Advertisment

Premanand Maharaj: ଅନିରୁଦ୍ଧାଚାର୍ଯ୍ୟଙ୍କୁ ପ୍ରେମାନନ୍ଦ ମହାରାଜଙ୍କ ସତର୍କବାଣୀ: ଟଙ୍କାକୁ ପାଦ ତଳେ ରଖ

ପ୍ରେମାନନ୍ଦ ମହାରାଜଙ୍କ ଦରବାରକୁ ଆସିଥିଲେ ଅନିରୁଦ୍ଧାଚାର୍ଯ୍ୟ। ସେ ତାଙ୍କ ପତ୍ନୀ ଏବଂ ଦୁଇ ପିଲାଙ୍କ ସହ ପ୍ରେମାନନ୍ଦ ମହାରାଜଙ୍କୁ ନିମନ୍ତ୍ରଣ ଦେବାକୁ ଆସିଥିଲେ। ଏଠାରେ ସେ ତାଙ୍କୁ ଯେଉଁ ଉପଦେଶ ଦେଇଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି।

author-image
Pramod Behera
ଅଦ୍ୟତନ ହୋଇଛି
Prem anand maharaj advises aniruddhacharya to avoid greed for wealth

Prem anand maharaj advises aniruddhacharya to avoid greed for wealth

ପ୍ରସିଦ୍ଧ ପ୍ରବଚକ ଅନିରୁଦ୍ଧାଚାର୍ଯ୍ୟ ଜୀ ମହାରାଜ ସୋସିଆଲ ମିଡିଆରେ ବହୁତ ପ୍ରସିଦ୍ଧ। କିନ୍ତୁ ପ୍ରାୟତଃ ତାଙ୍କର କଥାଗୁଡ଼ିକ ଆଧ୍ୟାତ୍ମିକ ଅପେକ୍ଷା ସୋସିଆଲ ମିଡିଆରେ ମିମ୍ସର ବିଷୟ ହୋଇଯାଏ। ଏହା ସହିତ ସେ 'ବିଗ୍ ବସ୍' ଭଳି ବିବାଦୀୟ ଶୋ’ରେ ନଜର ଆସିବା ପରେ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି।

Advertisment

ଏଭଳି ପରିସ୍ଥିତିରେ ନିକଟରେ ପ୍ରେମାନନ୍ଦ ମହାରାଜଙ୍କ ଦରବାରକୁ ଆସିଥିଲେ ଅନିରୁଦ୍ଧାଚାର୍ଯ୍ୟ। ସେ ତାଙ୍କ ପତ୍ନୀ ଏବଂ ଦୁଇ ପିଲାଙ୍କ ସହ ପ୍ରେମାନନ୍ଦ ମହାରାଜଙ୍କୁ ନିମନ୍ତ୍ରଣ ଦେବାକୁ ଆସିଥିଲେ। ଏଠାରେ ସେ ତାଙ୍କୁ ଯେଉଁ ଉପଦେଶ ଦେଇଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି। ଆସନ୍ତୁ ଜାଣିବା ସେ ଅନିରୁଦ୍ଧାଚାର୍ଯ୍ୟଙ୍କୁ କି ଉପଦେଶ ଦେଇଛନ୍ତି?

ଟଙ୍କା ଲୋଭରେ ପଡ ନାହିଁ:

ପ୍ରେମାନନ୍ଦ ମହାରାଜ ଅନିରୁଦ୍ଧାଚାର୍ଯ୍ୟଙ୍କୁ ପରାମର୍ଶ ଦେଇ କହିଛନ୍ତି “ଜୀବନରେ କେବଳ ଏହା ଧ୍ୟାନରେ ରଖ ଯେ ଟଙ୍କା ଲୋଭରେ କେବେବି ଲିପ୍ତ ରହିବ ନାହିଁ। ଧର୍ମର ପ୍ରାଧାନ୍ୟତା ରହିବା ଉଚିତ ଏବଂ ବାଣୀ ଉପରେ ସଂଯମ ରଖିବା ଉଚିତ। ଅର୍ଥ (ଟଙ୍କା) ପାଦ ତଳେ ରହିବା ଉଚିତ ଏବଂ କଦାପି ମୁଣ୍ଡ ଉପରକୁ ଯିବା ଉଚିତ ନୁହେଁ। କାରଣ ମସ୍ତକ କେବଳ ଭଗବାନଙ୍କ ପାଇଁ।”

Advertisment

ଅଧିକ ପଢ଼ନ୍ତୁ: ଏହି ପୌରାଣିକ କାହାଣୀକୁ ନେଇ କାମ କରିବେ ରାଜାମୌଲି; ଅଂଶ ହେବେ ଜଣେ ଖାନ୍

ବାଣୀରେ ଶାସ୍ତ୍ର-ସମ୍ମତ ଶବ୍ଦ:

ପ୍ରେମାନନ୍ଦ ମହାରାଜ ଆହୁରି ମଧ୍ୟ କହିଛନ୍ତି ଯେ “ବାଣୀରେ ଶାସ୍ତ୍ର-ସମ୍ମତ ଶବ୍ଦ ରହିବ ତ ଆପଣ ସବୁବେଳେ ବିଜୟୀ ହେବେ। ଯେତେବେଳେ ବି ଆମ ଭିତରେ ଅର୍ଥର ପ୍ରାଧାନ୍ୟ ଆସିଯିବ, ଆମର ମନ ଅର୍ଥ ଉପରେ ରହିବ, ସେଇଠି ଆମେ ମରିବୁ, କାରଣ ଟଙ୍କା ଜୀବନରେ ସବୁକିଛି ନୁହେଁ।”

ଧନକୁ ଗୁରୁତ୍ୱ ଦିଅନ୍ତୁ ନାହିଁ:

ସେ ପୁଣି କହିଛନ୍ତି “ଯଦି ୧୦୦ ଜଣ ଲୋକ ଆପଣଙ୍କୁ ପ୍ରଣାମ କରୁଛନ୍ତି, ତେବେ ପାଞ୍ଚ ଜଣ ମଧ୍ୟ ଆପଣଙ୍କୁ ତଳକୁ ଆଣିବାକୁ ଯାଉଛନ୍ତି। ସେହି ପାଞ୍ଚ ଜଣ ଯେପରି ଆପଣଙ୍କ ପାଖରେ ନ ପହଞ୍ଚି ପାରିବେ ସେଥିପାଇଁ ଧନକୁ ଗୁରୁତ୍ୱ ଦିଅନ୍ତୁ ନାହିଁ।”

ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବା ଜରୁରୀ ନୁହେଁ:

ପ୍ରେମାନନ୍ଦ ମହାରାଜଙ୍କ କଥା ବିନା ପ୍ରଶ୍ନରେ ଅନିରୁଦ୍ଧାଚାର୍ଯ୍ୟ ଶୁଣୁଥିଲେ। ସେ କହିଥଲେ,“ସର୍ବଦା ଧର୍ମର ଆଶ୍ରୟ ନିଅ ଏବଂ କେବଳ ଶାସ୍ତ୍ର ଅନୁଯାୟୀ କଥା ହୁଅ। ଯଦି କେହି ଜଣେ ପ୍ରଶ୍ନ ପଚାରନ୍ତି, ଏହା ଆବଶ୍ୟକ ନୁହେଁ ଯେ ଆମେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବା। ଯଦି ଜ୍ଞାନ ନ ଥିବ ତେବେ ଚୁପ ରହିବା ଉଚିତ ଆଉ କହିଦେବା ଉଚିତ ଯେ ଆମେ ଆପଣ ପ୍ରଶ୍ନର ଉତ୍ତର ଦେବାକୁ ଅସମର୍ଥ।

କୁଆଡେ ଯିବା ପୂର୍ବରୁ ଚିନ୍ତା କରନ୍ତୁ ଏହା ଧର୍ମ ଉପରେ ଆଞ୍ଚ ଆଣିବ ନା ନାହିଁ:

ଅନିରୁଦ୍ଧାଚାର୍ଯ୍ୟ ମଧ୍ୟ 'ବିଗ୍ ବସ୍'ର ଶେଷ ସିଜିନର ପ୍ରିମିୟର୍ ଶୋ’ରେ ନଜର ଆସିଥିଲେ। ଏହି ଶୋ ବିଷୟରେ କିଛି ନ କହି ପ୍ରେମାନନ୍ଦ ମହାରାଜ କହିଥଲେ ଯେ, “କେଉଁଠାରୁ ବି ନିମନ୍ତ୍ରଣ ଆସୁ, କେହି ଡାକନ୍ତୁ ବି, ପ୍ରଥମେ ଦେଖନ୍ତୁ ଯେ ମୋର ସେଠାକୁ ଯିବାରେ ଧର୍ମର ପ୍ରତିଷ୍ଠା ଉପରେ କୌଣସି କ୍ଷତି ପହଞ୍ଚାଇବ କି ନାହିଁ। ଯଦି କ୍ଷତି ଆଣେ, ତେବେ ଆଦୌ ଯାଆନ୍ତୁ ନାହିଁ। ଈଶ୍ୱରଙ୍କ ବ୍ୟତୀତ ଆପଣଙ୍କ ଜୀବନରେ କୌଣସି ସହଯୋଗୀ ନାହାନ୍ତି। ଯାହାକୁ ନିଜର ସହଯୋଗୀ ଭାବରେ ବିବେଚନା କରୁଛ, ସେହି ତୁମର ଚେର କାଟିବାକୁ ଚେଷ୍ଟା କରିବ।”

ୟୁଟ୍ୟୁବ୍‌ରେ ଶେୟାର ହୋଇଥିବା ଏହି ଭିଡିଓରେ ପ୍ରେମାନନ୍ଦ ମହାରାଜ ଅନେକ ଉପଦେଶ ଦେଇଛନ୍ତି। ଏହା କେବଳ ଅନିରୁଦ୍ଧାଚାର୍ଯ୍ୟଙ୍କ ପାଇଁ ନୁହେଁ ବରଂ ପ୍ରତ୍ୟେକ ବ୍ୟକ୍ତି ଏହାକୁ ମାନିବା ଉଚିତ ବୋଲି କହିଛନ୍ତି ।

ଏଭଳି ପରିସ୍ଥିତିରେ ନିକଟରେ ପ୍ରେମାନନ୍ଦ ମହାରାଜଙ୍କ ଦରବାରକୁ ଆସିଥିଲେ ଅନିରୁଦ୍ଧାଚାର୍ଯ୍ୟ। ସେ ତାଙ୍କ ପତ୍ନୀ ଏବଂ ଦୁଇ ପିଲାଙ୍କ ସହ ପ୍ରେମାନନ୍ଦ ମହାରାଜଙ୍କୁ ନିମନ୍ତ୍ରଣ ଦେବାକୁ ଆସିଥିଲେ। ଏଥାରେ ସେ ତାଙ୍କୁ ଯେଉଁ ଉପଦେଶ ଦେଇଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି। ଆସନ୍ତୁ ଜାଣିବା ଏହା କିପରି କରିବେ।

ଟଙ୍କା ଲୋଭରେ ପଡ ନାହିଁ:

ପ୍ରେମାନନ୍ଦ ମହାରାଜ ଅନିରୁଦ୍ଧାଚାର୍ଯ୍ୟଙ୍କୁ ପରାମର୍ଶ ଦେଇ କହିଛନ୍ତି “ଜୀବନରେ କେବଳ ଏହା ଧ୍ୟାନରେ ରଖ ଯେ ଟଙ୍କା ଲୋଭରେ କେବେବି ଲିପ୍ତ ରହିବ ନାହିଁ। ଧର୍ମର ପ୍ରାଧାନ୍ୟତା ରହିବା ଉଚିତ ଏବଂ ବାଣୀ ଉପରେ ସଂୟମ ରଖିବା ଉଚିତ। ଅର୍ଥ (ଟଙ୍କା) ପାଦ ତଳେ ରହିବା ଉଚିତ ଏବଂ କଦାପି ମୁଣ୍ଡ ଉପରକୁ ଯିବା ଉଚିତ ନୁହେଁ। କାରଣ ମସ୍ତକ କେବଳ ଭଗବାନଙ୍କ ପାଇଁ।”

ବାଣୀରେ ଶାସ୍ତ୍ର-ସମ୍ମତ ଶବ୍ଦ:

ପ୍ରେମାନନ୍ଦ ମହାରାଜ ଆହୁରି ମଧ୍ୟ କହିଛନ୍ତି ଯେ “ବାଣୀରେ ଶାସ୍ତ୍ର-ସମ୍ମତ ଶବ୍ଦ ରହିବ ତ ଆପଣ ସବୁବେଳେ ବିଜୟୀ ହେବ। ଯେତେବେଳେ ବି ଆମ ଭିତରେ ଅର୍ଥର ପ୍ରାଧାନ୍ୟ ଆସିଯିବ, ଆମର ମନ ଅର୍ଥ ଉପରେ ରହିବ, ସେଇଠି ଆମେ ମରିବୁ, କାରଣ ଟଙ୍କା ଜୀବନରେ ସବୁକିଛି ନୁହେଁ।”

ଧନକୁ ଗୁରୁତ୍ୱ ଦିଅନ୍ତୁ ନାହିଁ:

ସେ ପୁଣି କହିଛନ୍ତି “ଯଦି ୧୦୦ ଜଣ ଲୋକ ଆପଣଙ୍କୁ ପ୍ରଣାମ କରୁଛନ୍ତି, ତେବେ ପାଞ୍ଚ ଜଣ ମଧ୍ୟ ଆପଣଙ୍କୁ ତଳକୁ ଆଣିବାକୁ ଯାଉଛନ୍ତି। ସେହି ପାଞ୍ଚ ଜଣ ଯେପରି ଆପଣଙ୍କ ପାଖରେ ନ ପହଞ୍ଚି ପାରିବେ ସେଥିପାଇଁ ଧନକୁ ଗୁରୁତ୍ୱ ଦିଅନ୍ତୁ ନାହିଁ।”

ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବା ଜରୁରୀ ନୁହେଁ:

ପ୍ରେମାନନ୍ଦ ମହାରାଜଙ୍କ କଥା ବିନା ପ୍ରଶ୍ନରେ ଅନିରୁଦ୍ଧାଚାର୍ଯ୍ୟ ଶୁଣୁଥିଲେ। ସେ କହିଥଲେ, “ସର୍ବଦା ଧର୍ମର ଆଶ୍ରୟ ନିଅ ଏବଂ କେବଳ ଶାସ୍ତ୍ର ଅନୁଯାୟୀ କଥା ହୁଅ। ଯଦି କେହି ଜଣେ ପ୍ରଶ୍ନ ପଚାରନ୍ତି, ଏହା ଆବଶ୍ୟକ ନୁହେଁ ଯେ ଆମେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବା। ଯଦି ଜ୍ଞାନ ନ ଥିବ ତେବେ ଚୁପ ରହିବା ଉଚିତ ଆଉ କହିଦେବା ଉଚିତ ଯେ ଆମେ ଆପଣ ପ୍ରଶ୍ନର ଉତ୍ତର ଦେବାକୁ ଅସମର୍ଥ।

କୁଆଡେ ଯିବା ପୂର୍ବରୁ ଚିନ୍ତା କରନ୍ତୁ ଏହା ଧର୍ମ ଉପରେ ଆଞ୍ଚ ଆଣିବ ନା ନାହିଁ:

ଅନିରୁଦ୍ଧାଚାର୍ଯ୍ୟ ମଧ୍ୟ 'ବିଗ୍ ବସ୍'ର ଶେଷ ସିଜିନର ପ୍ରିମିୟର୍ ଶୋ’ରେ ନଜର ଆସିଥିଲେ। ଏହି ଶୋ ବିଷୟରେ କିଛି ନ କହି ପ୍ରେମାନନ୍ଦ ମହାରାଜ କହିଥଲେ ଯେ, “କେଉଁଠାରୁ ବି ନିମନ୍ତ୍ରଣ ଆସୁ, କେହି ଡାକନ୍ତୁ ବି, ପ୍ରଥମେ ଦେଖନ୍ତୁ ଯେ ମୋର ସେଠାକୁ ଯିବାରେ ଧର୍ମର ପ୍ରତିଷ୍ଠା ଉପରେ କୌଣସି କ୍ଷତି ପହଞ୍ଚାଇବ କି ନାହିଁ। ଯଦି କ୍ଷତି ପକାଏ, ତେବେ ଆଦୌ ଯାଆନ୍ତୁ ନାହିଁ। ଈଶ୍ୱରଙ୍କ ବ୍ୟତୀତ ଆପଣଙ୍କ ଜୀବନରେ କୌଣସି ସହଯୋଗୀ ନାହାନ୍ତି। ଯାହାକୁ ନିଜର ସହଯୋଗୀ ଭାବରେ ବିବେଚନା କରୁଛ, ସେହି ତୁମର ଚେର କାଟିବାକୁ ଚେଷ୍ଟା କରିବ।”

ୟୁଟ୍ୟୁବ୍‌ରେ ଶେୟାର ହୋଇଥିବା ଏହି ଭିଡିଓରେ ପ୍ରେମାନନ୍ଦ ମହାରାଜ ଅନେକ ଉପଦେଶ ଦେଇଛନ୍ତି। ଏହା କେବଳ ଅନିରୁଦ୍ଧାଚାର୍ଯ୍ୟଙ୍କ ପାଇଁ ନୁହେଁ ବରଂ ପ୍ରତ୍ୟେକ ବ୍ୟକ୍ତି ଏହାକୁ ମାନିବା ଉଚିତ।

ଅଧିକ ପଢ଼ନ୍ତୁ: ଆପଣ ଜଣେ ପୁରୁଷ ହୋଇ ପୁରୁଷଙ୍କ ପ୍ରତି ଆକର୍ଷିତ କି… ଶୁଣନ୍ତୁ ବାବାଙ୍କ କଥା

Viral Video Religious Conversion
Advertisment
Advertisment