/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713271121.jpg)
Naxal Encounter
ନିର୍ବାଚନର ଦୁଇ ଦିନ ପୂର୍ବରୁ ଛତିଶଗଡ଼ରେ ବଡ଼ଧରଣର ମାଓ ଅପରେସନ୍। କାଙ୍କେର ଜିଲ୍ଲା ଛୋଟେବେଥିଆ ଥାନା ଅଞ୍ଚଳରେ ମୁହାଁମୁହିଁ ହୋଇଛନ୍ତି ମାଓବାଦୀ ଏବଂ ସୁରକ୍ଷାକର୍ମୀ। ଯେଉଁଥିରେ ୧୮ରୁ ଅଧିକ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ଏଥିରେ ଜଣେ ବଡ଼ ନକ୍ସଲ ନେତା ବି ଥିବା ଜଣାପଡ଼ିଛି।
Advertisment
ଏହି ଏନକାଉଣ୍ଟରରେ ସୁରକ୍ଷାବାହିନୀର ୩ ଜଣ ଯବାନ ଆହତ ବି ହୋଇଛନ୍ତି। ପୁରା ଅଞ୍ଚଳକୁ ଏବେ କର୍ଡନ କରି କମ୍ବିଂକୁ ଜୋରଦାର କରାଯାଇଛି। ଜଙ୍ଗଲ ଭିତରେ ଆଜି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ ଯବାନ। ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଥିବାରୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଇଥିଲା।
ଏହି ସମୟରେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିଥିଲେ ନକ୍ସଲ। ଏହାର କଡ଼ା ଜବାବ ଦେଇଛି ଫୋର୍ସ। ଏବେ ଆହତ ସୁରକ୍ଷାକର୍ମୀଙ୍କୁ ସେଠୁ ଆଣିବାକୁ QRT-QUICK RESPONSE TEAM ଘଟଣାସ୍ଥଳକୁ ଯାଉଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)