Advertisment

Viral Video: ଭାଇରାଲ୍ ହେଲା ଉଦିତଙ୍କ ଆଉ ଏକ Kiss ଭିଡିଓ; ଲୋକେ କହିଲେ ମାର୍କେଟ୍‌ରେ ନୂଆ ସିରିଏଲ୍ କିସର୍

ଉଦିତ ନାରାୟଣଙ୍କର ପୂର୍ବର୍ ଗୋଟିଏ କିସ୍ ଭିଡିଓ ଭାଇରାଲ୍‌ ହେଉଥିବା ବେଳେ ବର୍ତ୍ତମାନ ଆଉ ଏକ ଭିଡିଓ ଆସିଛି। ମହିଳାମାନେ ଉଦିତ ନାରାୟଣଙ୍କ ସହ ସେଲ୍‌ଫି ନେଉଛନ୍ତି କିନ୍ତୁ ଉଦିତ ନାରାୟଣ ସେମାନଙ୍କ ଓଠ ଖୋଜୁଛନ୍ତି ଏବଂ ସେମାନଙ୍କୁ ଚୁମ୍ବନ ଦେଉଛନ୍ତି। ଦେଖନ୍ତୁ ଏହି ନୂଆ ଭିଡିଓ…

author-image
Pramod Behera
ଅଦ୍ୟତନ ହୋଇଛି
Udit narayan kissed fan on lips new video again goes viral

Udit narayan kissed fan on lips new video again goes viral

ଆଜିକାଲି ଉଦିତ ନାରାୟଣ ତାଙ୍କ ଗୀତ ଅପେକ୍ଷା ତାଙ୍କ କିସ୍ ପାଇଁ ଅଧିକ ଚର୍ଚ୍ଚାରେ ଅଛନ୍ତି। ସେ ୬୯ ବର୍ଷ ବୟସରେ ଯାହା କରିଛନ୍ତି ତାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ଏବଂ ତାଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କୁ କଡ଼ା ଟ୍ରୋଲ୍‌ କରୁଛନ୍ତି।

Advertisment

ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହୋଇଥିଲା, ଯେଉଁଥିରେ ସେ ଏକ ଲାଇଭ୍ ଶୋ’ ବେଳେ ଜଣେ ମହିଳା ପ୍ରଶଂସକଙ୍କ ଓଠକୁ ଚୁମ୍ବନ ଦେଉଥିବାର ନଜର ଆସିଥିଲେ। ଏହାକୁ ନେଇ ଯେତେବେଳେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଥିଲା ସେତେବେଳେ ସେ ସ୍ପଷ୍ଟୀକରଣ ମଧ୍ୟ ଦେଇଥିଲେ।

Advertisment

ଅଧିକ ପଢ଼ନ୍ତୁ: ଭାଇରାଲ ହେଉଛି ଉଦିତ ନାରାୟଣଙ୍କ ପୁରୁଣା କିସିଂ ଭିଡିଓ

ଏବେ ସିଙ୍ଗର୍‌ଙ୍କର ଆଉ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି, ଯେଉଁଥିରେ ସେ ସେଲ୍‌ଫି ନେଉଥିବା ମହିଳାମାନଙ୍କ ମଧ୍ୟରେ ଜଣଙ୍କୁ କିସ୍ କରୁଥିବା ନଜର ଆସନ୍ତି। ଏହି ଭିଡିଓ ଭାଇରାଲ୍‌ ହେବା ପରେ ଲୋକମାନେ ତାଙ୍କୁ ଇମ୍ରାନ ହାସ୍‌ମିଙ୍କ ସହ ତୁଳନା କରୁଛନ୍ତି ଏବଂ ତାଙ୍କୁ 'ସିରିଏଲ୍‌ କିସର' ବୋଲି କହୁଛନ୍ତି।

ଉଦିତ ନାରାୟଣଙ୍କ ପୂର୍ବ ଚୁମ୍ବନ ଭିଡିଓକୁ ନେଇ ଲୋକଙ୍କ କ୍ରୋଧ ଏପର୍ଯ୍ୟନ୍ତ ଥମି ନ ଥିବା ବେଳେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି ​​ଯେଉଁଥିରେ ସେ ଅନ୍ୟ ଜଣେ ମହିଳାଙ୍କ ଓଠରେ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି। ଯେତେବେଳେ ଏହି ଭିଡିଓ ଭାଇରାଲ୍‌ ହୋଇଛି ସେ ପୁଣି ଥରେ ଟ୍ରୋଲ୍‌ର ଶିକାର ହୋଇଛନ୍ତି ଏବଂ ଲୋକମାନେ ତାଙ୍କୁ 'ସିରିଏଲ କିସର୍' ବୋଲି ଟ୍ୟାଗ୍ ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ସବୁ ସୀମା ଟପିଲେ...ଲାଇଭ୍ ଶୋ’ରେ ମହିଳା ଫ୍ୟାନ୍‌ଙ୍କ ଓଠକୁ କିସ୍‌ କଲେ ଉଦିତ୍, କହିଲେ...

କିସ୍ ଭିଡିଓ ଭାଇରାଲ୍‌:

ଭାଇରାଲ୍ ହେଉଥିବା ଗାୟକଙ୍କ ନୂଆ ଭିଡିଓରେ ଅନେକ ମହିଳା ପ୍ରଶଂସକ ଉଦିତଙ୍କ ସହ ସେଲ୍‌ଫି ନେବାକୁ ଚେଷ୍ଟା କରୁଛନ୍ତି। ଉଦିତ ମଧ୍ୟ ସେମାନଙ୍କୁ ମଞ୍ଚରୁ ସେଲ୍‌ଫି ଦେଉଛନ୍ତି। ସେ ମହିଳାମାନଙ୍କ ସହ ପୋଜ୍ କରୁଥିବା ନଜର ଆସିଛନ୍ତି।


ପ୍ରଥମେ ଗାଲରେ, ପରେ ଓଠରେ:

ଭାଇରାଲ୍ ଭିଡିଓରେଉଦିତ ନାରାୟଣ ପ୍ରଥମେ ମହିଳା ପ୍ରଶଂସକଙ୍କୁ ଗାଲରେ ଚୁମ୍ବନ ଦିଅନ୍ତି ଏବଂ ସେ ଯେତେବେଳେ କୌଣସି ପ୍ରତିକ୍ରିୟା ନ ଦିଅନ୍ତି, ତାପରେ ସେ ତାଙ୍କ ଓଠରେ ଚୁମ୍ବନ ଦେବା ଦେଖାଯାଏ। ବର୍ତ୍ତମାନ ସୋସିଆଲ ମିଡିଆରେ ଏହିପରି ଅନେକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଗାୟକ ମହିଳା ପ୍ରଶଂସକଙ୍କ ସହ ଏହିପରି ନଖରାମୀ କରୁଥିବା ନଜର ଆସନ୍ତି।

ଉଦିତଙ୍କୁ ଟ୍ରୋଲ୍‌:

ଭିଡିଓ ଭାଇରାଲ୍‌ ହେବା ପରେ ଉଦିତ ନାରାୟଣଙ୍କୁ ବହୁତ ଟ୍ରୋଲ୍‌ କରାଯାଉଛି। ଅନେକ ନେଟିଜେନ୍‌ ଗାୟକଙ୍କୁ ଟାର୍ଗେଟ୍‌ କରି ଲେଖିଛନ୍ତି, 'ବର୍ତ୍ତମାନ ନୂଆ ସିରିଏଲ୍‌ କିସର୍‌ ବଜାରକୁ ଆସିଛି’।

ଅଧିକ ପଢ଼ନ୍ତୁ: ପ୍ରଥମ ପତ୍ନୀଙ୍କୁ ଧୋକା ଦେଇ ଉଦିତ ନାରାୟଣ ଲୁଚି ଲୁଚି କରିଥିଲେ ଦ୍ୱିତୀୟ ବିବାହ; ଏମିତି ପଡିଲେ ଧରା...

KISS Bollywood Singers Bollywood Udit Narayan Viral Video
Advertisment
Advertisment