ମୋର ଗାର୍ଲଫ୍ରେଣ୍ତ୍ କେବେ ଖୋଜି ଦେବ । ଜଣେ X ୟୁଜର୍ସକାରୀ ଅତି ମଜାଳିଆ ଢଙ୍ଗରେ ଦିଲ୍ଲୀ ପୋଲିସକୁ X ରେ ଟ୍ୟାଗ୍ କରି ପଚାରିଛନ୍ତି ମୋ ପାଇଁ ଗାର୍ଲଫ୍ରେଣ୍ତ୍ କେବେ ଖୋଜି ଦେବ ।
NCERTରେ ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ଏକ ଖୁସି ଖବର। NCERT ଏନେଇ ଏକ ବିଜ୍ଞାପନ ପ୍ରକାଶ କରିଛି। ଆପଣ ଯଦି NCERTରେ ଚାକିରି କରିବାକୁ ଚାହୁଁଛନ୍ତି ତେବେ ଏହି ବିଜ୍ଞପ୍ତିକୁ ତୁରନ୍ତ ଯାଞ୍ଚ କରନ୍ତୁ।
ସମାନ ଘୋଷଣା ପୂର୍ବରୁ ୨୦୨୪ ଏପ୍ରିଲ ୩୦ରେ କରାଯାଇଥିଲା। କିନ୍ତୁ ମେ’ ୭ରେ ଏହାକୁ ଅସ୍ଥାୟୀ ରୂପ ବନ୍ଦ କରି ଦିଆଯାଇଥିଲା। ହେଲେ ଏବେ ପୁଣିଥରେ ନୂଆ ନିୟମ ଲାଗୁ କରାଯିବ ବୋଲି କୁହାଯାଇଛି।
ଚଳନ୍ତା କାର୍ରେ ସୁଇମିଂ ପୁଲ୍ । କଥାଟା ଟିକେ ଅଜବ ଲାଗୁଥିଲେ ବି ସତ । ଏମିତି କରିଛନ୍ତି କେରଳର ଜଣେ ୟୁଟ୍ୟୁବର୍ ସଞ୍ଜୁ ଟେକ୍କି ।
ଦିଲ୍ଲୀରେ ଆଜି ଦିନ ସାଢ଼େ ୨ଟା ସୁଦ୍ଧା ତାପମାତ୍ରା ୫୨.୯ ଡିଗ୍ରୀରେ ପହଞ୍ଚିଥିବା ବେଳେ ନାଗପୁରରେ ୫୬ ଡିଗ୍ରୀ ପହଞ୍ଚିଛି । ଏଠାରେ ସତେ ଯେମିତି ଆକାଶରୁ ନିଆଁ ବର୍ଷୁଛି । ଅତି ଜରୁରୀ ନଥିଲେ ଲୋକେ ଘରୁ ଗୋଡ଼ କାଢ଼ିବାକୁ ଅମଙ୍ଗ ହେଉଛନ୍ତି । ଏମିତିକି ଏକ ପ୍ରକାର ଡରୁଛନ୍ତି । କାରଣ ଖରାରେ ସନ୍ସ୍ଟ୍ରୋକ୍ର ମାତ୍ରା ବି ବଢ଼ିବାରେ ଲାଗିଛି ।
ମଲାଇକା ଅରୋରା ଏବଂ ଅର୍ଜୁନ କପୁର ଦୀର୍ଘ ବର୍ଷ ଧରି ଏକ ସୁନ୍ଦର ସମ୍ପର୍କରେ ଥିଲେ। ସେମାନଙ୍କ ଏହି ସଂପର୍କ ସମସ୍ତଙ୍କ ହୃଦୟ ଜିତିଥିଲା। କିନ୍ତୁ ବର୍ତ୍ତମାନ ଖବର ଆସୁଛି ଯେ ଦୁହେଁ ଅଲଗା ହୋଇଯାଇଛନ୍ତି। ଏହି ଖବର ଶୁଣିବା ପରେ ପ୍ରଶଂସକମାନେ ନିରାଶ ହୋପଡିଛନ୍ତି।
୧୯୯୧ ପରେ ପ୍ରଥମ ଥର ପାଇଁ ଭାରତ ଏଭଳି ଏକ ବଡ଼ ପଦକ୍ଷେପ ନେଇଛି । ୧୯୯୧ ପରେ ଏତେ ପରିମାଣର ସୁନା କେବେ ଭାରତକୁ ଆଣାଯାଇନଥିଲା।
X-କ୍ଲାସ୍ ସୌରଝଡ଼ ସବୁଠୁ ଅଧିକ ଶକ୍ତିଶାଳୀ। ଯାହାକୁ ନାସା ସୂର୍ଯ୍ୟଙ୍କ ନିକଟରୁ ଆସୁଥିବା ବିଶାଳ ବିସ୍ଫୋରଣ ରୂପରେ ବର୍ଣ୍ଣନା କରିଛି, ଯାହାକି ଆଲୋକ ଓ ଉଚ୍ଚ ଗତି ସଂପନ୍ନ କଣିକାଗୁଡ଼ିକୁ ଅନ୍ତରୀକ୍ଷକୁ ପଠାଇଥାଏ। ପୃଥିବୀରେ ପୂର୍ବରୁ ସୌରଝଡ଼ କାରଣରୁ ସର୍ଟୱେବ୍ ରେଡିଓରେ ବାଧା ସୃଷ୍ଟି ହୋଇଥିଲା।
ତାମିଲନାଡ଼ୁ କନ୍ୟାକୁମାରୀର ପ୍ରସିଦ୍ଧ ବିବେକାନନ୍ଦ ରକ୍ ଧ୍ୟାନ ମଣ୍ଡପମ୍ରେ ଧ୍ୟାନରେ ବସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଆଜି ସୁନା ଦର ସାମାନ୍ୟ ପରିବର୍ତ୍ତନ ରହିଛି । ଗତକାଲି ଅପେକ୍ଷା ଆଜି ଟ୍ୱିନ୍ସିଟିରେ ସୁନା ଦର ପରିବର୍ତ୍ତନ ଅଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ଦିଲ୍ଲୀରୁ ସାନ ଫ୍ରାନ୍ସିସ୍କୋ ଅଭିମୁଖେ ଏକ ଏୟାର ଇଣ୍ଡିଆ ବିମାନ ଯାତ୍ରା କରିବାର ଥିଲା। କୌଣସି କାରଣବଶତଃ ବିମାନଟି ୨୪ଘଣ୍ଟା ବିଳମ୍ୱ ହୋଇଥିଲା। ମାତ୍ର ବିମାନରେ ଏୟାର କଣ୍ଡିସନର କାମ କରୁନଥିଲା। ଲୋକେ ଏତେ ଗରମରେ କିପରି ରହିବେ ସେନେଇ ଚିନ୍ତାରେ ପଡିଯାଇଥିଲେ।
ପ୍ରାୟ ୩୫ ଦିନର ଛକାପଞ୍ଝା ପରେ ବନ୍ଧା ହେଲେ ନିଲମ୍ବିତ ଜେଡିଏସ୍ ନେତା ପ୍ରଜ୍ଜ୍ୱଳ ରେଭାନ୍ନା । ଗତକାଲି ରାତିରେ ପ୍ରଜ୍ଜ୍ୱଳ ରେଭାନ୍ନା ଜର୍ମାନୀରୁ ବେଙ୍ଗାଲୁରୁ ଫେରିଥିବା ବେଳେ SIT ଟିମ୍ ତାଙ୍କୁ ତୁରନ୍ତ ଗିରଫ କରିଛି ।
ପ୍ରଦୀପ ଘର ଲୋକଙ୍କ କଥା ମାନି ବେବିଙ୍କ ଫୋନ ଛଡାଇନେଇଥିଲେ। ଏହାପରେ ସ୍ତ୍ରୀ ବେବି ତାଙ୍କୁ ରାତିରେ ନିଶା ଦେଇ ବେହୋସ କରିବା ସହ ଖଟରେ ବାନ୍ଧି ରଖିଥିଲେ। ତା’ପରେ ସେ ତାଙ୍କୁ ଇଲେକ୍ଟ୍ରିକ୍ କରେଣ୍ଟ ମଧ୍ୟ ଦେଇଥିଲେ।
ଟ୍ରମ୍ପ ଗଣମାଧ୍ୟମକୁ କହିଛନ୍ତି, "ମୋ ବିରୋଧରେ ଆସିଥିବା ରାୟ ଅପମାନଜନକ। ଏହା କଠୋର ଓ ଲଜ୍ଜାଜନକ ପରୀକ୍ଷା । ପ୍ରକୃତ ରାୟ ନଭେମ୍ବର ୨ରେ ଆସିବ। କ’ଣ ହେଲା ସେମାନେ ଜାଣନ୍ତି ଏବଂ ଏଠାରେ କ’ଣ ଘଟିଛି ତାହା ସମସ୍ତେ ଜାଣନ୍ତି। ”
ଏକ ସର୍ଭେରୁ ଜଣାପଡିଛି ଯେ, ୟୁରୋପୀୟ ଅଞ୍ଚଳର ୧୨.୫% କିଶୋର ୨୦୨୨ ମସିହାରେ ଇ-ସିଗାରେଟ୍ ବ୍ୟବହାର କରିଛନ୍ତି, ଯାହାକି ବୟସ୍କମାନଙ୍କ ତୁଳନାରେ ୨% ଅଧିକ। ଏହି ଅଞ୍ଚଳର କେତେକ ଦେଶରେ, ସ୍କୁଲ ପିଲାମାନଙ୍କ ମଧ୍ୟରେ ଇ-ସିଗାରେଟ୍ ବ୍ୟବହାର ସିଗାରେଟ୍ ଟାଣିବା ହାରଠାରୁ ୨-୩ ଗୁଣ ଅଧିକ।
ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୩୧ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଦିଲ୍ଲୀରେ ପାଣି ସଂକଟର ପ୍ରମୁଖ କାରଣ ହେଉଛି ଯମୁନା ନଦୀର ଜଳ ସ୍ତର କମିବା । ଏଥିପାଇଁ ଦିଲ୍ଲୀ ସରକାର ହରିୟାଣାକୁ ଦାୟୀ କରିଛନ୍ତି।
ଛାଇ ଟିକେ ଖୋଜି ଥକା ମେଣ୍ଟାଉଛି ବାଘ। ଆଉ କିଏ ପଶିଛି ପାଣି କୁଣ୍ଡରେ। ଏପଟେ ହଂସମାନେ ଡରୁଛନ୍ତି ତତଲା ପାଣିରେ ପାଦ ରଖିବାକୁ। ଆଉ ହାତୀକୁ ଦରକାର ପଡ଼ୁଛି ଲଗାତର ୱାଟର ସ୍ପ୍ରେ। ଦିଲ୍ଲୀ ଚିଡ଼ିଆଖାନାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ହିନ୍ଦୁ ମୁସଲିମ ବିବାହକୁ ନେଇ ମଧ୍ୟ ପ୍ରଦେଶ ହାଇକୋର୍ଟଙ୍କ ବଡ଼ ରାୟ। ଧର୍ମ ପରିବର୍ତ୍ତନ ବିନା ହିନ୍ଦୁ ଓ ମୁସଲିମ ବିବାହ କରିପାରିବେନି ବୋଲି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।
ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ୨୦୦୧ ମସିହାରେ ମୁମ୍ବାଇର ବ୍ୟବସାୟୀ ଜୟା ସେଟ୍ଟୀଙ୍କ ହତ୍ୟା ମାମଲାରେ ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
ଜମ୍ମୁ କାଶ୍ମୀରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ ଭାରସାମ୍ୟ ହରାଇ ୧୫୦ ଫୁଟ୍ ତଳକୁ ଖସିପଡ଼ିଲା। ଏହି ଦୁର୍ଘଟଣାରେ ୨୧ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଜଣ ଆହତ ହୋଇଥିବା ସୂଚନା ମିଳିଛି।
ଏମିତି ସାମ୍ବାଦିକାଙ୍କୁ ଶହେ ସଲାମ। ଆମେରିକାର ଏକ ନ୍ୟୁଜ୍ ଚ୍ୟାନେଲ୍ ବୋଷ୍ଟନ ୨୫ ର ଆଙ୍କର୍ଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା। ତାଙ୍କର ସମ୍ବାଦ ପରିବେଷଣର ଏକ ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି।
ଧ୍ୟାନରେ ବସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାମିଲନାଡୁର କନ୍ୟାକୁମାରୀ ସ୍ଥିତ ବିବେକାନନ୍ଦ ରକ୍ ମେମୋରିଆଲ୍ରେ ଦୀର୍ଘ ୪୮ ଘଣ୍ଟା ଧରି ଧ୍ୟାନ କରିବେ ମୋଦି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି...
ନୋଏଡାର ଏକ ସୋସାଇଟିରେ ଏସି ବ୍ଲାଷ୍ଟ ହୋଇ ଭୀଷଣ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଯେଉଁ କାରଣରୁ ଅନେକ ଫ୍ଲାଟରେ ନିଆଁ ଲାଗିଯାଇଥିଲା ।
ଜୋଡ଼ି ଆପାର୍ଟମେଣ୍ଟର ଅର୍ଥ ହେଉଛି ଦୁଇଟି ରେସିଡେନ୍ସିଆଲ ୟୁନିଟ୍କୁ ଗୋଟିଏ ଭାବେ ମର୍ଜ କରାଯାଇଥିବ । ଡକ୍ୟୁମେଣ୍ଟରୁ ମିଳିଥିବା ତଥ୍ୟ ଅନୁଯାୟୀ ପ୍ରୋଜେକ୍ଟ ଲୋଟସ ଏନ୍ପାର ରେସିଡେନ୍ସିରେ ଲଗାଇବା ପାଇଁ ଏହି ୩ ଜୋଡ଼ି ଆପାର୍ଟମେଣ୍ଟ ଭଡ଼ାରେ ନେଇଛନ୍ତି ହାର୍ଦ୍ଦିକ ପାଣ୍ଡିଆ ଓ ତାଙ୍କ ଭାଇ କୃଣାଲ ପାଣ୍ଡ୍ୟା ।