Advertisment

କାନ୍ଥଖିଆ ମହିଳା : ସପ୍ତାହରେ ଖାଉଛନ୍ତି ୩ ସ୍କୋୟାର୍ ଫୁଟ

ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ଅଦ୍ଭୁତ ଗୁଣ ନେଇ ଚର୍ଚ୍ଚାରେ ରୁହନ୍ତି। କିଏ ଦାନ୍ତରେ ଟ୍ରେନ୍ ଟାଣିକି ତ କିଏ ଛାତିରେ ରୋଲର୍ ଚଢେଇ ହେଉ ବା ମୁଣ୍ଡରେ ପଥର ଭାଙ୍ଗି ନିଜକୁ ଲୋକଲୋଚନକୁ ଆଣିଥାନ୍ତି। ଏହି ଅବସରରେ ଆମେ ଆପଣଙ୍କୁ ଏମିତି ଜଣେ ମହିଳାଙ୍କ ଉପରେ କହିବାକୁ ଯାଉଛି ଯାହାଙ୍କ ବିଷୟରେ ଜାଣିଲେ ଆପଣଙ୍କର ବି ଆଖି ଟେରା ହୋଇଯିବ। ଏହି ମହିଳା ଜଣଙ୍କ ଘରର କାନ୍ଥକୁ ବି ଖାଇଯାଆନ୍ତି। ଆଜିଯାଏ ଆପଣ ଦେଖିଥିବେ ଯେ ଆପଣଙ୍କ ଛୋଟ ପିଲାମାନେ ଏଭଳି କିଛି କରିବାର। କିନ୍ତୁ ଏଭଳି ଜଣେ ମହିଳା କାନ୍ଥ ଖାଇଯାଉଥିବା କଥା ଶୁଣିଲେ ଆପଣ ହୁଏତ ବିଶ୍ୱାସ କରିପାରିବେ ନାହିଁ। କିନ୍ତୁ ଏହା ସମ୍ପୂର୍ଣ୍ଣ ସତ।

author-image
Pramod Behera
Woman eating three square feet dry walls in one weak

ଏହି ମହିଳା ଆମେରିକାର ମିଶିଗନରେ ରହୁଥିବା ବେଳେ ତାଙ୍କ ନାମ ନିକୋଲ୍ ବୋଲି ଜଣାଯାଇଛି। ପୂର୍ବରୁ ଏହି ମହିଳାଙ୍କର ଚକ୍‌ ଖାଇବାର ଅଭ୍ୟାସ ଅଛି। କିନ୍ତୁ ଲୋକେ ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେତେବେଳେ ଏହି ମହିଳା ନିଜର ଇଛା ପୂରଣ ନେଇ ଘରର କାନ୍ଥ ଖାଇବା ଆରମ୍ଭ କରିଥିଲେ। ମହିଳା ଜଣକ ଏକ ଟିଭି କାର୍ଯ୍ୟକ୍ରମରେ ତାଙ୍କର ଏହି ଅଦ୍ଭୁତ ଅଭ୍ୟାସ ବିଷୟରେ କହିଛନ୍ତି। ମହିଳାଙ୍କ ଠାରୁ ଏଭଳି ଶୁଣି ସମସ୍ତେ ଚକିତ ହୋଇଯାଇଥିଲେ। ତେବେ ଆସନ୍ତୁ ଜାଣିନେବା କାନ୍ଥ ଖାଇବାର ଅଭ୍ୟାସ ଏହି ମହିଳାଙ୍କର କାହିଁକି ହେଲା?

ଟିଭି ପ୍ରୋଗ୍ରାମ୍‌ରେ ନିକୋଲ୍‌ କହିଛନ୍ତି ଯେ ତାଙ୍କୁ ଶୁଖିଲା କାନ୍ଥର ବାସ୍ନା ଖୁବ ପସନ୍ଦ ଲାଗେ। ଏହା ପରେ ନିକୋଲ୍ ଯାହା କହିଛନ୍ତି ଆପଣ ଜାଣିଲେ ଆପଣ ସ୍ଥାଣୁ ପାଲଟିଯିବେ। ସେ କହିଛନ୍ତି ଯେ ସେ ଗୋଟିଏ ସପ୍ତାହରେ ତିନି ସ୍କୋୟାର୍ ଫୁଟର କାନ୍ଥକୁ ଖାଇଯାଆନ୍ତି। ଆପଣ ଭାବନ୍ତୁ ନାହିଁ ଯେ ଏହି ମହିଳା କମ୍ ବୟସର ଓ ଅବିବାହିତ ବୋଲି। ତାଙ୍କର ଗୋଟିଏ ପିଲା ମଧ୍ୟ ଅଛନ୍ତି।

Advertisment

ସୂଚନା ମୁତାବକ ନିକୋଲ୍‌ଙ୍କର ପୂର୍ବରୁ ଚକ ଖାଇବା ଅଭ୍ୟାସ ଥିବା ବେଳେ ୫ ବର୍ଷ ପୂର୍ବରୁ ଏହି ଅଭ୍ୟାସ ବଢିଯାଇଥିଲା। ସେ କୁହନ୍ତି ଯେ ତାଙ୍କ ମା’ଙ୍କ ମୃତ୍ୟୁ ପରେ ସେ ମାନସିକ ଦୁଶ୍ଚିନ୍ତାକୁ ଚାଲିଗଲେ। ସେବେଠାରୁ ତାଙ୍କର କାନ୍ଥ ଖାଇବାର ଆଦତ ପଡିଗଲା। ତେବେ ତାଙ୍କର ଏହି ଅଭ୍ୟାସ କିପରି ହେଲା ସେ ଜାଣି ନାହାନ୍ତି ବୋଲି କହିଛନ୍ତି। ତାଙ୍କର ଏହି ଅଭ୍ୟାସ ନେଇ ସେ ଖୁସୀ ନୁହନ୍ତି ବୋଲି ପ୍ରକାଶ କରିଛନ୍ତି। କାରଣ ଏନେଇ ତାଙ୍କୁ ଅନେକ ସମୟରେ ଲଜ୍ଜିତ ହେବାକୁ ପଡୁଛି। ତେବେ ତାଙ୍କୁ ଅଲଗା ଅଲଗା କାନ୍ଥର ସ୍ୱାଦ ପସନ୍ଦ ବୋଲି ନିକୋଲ୍‌ କହିଛନ୍ତି।

ଏହି ଟିଭି ପ୍ରୋଗ୍ରାମରେ ନିକୋଲ୍‌ଙ୍କୁ କେଉଁ ପ୍ରକାର କାନ୍ଥର ଟେଷ୍ଟ୍ ପସନ୍ଦ ଆସେ ସେ ମଧ୍ୟ କହିଛନ୍ତି। ମହିଳାଙ୍କର ଏହି ଅଭ୍ୟାସ ବିଷୟରେ ଯେତେବେଳେ ଡାକ୍ତରଙ୍କୁ ଜଣାପଡିଲା ସେ ତାଙ୍କୁ ଶରୀରକୁ ନେଇ ଚେତାବନୀ ଦେଇଛନ୍ତି। ଡାକ୍ତର ତାଙ୍କୁ କହିଛନ୍ତି ଯେ କାନ୍ଥ ଖାଇବା ଦ୍ୱାରା କ୍ୟାନ୍‌ସର୍ ଭଳି ଘାତକ ବେମାରୀ ହୋଇପାରେ। କାରଣ କାନ୍ଥରେ ବ୍ୟବହାର ହେଉଥିବା ରଙ୍ଗରେ କେମିକାଲ୍ ଥାଏ। କିନ୍ତୁ ନିକୋଲ୍‌ କହିଛନ୍ତି ଯେ ସେ ତାଙ୍କର ଏହି ଆଦତ ଛାଡିବା ନେଇ ବାରମ୍ବାର ଚେଷ୍ଟା କରୁଥିଲେ ବି ଛାଡିପାରୁ ନାହାନ୍ତି।

Special Story
Advertisment
Advertisment