୮ ବର୍ଷର ବାଳକ, ସ୍କୁଲ ୟୁନିଫର୍ମ ପିନ୍ଧି ଚଲାଉଛି ଇ-ରିକ୍ସା । ପଛରେ ବସିଛନ୍ତି ୨ ଜଣ ଯାତ୍ରୀ। ହାଇଦ୍ରାବାଦ ରାସ୍ତାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ଆମେରିକାରେ ବାତ୍ୟା ଇଡା ପ୍ରଳୟ ରଚିଛି। ବୁଧବାର ବାତ୍ୟା ଇଡା ପ୍ରଭାବରେ ଆମେରିକାର ନ୍ୟୁୟର୍କ ସହରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା। ପ୍ରବଳ ବର୍ଷା ଯୋଗୁ ନଦୀଗୁଡିକରେ ବନ୍ୟା ଆସି ଅତି କମ୍ରେ ୪୯ ଜଣଙ୍କର ମୃତ୍ୟୁ ଘଟିଲାଣି।
ମୃତ୍ୟୁ ପଛରେ କିଛି ଷଡ଼ଯନ୍ତ୍ର ରଚା ଯାଇଥିବା ଫ୍ୟାନ୍ସମାନେ ଆଶଙ୍କା କରୁଥିବା ବେଳେ ଏସବୁରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି। କୁପର ହସ୍ପିଟାଲରେ ସିଦ୍ଧାର୍ଥଙ୍କ ପୋଷ୍ଟମର୍ଟମ ହୋଇଥିଲା। ଯାହାର ରିପୋର୍ଟ ଏବେ ସାମ୍ନାକୁ ଆସିଛି।
ଦଶମ ପାସ ପିଲାଙ୍କ ପାଇଁ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ ଆସିଛି। ତୁରନ୍ତ ଆବେଦନ କରନ୍ତୁ।
ଇଭେଣ୍ଟରେ ୧୯ ବର୍ଷୀୟା ଅବନୀ ୪୪୫.୯ ସ୍କୋର ସହ ତୃତୀୟ ସ୍ଥାନରେ ରହି ଏହି ପଦକ ନିଜ ନାଁରେ କରିଛନ୍ତି। ଏହି ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଚାଇନାର କୁଇପିଙ୍ଗ ଝାଙ୍ଗ। ସେ ଫାଇନାଲରେ ୪୫୭.୯ ସ୍କୋର ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଜର୍ମାନୀର ନତାଶା ହିଲଟ୍ରପ୍ ୪୫୭.୧ ସ୍କୋର ସହ ରୌପ୍ୟ ପଦକ ଜିତିଛନ୍ତି।
ଆଫଗାନିସ୍ତାନର ପଞ୍ଜଶିରରେ ଚାଲିଛି ନର୍ଦ୍ଦନ ଆଲାଏନ୍ସ-ତାଲିବାନ ଘମାଘୋଟ ଯୁଦ୍ଧ । ପଞ୍ଜଶିର ଉପତ୍ୟକାକୁ ୩ ପଟୁ ଘେରି ରହିଛନ୍ତି ତାଲିବାନ। ତାଲିବାନର ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଛି ନର୍ଦ୍ଦନ ଆଲାଏନ୍ସ । ଶେଷ ରକ୍ତ ବିନ୍ଦୁ ଯାଏ ମାତୃଭୂମି ପାଇଁ ଲଢ଼େଇ ଜାରି ରହିବ ବୋଲି ଶପଥ କରିଛନ୍ତି ସେମାନେ।
:ଦିଲ୍ଲୀ ବିଧାନସଭାରେ ନିକଟରେ ଠାବ ହୋଇଛି ଐତିହାସିକ ସୁଡଙ୍ଗ। ଗୁରୁବାର ଦିନ ଏହି ସୁଡଙ୍ଗର ମୁହଁର ସନ୍ଧାନ ମିଳିଛି। ଏହି ସୁଡଙ୍ଗ ଦିଲ୍ଲୀ ବିଧାନସଭାକୁ ରେଡ ଫର୍ଟ ସହିତ ସଂଯୋଗ କରୁଛି।
ଲୋକପ୍ରିୟ ଅଭିନେତା ତଥା ବିଗ୍ବସ -୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କର ଗତକାଲି ଦେହାନ୍ତ ହୋଇଯାଇଛି । ଆଜି ଦିଆଯିବ ଶେଷ ବିଦାୟ।
ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଦେହାନ୍ତ ପରେ ବଲିଉଡ୍ ଓ ଟିଭି ଇଣ୍ଡଷ୍ଟ୍ରି ଏକ ପ୍ରକାର ସ୍ତବ୍ଧ ହୋଇଯାଇଛି। ସିଦ୍ଧାର୍ଥଙ୍କ ଅଚାନକ୍ ମୃତ୍ୟୁକୁ କେହିବି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଜାଙ୍କର ଜିମ୍ ଟ୍ରେନର ସୋନୁ ଚୌରସିୟାଙ୍କ ବୟାନ ଏବେ ସାମ୍ନାକୁ ଆସିଛି।
କିଛି ଦିନ ତଳେ ନିଜର ସ୍ୱାସ୍ଥ୍ୟକୁ ନେଇ ବେଶ ଚର୍ଚ୍ଚାରେ ଥିଲେ ଉତ୍ତର କୋରିଆ ସୁପ୍ରିମୋ କିମ୍ ଜୋଙ୍ଗ ଉନ (Kim Jong Un)। ହେଲେ କିମ୍ ଜୋଙ୍ଗଙ୍କର କ’ଣ ହୋଇଥିଲା ସେ ବିଷୟରେ କିଛି ତଥ୍ୟ ମିଳି ନ ଥିଲା। ହେଲେ ଏବେ ବଦଳି ଯାଇଛି ତାଙ୍କର ସ୍ୱାସ୍ଥ୍ୟ । ଦେଖାନ୍ତୁ କେମିତି ଦିଶୁଛନ୍ତି କିମ୍ ଜୋଙ୍ଗ।
ବିଧାୟକଙ୍କ ପୋଷାକକୁ ନେଇ ଏବେ ସୋଶିଆଲ ମିଡ଼ିଆରେ ଚର୍ଚ୍ଚା। ଟ୍ରେନ ଯାତ୍ରାବେଳେ ଜଣେ ବିଧାୟକ ଏମିତି ପୋଷାକ ପିନ୍ଧିଥିଲେ ଯାହାକୁ ଦେଖି ଯାତ୍ରୀ ତାଙ୍କୁ ଘେରି ଯାଇଥିଲେ। ହେଲେ ବିଧାକୟଙ୍କ ରୋବାବ ଦେଖି ଗଣ୍ଡଗୋଳ ବଢିଥିଲା।
ପୂର୍ବରୁ ୟୁକେ, ୟୁରୋପ ସମେତ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଥିଲା। ଏବେ ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ଚୀନ୍, ମରିଶଶ, ନ୍ୟୁଜିଲାଣ୍ଡ ଏବଂ ଜିମ୍ବାେଓ୍ବରୁ ଆସୁଥିବା ଯାତ୍ରୀଙ୍କ ପାଇଁ ନିୟମ ଲାଗୁ ପାଇଁ ସମସ୍ତ ରାଜ୍ୟକୁ ଚିଠି ଲେଖିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ।
ଦେଖିବାକୁ ଅବିକଳ ଚିତାବାଘ ଭଳି । ହେଲେ ସେ ବାଘ ନୁହେଁ, ବିଲେଇ । ଖାଲି ବିଲେଇ ନୁହେଁ ତାକୁ ଶିକାରୀ ବିଲେଇ କୁହାଯାଏ । ନଦୀରେ ପାଣି ଭିତରେ ପଶି ଶିକାର କରୁଥିବାବେଳେ କ୍ୟାମେରାରେ କଏଦ ହେଲା ଏହି ଶିକାରୀ ବିଲେଇର ଦୃଶ୍ୟ ।
ତାଲିବାନ୍ ପାଇଁ ମିଶନ ପଞ୍ଜଶିର । ପ୍ରତିରୋଧ ଓ ପ୍ରତିବନ୍ଧକର ଶେଷଗଡ଼ରେ ଘମାଘୋଟ ଲଢ଼େଇ । ଆଫଗାନିସ୍ତାନ ମାନଚିତ୍ରରେ ଇଏ ସେହି ପଞ୍ଜଶିର ଘାଟି ଯେଉଁଠି ଶତ୍ରୁ ପ୍ରବେଶ କରିବାକୁ ବି ଭୟ କରିଥାଏ ।
ନୂଆଦିଲ୍ଲୀରେ ଗତବର୍ଷ ହୋଇଥିବା ତବଲିଗି ଜମାତ ଯୋଗୁଁ କରୋନା ସଂକ୍ରମଣ ବୃଦ୍ଧି ସଂପର୍କିତ ଏକ ମାମଲାର ଶୁଣାଣି ବେଳେ ୱେବ୍ ପୋର୍ଟାଲରେ ସମ୍ବାଦ ପରିବେଷଣ ଶୈଳୀକୁ ତୀବ୍ର ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ ।
କରୋନାକୁ ନେଇ ସାରା ବିଶ୍ୱ ଏବେ ଆତଙ୍କିତ ଅବସ୍ଥାରେ ରହିଛି। ଗତ ଦେଢ଼ ବର୍ଷ ହେବ ଲୋକେ ମରି ମରି ବଞ୍ଚୁଛନ୍ତି । ଘରୁ ବାହାରିଲେ ସମସ୍ତଙ୍କୁ ଘାରିଛି ମୃତ୍ୟୁର ଭୟ। ଆଉ ଏହାରି ମଧ୍ୟରେ ଘରର କବାଟ ଠକ୍ଠକ୍ କଲାଣି ମହାମାରୀ। ତେବେ ଏହା ଭିତରେ ପର୍ବପର୍ବାଣୀ ଆସିଗଲାଣି।
ଦିଲ୍ଲୀବାସୀଙ୍କୁ ନୟାନ୍ତ କଲାଣି ବର୍ଷା । ଯୁଆଡ଼େ ଦେଖିବ ଖାଲି ପାଣି ଆଉ ପାଣି । ଦିଲ୍ଲୀର ଅଧିକାଂଶ ସହର ଏବେ ଜଳାର୍ଣ୍ଣବ । ଗତ ଦୁଇଦିନ ଧରି ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ପରେ ଅନେକ ସ୍ଥାନରେ ପାଣି ଜମି ରହି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।
ତାଲିବାନ ସରକାରର ମୁଖିଆ ଚୟନ ନେଇ ସଂଗଠନ ଭିତରେ ଚାଲିଥିବା ଶୀତଳ ଯୁଦ୍ଧର ଅବସାନ ଘଟିଛି । ସଂଗଠନର ଅନ୍ୟତମ ବରିଷ୍ଠ ନେତା ହିବାତୁଲ୍ଲା ଅଖୁନ୍ଦଜାଦା ତାଲିବାନ ସରକାରର ମୁଖ୍ୟ ହେବେ ବୋଲି ବିଧିବଦ୍ଧ ନିଷ୍ପତ୍ତି ହୋଇଛି ।
ମହାକାଶ ଜଗତ ଆମ ପାଇଁ ସଂପୂର୍ଣ ବିଚିତ୍ର ଅଟେ । ମହାକାଶଚାରୀଙ୍କୁ ନେଇ ଅନେକ ପ୍ରଶ୍ନ ମନରେ ଉଠିଥାଏ । ଲୋକଙ୍କ ମନରେ ପ୍ରଶ୍ନ ଉଠିଥାଏ ଯେ ମହାକାଶଚାରୀଙ୍କ ଜୀବନ କିପରି? ତେବେ ଆମେମାନେ ପୃଥିବିପୃଷ୍ଠରେ ଯାହା ବି କାର୍ଯ୍ୟ କରୁଛନ୍ତି ତାହା ମହାକାଶରେ କରିବା ଏତେ ସହଜ ନୁହେଁ । ତେବେ ଏହାକୁ ନେଇ ମହାକାଶଚାରୀ ମେଗାନ ଏକ ଭିଡିଓ ସେୟାର କରିଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।
ଦେଶର ଅର୍ଥନିତୀକୁ ବିଭ୍ରାନ୍ତ କରିଛି ମୋଦୀ ସରକାର। ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି କଂଗ୍ରେସ ସାଂସଦ ତଥା ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧି। ଏହାସହ ସେ ଅଭିଯୋଗ କରିଛନ୍ତି ଯେ, ସରକାର ଜିଡିପି ନାମରେ ଏକ ନୂତନ ସଂକଳ୍ପ କରି ଗ୍ୟାସ, ଡିଜେଲ ଏବଂ ପେଟ୍ରୋଲର ଦର ବୃଦ୍ଧି କରିବାରେ ଲାଗିଛନ୍ତି। ଆଉ ଯାହାର ସିଧାସଳଖ ପ୍ରଭାବ ଲୋକାମାନଙ୍କ ଉପରେ ପଡ଼ିଛି।
ସାରା ବିଶ୍ୱ କରୋନା ମହାମାରୀକୁ ନେଇ ଆତଙ୍କିତ । ଗତ ଦେଢ଼ ବର୍ଷ ହେବ ଲୋକେ ମରି ମରି ବଞ୍ଚୁଛନ୍ତି । ଘରୁ ବାହାରିଲେ ମୃତ୍ୟୁର ଭୟ । ତେବେ ଏହାରି ଭିତରେ ଏହି ମହାମାରୀ ପଞ୍ଝାରୁ ବର୍ତ୍ତିବା ପାଇଁ ଏକ ମାତ୍ର ରାସ୍ତା ଖୋଜି ବାହାର କରିଛନ୍ତି ବିଶେଷଜ୍ଞମାନେ ।
ତେବେ ଅଗଷ୍ଟ ୨୧ରେ ଆଉ ବଡ ବର୍ଷା ହେବାର ସମ୍ଭାବନା ନାହିଁ। କୌଣସି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ନଥିବାରୁ ବଡ଼ ବର୍ଷା ନାହିଁ ବୋଲି ପୂର୍ବରୁ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଅଗଷ୍ଟ ୨୪ରେ ସୂଚନା ଦେଇଥିଲେ
ଆଫଗାନିସ୍ତାନରେ ପଞ୍ଜଶିର ବ୍ୟତୀତ ଅନ୍ୟ ସବୁଠି ଚାଲିଛି ତାଲିବାନ ରାଜ୍ । ହେଲେ ପଞ୍ଜଶିରରେ ନର୍ଦନ ଆଲାଏନ୍ସ ସହ ଏବେ ବି ଲଢ଼ୁଛି ତାଲିବାନ । ଏମିତିକି ସାରା ଆଫ୍ଗାନିସ୍ତାନକୁ ନିଜ କବ୍ଜାକୁ ନେଇସାରିଥିବା ତାଲିବାନ ପଞ୍ଜଶିରରେ ଆଣ୍ଠେଇ ଯାଇଛି ।
ପ୍ରସିଦ୍ଧ ଟେଲି ଅଭିନେତା ତଥା ବିଗ୍ବସ୍-୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ଘଟିଛି । ହୃଦଘାତରେ ତାଙ୍କର ଆଜି ଦେହାନ୍ତ ହୋଇଛି । ମାତ୍ର ୪୦ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ସେ ତାଙ୍କ କ୍ୟାରିୟର ସଫଳତାର ଶିଖର ଛୁଇଁଥିଲେ । ତେବେ ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତରେ ବଲିଉଡରେ ଅନେକ କଳାକାର ଶୋକ ପ୍ରକାଶ କରିଛନ୍ତି । ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଶୁଣି ସାରା ବଲିଉଡ ଆଶ୍ଚର୍ଯ୍ୟ ହୋଇଯାଇଛି । ସିଦ୍ଧାର୍ଥଙ୍କ ମୃତ୍ୟକୁ ନେଇ ଅଭିନେତା ଅକ୍ଷୟ କୁମାର ଟୁଇଟ୍ କରି ଦୁଃଖ ପ୍ରକାଶ କରିଛନ୍ତି ।
ବଲିଉଡ୍ର ସୁପରଷ୍ଟାର ଅମିତାଭ ବଚ୍ଚନ, ଅମିର ଖାଁ, ଶାହରୁଖ, ସଲମାନ, ପ୍ରିୟଙ୍କା ଚୋପ୍ରା... । ଆଜି ସୁପରଷ୍ଟାର ହୋଇଥିବା ଏହି ସେଲିବ୍ରିଟି କେତେ ଟଙ୍କା ଦରମାରେ ଆରମ୍ଭ କରିଥିଲେ କ୍ୟାରିଅର ଜାଣନ୍ତି ?