ଆଜି ପବିତ୍ର ଜନ୍ମାଷ୍ଟମୀ । ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ତିଥିକୁ ପାଳନ ଲାଗି ସାରା ଦେଶ ଆଜି ଚଳଚଞ୍ଚଳ । ଧୂପ, ଦୀପ ନୈବେଦ୍ୟରେ ସାରା ପରିବେଶ ଆରାଧନାମୟ । ଭକ୍ତମାନେ ଉପବାସ ରଖି ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି। ଏହି ଅବସରରେ ସହରର ବିଭିନ୍ନ ମନ୍ଦିରରେ ସ୍ୱତନ୍ତ୍ର ପୂଜା ନୀତିର ଆୟୋଜନ ମଧ୍ୟ ହୋଇଛି । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ମହାରାଜ କଂସଙ୍କ ବନ୍ଦୀଶାଳାରେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିଲେ ।
ଭାରତ ହେଭି ଇଲେକ୍ଟ୍ରୋନିକ୍ସ ଲମିଟେଡ ପକ୍ଷରୁ ମେଡିକାଲ ପ୍ରଫେସନାଲ ଇ ୨ ଗ୍ରେଡରେ ସ୍ପେଶାଲିଷ୍ଟସ୍ ପଦ ପାଇଁ ଆବେଦନପତ୍ର ଆହ୍ୱାନ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବ ସାଇଟ୍କୁ ଯାଇ ତୁରନ୍ତ ଆବେଦନ କରନ୍ତୁ।
ରାଜ୍ୟରେ ହ୍ରାସ ପାଉଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୬୦୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୯୭ ଆକ୍ରାନ୍ତ ଅଛନ୍ତି । ସେହିପରି ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୫୪ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ଅଛନ୍ତି ୨୫୫ ଜଣ ।
ଆଫଗାନିସ୍ତାନରେ ପୁଣି ଏୟାରଷ୍ଟ୍ରାଇକ୍ । ସକାଳ ପ୍ରାୟ ୬.୪୦ ସମୟରେ କାବୁଲ ବିମାନବନ୍ଦର ନିକଟରେ ରକେଟ ଆକ୍ରମଣ ହୋଇଛି । ପ୍ରାଥମିକ ସୂଚନା ଅନୁଯାୟୀ ଏହି ରକେଟଗୁଡିକ ଏକ ଗାଡିରୁ ଟାର୍ଗେଟ କରାଯାଇଥିଲା। ସମାଚାର ଏଜେନ୍ସି ଏଏଫପି ଅନୁସାରେ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଆକ୍ଟିଭେଟ୍ ହେବାର ଶବ୍ଦ ଶୁଣିଛନ୍ତି କାବୁଲ ବିମାନବନ୍ଦର ନିକଟରେ ରହୁଥିବା ଲୋକେ
ଟୋକିଓ ପାରାଲିମ୍ପିକ୍ସରେ ଭାରତର ଅବନୀ ଲେଖରା ସୁଟିରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୧୯ ବର୍ଷୀୟ ଏହି ସୁଟର ମହିଳାଙ୍କ ୧୦ ମିଟର ଏୟାର ରାଇଫଲର କ୍ଲାସ୍ SH1 ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଅବନୀ ୨୪୯.୬ ସ୍କୋର କରି ଶୀର୍ଷରେ ରହିଛନ୍ତି । ପାରାଲିମ୍ପିକ୍ସ ଇତିହାସରେ ଭାରତକୁ ସୁଟିରେ ସ୍ୱର୍ଣ୍ଣ ପଦକ ମିଳିବାରେ ଏହା ପ୍ରଥମ ।
ଆଜି ଓ କାଲି ଡେଡଲାଇନ୍ । ଆଫଗାନିସ୍ତାନର ତାଲିବାନ ଦଖଲ ପରେ ଆମେରିକାର ସୈନ୍ୟ ଦେଶ ଛାଡିବାକୁ ଆଉ ମାତ୍ର ଦୁଇ ଦିନ ଅଛି । ଏହାରି ସମୟରେ ୩୦୦ ଆମେରିକୀୟଙ୍କ ସମେତ ପ୍ରାୟ ୪୫,୦୦ ଲୋକ ଆଫଗାନିସ୍ତାନ ଛାଡିବାକୁ ଚାହୁଁଛନ୍ତି । ୩୧ ଅଗଷ୍ଟ ସମୟସୀମା ପୂର୍ବରୁ କିଛି ଦେଶ ଉଦ୍ଧାର କାର୍ଯ୍ୟ ଶେଷ କରିବା ପରେ ଘରକୁ ଫେରି ସାରିଛନ୍ତି ।
ଆଫଗାନିସ୍ତାନର ମୋଟ୍ ୩୪ଟି ପ୍ରଦେଶରୁ ୩୩ ଟି ଦଖଲ କରିଥିବା ତାଲିବାନ୍ ଦିନକୁ ଦିନ ଆହୁରି କଠୋର କଟକଣା ଲାଗୁ କରୁଛି । ଶରିଆ ଆଇନ ଅନୁଯାୟୀ ଶିକ୍ଷା ଦିଆଯିବ ବୋଲି କହିଛନ୍ତି ନବନିଯୁକ୍ତ କାର୍ଯ୍ୟକାରୀ ଶିକ୍ଷା ମନ୍ତ୍ରୀ ହକାନୀ ।
କରୋନା ତୃତୀୟ ଲହରର ଭୟ ମଧ୍ୟରେ ଯଥାଶୀଘ୍ର ପିଲାମାନଙ୍କର ଟିକାକରଣ ଆରମ୍ଭ କରିବାକୁ ପ୍ରସ୍ତୁତି ଚାଲିଛି। ନୟା ହମଦର୍ଦ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚରେ ପିଲାଙ୍କ ଟିକାକରଣ ପାଇଁ ରବିବାର ଠାରୁ ୨ ରୁ ୧୭ ବର୍ଷ ବୟସର ପିଲାମାନଙ୍କ ମଧ୍ୟରେ କୋଭିଡ୍-୧୯ ଟିକା କୋଭୋଭାକ୍ସର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ପାଇଁ ସ୍ୱେଚ୍ଛାସେବୀ ନିଯୁକ୍ତି ଆରମ୍ଭ ହୋଇଛି।
ଟୋକିଓ ପାରାଲିମ୍ପିକ୍ସରେ ଇତିହାସ। ଗୋଟିଏ ଦିନରେ ଭାରତକୁ ମିଳିଛି ତିନି ତିନିଟି ପଦକ। ଦେଶ ପାଇଁ ଦୁଇଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛନ୍ତି ଭାରତୀୟ ଖେଳାଳି
ଆଫଗାନିସ୍ତାନର ରାଜଧାନୀ କାବୁଲରେ ଗୁରୁବାର ଦୁଇଟି ବୋମା ବିସ୍ଫୋରଣ ପରେ ରବିବାର ପୁଣି ଥରେ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣର ଶବ୍ଦ ଖୁବ ଭୟଙ୍କର ଥିଲା। ଆଫଗାନିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବୁଗ୍ରା ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣର କିଛି ସମୟ ପରେ ଆମେରିକା କହିଛି ଯେ ଏହି ଆକ୍ରମଣ ସେ କରିଛି। ଏଥିରେ ଆଇଏସ୍ଆଇଏସ୍-କେ ଆତଙ୍କବାଦୀ ରକେଟକୁ ଟାର୍ଗେଟ କରାଯାଇଥିଲା।
ଆମ ପୃଥିବୀ ଉପରେ ଅନେକ ପ୍ରକାରର ବିକିରଣ ପହଞ୍ଚିଛି। ଆମ ଗ୍ରହର ଚୁମ୍ବକୀୟ କ୍ଷେତ୍ର ହେତୁ ଏହି ବିକିରଣ ମଧ୍ୟରୁ ଅନେକ ଭୂପୃଷ୍ଠରେ ପହଞ୍ଚେ ନାହିଁ, କିନ୍ତୁ ବାୟୁମଣ୍ଡଳରେ ଏହାର ସଂକେତ ବୈଜ୍ଞାନିକମାନଙ୍କୁ ଦୃଶ୍ୟମାନ ହୋଇଛି। ପ୍ରାୟ ଶହେ ବର୍ଷ ପୂର୍ବେ ବୈଜ୍ଞାନିକମାନେ ଆବିଷ୍କାର କରିବାକୁ ଲାଗିଥିଲେ ଯେ ଏପରି କିଛି ଜାଗତିକ ବିକିରଣ ଅଛି ଯାହାର ଉତ୍ସ ସ୍ଥାନୀୟ ନୁହେଁ। ବର୍ତ୍ତମାନ ଏକ ଅଧ୍ୟୟନରେ, ଅନୁସନ୍ଧାନକାରୀମାନେ ଗାଲାକ୍ସି ମିଲ୍କି ୱେରୁ ଏପରି ଜାଗତିକ ବିକିରଣର ଉତ୍ସ ସହିତ ଆସିଥିବା ବିକିରଣର ପରିମାଣ ଚିହ୍ନଟ କରିବାରେ ସଫଳ ହୋଇଛନ୍ତି।
ଡରେଇଲାଣି ଥାର୍ଡ ୱେଭ୍। ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ଦୈନିକ ସଂକ୍ରମଣ ଗ୍ରାଫ୍ ପୁଣି ଉପରମୁହାଁ ହେବାକୁ ନେଇ ଆଶଙ୍କା ବଢିଛି। ଅପରପକ୍ଷେ ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ଲାଗି ଟିକାକରଣ ଏକ ପ୍ରମୁଖ ଅସ୍ତ୍ର ହୋଇଥିବା ବେଳେ ରାଜ୍ୟର ଟିକାକରଣ କେନ୍ଦ୍ରଗୁଡ଼ିକରେ ଅସମ୍ଭାଳ ଭିଡ଼ ଚିନ୍ତା ବଢ଼ାଇଛି। ଏଭଳି ସ୍ଥିତିରେ ଆଜିଠୁ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ସେରୋ ସର୍ଭେ।
ଯେତିକି ଯେତିକି ପାଖେଇ ଆସୁଛି ଅଗଷ୍ଟ ୩୧, ଯେତିକି ପାଖେଇ ଆସୁଛି ଆମେରିକୀୟ ସୈନ୍ୟ କାବୁଲ ଛାଡିବାର ଘଡ଼ି, ବିଶ୍ୱବ୍ୟାପୀ ସେତିକି ବଢୁଛି ଉତ୍କଣ୍ଠା। ତାଲିବାନ ଅମଳରେ କଣ ହେବ ଆଫଗାନବାସୀଙ୍କ ଭବିଷ୍ୟତ, ଏବେ ସମସ୍ତଙ୍କ ମୁହଁରେ ସେଇ ଗୋଟିଏ ପ୍ରଶ୍ନ। ତାଲିବାନ କହୁଛି ସମସ୍ତଙ୍କୁ ନେଇ ଶାସନ କରିବ, ଏଣେ କିନ୍ତୁ ନର୍ଦ୍ଦନ ଆଲାଏନ୍ସଠାରୁ ପଞ୍ଜଶିର ପ୍ରଦେଶ ଛଡ଼ାଇ ନେବାକୁ ଚଳାଇଛି ଜୋରଦାର ଉଦ୍ୟମ
ବଲିଉଡର ବିଗ-ବି ଅମିତାଭ ବଚ୍ଚନ ସବୁବେଳେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍ ରହିଥାନ୍ତି । ଅମିତାଭ ବେଳେବେଳେ ସୋସିଆଲ ମିଡିଆରେ ନିଜର ପୁରୁଣା ଫଟୋ ଦେବା ସହ ଆକର୍ଷଣୀୟ ଲେଖା ମଧ୍ୟ ପୋଷ୍ଟ କରନ୍ତି । ଅମିତାଭ ବଚ୍ଚନ ରବିବାର ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ଏକ ଫଟୋ ସେୟାର କରିଛନ୍ତି।
ସତ ହୋଇଛି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସତର୍କବାଣୀ। କାବୁଲ ବିମାନ ବନ୍ଦର ନିକଟରେ ପୁଣି ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏକ ଅଟ୍ଟାଳିକାକୁ ଟାର୍ଗେଟ କରି ରକେଟ୍ ମାଡ଼ କରାଯାଇଥିବା ସୂଚନା ଆସୁଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଗତ ଗୁରୁବାର ଏୟାରପୋର୍ଟ ବାହାରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ୧୩ ଆମେରିକୀୟ ସୈନ୍ୟଙ୍କୁ ମିଶାଇ ୧୭୦ ଜଣଙ୍କ ମୃତ୍ୟୁ ହୋଇଥିଲା
ରହସ୍ୟମୟ ଗାଁ। ଅନେକ ବର୍ଷ ହେବ ଏଠାରେ ନାହିଁ ଜନବସତୀ। ଏହି ରହସ୍ୟ ନେଇ ଗାଁଟି ରହିଆସିଛି ସବୁବେଳେ ଚର୍ଚ୍ଚାରେ। ଭାରତରେ ରହିଛି ଏଭଳି ଏକ ଗାଁ। ଆମେ କହୁଛୁ ରାଜସ୍ଥାନର କୁଳଧରା ଗାଁର କଥା। କୁହାଯାଏ ଯେ ଗତ କିଛି ବର୍ଷ ହେବ ଏହି ଗାଁ ଅଭିଶପ୍ତ ହୋଇ ପଡିରହିଛି। କୁଲଧରା ଗାଁର ଏହି ରହସ୍ୟ ପଛରେ ଲୁଚି ରହିଛି ଏକ ଐତିହାସିକ ଘଟଣା। ଏହି ଗାଁରେ ଗତ କିଛି ବର୍ଷ ହେବ ପକ୍ଷୀଟିଏ ବି ବସା ବାନ୍ଧି ନାହିଁ। ଗାଁର ଆଖପାଖ ଲୋକଙ୍କ କହିବା କଥା ଏଠାରେ ଅନେକ ପୈଶାଚିକ ଘଟଣା ଦେଖାଯାଏ। ଏହି କାରଣରୁ ଏଠାକୁ କେହି ବି ଯିବାକୁ ସାହସ କରନ୍ତି ନାହିଁ।
ଦିନକୁ ଦିନ ଆଫଗାନୀସ୍ତାନର ସ୍ଥିତି ବିଗିଡିବାରେ ଲାଗିଛି । ଆଫଗାନୀସ୍ତାନରେ ତାଲିବାନର ଆକ୍ରୋଷରୁ ବଞ୍ଚିବା ପାଇଁ ଅଧିକାଂଶ ଲୋକେ ଆଫଗାନିସ୍ତାନ ଦେଶ ଛାଡି ପଳାଇଯିବାକୁ ଚାହୁଁଛନ୍ତି । ହେଲେ ତାଲିବାନ ବାହିନୀ ଶନିବାର କାବୁଲର ବିମାନ ବନ୍ଦରକୁ ବନ୍ଦ କରିଦେଇଛି ।ଅଗଷ୍ଟ 15ରେ ତାଲିବାନ କାବୁଲକୁ କାବୁ କରିବା ପରଠାରୁ ଆମେରିକା 1,00,000 ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିଛି । ତେବେ ମଙ୍ଗଳବାର ସମୟ ସୀମା ମଧ୍ୟରେ ତାହାର ସମସ୍ତ ଲୋକଙ୍କୁ ସ୍ଥାନାନ୍ତର କରିବ ବୋଲି ଆଶା କରାଯାଉଛି ।
ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ ମିଳିଛି। ହାଇ ଜମ୍ପରେ ଭାରତକୁ ରୌପ୍ୟ ପଦକ ମିଳିଛି। ପାରାଲିମ୍ପିକ୍ସରେ ହାଇ ଜମ୍ପରେ ନିଷାଦ କୁମାର ରୌପ୍ୟ ପଦକ ପାଇଛନ୍ତି। ମୋଟ୍ ଉପରେ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ଏହାସହ ପୂର୍ବରୁ ଟେବୁଲ ଟେନିସରେ ଭାବିନା ପଟେଲ ରୌପ୍ୟ ପଦକ ହାସଲ କରିଥିଲେ
ବଲିଉଡ୍ ଅଭିନେତା ଅରମାନ କୋହଲୀଙ୍କ ବାସଭବନରେ ଶନିବାର ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଟିମ୍(ଏନ୍ସିବି) ଚଢଉ କରିଥିଲା। ସୂଚନା ମୁତାବକ ଏନ୍ସିବି ଯେତେବେଳେ ଅରମାନଙ୍କ ଘର ଉପରେ ଚଢଉ କରିଥିଲା ସେତେବେଳେ ସେ ନିଶାରେ ଥିଲେ। ତାଙ୍କ ଘରୁ ୧ ଗ୍ରାମରୁ ଅଧିକ କୋକେନ୍ ଜବତ ହୋଇଥିଲା। ଏହା ପରେ ଏନ୍ସିବି ସେହିଦିନ ପଚରାଉଚରା ପାଇଁ ରିମାଣ୍ଡରେ ଜୋନାଲ ହେଡ୍କ୍ୱାଟରକୁ ନେଇଥିଲା।
କେରଳରେ କରୋନାର ସଙ୍ଗୀନ ସ୍ଥିତି। କରୋନାରେ ସଂକ୍ରମିତ ହୋଇ ଆଜି ୪ ଜଣ ଶିଶୁଙ୍କ ଜୀବନ ଯାଇଥିବା ନେଇ ସୂଚନା ମିଳିଛି। ବିଶେଷଜ୍ଞମାନେ କହିଲେଣି କେରଳରୁ ହିଁ ଆରମ୍ଭ ହେବ କରୋନା ତୃତୀୟ ଲହର। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଗତ ୧୫୦ ଦିନ ମଧ୍ୟରେ ୩୦୦ ରୁ ଅଧିକ ପିଲା ମଲ୍ଟି ସିଷ୍ଟମ ଇନଫ୍ଲାମେଟୋରୀ ସିଣ୍ଡ୍ରୋମ-ଇନ୍ ଚାଇଲ୍ଡ (MIS-C) ସଂକ୍ରମଣରେ ଶିକାର ହେବାରେ ଲାଗିଛନ୍ତି।
ସୂଚନା ଅନୁସାରେ କଞ୍ଜଶିର ଅଂଚଳରେ ଇଂଟର୍ନେଟ୍ ସେବା ବନ୍ଦ କରିଛି ତାଲିବାନ୍। ଯାହା ଫଳରେ ଅମରୁଲ୍ଲା ଟ୍ୱିଟ୍ରରେ ହେଉ କିମ୍ବା ଅନ୍ୟ କୌଣସି ସୋସିଆଲ ମିଡ଼ିଆରେ ନିଜର ବାର୍ତ୍ତି ରଖିପାରୁନାହାନ୍ତି। ତାଲିବାନ ପୂରା ଆଫଗାନିସ୍ତାନକୁ କବଜା କରିଥିବା ବେଳେ କେବଳ ପଞ୍ଜଶିର ଅଂଚଳରେ ପ୍ରବେଶ କରିପାରିନାହିଁ। କିପରି ଭାବରେ ଏହି ଅଂଚଳକୁ ସେ କବଜା କରିବ ସେନେଇ ଚିନ୍ତାରେ ଅଛି ତାଲିବାନ।
ରାଜ କୁନ୍ଦ୍ରାଙ୍କ ଉପରେ ଅଶ୍ଳୀଳ ସିନେମା ତିଆରି କରିବା ଓ ସେଗୁଡିକୁ ପ୍ରସାରଣ କରିବା ମାମଲା ଲାଗିଛି। ଏହି କାରଣରୁ ସେ ଏବେ ଜେଲ୍ର ଚାରି କାନ୍ଥରେ ଦିନ କାଟୁଛନ୍ତି। ଏହି ମାମଲାକୁ ନେଇ ଶିଳ୍ପା ଶେଟ୍ଟୀ ମଧ୍ୟ ଚର୍ଚ୍ଚାର ଘେରକୁ ଆସି ଯାଇଛନ୍ତି। ଏହି ଘଟଣା ଆରମ୍ଭରୁ ଶର୍ଲିନ୍ ଚୋପ୍ରା ଅଶ୍ଳୀଳତା ମାମଲାକୁ ନେଇ ଉଭୟ ରାଜ କୁଦ୍ରା ଓ ଶିଳ୍ପା ଶେଟ୍ଟୀଙ୍କ ଉପରେ ଆକ୍ରମଣ କରିଆସୁଛନ୍ତି।
ବର୍ବର, ଅମାନୁଷିକ, ସାଂଘାତିକ ମାନସିକତା। ମାତ୍ର ୧୩ ବର୍ଷିୟା ନାବାଳିକଙ୍କୁ ଗଣଦୁଷ୍କର୍ମ କଲେ ୭ ଜଣ ଦୁର୍ବୃତ୍ତ। ହୁଏତ ଏହି ଘଟଣା ଆପଣଙ୍କୁ ବ୍ୟତିବ୍ୟସ୍ତ କରିପାରେ କିନ୍ତୁ କଥା ଟି ପୂରା ସତ। ପଡ଼ୋଶୀ ଝାଡ଼ଖଣ୍ଡ ରାଞ୍ଚିରେ ଏପରି ଅମାନବୀୟ କାଣ୍ଡ ଘଟିଛି। ବୁଲିବାକୁ ଡାକି ନେଇ ନିଜ ସାଙ୍ଗ ସହ ବିଶ୍ୱାସଘାତ କଲା ସାଙ୍ଗ। ନିଜେ ତ ଅପରାଧ ଘଟାଇଲା ତାହା ସହ ୬ ଜଣଙ୍କୁ ନେଇ ଯେଉଁ ଅମାନବୀୟ କାଣ୍ଡ ଘଟାଇଛନ୍ତି ତାହା ଆଲୋଡ଼ନ ସୃଷ୍ଟି କରିଛି।
ଲୋକପ୍ରିୟ ଅଭିନେତା ରାଜପାଲ ଯାଦବଙ୍କୁ ଶେଷ ଥର ପାଇଁ ଶିଳ୍ପା ଶେଟ୍ଟୀ ଓ ମିଜାନ ଜାଫରୀଙ୍କ ସହିତ ଫିଲ୍ମ ‘ହଙ୍ଗାମା-୨’ ରେ ଦେଖିବାକୁ ମିଳିଥିଲା। ନିକଟରେ ଏକ ସାକ୍ଷାତକାରରେ ଏହି ଅଭିନେତା କହିଛନ୍ତି ଯେ ଓଟିଟି ପ୍ଲାଟଫର୍ମରେ ସେ ତାଙ୍କୁ ଫିଟ୍ ହେବା ଦେଖିପାରୁ ନାହାନ୍ତି। କିନ୍ତୁ ରାଜପାଲ ଯାଦବଙ୍କ ପୂର୍ବର କିଛି ଫିଲ୍ମ ‘କୁଲି ନମ୍ବର ୧’ ଓ ‘ହଙ୍ଗାମା-୨’ ଉଭୟ ଷ୍ଟ୍ରିମିଂ ପ୍ଲାଟ୍ଫର୍ମରେ ରିଲିଜ୍ ହୋଇଛି।
ଟୋକିଓ ପାରାଲିମ୍ପିକ୍ସରେ ରୌପ୍ୟ ବିଜୟିନୀ ଭାବିନା ପଟେଲଙ୍କୁ ୩ କୋଟି ଟଙ୍କାର ପୁରସ୍କାର ମିଳିବ। ତାଙ୍କ ପାଇଁ ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ। ପ୍ରଥମ ଭାରତୀୟ ଭାବେ ଭାବିନା ପାରାଲିମ୍ପିକ୍ସ ଟିଟିରେ ପଦକ ଜିତିଛନ୍ତି। ଓ୍ୱିମେନ୍ସ ସିଙ୍ଗିଲ୍ସ ଟେବୁଲ ଟେନିସ ଫାଇନାଲରେ ଆଜି ଭାବିନା ତାଙ୍କ ଚୀନ୍ ପ୍ରତିଦ୍ୱନ୍ଦ୍ୱୀ ୟିଙ୍ଗ ଝୋଙ୍କୁ ଭେଟି ୩-୦ ସେଟରେ ହାରି ସ୍ୱର୍ଣ୍ଣ ପଦକରୁ ବଂଚିତ ହୋଇଥିଲେ