନାହାନ୍ତି ସେମାନଙ୍କ ପାଇଁ ଖୁସି ଖବର। ବର୍ତ୍ତମାନ ‘ପୁଷ୍ପା ୨’ OTT ରେ ରିଲିଜ୍ ପାଇଁ ପ୍ରସ୍ତୁତ।

author-image
Pramod Behera
ଅଦ୍ୟତନ ହୋଇଛି
Pushpa 2 OTT release

Pushpa 2 OTT release

ସାଉଥ୍ ସୁପର୍‌ଷ୍ଟାର୍ ଅଲୁ ଅର୍ଜୁନଙ୍କ ବ୍ଲକବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦ ରୁଲ୍’ ୨୦ ଡିସେମ୍ବର ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ରିଲିଜ୍ ପରେ ଏହି ଫିଲ୍ମ ଗ୍ଲୋବାଲ୍‌ ବକ୍ସ ଅଫିସ୍‌ରେ କୋଟି କୋଟି ଟଙ୍କା ଆୟ କରିଛି। ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଭାରତୀୟ ସିନେମା ଇତିହାସରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡିଦେଇଛି।

Advertisment

ଏହାରି ଭିତରେ ଯେଉଁ ସିନେମା ପ୍ରେମୀମାନେ ହଲ୍‌କୁ ଯାଇ ଦେଖିପାରି ନାହାନ୍ତି ସେମାନଙ୍କ ପାଇଁ ଖୁସି ଖବର। ବର୍ତ୍ତମାନ ‘ପୁଷ୍ପା ୨’ OTT ରେ ରିଲିଜ୍ ପାଇଁ ପ୍ରସ୍ତୁତ।

Advertisment

ନିକଟରେ ରିଲିଜ୍ ହୋଇଥିବା ସଂସ୍କରଣରେ ୨୦ ମିନିଟର ଦମଦାର ଫୁଟେଜ୍ ଯୋଡାଯାଇଛି। ବର୍ତ୍ତମାନ ଫିଲ୍ମ କୁ ନେଇ ନୂଆ ଖବର ଆସିଛି ଯେ ଏହା OTT ରେ ରିଲିଜ୍‌ ହେବ। ଖବର ଅନୁଯାୟୀ ‘ପୁଷ୍ପା ୨’ OTT ପ୍ଲାଟ୍‌ଫର୍ମ ନେଟ୍‌ଫ୍ଲିକ୍ସରେ ମୁକ୍ତିଲାଭ କରିବ।

ଅଧିକ ପଢ଼ନ୍ତୁ: ଏହି ପୌରାଣିକ କାହାଣୀକୁ ନେଇ କାମ କରିବେ ରାଜାମୌଲି; ଅଂଶ ହେବେ ଜଣେ ଖାନ୍

ଏହି ଫିଲ୍ମ ୩୦ ଜାନୁୟାରୀ ୩୦ରୁ ଷ୍ଟ୍ରିମିଂ ହେବାକୁ ସ୍ଥିର ହୋଇଛି, ଏହି ଫିଲ୍ମଟି ସମ୍ପୂର୍ଣ୍ଣ ୩ ଘଣ୍ଟା ୪୪ ମିନିଟ୍ ଲମ୍ବା, ଯେଉଁଥିରେ ୨୦ ମିନିଟ୍ ଅତିରିକ୍ତ ଫୁଟେଜ୍ ଯୋଡା ଯାଇଛି। ଫିଲ୍ମଟିକୁ ଏକାଧିକ ଭାଷାରେ ଦେଖିବାକୁ ସୁଯୋଗ ମିଳିବ।

ଅଲୁ ଅର୍ଜୁନ ପ୍ରଶଂସକମାନେ ଯେଉଁମାନେ ଏହି ଫିଲ୍ମକୁ ବଡ ପରଦାରେ ଦେଖିବାରୁ ବଞ୍ଚିତ ହୋଇଛନ୍ତି, ସେମାନେ OTT ରେ ଏହାର ଉନ୍ନତ ସଂସ୍କରଣ ଦେଖିପାରିବେ। ତେବେ ପ୍ରେକ୍ଷାଳୟ ପରେ ଡିଜିଟାଲ୍ ପ୍ଲାଟ୍‌ଫର୍ମରେ ଏହି ଫିଲ୍ମ କିପରି ପ୍ରଦର୍ଶନ କରିବ ତାହା ଦେଖିବାକୁ ବାକି ରହିଲା।

ଅଲୁ ଅର୍ଜୁନଙ୍କ ବ୍ୟତୀତ ରଶ୍ମିକା ମନ୍ଦାନା, ଫହାଦ୍ ଫସିଲ, ରାଓ ରମେଶ, ଜଗପତି ବାବୁ, ଅନସୁୟା ଭରଦ୍ୱାଜ ଏବଂ ସୁନୀଲଙ୍କ ସମେତ ପୁଷ୍ପା ୨ : ଦି ରୁଲ୍‌ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

ମାଇଥ୍ରୀ ମୁଭି ମେକର୍ସ ଦ୍ୱାରା ନିର୍ମିତ ଏହି ପାନ୍‌-ଇଣ୍ଡିଆନ୍ ଫିଲ୍ମ ‘ପୁଷ୍ପା ୨’ରେ ଦେବୀ ଶ୍ରୀ ପ୍ରସାଦଙ୍କ ସଙ୍ଗୀତ ଅଛି। ଫିଲ୍ମରେ ଅଲୁଙ୍କ ସହ ସାଉଥ୍ ଅଭିନେତ୍ରୀ ଶ୍ରୀଲୀଲାଙ୍କ ଆଇଟମ୍ ଗୀତକୁ ନେଇ ମଧ୍ୟ ଖୁବ ଚର୍ଚ୍ଚା ହୋଇଥିଲା। ପ୍ରେକ୍ଷାଳୟ ପରେ OTT ରେ ଏହି ଫିଲ୍ମ ସେମିତି ହଇଚଇ କରିବା କି ନାହିଁ ତାହା ଏବେ ଦେଖିବାକୁ ବାକି ରହିଲା।

ଅଧିକ ପଢ଼ନ୍ତୁ: ରାଜାମୌଲି କହିଲେ ‘ପ୍ରଭାସଙ୍କ ତୁଳନାରେ ହ୍ରିତିକ୍ ରୋଶନ କିଛି ନୁହେଁ’; ଅର୍ଶଦ କହିଲେ ପ୍ରଭାସ ଜୋକର୍

Allu Arjun Rashmika Mandanna Pushpa OTT Releases
Advertisment
Advertisment