• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପାକିସ୍ତାନରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ସ୍ଥିତି। ବଜ୍ରପାତ, ବର୍ଷା ଓ ବନ୍ୟା ଯୋଗୁ ୪୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦେଶର ବନ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ପରେ ଦକ୍ଷିଣ ପଶ୍ଚିମ ଭାଗରେ ଜରୁରୀକାଳୀନ ସ୍ଥିତି ଜାରି ହୋଇଛି । କେବଳ ପାକିସ୍ତାନ ନୁହଁ ଆଫଗାନିସ୍ଥାନରେ ମଧ୍ୟ ୩୩ ଜଣଙ୍କ ମୃତ୍ୟୁ ହୋଇଛି।

ଗତ ତିନି ଦିନ ଧରି ଲାଗି ରହିଛି ଏଭଳି ସ୍ଥିତି । ବଜ୍ରପାତ ଯୋଗୁ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରବଳ ବର୍ଷାରେ ପାକିସ୍ତାନର ପଞ୍ଜାପ ପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କେବଳ ପଞ୍ଜାବ ପ୍ରଦେଶରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି । ଏହି ସପ୍ତାହରେ ଆହୁରି ବର୍ଷା ନେଇ ପାକିସ୍ତାନ ବିପର୍ଯ୍ୟୟ ପ୍ରସମନ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବର୍ଷାରେ ପାକିସ୍ତାନର ରାଜଧାନୀ ଇସଲାମାବାଦ ବି ପ୍ରଭାବିତ ହୋଇଛି । ୨ ବର୍ଷ ତଳେ ପାକିସ୍ତାନରେ ଭୟଙ୍କର ବନ୍ୟାରେ ୧୭୩୯ ଜଣଙ୍କ ମୃତ୍ୟୁ ହୋଇଥିଲା ।