• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଚଳିତ ଆଇପିଏଲରେ ଲଗାତାର ଭାବେ ଖରାପ ପ୍ରଦର୍ଶନ ଦେଇ ଆସୁଛି ଆରିସିବି । କେବେ କେବେ ବୋଲର ମାନେ ଫେଲ ହେଉଛନ୍ତି ତ କେବେ କେବେ ବ୍ୟାଟର୍ । ଦୁର୍ଦ୍ଦଶା ଯେମିତି ପିଛା ଛାଡ଼ୁନି ଆରସିବିର । ଏପରି ସ୍ଥଳେ ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗ ଓ ମନୋଜ ତିୱାରୀ ଅନେକ କାରଣ ଉପରେ ଆଲୋକପାତ କରିଛନ୍ତି । ଆସନ୍ତୁ ଜାଣିବା ..

ଭାରତୀୟ ସପୋର୍ଟ ଷ୍ଟାଫଙ୍କର ଘୋର ଅଭାବ ହିଁ ଆରସିବି ହାରିବାର ପ୍ରମୁଖ କାରଣ ବୋଲି ସେହୱାଗ କହିଛନ୍ତି । ଏହା ସହ ଘରୋଇ ଖେଳାଳିମାନେ ଠିକ ଭାବରେ ନିଜକୁ ପ୍ରଦର୍ଶିତ କରିପାରୁନାହାନ୍ତି । ସେମାନେ ଚାପର ଠିକ ଭାବେ ମୁକାବିଲା କରିପାରୁନାହାନ୍ତି । ଅନ୍ୟପଟେ ଆରସିବିର କୋଚ ଦାୟିତ୍ୱରେ ବିଦେଶୀ ଖେଳାଳି ହିଁ ରହିଛନ୍ତି ।

ଫଳରେ ଭାରତୀୟ ଖେଳାଳିମାନେ ଠିକ ଭାବେ ନିଜ ମତ ରଖିପାରୁନଥିବା ସେହୱାଗ ଅନୁଭବ କରିଛନ୍ତି । ଆରସିବିର ହେଡ କୋଚ ଦାୟିତ୍ୱରେ ଆଣ୍ତି ଫ୍ଲାୱାର ଥିବା ବେଳେ ଆଦାମ୍ ଗ୍ରିଫଥ୍ ବୋଲିଂ କୋଚ ଅଛନ୍ତି । ଏଣୁ ଘରୋଇ କ୍ରିକେଟରମାନେ ଠିକ ଭାବେ ଭାବର ଆଦାନ ପ୍ରଦାନ କରିପାରୁନଥିବା ଅନୁଭବ କରିଛନ୍ତି ସେହୱାଗ ।

ଦଳରେ ୧୨ରୁ ୧୫ ଜଣ ଭାରତୀୟ ଖେଳାଳି ଅଛନ୍ତି । ଏହା ସହ ୧୦ ଜଣ ପାଖାପାଖି ବିଦେଶୀ ଖେଳାଳି ରହିଛନ୍ତି । ଏହା ସହ ଦଳର ସମସ୍ତ କୋଚିଂ ଷ୍ଟାଫ୍ ବିଦେଶୀ ଅଟନ୍ତି । ଏପରି ସ୍ଥଳେ ଅନେକ ଭାରତୀୟ ଇଂରାଜୀ ବୁଝନ୍ତି ନାହିଁ । କେବଳ କେତେକ ଅନ୍ତର୍ଜାତୀୟ ଖେଳାଳିଙ୍କୁ ଛାଡ଼ି ଦେଲେ ଅନ୍ୟମାନେ କେହି ଇଂରାଜୀ ବୁଝନ୍ତି ନାହିଁ । ଏପରି ସ୍ଥଳେ କଥାବାର୍ତ୍ତା କରିବାରେ ଅସୁବିଧା ହେଉଥିବ ବୋଲି କହିଛନ୍ତି ସେହୱାଗ ।

ସପୋର୍ଟ ଷ୍ଟାଫଙ୍କ ମଧ୍ୟରେ କେହି ମଧ୍ୟ ଭାରତୀୟ ନଥିବା ବେଳେ କିଏ ସେମାନଙ୍କୁ ଉତ୍ସାହିତ କରିବ, କିଏ ସେମାନଙ୍କ ସହ ସମୟ ବିତାଇବ ବୋଲି ସେହୱାଗ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ନିଲାମ ଓ ଦଳ ପରିଚାଳନାରେ ଫ୍ରାଞ୍ଚାଇଜର ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ମନୋଜ । ମୁଁ ଜାଣେ ଅସୁବିଧା କେଉଁଠାରେ ଅଛି । ନିଲାମ ଟେବୁଲଠାରୁ ଆରମ୍ଭ କରି ମ୍ୟାନେଜମେଣ୍ଟ ପର୍ଯ୍ୟନ୍ତ ବୋଲି କହିଛନ୍ତି ମନୋଜ ।

ନିଜର ସମସ୍ତ ଭଲ ଖେଳାଳିଙ୍କୁ ଆରସିବି ରିଟେନ କରେନି । ନିଜର ସବୁଠାରୁ ଭଲ ବୋଲର ୟୁଜଭେନ୍ଦ୍ର ଚହଲଙ୍କୁ ଛାଡ଼ିଦେଲେ । ବିରାଟ କୋହଲିଙ୍କୁ ଅଧିନାୟକ ରଖିବାକୁ ମଧ୍ୟ କୌଣସି ପ୍ରକାରେ ଚେଷ୍ଟା କରାଗଲା ନାହିଁ । ମ୍ୟାନେଜମେଣ୍ଟର ଏହି ସବୁ ଖରାପ ନିଷ୍ପତ୍ତି ପାଇଁ ବାରମ୍ବାର ଆରସିବି ହାରୁଛି ବୋଲି କହିଛନ୍ତି ମନୋଜ ତିୱାରୀ ।