ଆଫ୍ଗାନିସ୍ତାନରେ ନୂଆ ସରକାର ଘୋଷଣା ପୂର୍ବରୁ କାବୁଲରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ମୁଖ୍ୟଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା ଚାଲିଛି। କାବୁଲରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ISI ମୁଖ୍ୟ ଲ୍ୟଟନାଣ୍ଟ୍ ଜେନେରାଲ ଫହିଜ ହମିଦଙ୍କ ସହ ଏକ ଅଧିକାରୀ ଦଳ ପହଞ୍ଚିଛନ୍ତି
ଋଷି କପୁରଙ୍କ ଫିଲ୍ମ ‘ଶର୍ମାଜୀ ନମକୀନ’ର ପ୍ରଥମ ପୋଷ୍ଟର ଜାରି ହୋଇଛି। ଋଷି କପୁରଙ୍କ ଏହି ଅନ୍ତିମ ଫିଲ୍ମକୁ ଦେଖିବା ନେଇ ତାଙ୍କ ପ୍ରଶସଂକମାନେ କେବେଠାରୁ ଚାହିଁ ବସିଛନ୍ତି। ଶେଷରେ ଅଭିନେତାଙ୍କ ୬୯ତମ ଜନ୍ମଦିନ ଅବସରରେ ନିର୍ମାତା ଦର୍ଶକମାନଙ୍କୁ ଏକ ସ୍ୱତନ୍ତ୍ର ଉପହାର ଦେଇଛନ୍ତି। ନିର୍ମାତା ‘ଶର୍ମାଜୀ ନମକୀନ’ର ପ୍ରଥମ ଲୁକ୍ ଜାରି କରିଛନ୍ତି। ଫିଲ୍ମର ପ୍ରଥମ ଲୁକ ଜାରି ହେଉ ହେଉ ଟ୍ୱିଟରରେ ଟ୍ରେଣ୍ଡ୍ ହେବାରେ ଲାଗିଛି। ନିର୍ମାତା ଏହି ଫିଲ୍ମର ଦୁଇଟି ପୋଷ୍ଟର ରିଲିଜ୍ କରିଛନ୍ତି।
କୁକୁର ସହ ଶାରୀରିକ ସମ୍ପର୍କ ରଖିଲେ ମହିଳା। ହୁଏତ ଏହି ଘଟଣା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଆଉ କହିବେ ଏହା କଣ ସମ୍ଭବ? ଜଣେ ସୁସ୍ଥ ମାନସିକତା ବ୍ୟକ୍ତି କଣ ଏପରି କରିପାରେ?
ବଲିଉଡରେ ଏପରି କିଛି ଯୋଡ଼ି ଅଛନ୍ତି ଯେଉଁମାନଙ୍କର ପ୍ରେମ ଯନ୍ତ୍ରଣାଦାୟକ ମୋଡ଼ରେ ଶେଷ ହେଉଛି । ବଲିଉଡରେ ଅନେକ ଯୋଡ଼ିଙ୍କୁ ଦର୍ଶକେ ପସନ୍ଦ କରିଥାନ୍ତି । ଆଉ ସେହି ରିଲ୍ ଯୋଡ଼ି ରିଅଲ ଯୋଡ଼ିରେ ପରିଣତ ହୋଇଥାନ୍ତି । ସେମାନଙ୍କର ପ୍ରେମ କାହାଣୀ ଦର୍ଶକଙ୍କ ଦ୍ୱାରା ମଧ୍ୟ ପ୍ରଶଂସିତ ହୋଇଥିଲା। କିନ୍ତୁ ସେମାନଙ୍କର ପ୍ରେମ କାହାଣୀ ଅସମ୍ପୂର୍ଣ୍ଣ ରହିଲା ।
ସୋସିଆଲ ମିଡିଆ ଜୀବନର ଏକ ମହତ୍ୱପୂର୍ଣ୍ଣ ପ୍ଲାଟଫର୍ମ ରୂପରେ ଆସିଛି। ଏହା ଏପରି ଏକ ପ୍ଲାଟଫର୍ମ ଯାହା ଅନେକ ଲୋକଙ୍କୁ ରାତାରାତି ଷ୍ଟାର କରିଦେଉଛି। ଆପଣଙ୍କର ନିଶ୍ଚୟ ମନେଥିବ ରେଲ୍ୱେ ପ୍ଲାଟ୍ଫର୍ମରେ ଗୀତ ଗାଉଥିବା ରାନୁ ମଣ୍ଡଳଙ୍କ କଥା। ଲତା ଲଙ୍ଗେସକରଙ୍କ ଏକ ଗୀତ “ଏକ୍ ପ୍ୟାର କା ଲଗମା” ଗାଇ ସେ ରାତାରାତି ଫେମସ୍ ହୋଇଯାଇଥିଲେ। ଏହା ଶୁଣି ସଂଗୀତକାର ତଥା କଣ୍ଠଶିଳ୍ପୀ ହିମେଶ ରେସ୍ମିୟା ତାଙ୍କୁ ଏକ ସୁଯୋଗ ଦେଇଥିଲେ।
ଆପଣ ୟୁଟ୍ୟୁବ ନାଁ ଶୁଣିଥିବେ । ହେଲେ ୟୁଟ୍ୟୁବ ଗାଁ ନାଁ କେବେ ହେଲେ ଶୁଣି ନଥିବେ । ଏବେ ଇଣ୍ଟରନେଟରେ ଟ୍ରେଣ୍ଡ କରୁଛି ୟୁଟ୍ୟୁବ ଭିଲେଜ୍ । ଇଣ୍ଡୋନେସିଆର ଏକ ଛୋଟିଆ ଗାଁ କାସେଗେରାନ ଏବେ ପାଲଟି ଯାଇଛି ୟୁଟ୍ୟୁବ ଭିଲେଜ୍
ଆଗକୁ ଆସୁଛି ବଲିଉଡ୍ ଅଭିନେତ୍ରୀ ତଥା ପଙ୍ଗା କ୍ୱିନ୍ କଙ୍ଗନା ରଣୱତଙ୍କ ‘ଥଲାଇବୀ’। ଏହାକୁ ଦର୍ଶକ ଅତି ଉତ୍ସାହର ସହ ଅପେକ୍ଷା କରିଛନ୍ତି। ତାଲିମନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମ ଖୁବ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମରେ କଙ୍ଗନା ଜୟଲଳିତାଙ୍କ ଭୂମିକା ନିଭଉଛନ୍ତି। ଅଭିନେତ୍ରୀ ତାଙ୍କ ଫିଲ୍ମର ଲଗାତର ପ୍ରମୋଶନ କରୁଥିବା ଦେଖାଯାଏ। ଏଥିରେ କଙ୍ଗନାଙ୍କ ଏକ ନୂଆ ଅବତାର ଦର୍ଶକମାନେ ଦେଖିବାକୁ ପାଇବେ।
ଦିନକୁ ଦିନ ଆଫଗାନିସ୍ତାନର ସ୍ଥିତି ସଙ୍ଗୀନ ହେବାରେ ଲଗାଇଛି। ଖାଦ୍ୟ ନାହିଁ, ପାଣି ନାହିଁ, ସ୍ୱାସ୍ଥ୍ୟ ସେବା ବି ନାହିଁ। କୁଆଡେ ଯିବେ, କେମିତି ବଞ୍ଚିବେ? କଣ ହେବ ଏମାନଙ୍କ ଭବିଷ୍ୟତ? ତାଲିବାନର କାବୁଲ କବଜା ପରେ ସମଗ୍ର ବିଶ୍ୱ ଆଉ ଏକ ଶରଣାର୍ଥୀ ସଂକଟର ସାମ୍ନା କରିବାକୁ ଯାଉଛି
ଆମକୁ ସୁରକ୍ଷା ଦିଅ, ଅଧିକାର ଦିଅ। ଶିକ୍ଷା, ଚାକିରିର, ସରକାରରେ ସାମିଲ ହେବାର ଅଧିକାର ଦିଅ । ପୁରୁଷଙ୍କ ଭଳି ମହିଳାଙ୍କୁ ବି ସମାନ ଅଧିକାର ଦାବି ସହ ପୁଣି ରାସ୍ତାକୁ ଓହ୍ଲାଇଛନ୍ତି ଆଫଗାନୀ ମହିଳା। ତାଲିବାନୀ ବନ୍ଧୁକକୁ ଖାତିର ନକରି ନିଜ ହକ୍ ମାଗିଛନ୍ତି ସେମାନେ । ତାଲିବାନ ସରକାର ଗଠନର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ, ହେରାତରେ ୫୦ରୁ ଅଧିକ ମହିଳା ଏକାଠି ହୋଇ, ନୂଆ ସରକାରରେ ମହିଳାଙ୍କୁ ସାମିଲ କରିବାକୁ ଦାବି କରିଛନ୍ତି।
ଆଫଗାନିସ୍ତାନରେ ପୁଣି ତାଲିବାନୀ ଶାସନ। ଇରାନ ଶୈଳୀରେ ଚାଲିବ ଏଠିକାର ପ୍ରଶାସନିକ ବ୍ୟବସ୍ଥା। ସଂଗଠନର ସର୍ବୋଚ୍ଚ ଧାର୍ମିକ ନେତା ହିବାତୁଲ୍ଲା ଅଖୁନ୍ଦଜାଦା ନୀତି ନିର୍ଦ୍ଧାରକ ହେଲେ ବି, ପ୍ରକୃତ ଶାସନ କ୍ଷମତା ରହିବ ମୁଲ୍ଲା ବରାଦାରଙ୍କ ହାତରେ। ତାଙ୍କୁ ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ କରାଯାଇପାରେ।
ଋଷି କପୁରଙ୍କ ଜନ୍ମଦିନ ଅବସରରେ ପତ୍ନୀ ନୀତୁ କପୁର ତାଙ୍କୁ ମନେପକାଇ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟକୁ ଇନଷ୍ଟାଗ୍ରାମରେ ସେୟାର କରିବା ସହିତ ସେ ଏକ ଭାବପ୍ରବଣ ନୋଟ୍ ମଧ୍ୟ ଲେଖିଛନ୍ତି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଧାନସଭା ପହଞ୍ଚିବା ରାସ୍ତା ସଫା ହୋଇଯାଇଛି । ପଶ୍ଚିମବଙ୍ଗର ଖାଲି ପଡ଼ିଥିବା ବିଧାନସଭା ଆସନ ମଧ୍ୟରୁ ତିନୋଟି ଏବଂ ଓଡିଶାରେ ଗୋଟିଏ ଆସନରୁ ସେପ୍ଟେମ୍ବର ୩୦ରେ ଉପ ହେବ ବୋଲି ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ପଶ୍ଚିମବଙ୍ଗର ଭବାନୀପୁର, ଶମଶେରଗଞ୍ଜ, ଜଙ୍ଗିପୁର ସିଟରେ ଉପନିର୍ବାଚନ ହେବ । ସେହିପରି ଓଡ଼ିଶାର ପିପିଲି ସିଟରୁ ଉପନିର୍ବାଚନ କରାଯିବ ବୋଲି ଘୋଷଣା ହୋଇଛି ।
ଏଥର ସେପ୍ଟେମ୍ବର ୧୦ରେ ଗଣେଷ ପୂଜା । ହେଲେ କରୋନା ପାଇଁ ଏଥର ବି ଖାଁ ଖାଁ ରହିବ ପୂଜା ମଣ୍ଡପ । ବାଜିବନି ବାଜା, ଶୁଭିବନି ମାଇକ୍ । ଯଥା ସମ୍ଭବ କମ୍ ଲୋକରେ ହେବ ପୂଜା ବିଧି ।
ଗରିବ ହିତାଧିକାରୀଙ୍କ ପାଇଁ ସରକାରଙ୍କ ମାଳ ମାଳ ରହିଥିଲେ ବି ପ୍ରଶାସନିକ ଅଧିକାରୀ ଏବଂ ନିର୍ବାଚିତ ପ୍ରତିନିଧିମାନଙ୍କ ଉଦାସୀନତା ନୀତି ଯୋଗୁଁ ପରିଣତ ବୟସରେ ଜଣେ ୬୭ ବର୍ଷୀୟ ବୃଦ୍ଧା ଏବେ ଅସୟାହ ଅବସ୍ଥାରେ । ନିଜ ସ୍ୱାମୀ ଓ ପିଲାମାନଙ୍କୁ ହରାଇବା ପରେ ସେ ଏତେ ବଡ଼ ଦୁନିଆରେ ଏକଦମ ଏକୁଟିଆ ପଡ଼ିଯାଇଛନ୍ତି
ଯଦି ଆପଣ ଚାକିରି ଖୋଜୁଛନ୍ତି, ତା’ହେଲେ ଆପଣଙ୍କ ପାଇଁ ହୁଏତ ଏହା ଏକ ଖୁସି ଖବର। ଆମାଜନ୍ ଇଣ୍ଡିଆ (Amazon) ଚଳିତ ବର୍ଷ ୮୦୦୦ ପଦବୀରେ ନିଯୁକ୍ତି ଦେବା ଲାଗି ଯୋଜନା କରୁଥିବା ଜଣାପଡ଼ିଛି।
ବର୍ତ୍ତମାନ ସମୟରେ କେରଳରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ପ୍ରତିଦିନ ୩୦ ହଜାର ଉପରେ ରହୁଛି ନୂତନ ସଂକ୍ରମିତଙ୍କ ସଂଖ୍ୟା । ସେପଟେ କେରଳ ପରେ ମହାରାଷ୍ଟ୍ର ଓ ତାମିଲନାଡ଼ୁରେ ମଧ୍ୟ ବଢ଼ୁଛି ସଂକ୍ରମଣ । ମୁମ୍ବାଇ ଓ ତାମିଲନାଡ଼ୁରେ ଲଗାତାର କରୋନା ସଂକ୍ରମିତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଉଛି ।
ଫିରୋଜାବାଦ ଜିଲ୍ଲାରେ ଡେଙ୍ଗୁ ଜ୍ୱରର ପ୍ରଭାବ ଏତେ ଅଧିକ ଯେ ପିଲାମାନଙ୍କୁ ଲଗାତାର ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି । ଘରୋଇ ଡାକ୍ତରଖାନା ଗୁଡ଼ିକରେ ଜାଗା ବାକି ନାହିଁ । ସେହିପରି ୧୦୦ ଶଯ୍ୟା ବିଶିଷ୍ଟ ମା’ ଏବଂ ଶିଶୁ ସରକାରୀ ମେଡିକାଲ୍ କଲେଜର ମଧ୍ୟ ବର୍ତ୍ତମାନ ଗୋଟିଏ ହେଲେ ବେଡ୍ ଫାଙ୍କା ନାହିଁ
ଦୁର୍ଗନ୍ଧକୁ ଖୋଜି ଖୋଜି ଏକ ମୃତଦେହ ପାଖରେ ପହଞ୍ଚିଛି ପୋଲିସ। ଫ୍ରିଜ ଭିତରୁ ଜବତ କରିଛି ଏହି ମୃତ ଦେହ । ପୋଲିସ ଯାଞ୍ଚରୁ ଜଣାପଡ଼ିଛି, ନାତି ନିଜ ଜେଜେବାପାଙ୍କ ମୃତ ଦେହକୁ ଫ୍ରିଜ ଭିତରେ ରଖିଥିଲା।
ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଶୁଣି ତାଙ୍କର ଜଣେ ଫ୍ୟାନ୍ଙ୍କୁ ଏପରି ଝଟ୍କା ଲାଗିଛି ଯେ, ଏବେ ସେ କୋମାରେ। ଫ୍ୟାଶନ ଫଟୋଗ୍ରାଫର Viralbhayani ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେଆର କରି ଏହି ସୂଚନା ଦେଇଛନ୍ତି।
ସ୍କୁଲ ଡ୍ରେସ୍ ପିନ୍ଧି ହାତରେ ବସିବସ୍ତାନୀ ଧରି ଅକାତକାତ ପାଣିରେ ନିଜେ କାତ ମାରୁଛି କୁନି ଝିଅ । ଘରଦ୍ୱାର ଚାରିଆଡ଼େ ପାଣି ମାଡ଼ି ଆସିଛି, ଏପରି ପ୍ରତିକୂଳ ପରିସ୍ଥିତିରେ ବି ମନୋବଳ ହରାଇନି । ପାଠ ପଢ଼ି ଭବିଷ୍ୟତରେ କିଛି କରିବା ଆଶାରେ ଜୋର ଜୋରରେ ଡଙ୍ଗା ଚଳାଇ ସ୍କୁଲ ବାହାରି ଯାଉଛି ।
ଦରମା ମାସକୁ ୫ ହଜାର ଟଙ୍କା, ହେଲେ କୋଟି କୋଟି ସମ୍ପତ୍ତିର ମାଲିକ। ଖାଲି ଏତିକି ନୁହେଁ ରାଜସ୍ଥାନରୁ ପଞ୍ଜାବ ପର୍ଯ୍ୟନ୍ତ ମଧ୍ୟ ଲମ୍ବିଛି କାରବାର। ଏକ ସରକାରୀ ବିଦ୍ୟାଳୟରେ ଚୁକ୍ତିଭିତ୍ତିକ କମ୍ପ୍ୟୁଟର ଅପରେଟର୍ ଭାବେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଥିବା ଏବେ ସାମ୍ନାକୁ ଆସିଛି।
ସକାଳୁ ସକାଳୁ ଭାରତ ପାଇଁ ବଡ଼ ଖୁସି ଖବର । ଟୋକିଓ ପାରାଲିମ୍ପିକ୍ସରେ ଭାରତ ପାଇଲା ଆଉ ଦୁଇଟି ପଦକ । ସେଥିରେ ଗୋଟିଏ ସ୍ୱର୍ଣ୍ଣ ସହ ଗୋଟିଏ ରୌପ୍ୟ ପଦକ ସାମିଲ ଅଛି ।
ସୌରଭ ଗାଙ୍ଗୁଲି ଏବଂ ବିରେନ୍ଦର ସେହୱାଗଙ୍କ ଯୋଡି କ୍ରିକେଟ୍ ମଇଦାନରେ ଭାରତୀୟ ଟିମ୍କୁ ଅନେକ ମ୍ୟାଚ୍ ଜିତାଇଛି । ଉଭୟ ଗାଙ୍ଗୁଲି ଏବଂ ସେହୱାଗ ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ବେଶ ଜଣାଶୁଣା ।
ଶାରଦୀୟ ଦୁର୍ଗାପୂଜା ପାଇଁ ପଶ୍ଚିମବଙ୍ଗରେ ଆରମ୍ଭ ହୋଇଛି ପ୍ରସ୍ତୁତି ପବ । ଏଥର ଦୂର୍ଗାପୂଜା ପଣ୍ଡାଲରେ ଲାଗିବ ମମତା ବାନାର୍ଜୀଙ୍କ ୧୦ ହାତ ଥିବା ମୂର୍ତ୍ତି । କୋଲକାତାର ବାଗୁଇହାଟି ଅଞ୍ଚଳରେ ନଜରୁଲ ପାର୍କ ଉନ୍ନୟନ ସମିତି ଦେବୀ ଦୁର୍ଗାଙ୍କ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୂର୍ତ୍ତି ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାପରେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି
ପୁଣି ୟୁପିରୁ ଆସିଲା ଛାତିଥରା କାହାଣୀ । ଯୁବତୀଙ୍କ ସହ ଗଣଦୁଷ୍କର୍ମ ପରେ ରସ୍ତାରେ ଫିଙ୍ଗି ଦେଲେ ଦୁର୍ବୃତ୍ତ । ଏହି ଘଟଣା ସାମ୍ନାକୁ ଆସିଛି ୟୁପି ବୁନ୍ଦେଲଖଣ୍ଡର ମହୋବା ଜିଲ୍ଲାରୁ । ଘଟଣା ନେଇ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।