Advertisment

୨୧ ରାଜ୍ୟର ୧୦୨ ଲୋକସଭା ଆସନରେ ପ୍ରଥମେ ହେବ ଭୋଟ୍ ଗ୍ରହଣ

ସୁକମା ଜିଲ୍ଲାରେ ମୋଟ୍ ୪୨ଟି ପୋଲିଂ ଟିମ୍ ପାଇଁ ହେଲିକପଟର ବ୍ୟବସ୍ଥା କରାଯାଇଛି। ତାମଧ୍ୟରୁ ଆଜି ୨୭ଟି ଟିମ୍ ହେଲିକପଟରରେ ଯାଇଥିବାବେଳେ ବଳକା ଟିମ୍ ଆସନ୍ତାକାଲି ଯିବେ।

author-image
Satyendu Shekher Mishra
Narendra Modi

Narendra Modi

ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ସରୁଛି ପ୍ରଚାର। ତା’ ପୂର୍ବରୁ ଆଜି ଆସାମ ଗୌହାଟିରେ ବିରାଟ୍ ନିର୍ବାଚନୀ ରାଲି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟର ୧୦୨ ଲୋକସଭା ଆସନରେ ମନପସନ୍ଦର ପ୍ରାର୍ଥୀ ବାଛିବେ ମତଦାତା।

Advertisment

ତାମଧ୍ୟରେ ପ୍ରମୁଖ ଆସନ ଗୁଡ଼ିକ ହେଉଛି, ଉତ୍ତରପ୍ରଦେଶର ସାହାରନପୁର, ରାମପୁର, ପିଲିଭିଟ୍, ମୁଜାଫରନଗର, ଆସାମର ଦିବ୍ରୁଗଡ଼ ଏବଂ ସୋନିତପୁର, ଛତିଶଗଡ଼ର ବସ୍ତର୍, ବିହାରର ଜାମୁଇ ଏବଂ ଗୟା, ଜାମ୍ମୁ କାଶ୍ମୀରର ଉଦମପୁର, ମଧ୍ୟପ୍ରଦେଶର ଛିନ୍ଦୱାଡ଼ା, ତାମିଲନାଡୁର ଉତ୍ତର ଚେନ୍ନାଇ, ଦକ୍ଷିଣ ଚେନ୍ନାଇ, କେନ୍ଦ୍ର ଚେନ୍ନାଇ ଏବଂ କୋଇମ୍ବାଟୁର, ଥୁଠୁକୁଡ଼ି, ତିରୁନେଲଭାଲି, କନ୍ୟାକୁମାରୀ, ମଣିପୁର ଇନର୍ ମଣିପୁର ଏବଂ ଆଉଟର୍ ମଣିପୁର,ରାଜସ୍ଥାନର ବିକାନେର୍, ପଶ୍ଚିମବଙ୍ଗର କୁଚବେହାର ଏବଂ ଆଲ୍ଲିପୁରଦୁଆର।

ଏସବୁ ସ୍ଥାନରେ ନିର୍ବାଚନ ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ହେବା ସହ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ବିଶେଷ କରି ମାଓପ୍ରଭାବିତ ଅଞ୍ଚଳରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପୋଲିଂ ଅଧିକାରୀ ମାନଙ୍କୁ ହେଲିକପଟରରେ ନିର୍ଦ୍ଧାରିତ ପୋଲିଂ ସେଣ୍ଟରକୁ ନିଆଯାଉଛି। ସୁକମା ଜିଲ୍ଲାରେ ମୋଟ୍ ୪୨ଟି ପୋଲିଂ ଟିମ୍ ପାଇଁ ହେଲିକପଟର ବ୍ୟବସ୍ଥା କରାଯାଇଛି। ତାମଧ୍ୟରୁ ଆଜି ୨୭ଟି ଟିମ୍ ହେଲିକପଟରରେ ଯାଇଥିବାବେଳେ ବଳକା ଟିମ୍ ଆସନ୍ତାକାଲି ଯିବେ।

Advertisment
Advertisment
Advertisment