ଅଞ୍ଜୁ ଦେବୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ନାତିକୁ ବୋହୂ ଓ ତାଙ୍କ ପରିବାର ଲୋକ ଜୋର୍ ଜବରଦସ୍ତ ରଖିଛନ୍ତି। ତେବେ ତାଙ୍କ ନାତି ଏବେ କେଉଁଠାରେ ଅଛି ତାହା କେହି ଜାଣନ୍ତି ନାହିଁ ବୋଲି ସେ ଅଭିଯୋଗ ଆଣିଛନ୍ତି।
ବାପାଙ୍କ ମୃତ୍ୟୁପରେ ଅନୁକମ୍ପାମୂଳକ ସରକାରୀ ଚାକିରି । ମାତ୍ର ୧୨ ବର୍ଷ କନଷ୍ଟେବଲ୍ ଚାକିରି କରି କମାଇଲେ କୋଟି କୋଟି ଟଙ୍କାର ସମ୍ପତ୍ତି । ଚାକିରି ଛାଡି କରୁଥିଲେ ଜମି ବେପାର । ଚଢାଉ ପରେ ସଂପତ୍ତି ଦେଖି ଟେରା ହୋଇଗଲେ ଅଧିକାରୀ ।
୧୯୭୮ ମସିହାର କଥା । ଆଜକୁ ୪୬ ବର୍ଷ ତଳେ ସମ୍ଭଲରେ ଏମିତି କିଛି ହୋଇଥିଲା ଯେଉଁଥିପାଇଁ ହିନ୍ଦୁମାନେ ସେଠାରୁ ପଳାୟନ କରିବାକୁ ବାଧ୍ୟ ହୋଇଥିଲେ । ସମ୍ଭଲରେ ପାଖାପାଖି ୭୭ ପ୍ରତିଶତ ମୁସଲମାନ ଥିଲେ । ତେବେ ସମ୍ଭଲର ଯେଉଁ ଖଗ୍ଗୁସରାୟ ଅଞ୍ଚଳରେ ଭଗବାନ ଶଙ୍କରଙ୍କ ମନ୍ଦିର ମିଳିଥିଲା ସେଠାରେ ଅଧିକ ସଂଖ୍ୟକ ହିନ୍ଦୁ ପରିବାର ରହୁଥିଲେ । କୁହାଯାଏ, ସମ୍ଭଲରେ ହିଁ ଭଗବାନ ବିଷ୍ଣୁଙ୍କର କଳ୍କୀ ଅବତାର ମନ୍ଦିର ଥିଲା ।
ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କୁ ନେଇ ଆଲୋଚନା ହେଉଥିବା ମତଭେଦ ଖବରକୁ ସେତେବେଳେ ସମ୍ପୂର୍ଣ୍ଣ ଭାବେ ରୋକ୍ ଲଗେଇଛନ୍ତି, ଯେତେବେଳେ ଏହି ଦମ୍ପତି ମୁମ୍ବାଇରେ ନିଜ ଝିଅ ଆରାଧ୍ୟାର ସ୍କୁଲ କାର୍ଯ୍ୟକ୍ରମରେ ଏକାଠି ନଜର ଆସିଛନ୍ତି।
୧୯୮୧ ମସିହାରେ ମହିଳାଙ୍କ ପ୍ରଥମ ସ୍ୱାମୀଙ୍କର ମୃତ୍ୟୁ ହୋଇଯାଇଥିଲା। ଅଷ୍ଟ୍ରିଆ କଲ୍ୟାଣ ଯୋଜନା ଅଧୀନରେ ବିଧବା ମହିଳାମାନେ ପେନସନ୍ ପାଆନ୍ତି । ସ୍ୱାମୀଙ୍କ ମୃତ୍ୟୁର ଗୋଟିଏ ବର୍ଷ ପରେ ମହିଳା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ତା’ପୂର୍ବରୁ ତାଙ୍କୁ ସରକାରଙ୍କ ପକ୍ଷରୁ ୨୮,୪୦୫ ଡଲାର ବିଧବା ଭତ୍ତା ପ୍ରଦାନ କରାଯାଇଥିଲା । ହେଲେ ବିବାହ ପରେ ମହିଳାଙ୍କ ବିଧବା ଭତ୍ତା ବନ୍ଦ ହୋଇଯାଇଥିଲା ।
ଉତ୍ତରପ୍ରଦେଶର ମେରୁଟ୍ରେ କଥାମୃତ ଚାଲିଥିବା ବେଳେ ଦଳାଚକଟା। ଅନେକ ଭକ୍ତ ତଳେ ପଡ଼ିଯାଇ ଥିବା ବେଳେ ସେମାନଙ୍କ ଉପରେ ଅନ୍ୟ ଭକ୍ତମାନେ ଚଢିଯାଇଥିଲେ। ଏଥିରେ ଏକାଧିକ ମହିଳା ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ପୋଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।
ବିଦ୍ୟାଳୟର ପ୍ରିନ୍ସପାଲ୍ ପିଲାମାନଙ୍କ ପାଇଁ ଆଣିଥିବା ଅଣ୍ଡାକୁ ତାଙ୍କ ବ୍ୟାଗରେ ରଖି ଘରକୁ ନେଉଥିବାର ନଜର ଆସିଛନ୍ତି । ଭିଡିଓ ଭାଇରାଲ ହେବା ପରେ ଶିକ୍ଷା ବିଭାଗ ପକ୍ଷରୁ ଏକ ତଦନ୍ତ କରାଯାଇଥିଲା ।
ଆଜି କଟକ ଓ ଭୁବନେଶ୍ୱରରେ ସୁନାର ଦରରେ ପରିବର୍ତ୍ତନ ଘଟିଛି । ଗତକାଲି ଅପେକ୍ଷା ସୁନାର ଦାମ୍ କମ୍ ହୋଇଛି ।
ଅପରାଜିତା ଷଡଙ୍ଗୀ କଂଗ୍ରେସ ସାଂସଦ ପ୍ରିୟଙ୍କାଙ୍କୁ ଏକ ବ୍ୟାଗ ଉପହାର ଦେଇଛନ୍ତି । ଏହି ବ୍ୟାଗରେ ଲେଖାଯାଇଛି ‘୧୯୮୪ ‘ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ତାଙ୍କ ଦେହରକ୍ଷୀଙ୍କ ଗୁଳିରେ ୧୯୮୪ ମସିହା ଅକ୍ଟୋବର ୩୧ ତାରିଖରେ ନିହତ ହେବା ପରେ ଶିଖ୍ ବିରୋଧୀ ଦଙ୍ଗା ଦେଖାଦେଇଥିଲା । ଏଥିରେ ସାରା ଦେଶରେ ପ୍ରାୟ ଏହ ହଜାର ଶିଖ୍ ପ୍ରାଣ ହରାଇଥିଲେ ।
ମଙ୍ଗଳବାର ସଂସଦରେ ଉପସ୍ଥାପିତ ହୋଇଥିବା ରିପୋର୍ଟରେ ପ୍ରତିରକ୍ଷା ଷ୍ଟାଣ୍ଡିଂ କମିଟି ୧୩ ତମ ପ୍ରତିରକ୍ଷା ଯୋଜନା ଅବଧି ମଧ୍ୟରେ ଭାରତୀୟ ବାୟୁସେନା ବିମାନ ସହିତ କେତେ ଥର ଦୁର୍ଘଟଣା ହୋଇଛି ସେ ସମ୍ପର୍କରେ ତଥ୍ୟ ରଖାଯାଇଥିଲା ।
ଅନେକ ସେଲିବ୍ରେଟିଙ୍କ ପାଇଁ ଚଳିତ ବର୍ଷ ଅଭିଶାପ ପାଲଟିଛି। ସେମାନଙ୍କ ଛାଡପତ୍ର ହୋଇଛି। ଛାଡପତ୍ର ନେଇଥିବା ସେଲିବ୍ରେଟିଙ୍କ ତାଲିକାରେ ଏଆର୍ ରହମାନ-ସାଇରା ବାନୁ, ଧନୁଷ-ଐଶ୍ୱର୍ଯ୍ୟା ଏବଂ ଆହୁରି ଅନେକ ନା ସାମିଲ ଅଛି। ଆସନ୍ତୁ ଜାଣିବା…
ଆଜି ସକାଳ ପ୍ରାୟ ୫ଟା ୩୦ରେ ଜୟପୁର ଭାନ୍କ୍ରୋଟା ସ୍ଥିତ ଏକ ପେଟ୍ରୋଲ୍ ପମ୍ପ ସାମ୍ନାରେ ଏକ LPG ବୋଝେଇ ଟ୍ରକ୍ ଓ CNG ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।
ବିରାଟଙ୍କ କୋଚ୍ ରାଜକୁମାର ଶର୍ମା ଜାତୀୟ ଗଣମାଧ୍ୟମରେ ଏହି ସାକ୍ଷାତକାର ଦେଇଥିଲେ । ଏହି ସାକ୍ଷାତକାରରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ବିରାଟ କୋହଲି ସବୁଦିନ ପାଇଁ ଭାରତ ଛାଡ଼ି ଲଣ୍ଡନରେ ବସବାସ କରିବାକୁ ଯୋଜନା କରୁଛନ୍ତି କି ?
ରେଜିଷ୍ଟ୍ରେସନ୍ ନ କରି, ନିବେଶ ସମ୍ପର୍କିତ ପରାମର୍ଶ ଦେବା ଓ ସେ ସମ୍ପର୍କିତ ଭିଡିଓ କରି କୋଟି କୋଟି ଟଙ୍କା ଆୟ କରିଥିବା ରବୀନ୍ଦ୍ର ଭାରତୀଙ୍କୁ ମୋଟା ଅଙ୍କର୍ ଫାଇନ୍ ପକାଇଛି SEBI ।
ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ବିଧାନସଭା ନିର୍ବାଚନ ପରେ ସ୍ଥିତି ଏବେ କଣ? ଦିନେ ଆତଙ୍କବାଦୀଙ୍କ ଚରାଭୂଇଁର ଶିରପା ପିନ୍ଧିଥିବା ଉପତ୍ୟକାରେ କେତେ ସୁରକ୍ଷିତ ଲୋକ?
ସମ୍ବିଧାନ...ଆମ୍ବେଦକର...ବାକ୍ ଲଢ଼େଇରୁ ଧକ୍କାମୁକ୍କି, ରକ୍ତପାତ...ସଂସଦ ବାହାରେ ଶାସକ ଏନଡିଏ-ବିରୋଧୀ ଇଣ୍ଡି ମେଣ୍ଟ ମଧ୍ୟରେ ଟକରାଟକରିରୁ ସାଂଘାତିକ ସ୍ଥିତି । ଠେଲାପେଲାରୁ ଶିଡ଼ି ପାହାଚରୁ ପଡ଼ି ପୂର୍ବତନ ମନ୍ତ୍ରୀ ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ମୁଣ୍ଡରେ ଗଭୀର ଆଘାତ।
ବେଆଇନ ନିର୍ମାଣକୁ 'ସୁପ୍ରିମ' ଝଟ୍କା। ମାଟିବେ ମିଶିବ ଅନଧିକୃତ ନିର୍ମାଣ। OC ନଥିଲେ ମିଳିବନି ପାଣି, ବିଜୁଳି ଓ ସ୍ବେରେଜ ସଂଯୋଗ। ବ୍ୟାଙ୍କ ଲୋନ୍ ବି ମିଳିବନି।
ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟରେ କୁହାଯାଇଛି ଯେ ଭାରତୀୟ କ୍ରିକେଟ୍ ଏକ ବଡ଼ ପରିବର୍ତ୍ତନ ଆଡ଼କୁ ଯାଉଛି । କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ବହୁ ବରିଷ୍ଠ ଖେଳାଳି ଆସନ୍ତା ବର୍ଷ ଜୁନ୍-ଜୁଲାଇରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଅବସର ନେଇପାରନ୍ତି ।
ମିଳିତ ଜାତିସଂଘର ମୁଖ୍ୟାଳୟରେ ଡିସେମ୍ବର ୨୦ ତାରିଖରେ ଶ୍ରୀ ଶ୍ରୀ ରବି ଶଙ୍କର ଧ୍ୟାନ ସଂପର୍କରେ ଏକ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିବେ । ଏହି ସ୍ମାରକୀ କାର୍ଯ୍ୟକ୍ରମରେ ବିଷୟବସ୍ତୁ ରହିଛି "ବିଶ୍ୱ ଶାନ୍ତି ଏବଂ ସମନ୍ୱୟ ପାଇଁ ଧ୍ୟାନ" ।
ଦେଶର ବିଭିନ୍ନ ସ୍ଥାନରେ ନଡ଼ିଆ ତେଲକୁ ବିଭିନ୍ନ ଉପାୟରେ ବ୍ୟବହାର କରାଯାଉଛି। କୋର୍ଟ କହିଛନ୍ତି ଯେ ଯେଉଁଭଳି ଭାବରେ କମ୍ପାନୀମାନେ ସେମାନଙ୍କ ତେଲକୁ ବ୍ରାଣ୍ଡ କରିବେ ଏବଂ ଏହାକୁ ବିକ୍ରି କରିବେ, ସେହି ଆଧାରରେ ଟିକସ ନିଆଯିବ।
ଆଜି କଟକ ଓ ଭୁବନେଶ୍ୱରରେ ସୁନାର ଦରରେ ପରିବର୍ତ୍ତନ ଘଟିଛି । ଗତକାଲି ଅପେକ୍ଷା ସୁନାର ଦାମ୍ କମ୍ ହୋଇଛି ।
ରାହୁଲ ଗାନ୍ଧି କିଛି ସାଂସଦଙ୍କୁ ଠେଲି ଦେଇଥିଲେ। ଏଥିରେ ସଂସଦର ମକର ଦ୍ବାରର ସିଡି ଉପରରୁ ତଳକୁ ପଡ଼ି ଯାଇଥିଲେ ପ୍ରତାପ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି, ୫ଟି ଷ୍ଟିଚ୍ ପଡିଛି ।
RML ହସ୍ପିଟାଲରେ ପ୍ରତାପ ଷଡଙ୍ଗୀଙ୍କୁ ଭେଟିବାକୁ ଅନେକ ନେତା ମନ୍ତ୍ରୀ ପହଞ୍ଚିଛନ୍ତି। ପ୍ରତାପ ଷଡଙ୍ଗୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ । ଫୋନ୍ କରି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ। ତେବେ ଏହି ଘଟଣାକୁ ସବୁ ଆଡୁ ନିନ୍ଦା କରାଯାଉଛି।
ବେହେବାଗ ଅଞ୍ଚଳର କାଦରରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ତୁରନ୍ତ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ, ଏହା ପରେ ସୁରକ୍ଷା ବାହିନୀ ମଧ୍ୟ ଏହାର ଜବାବରେ ଏନକାଉଣ୍ଟର କରିଥିଲେ।
ରାହୁଲ ଗାନ୍ଧି ପ୍ରଥମେ ମୁକେଶ ରାଜପୁତଙ୍କୁ ଧକ୍କା ଦେଇଥିଲେ। ମୁକେଶ ପ୍ରତାପ ଷଡଙ୍ଗୀଙ୍କ ଉପରେ ପଡିଯାଇଥିଲେ। ଏହାପରେ ତାଙ୍କ ମୁଣ୍ଡ ଫାଟିଯାଇଛି। ତାଙ୍କୁ ରାମମନୋହର ଲୋହିଆ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।