Advertisment

Rohit Sharma Century: ୪୮୭ ଦିନ ପରେ ହିଟ୍‌ମ୍ୟାନ୍‌ଙ୍କ ରୌଦ୍ରାବତାର! ଦିନିକିଆରେ ମାରିଲେ ଶତକ

୩୦୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲେ ହିଟ୍‌ମ୍ୟାନ୍‌ ତଥା ଅଧିନାୟକ ରୋହିତ୍‌ ଶର୍ମା ଓ ଶୁଭମନ୍‌ ଗିଲ୍‌।

author-image
Manoranjan Sial
ଅଦ୍ୟତନ ହୋଇଛି
Rohit Sharma

Rohit Sharma

୪୮୭ ଦିନ ଧରି ହିଟ୍‌ମ୍ୟାନ୍‌ ଭାବେ ପରିଚିତ ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟ୍‌ ଶାନ୍ତ ପଡ଼ିଥିଲା। ତାଙ୍କ ବ୍ୟାଟ୍‌ରୁ ରନ୍‌ ବର୍ଷା ହେଉନଥିଲା। ଯାହାକୁ ନେଇ ରୋହିତଙ୍କ ଫ୍ୟାନ୍‌ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। କିନ୍ତୁ ଆଜି ରୋହିତ ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛନ୍ତି। ବାରବାଟୀରେ ଦେଖାଇଛନ୍ତି ରୌଦ୍ରାବତାର! ଖେଳିଥିଲେ ଧୂଆଁଧାର ଇନିଂସ୍‌। ଦୀର୍ଘ ୪୮୭ ଦିନ ପରେ ସେ ମାରିଛନ୍ତି ଦ୍ରୁତତମ ଶତକ। ୭୬ଟି ବଲ୍‌ରେ ସେ ଏହି ଶତକ ହାସଲ କରିଛନ୍ତି।

Advertisment

ଆଜି କଟକ ବାରବାଟୀରେ ଖେଳାଯାଇଥିଲା ଇଂଲଣ୍ଡ-ଇଣ୍ଡିଆ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌। ଟସ୍‌ ଜିତି ଇଂଲିଶ ଟିମ୍‌ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ ୫୦ ଓଭରରେ ୩୦୪ ରନ୍‌ କରିଥିଲା। ୩୦୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲେ ହିଟ୍‌ମ୍ୟାନ୍‌ ତଥା ଅଧିନାୟକ ରୋହିତ୍‌ ଶର୍ମା ଓ ଶୁଭମନ୍‌ ଗିଲ୍‌। ଉଭୟ ଆକ୍ରମଣାତ୍କ ବ୍ୟାଟିଂ କରିଥିଲେ। ରୋହିତ୍‌ ଶର୍ମାଙ୍କ ବ୍ୟାଟ୍‌ରୁ ରନ୍‌ ବର୍ଷା ହୋଇଥିଲା। ମାରିଥିଲେ ଶତକ। ସେ ୯୦ ବଲରେ ୧୧୯ ରନ୍‌ର ଇନିଂସ୍‌ ଖେଳିଥିଲେ। ଯେଉଁଥିରେ ୭ଟି ଛକା ଓ ୧୨ଟି ଚୌକା ରହିଛି। ଚାମ୍ପିଆନ୍ସ ଟ୍ରଫି ପୂର୍ବରୁ ରୋହିତ ଶର୍ମାଙ୍କ ସେଞ୍ଚୁରୀ ସମାଲୋଚକଙ୍କ ମୁହଁ ବନ୍ଦ କରିବା ପାଇଁ ବାଧ୍ୟ କରିଛି।

OCA Odisha Cricket Barabati Stadium
Advertisment
Advertisment