• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅଯୋଧ୍ୟାରେ ପ୍ରଭୁ ବାଳକ ରାମଙ୍କ ମହାର୍ଘ୍ୟ ସୂର୍ଯ୍ୟ ତିଳକ । ରାମ ନବମୀ ଅବସରରେ ବାଳକ ରାମଙ୍କଠାରେ ଲାଗି ହେଲା ସୂର୍ଯ୍ୟ ତିଳକ  । ବାଳକ ରାମଙ୍କ ମସ୍ତକରେ ଶୋଭା ପାଇଲା ସୂର୍ଯ୍ୟ ତିଳକ ।

ଆଜି ପବିତ୍ର ରାମନବମୀ। ସାରା ଦେଶ ସହ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ଉତ୍ସାହର ସହ ପାଳନ ହେଉଛି ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ । ୫ ଶହ ବର୍ଷର ପ୍ରତୀକ୍ଷା ପରେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ପ୍ରଥମ ଥର ପାଇଁ ପାଳନ ହେଉଛି ରାମ ନବମୀ । ଏହି ଅବସରରେ ରାମ ଲାଲାଙ୍କ ମସ୍ତକରେ ଲାଗି ହୋଇଛି ସୂର୍ଯ୍ୟ ତିଳକ । ଗର୍ଭଗୃହରେ ବିରାଜିତ ରାମ ଲାଲାଙ୍କୁ ଲଲାଟରେ ସୂର୍ଯ୍ୟଙ୍କ କିରଣ ପକାଇ କରାଯାଇଛି ଦିବ୍ୟ ସୂର୍ଯ୍ୟ ତିଳକ ।

ଆସ୍ଥା, କଳ୍ପନା ଓ ବିଜ୍ଞାନର ଅଭୂତପୂର୍ବ ସମ୍ମିଶ୍ରଣ ଦେଖିବାକୁ ମିଳିଛି ଭବ୍ୟ ଶ୍ରୀରାମ ମନ୍ଦିରରେ । ଦିନ ୧୧ଟା ୫୮ ମିନିଟରୁ ମଧ୍ୟାହ୍ନ ୧୨ଟା ୩ ମିନିଟ ପର୍ଯ୍ୟନ୍ତ ସୂର୍ଯ୍ୟ ତିଳକରେ ଝଟକିଲା ରାମଲାଲାଙ୍କ ଲଲାଟ ପଟକ । ଗର୍ଭ ଗୃହରେ ଦିବ୍ୟ ରୂପରେ ଝଲସିଛନ୍ତି ପ୍ରଭୁ ଶ୍ରୀରାମ । ଶ୍ରୀବିଗ୍ରହଙ୍କ ମସ୍ତକରେ ଶୋଭିତ ହୀରା ଓ ମାଣିକ୍ୟ ଖଚିତ ସ୍ୱର୍ଣ୍ଣ ତିଳକ ସୂର୍ଯ୍ୟଙ୍କ କିରଣରେ ଉଦଭାସିତ ହେଉଛି । ପ୍ରଭୁ ରାମଲାଲାଙ୍କ ସୂର୍ଯ୍ୟ ତିଳକ ଦେଖିବାକୁ ରାମନବମୀ ଅବସରରେ ଅଯୋଧ୍ୟାରେ ହୋଇଛି ପ୍ରବଳ ଭକ୍ତଙ୍କ ଭିଡ଼ ।

ରାମଲାଲାଙ୍କ ମସ୍ତକରେ ସୂର୍ଯ୍ୟ ତିଳକ ଦୃଶ୍ୟମାନ ହେଲା ପରେ ଭକ୍ତ ମହଲରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି।  ଅପେକ୍ଷା ଥିଲା ଆଜିର ଦିନକୁ । ସାରା ଦେଶରେ ଆଜି ରାମନବମୀ ପର୍ବ ବେଶ ଧୁମଧାମରେ ପାଳନ କରାଯାଉଛି । ରାମ ନଗରୀ ଅଯୋଧ୍ୟା ପାଇଁ ଚଳିତ ବର୍ଷ ରାମନବମୀ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପାଲଟିଛି । ପ୍ରଥମ ଥର ପ୍ରଭୁ ରାମଙ୍କର ୫ ବର୍ଷର ବାଳକ ସ୍ୱରୂପଙ୍କ ମଥାରେ ସୂର୍ଯ୍ୟ ତିଳକ ଲାଗିଛି । ସୂର୍ଯ୍ୟୋଭିଷେକ ପାଇଁ ଅନେକ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା ।

ଅଧିକ ପଢ଼ନ୍ତୁ: ଭଗବାନ ‘ରାମ’ ସୂର୍ଯ୍ୟବଂଶରେ ଜନ୍ମ ହୋଇ ମଧ୍ୟ କାହିଁକି ହେଲେ ରାମଚନ୍ଦ୍ର

ତେବେ ସବୁଠାରୁ ବଡ଼ କଥା ହେଉଛି ବିନା ବିଜୁଳି ଓ ବ୍ୟାଟେରୀରେ ଲାଗିଛି ସୂର୍ଯ୍ୟ ତିଳକ । ଆସନ୍ତୁ ଜାଣିବା କେମିତି ଏହା ହେଲା ସମ୍ଭବ...

ରାମନବମୀରେ ମନ୍ଦିର ଗର୍ଭଗୃହକୁ ଉଦ୍ଭାସିତ କରିଛି ଆସ୍ଥା, କଳ୍ପନା ଓ ବିଜ୍ଞାନର ଅଭୂତପୂର୍ବ ସମ୍ମିଶ୍ରଣ । ଏଥିପାଇଁ ରାମ ମନ୍ଦିରରେ ସୂର୍ଯ୍ୟ ତିଳକ ପ୍ରକ୍ରିୟାର ଟ୍ରାଏଲ୍ ବା ପୂର୍ବାଭ୍ୟାସ କରିଥିଲା ସେଣ୍ଟ୍ରାଲ୍ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (CBRI) ରୁରକିର ବୈଜ୍ଞାନିକ ଟିମ୍‌ । ବିଗ୍ରହକୁ ଚାଦର ଘୋଡ଼ାଇ ନିର୍ଭୁଲ୍ ମାପଚୁପ କରି ଯନ୍ତ୍ରପାତି ଖଞ୍ଜାଯାଇଥିଲା ।

ସୂଚନା ଅନୁସାରେ, ଏହି ଅପ୍ଟି-ମେକାନିକାଲ୍ ସିଷ୍ଟମରେ ସୂର୍ଯ୍ୟାଲୋକକୁ ଗର୍ଭଗୃହ ଯାଏଁ ପଠାଇବାକୁ, ତୃତୀୟ ମହଲା ଉପରେ ଏକ ବଡ଼ ରିଫ୍ଲେକ୍ଟର ବକ୍ସ ଲାଗିଛି । ପ୍ରତି ସେକେଣ୍ଡରେ ପୃଥିବୀର ଚଳନ ଅନୁସାରେ ଦର୍ପଣ ଓ ଲେନ୍ସର ଦିଗ ବଦଳାଇବାକୁ ୧୯ଟି ଗିୟର ଲାଗିଛି । ଏହା ବିନା ବିଜୁଳିରେ କାମ କରିପାରିବ । ସେଠାରୁ ସୂର୍ଯ୍ୟ କିରଣ ପିତ୍ତଳ ଅଥବା ଅଷ୍ଟଧାତୁ ପାଇପ ଭିତରେ ୨ଟି ଦର୍ପଣ ଓ ୩ଟି ଲେନ୍ସ ଦେଇ ଗର୍ଭଗୃହ ଯାଏଁ ଆସିବ ।
ମଧ୍ୟାହ୍ନ ଆକାଶରେ ସୂର୍ଯ୍ୟ ଯେତେବେଳେ ଠିକ୍ ମୁଣ୍ଡ ଉପରେ ଥିବେ, ସେତେବେଳେ ଦିବ୍ୟ ଆଭା ପ୍ରତିଫଳିତ ହେବ ବାଲକ ରାମଙ୍କ ଲଲାଟ ମଧ୍ୟସ୍ଥଳରେ । ଏହି ଅଲୌକିକ ଦୃଶ୍ୟ ପୂରା ଅଯୋଧ୍ୟା ନଗରୀରେ ଶହେ ଏଲଇଡି ସ୍କ୍ରିନ ଦ୍ୱାରା ପ୍ରଦର୍ଶିତ ହୋଇଛି ।