ଲିଚୁ ପାଟିକୁ ଯେତିକି ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ପାଇଁ ସେତିକି ଲାଭଦାୟକ। ଲିଚୁରେ ଭିଟାମିନ୍ ଏ, ବି, ସି, କ୍ୟାଲସିୟମ୍, ଫାଇବର, ଆଇରନ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଫସଫରସ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥାଏ । ଯାହାକି ସ୍ୱାସ୍ଥ୍ୟ ଏବଂ ଚର୍ମ ପାଇଁ ଲାଭଦାୟକ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ଲିଚୁର ଉପକାରିତା ବିଷୟରେ…
ସିଦ୍ଧାର୍ଥଙ୍କ ଦେହାନ୍ତ ଖବର ପାଇ ବିଗ୍ ବସ୍-୧୩ରେ ତାଙ୍କ ସହପ୍ରତିଯୋଗୀ ଥିବା ଶେହନାଜ୍ ଗିଲ୍ ଭାଙ୍ଗି ପଡ଼ିଛନ୍ତି। ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ପାଇ ଶେହନାଜ୍ ଅଧାରୁ ଶୁଟିଂ ଛାଡ଼ି ଦେଇଛନ୍ତି।
ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତାଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ହଠାତ୍ କେହିବି ଏହାକୁ ବିଶ୍ୱାସ କରି ପାରୁ ନାହାନ୍ତି। କାରଣ ମାତ୍ର ୪୦ ବର୍ଷ ବୟସରେ ସେ ଦୁନିଆକୁ ଅଲ୍ବିଦା କହିଛନ୍ତି। ହାର୍ଟ ଆଟାକ୍ରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି।
ଇରାନରେ ଇସଲାମିକ ଗଭର୍ଣ୍ଣମେଣ୍ଟ୍ ମଡେଲ ଲାଗୁ ରହିଛି । ଜଣେ ସୁପ୍ରିମୋ ନେତା ଅଛନ୍ତି ଏବଂ ତାଙ୍କ ଅଧୀନରେ ରାଷ୍ଟ୍ରପତି ସରକାର ଚଳାଉଛନ୍ତି । ଇରାନରେ ଏବେ ଆୟତୋଲ୍ଲା ଅଲି ଖାମେନେ ସର୍ବୋଚ୍ଚ ନେତା ହୋଇଥିବା ବେଳେ ଇବ୍ରାହିମ ରାଇସି ବର୍ତ୍ତମାନ ଇରାନର ରାଷ୍ଟ୍ରପତି ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି ।
ଗୁଜାରଟର ଦୁଇ ବନ୍ଧୁ କ୍ରିସ ଗାନ୍ଧୀ ଓ ମିତ୍ ପାଣ୍ଡ୍ୟା । ଦ୍ୱାଦଶ ଶ୍ରେଣୀରେ ପାଠ ପଢ଼ୁଥିଲେ । ଅଗଷ୍ଟ ୨୩ ତାରିଖରେ ଥିଲା କ୍ରିସଙ୍କ ଜନ୍ମଦିନ । ସମସ୍ତ ଆୟୋଜନ ହୋଇସାରିଥିଲେ, ଫେରିଥିଲେ ହୋଇ ଥାଆନ୍ତ ଜନ୍ମଦିନ ପାର୍ଟି । କେକ କଟା ହୋଇଥାଆନ୍ତା, ସାଙ୍ଗ ମେଳରେ ଝୁମିଥାଆନ୍ତେ ଉଭୟ ବନ୍ଧୁ । ହେଲେ ଘରକୁ ଫେରିଲା ବେଳେ ବାଟରେ ଛକି ବସିଥିଲା ମୃତ୍ୟୁ ।
ଆମେରିକୀ ସୈନ୍ୟ ପ୍ରତ୍ୟାହାର ପରେ ତାଲିବାନିମାନେ ଆଫଗାନିସ୍ତାନ ନିଜ କବ୍ଜାକୁ ନେଇ ଯାଇଛନ୍ତି। ପୁଣି ଥରେ ଆଫଗାନିସ୍ତାନରେ ନିଜର ରାଜ୍ ଚଲାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି।
ଅଭିନେତା ତଥା ବିଗ୍ ବସ୍ ୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୦ ବର୍ଷ ବୟସ ହୋଇଥିଲା। ହୃଦ୍ଘାତରେ ଆଜି ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି।
ଅଭେଦ୍ୟ ଗଡ଼ରେ ପଶି ପାରୁନାହାନ୍ତି, ତାଲିବାନୀଙ୍କ ପାଇଁ ସହଜ ନୁହେଁ ପଞ୍ଜଶିର ଉପରେ କବଜା କରିବା । ପୂରା ଆଫଗାନିସ୍ତାନକୁ ଅକ୍ତିଆର କରିସାରିଥିବା ତାଲିବାନ ପଞ୍ଜଶିର ଆଡ଼କୁ ଆଡ଼ ଆଖିରେ ଚାହିଁ ପାରୁନି । ପଞ୍ଜଶିର ଅକ୍ତିଆର କରିବାର ସେମାନଙ୍କ ସମସ୍ତ ଉଦ୍ୟମ ବିଫଳ ହେଉଛି ।
ଭାରତୀୟ ଜନତା ପାର୍ଟିର ପୂର୍ବତନ ସାଂସଦ ତଥା ସାମ୍ବାଦିକ ଚନ୍ଦନ ମିତ୍ରଙ୍କର ୬୫ ବର୍ଷ ବୟସରେ ଗତକାଲି ରାତିରେ ପରଲୋକ ହୋଇଯାଇଛି। ଏ ନେଇ ତାଙ୍କର ପୁଅ କୁଶନ ମିତ୍ର ଟୁଇଟ କରି ସୂଚନା ଦେଇଛନ୍ତି।
ପାଟନା ସିଟି ବସ୍ ସେବା ପାଇଁ ମାତ୍ର ୨୫ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ୨୪ ଘଣ୍ଟା ପାଇଁ ପାଇଁ ବୈଧ ହେବ ଏହି ପାସ୍ । ଜଣେ ଯାତ୍ରୀ ରାତି ୧୨ଟା ସମୟରେ ପାସ୍ କଲେ, ପରଦିନ ରାତି ୧୨ଟା ପର୍ଯ୍ୟନ୍ତ ଯାତ୍ରା କରିପାରିବେ । ସକାଳ ୭ ଟାରେ ଅଫିସ୍ ଯିବାବେଳେ କେହି ପାସ୍ ନେଲେ ସନ୍ଧ୍ୟାରେ ଫେରିବା ପରେ ମଧ୍ୟ ସେହି ପାସରେ ଘରକୁ ଫେରିହେବ ।
ଜାମ୍ମୁ ଓ କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲ୍ଲି ଶାହା ଗିଲାନୀଙ୍କର ୯୨ ବର୍ଷ ବୟସରେ ଶ୍ରୀନଗରଠାରେ ପରଲୋକ ହୋଇଯାଇଛି।ଦୀର୍ଘଦିନ ଅସୁସ୍ଥ ରହିବା ପରେ ବୁଧବାର ରାତି ସାଢେ ୧୦ଟାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଆର୍ଥିକ ଦୁର୍ନୀତି ମାମଲାରେ ଓକିଲ ଆନନ୍ଦ ଡାଗାଙ୍କ ପରେ ସିବିଆଇ ବର୍ତ୍ତମାନ ନିଜର ଜଣେ ଅଧିକାରୀଙ୍କୁ ଗିରଫ କରିଛି । ସିବିଆଇ ସବ୍-ଇନ୍ସପେକ୍ଟର ଅଭିଷେକ ତିୱାରୀ ଲାଞ୍ଚ ନେଇ ପ୍ରାଥମିକ ତଦନ୍ତ ରିପୋର୍ଟ ଲିକ୍ କରିଥିବା ଅଭିଯୋଗ ହୋଇଛି । ଅଭିଷେକ ତିୱାରୀ ବର୍ତ୍ତମାନ ସିବିଆଇରେ ଅଟକ ଅଛନ୍ତି ।
ତାଲିବାନ୍ ଆକ୍ରମଣ ପୂର୍ବରୁ ମିଳିଥିଲା କି ଆଭାଷ ? ଆତଙ୍କବାଦୀ ସଂଗଠନ ତାଲିବାନ ଚଳିତ ବର୍ଷ ଅଗଷ୍ଟ ୧୫ରେ ଆଫଗାନିସ୍ତାନ କବଜା କରିଥିଲା । ଏହାର ୨୩ ଦିନ ପୂର୍ବରୁ ଅର୍ଥାତ ଜୁଲାଇ ୨୩ରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆଶରଫ ଘନିଙ୍କ ମଧ୍ୟରେ ଶେଷ ଥର ପାଇଁ ଆଲୋଚନା ହୋଇଥିଲା ।
ବ୍ୟାଙ୍କ ଅଫ ମହାରାଷ୍ଟ୍ରରେ ଖାଲି ପଡ଼ିଥିବା ୧୯୦ ପଦବୀ ପୂରଣ ହେବ। ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କଠାରୁ ଆବେଦନପତ୍ର ଆହ୍ୱାନ କରାଯାଇଛି
ଦିନକୁ ଦିନ ଉତ୍କଟ ହେଉଛି ବେକାରୀ ସମସ୍ୟା । ମହାମାରୀ ଠାରୁ ବି ଭୟଙ୍କର । ଗୋଟିଏ ପଟେ କରୋନା ତଳିତଳାନ୍ତ କରୁଥିବା ବେଳେ ଅନ୍ୟପଟେ ବେକାରୀ ସମସ୍ୟା ସାଧାରଣ ଲୋକଙ୍କ ଅଣ୍ଟା ଭାଙ୍ଗି ଦେଲାଣି । କୋରୋନାର ଦ୍ୱିତୀୟ ଲହରୀ ଲୋକଙ୍କ ଜୀବନ ଜୀବିକା ଛଡ଼ାଇ ନେଇଛି ।
କରୋନା କାଳରେ ଅନକ ଲୋକଙ୍କ ଚାକିରି ଚାରିଯାଇଥିବା ବେଳେ ଅନେକଙ୍କ ଦରମା କଟିଇଛି । କିନ୍ତୁ ଏହାରି ମଧ୍ୟରେ ଏପରି କିଛି ପ୍ରେରଣାଦାୟକ କାହାଣୀ ସାମ୍ନାକୁ ଆସିଛି, ଯାହା ଲୋଙ୍କ ମନୋବଳ ଦୃଢ଼ କରିବ ନିଶ୍ଚୟ । ଏପରି ଏକ କାହାଣୀ ହେଉଛି କୋଲହାପୁରର ବାସିନ୍ଦା ଅମୃତା କରାନ୍ଦେଙ୍କର ।
ଆଫଗାନ୍ ଆର୍ମି ଛା଼ଡ଼ି ତାଲିବାନରେ ମିଶିବା ପରେ, କେବଳ ଭଲ ଇଂରାଜୀ କହିପାରୁଥିବାରୁ ତାଙ୍କୁ ୧୯୯୬ ତାଲିବାନ ଶାସନ ବେଳେ ଉପ-ବୈଦେଶିକ ମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ପଦପଦବୀ ମିଳିଥିଲା। ତାଲିବାନ ଆଫଗାନିସ୍ତାନ କବ୍ଜା କରିବା ପରେ ସଂଗଠନର ଜଣେ ପ୍ରମୁଖ ଚେହେରା ଭାବେ ସାମ୍ନାକୁ ଆସିଛନ୍ତି ଷ୍ଟାନିକଜାଇ।
ଆମେରିକୀୟ ସୈନ୍ୟ କାବୁଲ ଛାଡିବା ପରେ ତାଲିବାନ୍କୁ ଅଲ-କାଏଦାର ଶୁଭେଚ୍ଛା । କାଶ୍ମୀର ସମେତ ସୋମାଲିଆ, ୟେମେନ୍ ଏବଂ ଲିଭେଣ୍ଟ ଅର୍ଥାତ୍ ପାଲେଷ୍ଟାଇନ, ଜୋର୍ଡାନ,ଲେବାନନ୍ ଓ ସିରିଆକୁ ଇସ୍ଲାମର ଶତ୍ରୁଙ୍କ କବଳରୁ ଉଦ୍ଧାର କରିବାକୁ ଆହ୍ୱାନ ଦେଇଛି ଅଲ-କାଏଦା ।
ସାରା ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ କେବଳ କେରଳରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏଥିପାଇଁ ଏହାର ଆଖପାଖ ରାଜ୍ୟ ବି ଆତଙ୍କିତ । ହଠାତ୍ କେରଳରେ ଏତେ ମାତ୍ରାରେ ସଂକ୍ରମଣ ବଢ଼ିଲା କାହିଁକି ?
ପ୍ରାୟତଃ ଏପରି ଅନେକ ଘଟଣା ଦେଶ ଦୁନିଆରେ ସାମ୍ନାକୁ ଆସେ ଯାହା ଜାଣିବା ପରେ ମଧ୍ୟ ବିଶ୍ୱାସ କରି ହୁଏନି। ସେହିପରି ଏକ ଘଟଣା ହେଲା ଜଣେ ମହିଳା ଚାକିରି ଛାଡି ଅଳିଆ ସଂଗ୍ରହ କରିବା ଆରମ୍ଭ କରିଥିଲେ। ଦେଖୁ ଦେଖୁ ଏହି ମହିଳା କିଛି ଦିନ ମଧ୍ୟରେ କୋଟିପତି ହୋଇଯାଇଛନ୍ତି। ଏହି ମହିଳାଙ୍କ କାହାଣୀ ଶୁଣିବା ପରେ ସେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ।
ଡମ୍ପିଂ ୟାର୍ଡରେ କ୍ୟାଟ୍ ୱାକ୍ କଲେ ଝାଡ଼ଖଣ୍ଡ ସୁନ୍ଦରୀ । ଭାଇରାଲ ହେଲା ଭିଡିଓ । ଉଦେଶ୍ୟ ଥିଲା ନିଆରା । ଦୁର୍ଗନ୍ଧମୟ ଡମ୍ପିଂ ୟାର୍ଡ ପଶି ଅଳିଆ ଗଦା ଉପରେ ଚଢ଼ିଲେ ଆଉ ସେଠାରେ କଲେ ରାମ୍ପ ଶୋ’।
ତାଲିବାନ ଓ ପଞ୍ଜଶୀର ନେତାଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ବିଫଳ ହୋଇଛି। ନ୍ୟୁଜ୍ ଏଜେନ୍ସି ଏଏଫ୍ପି ବୁଧବାର ଏହି ସୂଚନା ଦେଇଛି। ତାଲିବାନର ଆୟୋଗ ତଥା ମାର୍ଗଦର୍ଶନ ଆୟୋଗର ମୁଖ୍ୟ ମୁଲ୍ଲା ଅମୀର ଖାନ ମୁତ୍ତକି କହିଛନ୍ତି ଯେ ପରୱାନ ପ୍ରଦେଶରେ ବୟସ୍କ ଆଦିବାସୀ ତଥା ପଞ୍ଜଶୀର ନେତାଙ୍କ ସହ ଆଲୋଚନା କରିବା ବୃଥା ହୋଇଛି।
ଦେଶରେ କରୋନା ମହାମାରୀର ପ୍ରକୋପ ଧିରେ ଧିରେ କମିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ସ୍କୁଲ କଲେଜ ଖୋଲିଥିବା ନେଇ ଜଣାପଡ଼ିଛି ।
ଆଲ୍ହାବାଦ ହାଇକୋର୍ଟ ଏକ ମାମଲାର ଶୁଣାଣି କରି ଗାଈକୁ ନେଇ ଏକ ମହତ୍ତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଗୋରକ୍ଷାକୁ କୌଣସି ବି ଧର୍ମ ସହିତ ଯୋଡିବା ଆବଶ୍ୟକ ନାହିଁ। ଗାଈକୁ ଏବେ ରାଷ୍ଟ୍ରୀୟ ପଶୁ ଘୋଷଣା କରିଦେବା ଉଚିତ। କେନ୍ଦ୍ରକୁ ଏହା ଉପରେ ବିଚାର କରିବାର ଅଛି।
ପଞ୍ଜାବ କଂଗ୍ରେସରେ ଅସ୍ଥିରତା ଲାଗି ରହିଛି । ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଓ ପିସିସି ସଭାପତି ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ଲାଗି ରହିଛି ଛକାପଞ୍ଝା ।