Advertisment

ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ ପରେ ବଲିଉଡରେ ଶୋକ,ଦୁଃଖ ପ୍ରକାଶ କଲେ ଅକ୍ଷୟ

ପ୍ରସିଦ୍ଧ ଟେଲି ଅଭିନେତା ତଥା ବିଗ୍‌ବସ୍-୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ଘଟିଛି । ହୃଦଘାତରେ ତାଙ୍କର ଆଜି ଦେହାନ୍ତ ହୋଇଛି । ମାତ୍ର ୪୦ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ସେ ତାଙ୍କ କ୍ୟାରିୟର ସଫଳତାର ଶିଖର ଛୁଇଁଥିଲେ । ତେବେ ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତରେ ବଲିଉଡରେ ଅନେକ କଳାକାର ଶୋକ ପ୍ରକାଶ କରିଛନ୍ତି । ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଶୁଣି ସାରା ବଲିଉଡ ଆଶ୍ଚର୍ଯ୍ୟ ହୋଇଯାଇଛି । ସିଦ୍ଧାର୍ଥଙ୍କ ମୃତ୍ୟକୁ ନେଇ ଅଭିନେତା ଅକ୍ଷୟ କୁମାର ଟୁଇଟ୍ କରି ଦୁଃଖ ପ୍ରକାଶ କରିଛନ୍ତି ।

author-image
Pallipuspa Samal
ଅଦ୍ୟତନ ହୋଇଛି
Siddharth Shukla

Siddharth Shukla

ମୁମ୍ବାଇ:ପ୍ରସିଦ୍ଧ ଟେଲି ଅଭିନେତା ତଥା ବିଗବସ୍-୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ଘଟିଛି । ହୃଦଘାତରେ ତାଙ୍କର ଆଜି ନିଧନ ହୋଇଛି । ମାତ୍ର ୪୦ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତରେ ବଲିଉଡରେ ଅନେକ କଳାକାର ଶୋକ ପ୍ରକାଶ କରିଛନ୍ତି । ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଶୁଣି ସାରା ବଲିଉଡ ଆଶ୍ଚର୍ଯ୍ୟ ହୋଇଯାଇଛି । ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟକୁ ନେଇ ଅଭିନେତା ଅକ୍ଷୟ କୁମାର ଟୁଇଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ଅକ୍ଷୟ ତାଙ୍କ ଟୁଇଟରେ ଲେଖିଛନ୍ତି ଯେ ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ମୁ ତାଙ୍କୁ ବ୍ୟକ୍ତିଗତ ଭାବେ ଭଲଭାବେ ଜାଣି ନାହିଁ କିନ୍ତୁ ଏତେ ପ୍ରତିଭାବାନ କଳାକାରଙ୍କ ମୃତ୍ୟୁ ହେବା ଅତ୍ୟନ୍ତ ଦୁଖଃଦାୟକ,ଓମ୍ ଶାନ୍ତି ।

Advertisment

ସେ ଟେଲି ଜଗତ ହେଉ କିମ୍ବା ଫିଲ୍ମ ଦୁନିଆ ଦର୍ଶକଙ୍କ ମହଲରେ ସିଦ୍ଧାର୍ଥ ନିକଟତର ହୋଇପାରିଥିଲେ । ଅକ୍ଷୟ କୁମାରଙ୍କ ପୂର୍ବରୁ ସୋନୁ ସୁଦ, ଫରାହ ଖାନ, ରିତେଶ ଦେଶମୁଖ, ବିନ୍ଦୁ ଦାରା ସିଂ, ହିମାଂଶୀ ଖୁରାନା, ଡଲି ବିନ୍ଦ୍ରା ଏବଂ ସୋମ୍ୟ ଟଣ୍ଡନଙ୍କ ଭଳି ତାରକା ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି ।

ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁରେ ଅଭିନେତା ସୋନୁ ସୁଦ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ ମଧ୍ୟ ବିଶ୍ୱାସ କରିପାରୁନାହାନ୍ତି ଯେ ସିଦ୍ଧାର୍ଥଙ୍କର ମୃତ୍ୟୁ ହୋଇଯାଇଛି ବୋଲି । ସୋନୁ ସୁଦ ତାଙ୍କ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରୁ ଟୁଇଟ୍ କରି ଲେଖିଛନ୍ତି, 'ସିଦ୍ଧାର୍ଥ ଆଉ ନାହାଁନ୍ତି, ମୋର ସମବେଦନା ତାଙ୍କ ପରିବାର ସହିତ ଅଛି, ଭଗବାନ ଏହି କ୍ଷତି ସହିବାକୁ ପରିବାରକୁ ଶକ୍ତି ଦିଅନ୍ତୁ' ଶାନ୍ତିରେ ବିଶ୍ରାମ '।

Advertisment

ଟିଭି ଇଣ୍ଡଷ୍ଟ୍ରି ହେଉ କିମ୍ବା ବଲିଉଡ ଇଣ୍ଡଷ୍ଟ୍ରି, କ୍ରିକେଟର କିମ୍ବା ମିଡିଆ ଜଗତର ଲୋକ, ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସିଦ୍ଧାର୍ଥଙ୍କ ମୃତ୍ୟୁକୁ ନେଇ ବିନ୍ଦୁ ଦାରା ସିଂ, ତାଙ୍କ ସହ-ଷ୍ଟାର ଏବଂ ବିଗ୍ ବସ୍ ୧୩ ପ୍ରତିଯୋଗୀ ରଶ୍ମୀ ଦେଶାଇ, ଦେବୋଲିନା ଭଟ୍ଟାଚାର୍ଯ୍ୟଙ୍କ ସମେତ ଅନେକ ସେଲିବ୍ରିଟି ଆତଙ୍କିତ ହୋଇପଡିଛନ୍ତି ।

ସିଦ୍ଧାର୍ଥଙ୍କୁ ଶେଷଥର ପାଇଁ ବିଗବସର OTT ମଞ୍ଚରେ ଦେଖିବାକୁ ମିଳିଥିଲା । ଏହାଛଡା ଏକ୍‌ତା କପୁରଙ୍କ ୱେବ୍ ସିରିଜ୍ ‘ବ୍ରୋକନ୍ ବଟ୍ ବିଉଟିଫୁଲ’ରେ ଶେଷଥର ନଜର ଆସିଥିଲେ ସିଦ୍ଧାର୍ଥ । ଏଥିରେ ସେ ଅଗସ୍ତ୍ୟ ଭୂମିକାରେ ଅଭିନୟ କରିଥିଲେ।

Mumbai Sidharth Shukla Bollywoodnews
Advertisment
Advertisment