• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

‘ଖୁବ୍‌ କଷ୍ଟକର ଥିଲା ମୋର ପରିସ୍ଥିତି । ଯେତେବେଳେ ମୁଁ ୟୁପିଏସ୍‌ସି ପ୍ରସ୍ତୁତି କରୁଥିଲି ସେତେବେଳେ ମୋ ମାଆ କ୍ୟାନ୍‌ସରରେ ପଡ଼ିଥିଲେ । ଯାହାଙ୍କର ଗତ ମାସରେ ନିଧନ ହେଲା । ଆଉ ଏହିଭଳି ପରିସ୍ଥିତିରେ ଯଦି ମୁଁ UPSC ପାସ୍‌ କରିପାରୁଛି, ତେବେ ନିଷ୍ଠାର ସହ ପରିଶ୍ରମ କଲେ କେହି ବି ପାସ୍‌ କରିପାରିବେ ।’

ଆଜ୍ଞା ହଁ, ଏକଥା ଆମେ କହୁନାହୁଁ ସାରା ଦେଶରେ UPSCରେ ରାଙ୍କ ୨ ରଖି ପାସ୍‌ କରିଥିବା ଓଡ଼ିଆ ପୁଅ ଅନିମେଶ ପ୍ରଧାନ ଏଭଳି କହିଛନ୍ତି । ଖାଲି ସେତିକି ନୁହେଁ ସେ କହିଛନ୍ତି, ‘ମୁଁ ଏବେ ଦିଲ୍ଲୀରେ କାମ କରୁଛି । NIT ରାଉରକେଲାରୁ କମ୍ପ୍ୟୁଟର ସାଇନ୍‌ସରେ ବିଟେକ୍‌ ପାସ୍‌ କଲା ପରେ ଦିଲ୍ଲୀରେ IOCLରେ ଚାକିରି କରୁଛି । ମୋ ପାଖରେ ବିଶେଷ ସମୟ ବି ନଥାଏ ପାଠ ପଢ଼ିବାକୁ । କିନ୍ତୁ ମୁଁ ବିଭିନ୍ନ କୋଚିଂ ସେଣ୍ଟର ଯାଏ ଆଉ ସେମାନଙ୍କର ମେଣ୍ଟରସିପ୍‌ କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରାକ୍ଟିସ୍‌ କରେ । ତେଣୁ ନିଷ୍ଠାର ସହ ଯିଏ ବି UPSC ପାଇଁ ପ୍ରସ୍ତୁତି କରିବ ସିଏ ନିଶ୍ଚୟ ସଫଳ ହେବ ।’

ଓଟିଭିକୁ ପ୍ରତିକ୍ରିୟା ଦେଇ ଅନିମେଶ ଆହୁରି କହିଛନ୍ତି ,‘କଠିନ ପରିଶ୍ରମର ବିକଳ୍ପ ନାହିଁ । କିଛି ପାଇବାକୁ ହେଲେ କଠିନ ପରିଶ୍ରମ ହିଁ ଏକମାତ୍ର ରାସ୍ତା । ମୋ ପାଇଁ UPSC ପ୍ରସ୍ତୁତି କରିବା ଏକ ବଡ଼ ଚ୍ୟାଲେଞ୍ଜିଙ୍ଗ ଥିଲା । କାରଣ ମାଆ କ୍ୟାନ୍ସରରେ ପୀଡ଼ିତ ଥିଲେ । ମୋତେ ପାଠରେ କନ୍‌ସେନ୍‌ଣ୍ଟ୍ରେଟ୍ କରିବାକୁ ପରିସ୍ଥିତି ସାଥ୍‌ ଦେଉନଥିଲା । ଏବେ ମାଆ ନାହାନ୍ତି, ଥିଲେ ମୋ ସପଳତା ଦେଖି ବହୁତ ଖୁସି ହୋଇଥାନ୍ତେ ।’

‘ମୋର ପିଲା ଦିନର ପାଠ ପଢ଼ା ସମୟ ରାଉରକେଲା ଡିଏଭି ସ୍କୁଲ୍‌ରେ ସରିଛି । LKGରୁ ଦ୍ୱଦଶ ପର୍ଯ୍ୟନ୍ତ ମୁଁ ସେଇଠି ପଢ଼ିଛି । ତାପରେ NITରୁ ୨୦୨୧ରେ ବିଟେକ୍‌ ପାସ୍‌ କରିଥିଲି । ତାପରେ IOCLରେ ଚାକିରି କଲି । ଏହା ମୋର ପ୍ରଥମ UPSC ଆଟେମ୍ପଟ୍‌ ଥିଲା ।’

ସୂଚନାଯୋଗ୍ୟ, ଆଜି ପ୍ରକାଶ ପାଇଛି UPSC ୨୦୨୩ ପରୀକ୍ଷା ଫଳ । ଓଡ଼ିଶା ପୁଅ ଅନିମେଶ ପ୍ରଧାନ ସର୍ବ ଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଏହା ସହ ଆଦିତ୍ୟ ଶ୍ରୀବାସ୍ତବ ପୂରା ଦେଶରେ ଟପ୍ପର ହୋଇଛନ୍ତି । ତୃତୀୟ ସ୍ଥାନରେ ରହିଛନ୍ତି ଡି.ଅନନ୍ୟା ରେଡ୍ଡୀ । ଚତୁର୍ଥରେ ସିଦ୍ଧାର୍ଥ ରାମକୁମାର ଥିବା ବେଳେ ପଞ୍ଚମରେ ରୁହାନୀ ରହିଛନ୍ତି । 

୨୦୨୩ ବର୍ଷ ପାଇଁ ହୋଇଥିବା ପରୀକ୍ଷାରେ ମୋଟ ୧,୦୧୬ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଓଡ଼ିଶାରୁ ୨୪ ରାଙ୍କ ପ୍ରଜ୍ଞାନନ୍ଦନ ଗିରି ରହିଥିବା ବେଳେ ୩୬ ରାଙ୍କରେ ଆୟୁଷୀ ପ୍ରଧାନ ରହିଛନ୍ତି । ସେହିପରି ୫୨ ରାଙ୍କରେ ଜୟଶ୍ରୀ ପ୍ରଧାନ, ୬୦ ରାଙ୍କରେ ଅଭିମନ୍ୟୁ ମଲ୍ଲିକ, ୧୧୦ ରାଙ୍କରେ ଅମ୍ରିତାଂଶୁ ନାୟକ ରହିଛନ୍ତି ।

ସେହିପରି ଅନ୍ୟ ଓଡ଼ିଆଙ୍କ ମଧ୍ୟରେ ୧୧୫ ରାଙ୍କରେ ଯଶୋବନ୍ତ ମଲ୍ଲିକ, ୧୭୬ ରାଙ୍କରେ ପଦ୍ମନାଭ ମିଶ୍ର, ୨୦୪ ରାଙ୍କ ଶୁଭ୍ରା ପଣ୍ଡା ରହିଛନ୍ତି । ସେହିପରି ୨୮୦ ରାଙ୍କରେ ଅନନ୍ୟା ରଣା, ୩୦୩ ରାଙ୍କରେ ତନିଶା ମିଶ୍ର ଓ ୩୧୯ ରାଙ୍କରେ ରଶ୍ମି ପ୍ରଧାନ ରହିଛନ୍ତି । ୩୪୩ ରାଙ୍କ ବିଶ୍ୱଜିତ ପଣ୍ଡା ରହିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ୩୮୭ ରାଙ୍କରେ ପ୍ରିୟଙ୍କା ପ୍ରିୟଦର୍ଶିନୀ, ୪୦୯ ରାଙ୍କରେ ସନ୍ତୋଷ କୁମାର ପାତ୍ର, ୪୬୬ ରାଙ୍କରେ ସୌରଭ ଦାସଙ୍କ ସହ ୫୭୫ ରାଙ୍କରେ ରାକେଶ କୁମାର ସାହୁ ଓ ୫୮୧ ରାଙ୍କରେ ନୟନ ରଂଜନ ଦାସ ରହିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ସର୍ବ ଭାରତୀୟସ୍ତରରେ ଦ୍ୱିତୀୟ ରାଙ୍କରେ ଅନିମେଶ ପ୍ରଧାନ ରହିଛନ୍ତି ।