ଗୋଟିଏ ପରେ ଖୁସିରେ ଗଦଗଦ ହୋଇ ତାଲିବାନୀ ଉତ୍ସବ ମନାଉଥିବା ବେଳେ ଅନ୍ୟପଟେ ଏହା ସାଧାରଣ ଲୋକଙ୍କ ପାଇଁ କାଳ ସାଜିଛି । ଅସବାକା ନ୍ୟୁଜ୍ ଏଜେନ୍ସି ଅନୁସାରେ ଏହି ଫାଙ୍କା ଗୁଳିଚାଳନାରେ ଶିଶୁଙ୍କ ସମେତ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି । ସେପଟେ ପଞ୍ଜଶିର ଅକ୍ତିଆର ନେଇ ତାଲିବାନ୍ ଦାବି କରିଥିବା ପ୍ରତିରୋଧ ବାହିନୀ (ବିଦ୍ରୋହୀ ଗୋଷ୍ଠୀ) ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି
ଆସନ୍ତା ଡିସେମ୍ବର ସୁଦ୍ଧା କମିପାରେ ଖାଇବା ତେଲ ଦର। ଏହି ସମୟରେ ଘରୋଇ ଶସ୍ୟ ଉତ୍ପାଦନ ବଢ଼ିବା ପରେ ଆମଦାନୀ ଶୁଳ୍କ କମିବାକୁ ଥିବାରୁ ଖାଇବା ତେଲ ଦର କମିବା ସମ୍ଭାବନା ଥିବା କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ ସୂଚନା ଦେଇଛନ୍ତି।
ଭାରତର ସର୍ବ ପୁରାତନ ଯାଞ୍ଚ ଏଜେନ୍ସି ସିବିଆଇ ସବୁବେଳେ ରାଜନୈତିକ ଦଳର ଟାର୍ଗେଟରେ ଥାଏ । ବର୍ତ୍ତମାନ ନିତି ପ୍ରତିଦିନ ଯାଞ୍ଚ ଏଜେନ୍ସି ସଂସ୍ଥା ନିରପେକ୍ଷ ନୁହେଁ ବୋଲି ଅଭିଯୋଗ କରୁଛି ବିରୋଧୀ ଦଳ । ତେଣୁ ବର୍ତ୍ତମାନ ସୁପ୍ରିମକୋର୍ଟ ସିବିଆଇର କାର୍ଯ୍ୟଦକ୍ଷତାକୁ ମୂଲ୍ୟାଙ୍କନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଆଫଗାନିସ୍ତାନରେ ତାଲିବାନର ବିଦ୍ଧିବଦ୍ଧ ସରକାର ଘୋଷଣା ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । କୁହାଯାଉଛି ବିଦ୍ରୋହୀ ଗୋଷ୍ଠୀ ବର୍ତ୍ତମାନ 'ସଂପୂର୍ଣ୍ଣ ଆଫଗାନିସ୍ତାନ'କୁ କବ୍ଜା କରି ନେଇଛନ୍ତି ।
ଦେଶର ସୁରକ୍ଷାକୁ ଦୃଢ଼ କରିବା ପାଇଁ ସୈନ୍ୟବାହିନୀକୁ ଆଉ ଏକ ଅସ୍ତ୍ର ମିଳିଛି । ଶୁକ୍ରବାର ଦିନ DRDO ଦ୍ୱାରା ନିର୍ମିତ ଆଣ୍ଟି ଡ୍ରୋନ୍ ସିଷ୍ଟମକୁ ତିନୋଟି ସେବାରେ ସାମିଲ କରାଯାଇଛି । ଏଥିପାଇଁ ସେନା ବାୟୁସେନା ଏବଂ ନୌସେନା ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି, ଆଉ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବାପରେ ଆଣ୍ଟି ଡ୍ରୋନ୍ ସିଷ୍ଟମ୍ ସେନାରେ ସାମିଲ ହୋଇଯାଇଛି । ଏହା ଭାରତର ପ୍ରଥମ ସ୍ୱଦେଶୀ ଆଣ୍ଟି ଡ୍ରୋନ୍ ବ୍ୟବସ୍ଥା
ଟୋକିଓ ପାରାଲିମ୍ପିକ୍ସରେ ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗବତ ଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଛନ୍ତି । ବ୍ୟାଡମିଣ୍ଟନ୍ ପୁରୁଷ ସିଙ୍ଗଲ୍ସ SL3 ଶ୍ରେଣୀ ସେମିଫାଇନାଲରେ ପ୍ରମୋଦ ଭଗତ ଜାପାନରେ ଫୁଜିହାରାକୁ ୨-୦ ରେ ପରାସ୍ତ କରିଛନ୍ତି । ସେମିଫାଇନାଲ ମୁକାବିଲାରେ ୨୧-୧୧, ୨୧ ବିଜୟ ହାସଲ କରିଛନ୍ତି
ଚୀନ ପ୍ରତ୍ୟେକ କ୍ଷେତ୍ରରେ କିଛି ବଡ କରିବା ପାଇଁ ସବୁବେଳେ ଚେଷ୍ଟା ଚଲାଇଥାଏ। ସେ ରାସ୍ତା ହେଉ କି ଜନସଂଖ୍ୟା ଓ ନୂତନ ଟେକ୍ନୋଲୋଜି ସବୁ ଜିନିଷରେ ଚୀନ ଆଗୁଆ। ବର୍ତ୍ତମାନ ଚୀନ ଦୁନିଆର ସବୁଠାରୁ ବଡ ମହାକାଶଯାନ ନିର୍ମାଣ କରିବାକୁ ଯାଉଛି ଏବଂ ଏଥିପ୍ରତି ସେ ସମସ୍ତ ଆୟୋଜନ କରିବାରେ ଲାଗିଛି।
ଟୋକିଓ ପାରା ଅଲିମ୍ପିକ୍ସରେ ଦେଶ ପାଇଁ ପୁଣି ପଦକ ଆଣିଲେ ଶୁଟର ଅବନୀ ଲେଖରା । ୫୦ ମିଟର ରାଇଫଲ ପ୍ରତିଯୋଗିତାରେ ସେ ପୁଣି ବ୍ରୋଞ୍ଜ ପଦକ ଜିତିଛନ୍ତି । ପୂର୍ବରୁ ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ଜିତି ଗୌରବ ଆଣିଥିଲେ ଅବନୀ ।
ଖୁବ ଶୀଘ୍ର ମିଳିବ ଯାନବାହାନ ହର୍ଣ୍ଣର କର୍କଶ ଶବ୍ଦରୁ ମୁକ୍ତି। ବର୍ତ୍ତମାନ ଯାନବାହାନର ହର୍ଣ୍ଣର କର୍କଶ ଶବ୍ଦ ବଦଳରେ ଭାରତୀୟ ବାଦ୍ୟ ଯନ୍ତ୍ରର ସୁମଧୁର ଶବ୍ଦ ଶୁଣିବାକୁ ମିଳିବ। ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଯାନବାହାନର ହର୍ଣ୍ଣର ଶବ୍ଦକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ଏହି ଶବ୍ଦକୁ ପରିବର୍ତ୍ତନ କରିବା ନେଇ କାର୍ଯ୍ୟ କରୁଛି ବୋଲି କହିଛନ୍ତି।
ଆଜିର ଦୌଡମୟ ଜୀବନରେ ସମସ୍ତେ ପ୍ରାୟ ନିଜ ନିଜ କାମକୁ ନେଇ ବ୍ୟସ୍ତ। ଏନେଇ ନା କେହି ଠିକ୍ ସମୟରେ ଖାଉଛନ୍ତି ନା କେହି ଠିକ ସମୟରେ ଶୋଉଛନ୍ତି। ଫଳରେ ଏ ସବୁର ଖରାପ ପ୍ରଭାବ ଆମ ଶରୀର ଉପରେ ପଡୁଛି। ଏସିଡିଟି ହେଉଛି ସେହିଭଳି ଏକ ସମସ୍ୟା। ଆଜିକାଲି ପ୍ରାୟ ସମସ୍ତେ ଏହି ସମସ୍ୟାରେ ପୀଡିତ। ଏହାକୁ ଯଦି ଅଣଦେଖା କରାଯାଏ ତେବେ ଏହା ଭବିଷ୍ୟତରେ ବହୁ ବଡ ସମସ୍ୟା ତିଆରି କରିପାରେ। ଭାରତୀୟ ପୁରାତନ ପରମ୍ପରାରେ ଏମିତି କିଛି ଯୋଗାସନ ରହିଛି ଯାହାକୁ ଆପଣ ଦୈନିକ ଜୀବନରେ ବ୍ୟବହାର କରି ଏହିସବୁ ସମସ୍ୟାରୁ ମୁକ୍ତି ପାଇପାରିବେ।
ଦିନକୁ ଦିନ ଆଫଗାନୀସ୍ତାନର ସ୍ଥିତି ବିଗିଡିବାରେ ଲାଗିଛି । ତାଲିବାନର ଆକ୍ରୋଶରୁ ବଞ୍ଚିବା ପାଇଁ ଅଧିକାଂଶ ଲୋକେ ଆଫଗାନିସ୍ତାନ ଛାଡି ପଳାଇବାକୁ ଇଚ୍ଛା କରୁଛନ୍ତି। ଏହାର କାରଣ ହେଉଛି ୨୦ ବର୍ଷ ପୂର୍ବ ତାଲିବାନର କ୍ରୁର ଶାସନ। ଏହି ସମୟରେ ମହିଳାଙ୍କୁ ତାଙ୍କର ଅଧିକାର ହରେଇବାକୁ ପଡିଥିଲା। ପୂର୍ବରୁ ସାମ୍ନା କରିଥିବା ତାଲିବାନ୍ର ଶାସନ କ୍ରୁରତାକୁ ସହଜରେ ଭୁଲିପାରୁନାହାନ୍ତି ଲୋକେ।
ଉତ୍କୃଷ୍ଟ ବ୍ରିଟିଶ ସ୍ଥାପତ୍ୟର ନିଦର୍ଶନ ସ୍ୱରୂପ ଦଣ୍ଡାମାନ ଦିଲ୍ଲୀର ବିଧାନସୌଧ। ତେବେ ଏହି ସୁରମ୍ୟ ଅଟ୍ଟାଳିକା ତଳେ ଲୁଚି ରହିଛି କି ବ୍ରିଟିଶ ଶାସନ ଅମଳର କଳା କାହାଣୀ? ବିଧାନସଭା ଅଟ୍ଟାଳିକା ତଳୁ ଠାବ ହୋଇଥିବା ଏହି ଗୁପ୍ତ ସୁଡଙ୍ଗ
ଦୀର୍ଘ ୨୦ ବର୍ଷ ପରେ ପୁଣି ତାଲିବାନ ହାତରେ ଆଫଗାନର ଶାସନ ଡୋରୀ। ଆଫଗାନ ମାଟିରୁ ଆମେରିକା ସେନାର ଉପସ୍ଥିତି ହଟିବା ଓ ରାଷ୍ଟ୍ରପତି ଅସ୍ରଫ ଘନିଙ୍କ ପଳାୟନ ପରେ ଏବେ ଦେଶକୁ ଶାସନ କରିବେ ତାଲିବାନୀ ନେତା
ପାରାଲମ୍ପିକ୍ ପ୍ରଥମରୁ ଛାଇ ଯାଇଛନ୍ତି ଅବନୀ ଲଖେରା। ସେ ପୂର୍ବରୁ ଗୋଲ୍ଡ ଜିତିଥିବା ବେଳେ ଏବେ ବ୍ରୋଞ୍ଜ୍ ଜିତି ଇତିହାସ୍ ରଚିଛନ୍ତି। ସେ ଏହି ପଦକ ଜିତି ଭାରତର ପ୍ରଥମ ମହିଳା ପାରାଲମ୍ପିକ୍ ବିଜେତା ହୋଇଯାଇଛନ୍ତି। ତେବେ ତାଙ୍କ ଜୀବନୀ ବିଷୟରେ ଜାଣିଲେ ଯେ କେହି ବି ଦୁଃଖି ହୋଇପାରେ। ଏକ ସଡକ ଦୁର୍ଘଟଣାରେ ସେ ବେହୋସ ହେବା ପରେ ଦିବ୍ୟାଙ୍ଗ ହୋଇଯାଇଥିଲେ ମଧ୍ୟ ସେ କେବେବି ଜୀବନରେ ସାହସ ହାରି ନ ଥିଲେ।
ଭାରତ ଓ ପାକିସ୍ତାନ ସହ ଉତ୍ତମ ସଂପର୍କ ବଜାୟ ରଖିବାକୁ ତାଲିବାନ ନେତୃତ୍ୱ କହିବାର ଦିନକ ପରେ ଆଉ ଏକ ବିସ୍ଫୋରକ କଥା ସାମନାକୁ ଆସିଛି। କାଶ୍ମୀର ପ୍ରସଙ୍ଗରେ ତାଲିବାନ ମୁଖପାତ୍ର ଆଜି ବିବାଦୀୟ ବୟାନ ରଖିଛନ୍ତି।
ତାଲିବାନର ସହ ପ୍ରତିଷ୍ଠାତା ମୁଲ୍ଲା ବରାଦର ଆଫଗାନରେ ଗଠନ ହେବାକୁ ଥିବା ଇସଲାମ୍ ଏମିରେଟ୍ସ ସରକାରର ମୁଖ୍ୟ ହେବେ ବୋଲି ସୂଚନା ମିଳିଛି। ତେବେ ଆଜି ଏନେଇ ସଂଗଠନ ପକ୍ଷରୁ ବିଧିବଦ୍ଧ ଭାବେ ଭାବେ ଘୋଷଣା କରାଯିବ। ବରାଦରଙ୍କ ସହଯୋଗୀ ଭାବେ କାମ କରିବେ ତାଲିବାନର ପ୍ରତିଷ୍ଠାତା ମୁଲ୍ଲା ଓମାରଙ୍କ ପୁଅ ମୁଲ୍ଲା ମହମ୍ମଦ ୟାକୁବ
ବଲିଉଡ୍ ଅଭିନେତ୍ରୀ ସନୀ ଲିଓନେ ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ବେଳେ ନିଜର ବୋଲ୍ଡ ଫଟୋ ଓ ଭିଡିଓ ସେୟାର କରି ଲୋକଙ୍କୁ ପାଗେଳା କରିଦିଅନ୍ତି। ତାଙ୍କ ବୋଲ୍ଡ ଅବତାରକୁ ମଧ୍ୟ ଦେଖିବା ପାଇଁ ସୋସିଆଲ୍ ମିଡିଆ ଉପଭୋକ୍ତାମାନେ ଚାହିଁ ବସିଥାନ୍ତି। ସନୀ ବର୍ତ୍ତମାନ ନିଜ ପରିବାର ପତି ଡେନିୟଲ ୱେବର, ତିନି ପିଲା ନିଶା, ନୁହ ଓ ଆଶେରଙ୍କ ସହିତ ମାଳଦୀପରେ ଛୁଟି କାଟୁଛନ୍ତି।
ଆପଣମାନେ ବେଳେ ବେଳେ ରହସ୍ୟମୟ ସଂଗଠନ ଇଲୁମିନାଟୀ ବିଷୟରେ ଶୁଣିଥିବେ। ତେବେ ଏହି ସଂଗଠନ କ’ଣ ଓ ଏହା ପଛରେ କି ସତ ଲୁଚିରହିଛି, ଯାହା ଆଜି ବି ରହସ୍ୟ ହୋଇ ରହିଛି। ଅନେକ ଲୋକ କୁହନ୍ତି ଯେ ଦୁନିଆରେ ଯାହାବି କିଛି ହେଉଛି ଏହାର ପଛରେ ଏହି ସଂଗଠନର ହାତ ରହିଛି। ଫ୍ରାନ୍ସର କ୍ରାନ୍ତି ପଛରେ ଏହି ରହସ୍ୟମୟ ସଂଗଠନର ହାତ ଅଛି ବୋଲି ଅନେକ ବିଶ୍ୱାସ କରନ୍ତି। ୧୮୦୦ ଶତାବ୍ଦୀରେ ଏହି ସଂଗଠନର ଆରମ୍ଭ ହୋଇଥିଲା। ସେତେବେଳେ ଏହା ଏକ ଗୁପ୍ତଚର ସଂଗଠନ ଥିଲା।
ପିଲାଙ୍କୁ ଦିନକୁ ଦିନ କୁ ଶିକ୍ଷା ଦେବାରେ ଲାଗିଛି ମୋବାଇଲ୍ ଫୋନ। ଅବଶ୍ୟ ସବୁ ପିଲା ଯେ, କେବଳ ମୋବାଇଲରୁ କୁ ଶିକ୍ଷା ପାଉଛନ୍ତି ତାହା ନୁହେଁ। କିନ୍ତୁ ଅଧିକାଂଶ ସମୟରେ ଏପରି ଘଟଣା ସାମ୍ନାକୁ ଆସୁଥିବାରୁ ଏବେ ଚିନ୍ତା ବଢିଛି। ମୋବାଇଲ୍ ଆମ ଜୀବନର ଏବେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି, କିନ୍ତୁ ସମାନ ମୋବାଇଲ୍ ଯୋଗୁଁ ଲୋକଙ୍କ ଜୀବନ ମଧ୍ୟ ନଷ୍ଟ ହୋଇଯାଉଛି
ନିକଟରେ ନାସାର ଅନ୍ତରୀକ୍ଷ ଯାତ୍ରୀ ମେଗନ ମେକଆର୍ଥର ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରୁ ଏକ ଭିଡିଓ ଶେୟାର କରିଛନ୍ତି, ଯାହା ଏବେ ସୋସିଆଲ୍ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଆପଣମାନେ ଏହି ଭିଡିଓରେ ଦେଖିପାରିବେ ଯେ ସ୍ପେସ୍ରେ ଜଣେ ଅନ୍ତରୀକ୍ଷ ଯାତ୍ରୀ କିପରି ତାଙ୍କ ଚୁଟିକୁ ଧୋଉଛନ୍ତି। ପୃଥିବୀପୃଷ୍ଠରେ ଆମେ ଯେଉଁ କାମକୁ ଖୁବ ସହଜରେ କରିଦେଉଛେ ସେହି କାମ ଅନ୍ତରୀକ୍ଷରେ କରିବା କେତେ କଷ୍ଟ ଏଥିରୁ ଜଣାପଡୁଛି। ସ୍ପେସ୍ରେ ମାଧ୍ୟାକର୍ଷଣ ଶକ୍ତିର ପ୍ରଭାବ ପୃଥିବୀ ତୁଳନାରେ ନାହିଁ କହିଲେ ଚଳେ।
ଏଣିକି ୬ ମାସ ନୁହେଁ ବରଂ ୧ ବର୍ଷ ମିଳିବ ମାତୃତ୍ୱକାଳୀନ ଛୁଟି। ପୂର୍ବରୁ ୬ ମାସ ମିଳୁଥିବା ବେଳେ ଏବେଠୁ ୧ ବର୍ଷ ପର୍ଯ୍ୟନ୍ତ ଅଫିସ୍ରେ କାମ କରିବେ ନାହିଁ ମାଆ ହୋଇଥିବା ମହିଳା। ଏହି ନିୟମ ଜୁଲାଇ ମାସ ପହିଲାରୁ ଲାଗୁ ହୋଇସାରିଛି। ଯାହାକୁ ନେଇ ଏବେ ଖୁସି ବ୍ୟକ୍ତ କରିଛନ୍ତି ମାଆ ମାନେ
ବନ୍ୟା ବିପତ୍ତି ସମୟରେ ସ୍ଥାନୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ଠପ୍ ହୋଇଯିବାରୁ ରୋଗୀ ତଥା ଗର୍ଭବତୀଙ୍କ ଜୀବନ ପ୍ରତି ବିପଦ ଦେଖାଯାଇଛି। ଆଶ୍ଚର୍ଯ୍ୟର ବିଷୟ ଏହିକି ଯେ ଡାକ୍ତରଖାନାରେ ଷ୍ଟ୍ରେଚର କିମ୍ବା ଅନ୍ୟାନ୍ୟ ସୁବିଧା ନଥିବା କାରଣରୁ ମମତା ନିଜ ଜୀବନକୁ ପାଣି ଛଡାଇ ୨୦୦ ମିଟର୍ ପାଣିରେ ବୁଡି ଡାକ୍ତରଖାନା ଆସିଥିଲେ।
ପଞ୍ଚଭୂତରେ ଲୀନ ହୋଇଛନ୍ତି ଟିଭିର ଲୋକପ୍ରିୟ କଳାକାର ସିଦ୍ଧାର୍ଥ ଶୁକ୍ଳା। ତାଙ୍କ ମୃତ୍ୟୁକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କ ମା’। କାନ୍ଦି କାନ୍ଦି ଶୁଖୁନି ଆଖି ଲୁହ। ସତେ ଯେପରି ଦେହରୁ ଆତ୍ମା ଚାଲିଯାଇଛି। ୪୦ ବର୍ଷରେ ହୃଦଘାତ ଆରପାରିକୁ ଚାଲିଯାଇଛନ୍ତି ସିଦ୍ଧାର୍ଥ। ତାଙ୍କର ଅନ୍ତିମ ସଂସ୍କାର ହୋଇଯାଇଛି। ହେଲେ ତାଙ୍କ ମା’ ରୀତା ଶୁକ୍ଳା ଓ ପ୍ରିୟ ସାଙ୍ଗ ଶହନାଜ ଗିଲ କାନ୍ଦି କାନ୍ଦି ଅବସ୍ଥା ଖରାପ ହେଲାଣି।
ନିଜର ବିବାଦୀୟ ବୟାନ ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି ଓଡ଼ିଶା ଓ ଛତିଶଗଡ଼ର ପ୍ରଭାରୀ ଦାୟିତ୍ୱରେ ଥିବା ଡ଼ି.ପୁରନ୍ଦେଶ୍ୱରୀ। ଛତିଶଗଡ଼ ଗସ୍ତରେ ଥିବା ବିଜେପି ନେତ୍ରୀ ସ୍ଥାନୀୟ ସରକାର ଅର୍ଥାତ୍ କଂଗ୍ରେସର ବାଘେଲ ସରକାରଙ୍କ ଉପରେ ଏପରି ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ଏବେ ପୂରା ରାୟପୁରରେ ତେଜିଛି ରାଜନୀତି
ଗତକାଲି ୪୭,୦୯୨ ନୂଆ ମାମଲା ଚିହ୍ନଟ ହୋଇଥିଲା । ଶେଷ ଥର ପାଇଁ ୬୩ ଦିନ ପୂର୍ବେ ଗତ ଜୁଲାଇ ୧ ତାରିଖରେ ଦେଶରେ ସଂକ୍ରମଣ ମାମଲା ୪୮,୭୮୬ ଥିଲା।ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ସୁସ୍ଥତା ହାର ୯୭.୪୫ ପ୍ରତିଶତ ରହିଛି। ଦେଶରେ ଏବେ ସୁଦ୍ଧା ୪ ଲକ୍ଷ ୩୯ ହଜାର ୮୯୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି।