Advertisment

ଉତ୍ତର କୋରିଆ ତାନାଶାହ କିମ୍ ଜୋଙ୍ଗଙ୍କର ବଦଳି ଗଲା ଚେହେରା, ଭାଇରାଲ ହେଲା ଫଟୋ

କିଛି ଦିନ ତଳେ ନିଜର ସ୍ୱାସ୍ଥ୍ୟକୁ ନେଇ ବେଶ ଚର୍ଚ୍ଚାରେ ଥିଲେ ଉତ୍ତର କୋରିଆ ସୁପ୍ରିମୋ କିମ୍‌ ଜୋଙ୍ଗ ଉନ (Kim Jong Un)। ହେଲେ କିମ୍‌ ଜୋଙ୍ଗଙ୍କର କ’ଣ ହୋଇଥିଲା ସେ ବିଷୟରେ କିଛି ତଥ୍ୟ ମିଳି ନ ଥିଲା। ହେଲେ ଏବେ ବଦଳି ଯାଇଛି ତାଙ୍କର ସ୍ୱାସ୍ଥ୍ୟ । ଦେଖାନ୍ତୁ କେମିତି ଦିଶୁଛନ୍ତି କିମ୍‌ ଜୋଙ୍ଗ।

author-image
Minati Mishra
north korea leader kim jong un

north korea leader kim jong un

ଉତ୍ତର କୋରିଆ: କିଛି ଦିନ ତଳେ ନିଜର ସ୍ୱାସ୍ଥ୍ୟକୁ ନେଇ ବେଶ ଚର୍ଚ୍ଚାରେ ଥିଲେ ଉତ୍ତର କୋରିଆ ସୁପ୍ରିମୋ କିମ୍‌ ଜୋଙ୍ଗ ଉନ (Kim Jong Un)। ହେଲେ କିମ୍‌ ଜୋଙ୍ଗଙ୍କର କ’ଣ ହୋଇଥିଲା ସେ ବିଷୟରେ କିଛି ତଥ୍ୟ ମିଳି ନ ଥିଲା। ଏହା ପରେ ଚଳିତବର୍ଷ ଜୁଲାଇରେ ଏକ ମିଲିଟାରୀ ମିଟିଂ ସମୟରେ ଯେତେବେଳେ କିମ୍‌ ଜୋଙ୍ଗଙ୍କୁ ଦେଖିବାକୁ ମିଳିଥିଲା ତାଙ୍କ ମୁଣ୍ଡର ପଛ ଭାଗରେ ଏକ ପଟ୍ଟି ଥିବା ଦେଖିବାକୁ ମିଳିଥିଲା। କପାଳରେ ବି କିଛି ଚିହ୍ନ ବି ଥିଲା। ଏସବୁ ଦେଖିବା ପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ହେଲେ ଏବେ କିମ୍‌ ଜୋଙ୍ଗଙ୍କର ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି। ତାଙ୍କର ନୂଆ ରୂପ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। 

Advertisment

ଫଟୋରେ କିମ୍‌ ଜୋଙ୍ଗ ବହୁତ ପତଳା ଦେଖାଯାଉଛନ୍ତି। କୋରିଆନ ସେଣ୍ଟ୍ରାଲ ନ୍ୟୁଜ ଏଜେନ୍ସି ଅନୁଯାୟୀ, କରୋନା ତଥା ଦୁର୍ବଳ ଆଥିର୍କ ସ୍ଥିତି ସହ ଲଢୁଥିବା ଏଇ ଦେଶର ଯୁବ ଭଲ୍ୟୁଣ୍ଟରଙ୍କ  ପାଖରେ ପହଞ୍ଚି କିମ୍‌ ଜୋଙ୍ଗ ତାଙ୍କ ମନୋବଳ ବଢାଇଥିଲେ। ଏହି ଫଟୋ ମଧ୍ୟ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି। 

Advertisment

ଦେଶର ଏଇ କଠିନ ଏପରି ଏକ ଗୁରୁତ୍ୱପୂର୍ଣ୍ଣ କାମ କରିବା ପାଇଁ ଯୁବ ଭଲ୍ୟୁଣ୍ଟର୍ସଙ୍କୁ ପ୍ରୋତ୍ସାହନ ଦେଇଥିଲେ। ରିପୋର୍ଟ ଅନୁସାରେ, ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗଙ୍କ ଓଜନ ୧୦ରୁ ୨୦ କିଗ୍ରା କମ୍‌ ହୋଇଯାଇଛି। ହି ଚେହେରା ଦେଖିବା ପରେ ତାଙ୍କର ସ୍ୱାସ୍ଥ୍ୟକୁ ନେଇ ଲାଗି ରହିଥିବା ଚର୍ଚ୍ଚା ପୁଣି ଜୋର ଧରିଛି। ସିଓଲୋସ୍ଥିତ କୋରିଆ ଇଷ୍ଟିଚ୍ୟୁଟ ଫର ନାଶନାଲ ୟୁନିଫିକେଶନର ଜଣେ ବରିଷ୍ଠ ବିଶ୍ଳେଷକ ହୋଙ୍ଗ ମିନ୍‌ କହିଛନ୍ତି, କିମ୍‌ଙ୍କ ଓଜନ ହ୍ରାସ କୌଣସି ରୋଗର ଲକ୍ଷଣ ନୁହେଁ, ବରଂ ସ୍ୱାସ୍ଥ୍ୟରେ ସୁଧାର ଆସିବାର ଲକ୍ଷଣ। 

north korea leader kim jong un ଉତ୍ତର କୋରିଆ ନେତା କିମ୍‌ ଜୋଙ୍ଗ ଉନ୍‌

ଡିକିନ ୟୁନିଭର୍ସିଟିର ଆତଙ୍କବାଦ ନିରୋଧୀ ବିଶେଷଜ୍ଞ ଗ୍ରେଗ ବାର୍ଟନ ୟାହୁ ନ୍ୟୁଜ ଅଷ୍ଟ୍ରେଲିଆ ସହ କଥାବାର୍ତ୍ତା କରି କହିଛନ୍ତି, କିମ୍‌ ଜୋଙ୍ଗଙ୍କ ଓଜନ ହ୍ରାସକୁ ନେଇ ସେପରି କୌଣସି ବିଶେଷ କାରଣ ନାହିଁ। ବରଂ କୌଣସି ସର୍ଜରୀ କରିଛନ୍ତି ଯାହାର ଫଳ ସ୍ୱରୂପ ସେ ଏପରି ପତଳା ହୋଇଛନ୍ତି।  ଗ୍ରେଗ ବାର୍ଟନ କହିଛନ୍ତି, କିମ୍ ନିଜ ଓଜନ ବୃଦ୍ଧକୁ  ନେଇ ଚିନ୍ତାରେ ଥିଲେ। ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆଣିବା ପାଇଁ ସେ ଓଜନ କମାଇବା ପାଇଁ ନିରନ୍ତର ପ୍ରୟାସ କରୁଥିଲେ। ସୂଚନାଥାଉ କି, କିମ୍‌ ଜୋଙ୍ଗଙ୍କ ସିଗାରେଟ ଏବଂ ମଦ ନିଶା ରହିଛି। 

Kim-Jong-un North Korean Leader Kim Jong-un
Advertisment
Advertisment