• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ରେକର୍ଡ ବର୍ଷା । ଗତକାଲି ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ରେକର୍ଡ ସ୍କୋର୍ (୨୮୭/୩) ସ୍କୋର୍‌ ସହିତ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୨୫ ରନ୍‌ରେ ପରାସ୍ତ କରିଥିଲା । ନୂଆ ରେକର୍ଡ଼ ପରେ ବେଙ୍ଗାଲୁରୁ ମଧ୍ୟ ଖୁବ୍ ଲଢ଼ିଥିଲା । ବିଶେଷ କରି ଦୀନେଶ କାର୍ତ୍ତିକ ୩୫ ବଲ୍‌ରୁ ୮୩ ରନ୍‌ର ବିସ୍ଫୋରକ ପାଳି ଖେଳି ବେଙ୍ଗାଲୁରୁ ପାଇଁ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ । କାର୍ତ୍ତିକଙ୍କ ପାଳିରେ ୫ ଚୌକା ଓ ୭ ଛକା ସାମିଲ ଥିଲା । ଏପରିକି ଚଳିତ ଆଇପିଏଲ୍‌ ଋତୁର ଦୀର୍ଘତମ (୧୦୮ ମିଟର୍) ଛକା ସେ ନଟରାଜନଙ୍କ ବିପକ୍ଷ‌ରେ ମ‌ାରିଥିଲେ ।

ତଥାପି ହାଇଦ୍ରାବାଦର ୨୮୭ ଜବାବରେ ‌ବେଙ୍ଗାଲୁରୁ ୨୬୨ ରନ୍ ସଂଗ୍ରହ କରିବା ଉଲ୍ଲେଖନୀୟ ଥିଲା। ଉଭୟ ପାଳିର ୪୦ ଓଭରରୁ ୫୪୯ ରନ୍ ସଂଗୃହିତ ହେବା ମଧ୍ୟ ଏକ ନୂଆ ରେକର୍ଡ ସୃଷ୍ଟି କରିଥିଲା । ମୋଟ ଉପରେ ଏକ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ସର୍ବାଧିକ ୮୧ ବାଉଣ୍ଡରି (୪୩ ଚୌକା ଓ ୩୮ ‌ଛକା) ମଧ୍ୟ ରେକର୍ଡର ସମକକ୍ଷ ହୋଇଛି । ଗତବର୍ଷ ସେଞ୍ଚୁରିଅନ୍‌ରେ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ମଧ୍ୟ ୮୧ ବାଉଣ୍ଡରି (୪୬ ଚୌକା ଓ ୩୫ ଛକା) ହୋଇଥିଲା । ଏମିତି ବିଭିନ୍ନ ରେକର୍ଡ଼ ଭାଙ୍ଗିଛି କାଲିର ମ୍ୟାଚ୍‌ । ଆସନ୍ତୁ ଜାଣିବା...

ଟି-୨୦ ମ୍ୟାଚ୍‌ରେ ସର୍ବାଧିକ ବାଉଣ୍ଡରି...

୧.ଏସ୍‌ଆରଏଚ୍‌ ବନାମ ଆର୍‌ସିବି- ୮୧ ବାଉଣ୍ଡରି (୪୩ ଚୌକା ଓ ୩୮ ‌ଛକା)

୨.ୱେଷ୍ଟ ଇଣ୍ଡିଜ୍ ବନାମ ସାଉଥ୍‌ ଆଫ୍ରିକା-୮୧ ବାଉଣ୍ଡରି (୪୬ ଚୌକା ଓ ୩୫ ‌ଛକା)
୩.ମୁଲତାନ୍ ସୁଲତାନ୍ ବନାମ କ୍ୱେଟା ଗ୍ଲାଡିଏଟର୍ସ, ରାୱଲପିଣ୍ଡି ୨୦୨୩-  ୭୮ ବାଉଣ୍ଡରି (୪୫ ଚୌକା ଓ ୩୩ ‌ଛକା)

ସର୍ବାଧିକ ଛକା ମାରିଥିବା ଟିମ୍‌...

୨୨ଟି ଛକା - ଏସ୍‌ଆରଏଚ୍‌ ବନାମ ଆର୍‌ସିବି, ବେଙ୍ଗାଲୁରୁ ୨୦୨୪
୨୧ଟି ଛକା- ଆର୍‌ସିବି ବନାମ PWI, ବେଙ୍ଗାଲୁରୁ ୨୦୧୩
୨୦ଟି ଛକା- ଆର୍‌ସିବି ବନାମ ଜିଏଲ୍‌ , ବେଙ୍ଗାଲୁରୁ ୨୦୧୬
୨୦ଟି ଛକା- ଡିସି ବନାମ ଜିଏଲ୍‌, ଦିଲ୍ଲୀ ୨୦୧୭
୨୦ଟି ଛକା- ଏମ୍‌ଆଇ ବନାମ ଏସ୍‌ଆରଏଚ୍‌, ହାଇଦ୍ରାବାଦ ୨୦୨୪

ଆଇପିଏଲ୍‌ ମ୍ୟାଚ୍‌ରେ ଦଳୀୟ ସ୍କୋର କରିବାରେ ମଧ୍ୟ ନୂଆ ରେକର୍ଡ଼ ହୋଇଛି । ହାଇଦ୍ରାବାଦର ୨୮୭ ଜବାବରେ ‌ବେଙ୍ଗାଲୁରୁ ୨୬୨ ରନ୍ ସଂଗ୍ରହ କରିବା ଉଲ୍ଲେଖନୀୟ ଥିଲା। ଉଭୟ ପାଳିର ୪୦ ଓଭରରୁ ୫୪୯ ରନ୍ ସଂଗୃହିତ ହେବା ମଧ୍ୟ ଏକ ନୂଆ ରେକର୍ଡ ସୃଷ୍ଟି କରିଥିଲା । 

ଆଇପିଏଲରେ ଇତିହାସରେ ହୋଇଥିବା ସର୍ବାଧିକ ସର୍ବକାଳୀନ ସ୍କୋର...

୨୮୭/୩- ଏସ୍‌ଆରଏଚ୍‌ ବନାମ ଆର୍‌ସିବି, ବେଙ୍ଗାଲୁରୁ ୨୦୨୪
୨୭୭/୩-ଏସ୍‌ଆରଏଚ୍‌ ବନାମ ଏମ୍‌ଆଇ , ହାଇଦ୍ରାବାଦ ୨୦୨୪
୨୭୨/୭- କେକେଆର୍‌ ବନାମ ଡିସି, ଭିଜାଗ ୨୦୨୪
୨୬୩/୫ - ଆର୍‌ସିବି ବନାମ PWI,ବେଙ୍ଗାଲୁରୁ ୨୦୧୩
୨୫୭/୭-ଏଲ୍‌ଏସ୍‌ଜି  ବନାମ ପିକେ , ମହୋଲି ୨୦୨୩