/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713273283.jpg)
firecracker
ବିବାହ ସମୟରେ ଘଟିଲା ବଡ଼ ଅଘଟଣ । ମୁଣ୍ତ ଉପରେ ବାଣ ରଖି ଫୁଟାଇବା ପଡ଼ିଲା ମହଙ୍ଗା । ବିବାହ ସମୟରେ ଅନେକ ଲୋକ ଏପରି କାର୍ଯ୍ୟ କରନ୍ତି ଯାହା ଦେଖିବା ଅଜବ ଲାଗେ । ଏମିତି ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଏଥିରେ, ବରଯାତ୍ରୀମାନେ କେବଳ ନାଚୁନାହାଁନ୍ତି ବରଂ ଏପରି ବିପଜ୍ଜନକ କାମ ମଧ୍ୟ କରୁଛନ୍ତି ଯାହାକୁ ଦେଖି ଆପଣ ଭୟଭୀତ ହେବେ ।
ସୋସିଆଲ ମିଡିଆରେ ଜଣେ ବ୍ୟକ୍ତି ମୁଣ୍ଡରେ ଫୁଟନ୍ତା ବାଣକୁ ରଖି ନାଚୁଥିବା ଏକ ଭିଡିଓ ଭାଇରାଲ ହେଉଛି । ‘ଏକ୍ସ’ରେ ଜଣେ ବ୍ୟକ୍ତି ଏହି ଭିଡ଼ିଓକୁ ସେୟାର କରିଛନ୍ତି । ଭିଡ଼ିଓରେ କିଛି ଲୋକ ନାଚୁଥିବା ଦେଖିବାକୁ ମିଳୁଛି । ପରେ ଜଣେ ଯୁବକ ଫୁଟନ୍ତା ବାଣକୁ ତାଙ୍କ ମୁଣ୍ତ ଉପରେ ରଖି ନାଚୁଥିଲେ । ଯାହାଫଳରେ ମୁଣ୍ତ ଉପରେ ପଡ଼ିଥିଲା ଫୁଟନ୍ତା ବାଣ । ତାଙ୍କ ଡ୍ରେସ୍ରେ ନିଆଁ ମଧ୍ୟ ଲାଗିଯାଇଥିଲା । ଯାହାଫଳରେ ହୁତୁହୁତୁ ହୋଇ ଜଳିଥିଲା ନିଆଁ ।
ऐसे खुराफाती लोग ही बारात की लुटिया डुबोते हैं 😅🤣
दो शब्द बोलो इनके बारे में pic.twitter.com/bnU5v3qZ2J— Kartik Meena (@KARTIKMEENA005) April 12, 2024
ଭିଡିଓଟିକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଜଣେ ବ୍ୟକ୍ତି ସେୟାର କରିଛନ୍ତି । ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି । ଏହି ଭିଡ଼ିଓରେ କ୍ୟାପସନ୍ରେ ବ୍ୟକ୍ତି ଜଣକ ଲେଖିଛନ୍ତି ଯେ - 'କେବଳ ଏଭଳି ଦୁର୍ଦ୍ଦାନ୍ତ ବ୍ୟକ୍ତି ବିବାହ ଶୋଭାଯାତ୍ରାକୁ ନଷ୍ଟ କରୁଛନ୍ତି' ।
ଭିଡିଓ ଉପରେ ବିଭିନ୍ନ ଲୋକ କମେଣ୍ଟ ମଧ୍ୟ ଦେଉଛନ୍ତି । ଜଣେ ଲେଖିଛନ୍ତି ଯେ, ‘ଏପରି କାମ କରିବା କେତେ ଠିକ୍ ? ଏପରି ଲୋକଙ୍କ ଯୋଗୁଁ କିଛି ଲୋକଙ୍କ ଜୀବନ ବିପଦରେ ପଡ଼ୁଛି । ଯାହା ଫଳରେ କିଛି ଲୋକ ମଧ୍ୟ ପ୍ରାଣ ହରାଉଛନ୍ତି । ତଥାପି କିଛି ଲୋକ ଏମିତି ଭୟାନକ କାମ କରୁଛନ୍ତି । ’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)