• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Ganesh Puja 2021
ଶୁଭ ଓ ମଙ୍ଗଳର ଦେବତା ଶ୍ରୀଗଣେଶ

ଶୁଭ ଓ ମଙ୍ଗଳର ଦେବତା ହେଲେ ଶ୍ରୀଗଣେଶ। ସେ ଆଦିପୂଜ୍ୟ। ସେ ବିଘ୍ନ ନାଶକ। ସାରା ଭାରତରେ ଗଣେଶ ପୂଜାକୁ ଖୁବ ଧୂମଧାମରେ ପାଳନ କରାଯାଏ। ୧୦/୧୧ ଦିନ ଧରି ସହର ଉତ୍ସବମୁଖର ହୋଇ ରହେ। ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବିଭିନ୍ନ ବ୍ୟବସାୟୀ ସଂଘ ଗଣେଶ ପୂଜା ପାଳନ କରିଥାନ୍ତି। ତେବେ ଗଣେଶଙ୍କୁ ନେଇ ଶାସ୍ତ୍ର କ’ଣ କୁହେ ସେ ବିଷୟରେ ନଜର ପକେଇ ନେବା।

Ravi Shastri
ରବି ଶାସ୍ତ୍ରୀଙ୍କୁ କରୋନା, ପ୍ରତି ଖେଳାଳୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ କଡ଼ା ନଜର

ବୋର୍ଡ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ବିସିସିଆଇ ମେଡିକାଲ୍ ଟିମ୍ ଶନିବାର ସନ୍ଧ୍ୟାରେ ଶାସ୍ତ୍ରୀଙ୍କର ଲାଟେରାଲ୍ ଫ୍ଲୋ ଟେଷ୍ଟ ପଜିଟିଭ୍ ଆସିଥିଲା। ଯାହା ପରେ ସତର୍କତା ଦୃଷ୍ଟିରୁ ଶାସ୍ତ୍ରୀଙ୍କ ସମେତ ୪ ଜଣଙ୍କୁ ଆଇସୋଲେଟ୍ କରିଦିଆଯାଇଛି। ତେବେ ଟିମର ବାକି ଦୁଇ ସଦସ୍ୟଙ୍କର ରାପିଡ୍ ଟେଷ୍ଟ ହୋଇଛି। ଗୋଟିଏ ଶନିବାର ରାତିରେ ଏବଂ ଅନ୍ୟଟି ଆଜି ସକାଳେ ହୋଇଛି।

Blast
ବେଲୁଚିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । ୩ ମୃତ, ୨୦ ରୁ ଅଧିକ ଆହତ

ବେଲୁଚିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ। ବିସ୍ଫୋରଣରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଏଥି ସହିତ ଏହି ବିସ୍ଫୋରଣରେ ୧୮ ଜଣ ସୁରକ୍ଷା କର୍ମୀଙ୍କ ସମେତ ୨୦ ଜଣ ଆହତ ହୋଇଛନ୍ତି।

India
ସମୁଦ୍ରରେ ଶକ୍ତି ବଢାଉଛି ନୌସେନା, ୧୦ରେ ଜଳାବତରଣ କରିବ ଆଇଏନଏସ ଧ୍ରୁବ

ସାବଧାନ ଶତ୍ରୁ। ଏବେ ଆଉ କାହାରିକୁ ଡରିବ ନାହିଁ ଭାରତ। ଏଣିକି ଭାରତୀୟ ଜଳସୀମାରେ କାମ ଦେବନାହିଁ ପରମାଣୁ କ୍ଷେପଣାସ୍ତ୍ର। କାରଣ ଭାରତୀୟ ନୌସେନାକୁ ମିଳିବାକୁ ଯାଉଛି ଏମିତି ଘାତକ ହତିଆର, ଯାହା ଜରିଆରେ ସମୁଦ୍ରରେ ଚୀନ ଓ ପାକିସ୍ତାନକୁ ଦୃଢ ଜବାବ ଦେଇ ହେବ

Teachers Day
ଗୁରୁମାନେ ହିଁ ଏ ଦେଶର ସର୍ବୋତ୍କୃଷ୍ଣ ଚିନ୍ତାନାୟକ ହେବା ଉଚିତ

ସେ ନିଜେ ଥିଲେ ଜଣେ ଶ୍ରେଷ୍ଠ ଗୁରୁ, ଆଉ କହୁଥିଲେ ଗୁରୁମାନେ ହିଁ ନିଜର ମେଧାଶକ୍ତି ବଳରେ ଏ ଦେଶକୁ ଦିଶା ଓ ଦିଗ ଦେଖାଇ ପାରିବେ। ଏମିତି ଜଣେ ମଣିଷ ଥିଲେ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ। ଦେଶର ପ୍ରଥମ ଉପରାଷ୍ଟ୍ରପତି ଏବଂ ଦ୍ୱିତୀୟ ରାଷ୍ଟ୍ରପତି

corona virus
ଦୋଳି ଖେଳୁଛି କରୋନା ଗ୍ରାଫ୍‌: ୨୪ ଘଂଟାରେ ୪୨ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ଦେଶରେ ଦୋଳି ଖେଳୁଛି କରୋନା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ୪୨,୭୬୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୦୮ ଜଣଙ୍କ ପ୍ରାଣ ନେଇ ମହାମାରୀ। ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ୩,୨୯,୮୮,୬୭୩୭ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୪,୪୦,୫୩୩ରେ ପହଞ୍ଚିଲାଣି ମୃତକଙ୍କ ସଂଖ୍ୟା।

Ejjaj Khan and Siddharth Shukla
ସିଦ୍ଧାର୍ଥ ଶୁଳ୍କାଙ୍କ ମୃତ୍ୟୁ ପରେ କ୍ଷମା ମାଗିଲେ ଏଜାଜ୍ ଖାନ

ସିଦ୍ଧାର୍ଥ ଶୁଳ୍କାଙ୍କ ମୃତ୍ୟୁ ଖାଲି ଯେ କେବଳ ତାଙ୍କ ପରିବାରକୁ ଦୁଃଖ ଦେଇଛି ତାହା ନୁହେଁ ବରଂ ତାଙ୍କ ପ୍ରଶଂସକ ଓ ବନ୍ଧୁମାନଙ୍କୁ ମଧ୍ୟ ଗଭୀର ମର୍ମାହତ କରିଛି। ନିଜର କଥାବର୍ତ୍ତା ଓ ଅଭିନୟରେ ଲୋକଙ୍କ ହୃଦୟ ଜିତି ପାରୁଥିବା ସିଦ୍ଧାର୍ଥଙ୍କ ମୃତ୍ୟୁରେ ଟିଭି ତାରକାମାନେ ବହୁର ଦୁଃଖରେ ଥିବା ଦେଖାଯାଏ। ନିକଟରେ ବିଗ୍ ବସ୍ ୧୪ର ପ୍ରତିଯୋଗୀ ଥିବା ଇଜାଜ୍ ଖାନ୍ ଅଭିନେତାଙ୍କ ମୃତ୍ୟୁକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ୍‌ ସେୟାର କରି ଅଭିନେତାଙ୍କୁ କ୍ଷମା ମାଗିଛନ୍ତି।

Kiara Advani
କିୟାରା ଆଡଭାନୀ ପ୍ରକାଶ କଲେ କିଭଳି ପୁଅ ଚାହାନ୍ତି

ବଲିଉଡର ସଫଳ ଅଭିନେତ୍ରୀ ତାଲିକାରେ କିୟାରା ଆଡଭାନୀ ସାମିଲ୍ ହୋଇଯାଇଛନ୍ତି। ଫିଲ୍ମ୍ ‘କବୀର୍ ସିଂହ’ରୁ କିୟାରାଙ୍କ କେରିୟରକୁ ଏକ ନୂଆ ଦିଗ ମିଳିଛି। ଆଜିକାଲି କିୟାରା ତାଙ୍କ ଫିଲ୍ମ ‘ଶେରଶାହ’ର ସଫଳତାକୁ ଉପଭୋଗ କରୁଛନ୍ତି। ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ଏହା ରିଲିଜ୍ ହୋଇଥିଲା। ଦର୍ଶକ ଏହାକୁ ଖୁବ୍ ପସନ୍ଦ ମଧ୍ୟ କରିଛନ୍ତି। ନିକଟରେ କିୟାରା ଆଡଭାନୀ ଓ ସିଦ୍ଧାର୍ଥ ମଲହୋତ୍ରା ଦ କପିଲ ଶର୍ମା ଶୋରେ ଗେଷ୍ଟ ସେଲିବ୍ରିଟି ଭାବେ ନଜର ଆସିଥିଲେ। ଉଭୟ ଶୋରେ ବହୁତ ମଜ୍ଜା ମସ୍ତି କରିଥିଲେ।

Benefits of walnuts
ସାସ୍ଥ୍ୟ ପାଇଁ ଅଖରୋଟ୍, କୋଲେଷ୍ଟ୍ରଲ ନିୟନ୍ତ୍ରଣ କରାଏ ଅଖରୋଟ୍

ସ୍ୱାସ୍ଥ୍ୟ ପାଇଁ ଅଖରୋଟ୍ ବହୁତ ଲାଭଦାୟକ ଅଟେ । ଆଜି ଆମେ ଅଖରୋଟ୍ ର ବିଭିନ୍ନ ଲାଭଦାୟକ ଉପକାରିତା ବିଷୟରେ କହିବାକୁ ଯାଉଛୁ । ଯଦି ଆପଣ ପ୍ରତିଦିନ ଅଧା କପ୍ ଅଖରୋଟ୍ ଖାଆନ୍ତି, ତେବେ ହୃଦରୋଗ ହେବାର ଆଶଙ୍କା କମିଯାଏ ଏବଂ କୋଲେଷ୍ଟ୍ରଲ ୮.୫ ପ୍ରତିଶତ କମିଯାଏ । ତେବେ ଚାଲନ୍ତୁ ଜାଣିବା ଅଖରୋଟ୍ ବିଭିନ୍ନ ଉପକାରିତା ବିଷୟରେ.

Odisha
ପୁତ୍ର ହତ୍ୟା ଘଟଣା : ବାପା ଓ ସାବତ ମାଙ୍କୁ ଆଜୀବନ ଜେଲ୍ ଦଣ୍ଡ

ପୁତ୍ର ହତ୍ୟା ଘଟଣାରେ ବାପା ଓ ସାବତ ମାଙ୍କୁ ଆଜୀବନ ଜେଲ୍ । ସମସ୍ତ ପ୍ରମାଣ ଓ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି କେନ୍ଦୁଝର ଚମ୍ପୁଆ ଅତରିକ୍ତ ଜିଲ୍ଲା ଦୌରା ଜଜ୍ ଦୋଳ ଗୋବିନ୍ଦ ବାରିକ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ମୃତକର ସାବତ ଭାଇକୁ ମଧ୍ୟ ବର୍ଷେ ଜେଲ୍ ଦଣ୍ଡାଦେଶ ହୋଇଛି ।

Note printing
କିଏ ଛାପେ ଆଉ କେଉଁଠି ଛପା ହୁଏ ନୋଟ୍ ?

ଦୁନିଆରେ ଏପରି ଅନେକ ଦେଶ ଅଛନ୍ତି, ସେମାନେ ନିଜର ନୋଟ ଅନ୍ୟ ଦେଶରେ ଛପାଇ ଥାଆନ୍ତି । ଅଧିକାଂଶ ଛୋଟ ଛୋଟ ଦେଶର ନୋଟ ଛପାଇବା ପାଇଁ ଅନ୍ୟ ଦେଶକୁ ଦେଇଥାନ୍ତି । ଉତ୍କୃଷ୍ଟ ଧରଣର ଟେକ୍ନୋଲଜି ନଥିବାରୁ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡ଼େ । ଫଳରେ ସେମାନେ ନୋଟ ଛପେଇବା ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରିଥାନ୍ତି ।

Vidyut Jamwala
ବିଦ୍ୟୁତ୍ ଜାମୱାଲାଙ୍କ ନିର୍ବନ୍ଧ ଶେଷ; ଜାଣନ୍ତୁ କିଏ ସେ ସୌଭାଗ୍ୟବତୀ

ବଲିଉଡ ଆକ୍ସନ ହୀରୋ ବିଦ୍ୟୁତ୍ ଜାମୱାଲା ଓ ତାଙ୍କ ଗାର୍ଲଫ୍ରେଣ୍ଡ୍ ଫେସନ ଡିଜାଇନର୍ ନନ୍ଦିତା ମେହତାନୀ ସେମାନଙ୍କ ସଂପର୍କକୁ କ’ଣ ନୂଆ ନାମ ଦେଇଦେଲେ କି? ଏଭଳି ପ୍ରଶ୍ନ ଏଇଥିପାଇଁ ଯେ ଉଭୟଙ୍କ ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି କାରଣରୁ ଉଭୟଙ୍କୁ ନେଇ ଚର୍ଚ୍ଚା ବଢିଯାଇଛି। ସେମାନଙ୍କ ନିର୍ବନ୍ଧ ହୋଇଯାଇଥିବା ଆଲୋଚନା ହେଉଛି। ଅଭିନେତ୍ରୀ ନେହା ଧୁପିଆ ମଧ୍ୟ ସୋସିଆଲ ମିଡିଆରେ ଉଭୟଙ୍କର ଏକ ଫଟୋ ସେୟାର କରି ଶୁଭେଚ୍ଛା ଜଣେଇଛନ୍ତି।

Mullah Abdul Ghani Baradar
ଆଫଗାନିସ୍ତାନରେ ସରକାର ଗଠନ ପାଇଁ ସଂଘର୍ଷ : ଗୁଳି ଚଳାଇଲେ ହକ୍କାନୀ ଗୋଷ୍ଠୀ, ଘନି ବରାଦର ଆହତ

ନିଜ ନିଜ ଭିତରେ ଲଢ଼େଇ ଯୋଗୁଁ ସରକାର ଗଠନରେ ବିଳମ୍ବ ହେଉଛି । ଆମେରିକାର ସୈନ୍ୟ ଆଫଗାନିସ୍ତାନ ଛାଡିବାର ପାଞ୍ଚ ଦିନ ବିତି ଗଲାଣି, କିନ୍ତୁ ଏପର୍ଯ୍ୟନ୍ତ ଏକ ନୂତନ ସରକାର ଗଠନ କରିପାରି ନାହାନ୍ତି ତାଲିବାନୀ । ତାଲିବାନ ଏବଂ ହକ୍କାନୀ ଗୋଷ୍ଠୀର ନେତାମାନେ କ୍ଷମତା ପାଇଁ ନିଜ ନିଜ ମଧ୍ୟରେ ଲଢ଼େଇ ଆରମ୍ଭ କରିଦେଇଛନ୍ତି ବୋଲି କୁହାଯାଉଛି । ତାଲିବାନର ସହ-ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନି ବରାଦର ଏବଂ ହକ୍କାନୀ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇଛି ।

ration shop
ପ୍ରଶାସନର ଦୃଷ୍ଟି ପଡ଼ିଲା, ସ୍ୱାଧିନତା ପରେ ପ୍ରଥମ ଥର ପାଇଁ ନକ୍ସଲ ଗଡ଼ରେ ଖୋଲିଲା ରାସନ ଦୋକାନ

ନକ୍ସଲପ୍ରବଣ ଜିଲ୍ଲା ଭାବେ କୁଖ୍ୟାତ ଛତିଶଡର ବିଜାପୁର ଜିଲ୍ଲା । ଅନେକ ସମୟରେ ନକ୍ସଲ ଆକ୍ରମଣରେ ଯବାନଙ୍କ ମୃତ୍ୟୁ ହେବାପରି ଘଟଣା ଶୁଣିବାକୁ ମିଳେ । ହେଲେ ବର୍ତ୍ତମାନ ସମୟରେ ନକ୍ସଲ ଗଡ କୁହାଯାଉଥିବା ଏହି ଜିଲ୍ଲାର ରୂପରଙ୍ଗ ଧିରେ ଧିରେ ବଦଳିବାକୁ ଲାଗିଲାଣି । ବିଜାପୁର ଜିଲ୍ଲା କଲେକଟର ରିତେଶ ଅଗ୍ରୱାଲ ଏବଂ ଏସ୍‌ପି କମଲଲୋଚନ କଶ୍ୟପ ମିଳିତ ଭାବେ ବିଭିନ୍ନ ଗାଁକୁ ରାସନ ଯୋଜନା ପହଞ୍ଚାଇବା ଲାଗି ଉଦ୍ୟମ ଜାରି ରଖିଛନ୍ତି ।

Krishna Nagar
ଟୋକିଓ ପାରାଲିମ୍ପିକ୍ସ : ଭାରତ ପାଇଁ ପଞ୍ଚମ ସ୍ୱର୍ଣ୍ଣ ପଦକ ଜିତିଲେ କୃଷ୍ଣା ନାଗର

ଭାରତକୁ ପଞ୍ଚମ ସ୍ୱର୍ଣ୍ଣ ପଦକ । ଭାରତ ପାଇଁ ପଞ୍ଚମ ସ୍ୱର୍ଣ୍ଣ ପଦକ ଜିତିଲେ କୃଷ୍ଣା ନଗର । ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି କୃଷ୍ଣ ନାଗର ଜବରଦସ୍ତ ପ୍ରଦର୍ଶନ କରି ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ରବିବାର ଦିନ ସେ ବ୍ୟାଡମିଣ୍ଟନର ପୁରୁଷ ସିଙ୍ଗଲ୍ସ SH୬ ଫାଇନାଲରେ ହଂକଂର ଚୁ ମାନ୍ କୋଇଙ୍କୁ ୨୧-୧୭, ୧୬-୨୧, ୨୧-୧୭ ରେ ପରାସ୍ତ କରିଛନ୍ତି

Nipah virus
କେରଳରେ କରୋନା ପରେ ନିପାହ ଭାଇରସ ଆତଙ୍କ : ସଂକ୍ରମଣରେ ୧୨ ବର୍ଷ ବାଳକ ମୃତ

୧୨ ବର୍ଷର ବାଳକଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସଦସ୍ୟ କ୍ୱାରେଣ୍ଟିନରେ ରହିଛନ୍ତି । ନିପାହ ଭାଇରସ ସଂକ୍ରମଣରେ ଜଣଙ୍କ ମୃତ୍ୟୁ ହେବା ପରେ କୋଝିକୋଡ଼ିରେ ଏହା ଉପରେ ତୀକ୍ଷଣ ନଜର ରଖାଯିବା ସହ କଡା କଟକଣା ଲାଗୁ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏକ ଟିମ୍ କୋଝିକୋଡ଼ି ଗସ୍ତ କରି ନୀରିକ୍ଷଣ କରୁଛନ୍ତି

5 stray dogs killed in acid attack in Ujjain
ବର୍ବରତାର ସୀମା ପାର କଲା ମଣିଷ : କୁକୁର ମୁହଁରେ ଏସିଡ୍ ଢ଼ାଳିଲା, ୫ ମୃତ

ଧାର୍ମିକ ନଗରୀରେ ନିରୀହ ପଶୁ ପ୍ରତି କ୍ରୁରତା । ମଧ୍ୟପ୍ରଦେଶର ଉଜ୍ଜୟନୀରେ ପଶୁଙ୍କ ପ୍ରତି ହିଂସାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ରାସ୍ତାରେ ବୁଲୁଥିବା କୁକୁରମାନଙ୍କ ଉପରେ କେହି ଜଣେ ବ୍ୟକ୍ତି ଏସିଡ୍ ପକାଇ ଆକ୍ରମଣ କରିଛି । ଫଳରେ ୫ ଜଣ କୁକୁରଙ୍କ ମୃତ୍ୟୁ ହୋଇଛି । ଉଜ୍ଜୟନୀ ଦେବାସ ରୋଡରେ ଏଭଳି ବର୍ବର କାଣ୍ଡ ଘଟିଛି ।

Suhas Yathiraj
ପାରାଲିମ୍ପିକ୍ସରେ ସୁହାସ ୟାଥିରାଜଙ୍କୁ ରୌପ୍ୟ ପଦକ : ଭାରତକୁ ମିଳିଲା ୧୮ ତମ ପଦକ

ଟୋକିଓ ପାରାଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ସୁହାସ୍ ୟାଥିରାଜ ଇତିହାସ ସୃଷ୍ଟି କରିଛନ୍ତି । ଏସଏଲ୍-୪ ବର୍ଗର ଫାଇନାଲରେ ସୁହାସ୍ ୟାଥିରାଜ ଫ୍ରାନ୍ସର ଲୁକାସ ମାଜୁରଙ୍କ ଠାରୁ ପରାଜିତ ହେବା ପରେ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି । ଲୁକାସ ମାଜୁର ସୁହାସଙ୍କୁ ୧୫-୨୧, ୧୭-୨୧, ୧୫-୨୧ରେ ପରାସ୍ତ କରିଛନ୍ତି ।

 Narendra Modi
ବିଶ୍ୱର ନମ୍ବର ୱାନ୍ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : ପଛରେ ପଡ଼ିଲେ ଆମେରିକା ରାଷ୍ଟ୍ରପତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ Approval Rating ୭୦ ପ୍ରତିଶତ ଥିବାବେଳେ ବିଶ୍ୱର ଶ୍ରେଷ୍ଠ ୧୩ ନେତାଙ୍କ ମଧ୍ୟରେ ଏହି ମୂଲ୍ୟାୟନ ସର୍ବାଧିକ । ମର୍ଣ୍ଣିଂ କନ୍ସଲ୍ଟ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ଅନ୍ୟ ବିଶ୍ୱସ୍ତରୀୟ ନେତାଙ୍କ ଅପେକ୍ଷା ତୁଳନାତ୍ମକ ଭାବେ ଭଲ କାମ କରୁଛନ୍ତି ।

SBI Job
ଯୁବକଙ୍କ ପାଇଁ ଖୁସି ଖବର : ୫୦ ଲକ୍ଷଙ୍କୁ ମିଳିପାରେ ଚାକିରି

ଦେଶର ସର୍ବବୃହତ ବ୍ୟାଙ୍କ ଏସ୍‌ବିଆଇର ଅର୍ଥନୀତିଜ୍ଞମାନେ ବିଶ୍ୱାସ କରନ୍ତି ଯେ ୨୦୨୧-୨୨ ଆର୍ଥିକ ବର୍ଷରେ ଶ୍ରମ ବଜାର କାର୍ଯ୍ୟକଳାପରେ ଉନ୍ନତି ଆସିବ ଏବଂ ମହାମାରୀ ହ୍ରାସ ପାଉଥିବାରୁ କମ୍ପାନୀଗୁଡିକ ନିଯୁକ୍ତି ଯୋଜନା ସହିତ ଆଗକୁ ବଢୁଛନ୍ତି। ଅର୍ଥନୀତିଜ୍ଞମାନେ ନିୟମିତ ଭାବରେ EPFO ​​ଏବଂ NPS ଦ୍ୱାରା ପ୍ରକାଶିତ ମାସିକ ବେତନ ପଞ୍ଜିକରଣ ତଥ୍ୟକୁ ସୂଚିତ କରିଛନ୍ତି।

Taliban
କେତେ କ୍ରୁର ଏ ତାଲିବାନ? କାମ କରୁଥିବା ମହିଳାଙ୍କ ତାଡ଼ି ନେଲେ ଆଖି

ନିଜ ଛବିକୁ ବଦଳାଇବାର କେବଳ ନାଟକ କରୁଛି ତାଲିବାନ୍। ଏବେ ବି ଚାଲିଛି ଆତଙ୍କୀଭରା ଶାସନ। ତେବେ ଭାରତୀୟ ଗଣମାଧ୍ୟମ ଆଫଗାନର ଦୁଇ ମହିଳାଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ ଏହି ଦୁଃଖଦ ଘଟଣାର ପର୍ଦ୍ଦାଫାସ୍‌ ହୋଇଛି।

Unique School
ଅଦ୍ଭୁତ ବିଦ୍ୟାଳୟ : ପିଲା ଯାଆନ୍ତି ନି, ବିଦ୍ୟାଳୟ ଚାଲି ଆସେ

ପରମ୍ପରାର ଦେଶ ହେଉଛି ଭାରତ। ଗୁରୁ ଦିବସ ସେଥିରୁ ଅନ୍ୟତମ। ତେବେ ଗୁରୁ ଦିବସ ୨୦୨୧ ଅବସରରେ, ଆଜି ଆମେ ଦୁନିଆର ପାଞ୍ଚଟି ଅଜବ ବିଦ୍ୟାଳୟ ବିଷୟରେ ଜାଣିବା, ଯାହା ବିଷୟରେ ଆପଣ କ୍ୱଚିତ୍ ଶୁଣିଥିବେ। ଏହି ବିଦ୍ୟାଳୟଗୁଡ଼ିକ ସେମାନଙ୍କର ସ୍ୱତନ୍ତ୍ରତା ହେତୁ ପ୍ରାୟତଃ ଚର୍ଚ୍ଚାର ବିଷୟ ହୋଇଥା’ନ୍ତି। ଅନେକ ଲୋକ ଏହି ବିଦ୍ୟାଳୟଗୁଡ଼ିକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ଆସନ୍ତି।

Strange trees
ପୃଥିବୀରେ ଥିବା କେତେକ ବିଚିତ୍ର ଗଛ

ମାନବ ଜୀବନରେ ଗଛ ଲତାର ବହୁ ମହତ୍ତ୍ୱ ରହିଛି। ଗଛ ଲତା ଯୋଗୁଁ ଆମକୁ ପବନ, ବର୍ଷା, ଖାଦ୍ୟ ଆଦି ମିଳେ। ବାତାବରଣକୁ ସଫା ରଖିବା ନେଇ ବି ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଦୁନିଆରେ ଅନେକ ପ୍ରକାର ଗଛ ଲତା ରହିଛି ଯାହା ଆକାର ଓ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଭିନ୍ନ ହୋଇଥାଏ। କିଛି ଗଛ ବହୁତ ସୁନ୍ଦର ଦେଖାଯାଉଥିବା ବେଳେ କିଛି ବିଚିତ୍ର ଦେଖାଯାଆନ୍ତି। ସେହିପରି କିଛି ଗଛରେ ବିଶେଷ ଗୁଣ ମଧ୍ୟ ଦେଖାଯାଏ। ଲୋକେ ଏ ସବୁ ଗଛର ଫୁଲ, ଫଳ, ପତ୍ର ଆଦିକୁ ପସନ୍ଦ କରିଥାନ୍ତି।

Taliban
ସରକାର ଗଠନ ହେବା ପୂର୍ବରୁ କାବୁଲ କାହିଁକି ଗଲେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ମୁଖ୍ୟ

ଆଫ୍‌ଗାନିସ୍ତାନରେ ନୂଆ ସରକାର ଘୋଷଣା ପୂର୍ବରୁ କାବୁଲରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ମୁଖ୍ୟଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା ଚାଲିଛି। କାବୁଲରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ISI ମୁଖ୍ୟ ଲ୍ୟଟନାଣ୍ଟ୍ ଜେନେରାଲ ଫହିଜ ହମିଦଙ୍କ ସହ ଏକ ଅଧିକାରୀ ଦଳ ପହଞ୍ଚିଛନ୍ତି

Sharmaji Namkeen
ସାମ୍ନାକୁ ଆସିଲା ଋଷି କପୁରଙ୍କ ‘ଶର୍ମାଜୀ ନମକୀନ’ର ପ୍ରଥମ ପୋଷ୍ଟର

ଋଷି କପୁରଙ୍କ ଫିଲ୍ମ ‘ଶର୍ମାଜୀ ନମକୀନ’ର ପ୍ରଥମ ପୋଷ୍ଟର ଜାରି ହୋଇଛି। ଋଷି କପୁରଙ୍କ ଏହି ଅନ୍ତିମ ଫିଲ୍ମକୁ ଦେଖିବା ନେଇ ତାଙ୍କ ପ୍ରଶସଂକମାନେ କେବେଠାରୁ ଚାହିଁ ବସିଛନ୍ତି। ଶେଷରେ ଅଭିନେତାଙ୍କ ୬୯ତମ ଜନ୍ମଦିନ ଅବସରରେ ନିର୍ମାତା ଦର୍ଶକମାନଙ୍କୁ ଏକ ସ୍ୱତନ୍ତ୍ର ଉପହାର ଦେଇଛନ୍ତି। ନିର୍ମାତା ‘ଶର୍ମାଜୀ ନମକୀନ’ର ପ୍ରଥମ ଲୁକ୍ ଜାରି କରିଛନ୍ତି। ଫିଲ୍ମର ପ୍ରଥମ ଲୁକ ଜାରି ହେଉ ହେଉ ଟ୍ୱିଟରରେ ଟ୍ରେଣ୍ଡ୍ ହେବାରେ ଲାଗିଛି। ନିର୍ମାତା ଏହି ଫିଲ୍ମର ଦୁ‍ଇଟି ପୋଷ୍ଟର ରିଲିଜ୍ କରିଛନ୍ତି।