Advertisment

ହାର୍ଟ ଆଟାକ୍‌ ଯୋଗୁ ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ହୋଇନପାରେ: ଜିମ୍‌ ଟ୍ରେନର

ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଦେହାନ୍ତ ପରେ ବଲିଉଡ୍‌ ଓ ଟିଭି ଇଣ୍ଡଷ୍ଟ୍ରି ଏକ ପ୍ରକାର ସ୍ତବ୍ଧ ହୋଇଯାଇଛି। ସିଦ୍ଧାର୍ଥଙ୍କ ଅଚାନକ୍‌ ମୃତ୍ୟୁକୁ କେହିବି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଜାଙ୍କର ଜିମ୍‌ ଟ୍ରେନର ସୋନୁ ଚୌରସିୟାଙ୍କ ବୟାନ ଏବେ ସାମ୍ନାକୁ ଆସିଛି।

author-image
Rajalaxmi Sahoo
Actor Sidharth Shukla

Actor Sidharth Shukla

ମୁମ୍ବାଇ: ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଦେହାନ୍ତ ପରେ ବଲିଉଡ୍‌ ଓ ଟିଭି ଇଣ୍ଡଷ୍ଟ୍ରି ଏକ ପ୍ରକାର ସ୍ତବ୍ଧ ହୋଇଯାଇଛି। ସିଦ୍ଧାର୍ଥଙ୍କ ଅଚାନକ୍‌ ମୃତ୍ୟୁକୁ କେହିବି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଜାଙ୍କର ଜିମ୍‌ ଟ୍ରେନର ସୋନୁ ଚୌରସିୟାଙ୍କ ବୟାନ ଏବେ ସାମ୍ନାକୁ ଆସିଛି। ଜାତୀୟ ଗଣମାଧ୍ୟମ ସଂସ୍ଥା News18କୁ ଏକ ସାକ୍ଷାତକାର ଦେଇ ସୋନୁ କହିଛନ୍ତି, ‘ମୁଁ କେବେବି ବିଶ୍ୱାସ କରିପାରୁ ନାହିଁ ହାର୍ଟ ଆଟାକ୍‌ ଯୋଗୁ ସିଦ୍ଧାର୍ଥଙ୍କ ମୃତ୍ୟୁ ହୋଇଛି। ସବୁବେଳେ ଫିଟ୍‌ ଓ ଫିଟ୍‌ନେସ୍‌କୁ ନେଇ ସେ ସଜାଗ ଥିଲେ। ମୁଁ ଦେଢ଼ ବର୍ଷ ହେବ ସିଦ୍ଧାର୍ଥଙ୍କୁ ଜିମ୍‌ରେ ଟ୍ରେନିଂ ଦେଉଥିଲି। ପ୍ରତ୍ୟେକ ଦିନ ସକାଳ ସାଢ଼େ ୧୦ଟାର ଆମ୍ଭେମାନେ ଜିମ୍‌ରେ ଭେଟ ହେଉଥିଲା। ସେ ଜିମ୍‌ରେ ବହୁତ କଠିନ ପରିଶ୍ରମ କରୁଥିଲେ’।

Advertisment

ସେ ଆହୁରି କହିଛନ୍ତି, ‘ସିଦ୍ଧାର୍ଥଙ୍କ ଦେହ ଖରାପ ନେଇ ସକାଳ ସାଢ଼େ ୯ଟାରେ ମୋ ପାଖକୁ ରାହୁଲ ବୈଦ୍ୟାଙ୍କ ଫୋନ୍‌ କଲ୍‌ ଆସିଥିଲା। ପ୍ରଥମେ ମୁଁ ଏହି କଥାକୁ ବିଶ୍ୱାସ କରିପାରିଲି ନାହିଁ। ଏହାପରେ ଅନେକ ଫୋନ୍‌ କଲ୍‌ ଆସିଥିଲା। ଅଚାନକ୍‌ ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଶୁଣି ମୁଁ ଏକ ପ୍ରକାର ସ୍ତବ୍ଧ ହୋଇଯାଇଥିଲି। ସେ କେବେବି କୌଣସି ପ୍ରକାରର ମାନସିକ ଚାପ କିମ୍ବା ଡିପ୍ରେସନରେ ନଥିଲେ। ସବୁବେଳେ ସେ ନିଜେ ଖୁସିରେ ରହିବା ସହ ଅନ୍ୟମାନଙ୍କୁ ଖୁସିରେ ରଖୁଥିଲେ। ଅଗଷ୍ଟ ୨୪ରେ ମୋର ତାଙ୍କ ସହ କଥାବାର୍ତ୍ତା ହୋଇଥିଲା। ସେହି ସମୟରେ ସେ ମୋତେ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଅଗଷ୍ଟ ୨୦ରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ନିଜ ଭଉଣୀଙ୍କୁ ଗାଡ଼ି ଗିଫ୍ଟ କରିବା କଥା କହିଥିଲେ ଓ ୨୨ରେ ଭଉଣୀଙ୍କୁ ଗିଫ୍ଟ କରିଥିଲେ। ସେ ସବୁବେଳେ ଜିମ୍‌ରେ ଖୁସିରେ ରହୁଥିଲେ ଓ କଠିନ ପରିଶ୍ରମ କରୁଥିଲେ।’

‘ସେପ୍ଟେମ୍ବର ୧ ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ସେ ଏକ ମିଟିଙ୍ଗ ସାରି ଘରକୁ ଫେରିଥିଲେ। ଏହି ସମୟରେ ସେ ବାହାରୁ କିଛି ଖାଇବା ଖାଇଥିଲେ। ଏଥିପାଇଁ ଘରେ କେବଳ ଛାଛ୍‌ ଓ ଫଳ ଖାଇ ପାଖାପାଖି ସାଢ଼େ ୧ଟାରେ ଶୋଇବାକୁ ଯାଇଥିଲେ। ସକାଳେ ଯେତେବେଳେ ତାଙ୍କ ମା’ ତାଙ୍କୁ ଉଠାଇବାକୁ ଯାଇଥିଲେ, ତାଙ୍କ ଶରୀରର ଅଙ୍ଗପ୍ରତ୍ୟେଙ୍ଗ ଚଳପ୍ରଚଳ କରୁ ନଥିବା ଦେଖିବାକୁ ପାଇଥିଲେ। ଏହାପରେ ତୁରନ୍ତ ପରିବାର ଲୋକ ସିଦ୍ଧାର୍ଥଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହାର୍ଟ ଆଟାକ୍‌ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ହସ୍ପିଟାଲ ପକ୍ଷରୁ ସ୍ପଷ୍ଟ କରଯାଇଥିଲା। ମୁଁ ମଧ୍ୟ ତାଙ୍କର ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି। କାରଣ ହାର୍ଟ ଆଟାକ୍‌ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ମୁଁ କେବେବି ବିଶ୍ୱାସ କରିପାରୁ ନାହିଁ।’

Advertisment

ଗତକାଲି ହଠାତ୍‌ ସିଦ୍ଧାର୍ଥଙ୍କ ମୃତ୍ୟୁ ଖବରକୁ ନେଇ ବଲିଉଡ୍‌ ଓ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ହୃଦ୍‌ଘାତ କାରଣରୁ ସିଦ୍ଧାର୍ଥଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୁମ୍ବାଇର କୁପର ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Sidharth Shukla Sidharth Shukla Death
Advertisment
Advertisment