Advertisment

ସୋସିଆଲ୍ ମିଡିଆର ପାରଦ ବଢେଇଲେ ନାଗୁଣୀ ନାୟିକା ମୋନୀ ରାୟ

ଟିଭି ଦୁନିଆର ନାଗୁଣୀ ଭାବେ ପରିଚିତ ମୋନୀ ରାୟ ବଲିଉଡ୍‌ରେ ପାଦ ଦେଇଛନ୍ତି। ସେ ମଧ୍ୟ ନିଜ କାମ ଉପରେ ଧ୍ୟାନ ରଖିଛନ୍ତି। ତାଙ୍କ ସୋସିଆଲ୍ ମିଡିଆ ମଧ୍ୟ ହଟ୍ ଆଉ ଆକର୍ଷଣୀୟ ଫଟୋରେ ଭରି ହୋଇଛି। ଆଜିକାଲି ମୋନୀଙ୍କର ସବୁ ଗ୍ଲାମରସ୍‌ ଫଟୋ ଓ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଏମିତିରେ ବି ସୋସିଆଲ୍ ମିଡିଆରେ ତାଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି। ତେଣୁ ତାଙ୍କ ଫଟୋ ପୋଷ୍ଟ ହେବା ମାତ୍ରେ ଲାଇକ୍-କମେଣ୍ଟର ସୁଅ ଛୁଟୁଛି। ବର୍ତ୍ତମାନ ତାଙ୍କର ସେମିତି କିଛି ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଖୁବ୍ ଗ୍ଲାମର ଓ ହଟ୍ ଲାଗୁଛନ୍ତି।

author-image
Pramod Behera
Mouni Roy’s bold look

Mouni Roy’s bold look

ନୂଆଦିଲ୍ଲୀ : ଟିଭି ଦୁନିଆର ନାଗୁଣୀ ଭାବେ ପରିଚିତ ମୋନୀ ରାୟ ବଲିଉଡ୍‌ରେ ପାଦ ଦେଇଛନ୍ତି। ସେ ମଧ୍ୟ ନିଜ କାମ ଉପରେ ଧ୍ୟାନ ରଖିଛନ୍ତି। ତାଙ୍କ ସୋସିଆଲ୍ ମିଡିଆ ମଧ୍ୟ ହଟ୍ ଆଉ ଆକର୍ଷଣୀୟ ଫଟୋରେ ଭରି ହୋଇଛି। ଆଜିକାଲି ମୋନୀଙ୍କର ସବୁ ଗ୍ଲାମରସ୍‌ ଫଟୋ ଓ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଏମିତିରେ ବି ସୋସିଆଲ୍ ମିଡିଆରେ ତାଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି। ତେଣୁ ତାଙ୍କ ଫଟୋ ପୋଷ୍ଟ ହେବା ମାତ୍ରେ ଲାଇକ୍-କମେଣ୍ଟର ସୁଅ ଛୁଟୁଛି। ବର୍ତ୍ତମାନ ତାଙ୍କର ସେମିତି କିଛି ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଖୁବ୍ ଗ୍ଲାମର ଓ ହଟ୍ ଲାଗୁଛନ୍ତି।

Advertisment
Mouni Roy’s bold look ବୋଲ୍ଡ ଅବତାରରେ ନାଗୁଣୀ ନାୟିକା ମୋନୀ ରାୟ

ମୋନୀ ରାୟ ସୋସିଆଲ୍ ମିଡିଆରେ ସବୁବେଳେ ସକ୍ରିୟ ଥିବା ନଜର ଆସନ୍ତି। ସେ ପ୍ରାୟ ସମୟରେ ନିଜର ଫଟୋ ଓ ଭିଡିଓ ଶେୟାର କରନ୍ତି। ଏବେ ମୋନୀ ରାୟଙ୍କ ଏକ ଫଟି ସୋସିଆଲ୍ ମିଡିଆର ପାରଦକୁ ବଢେଇ ଦେଇଛି। ବର୍ତ୍ତମାନ ମୋନୀ ରାୟ ଦୁବାଇରୁ ନିଜର କିଛି ଗ୍ଲାମର ଓ ବୋଲ୍ଡ ଫଟୋ ଶେୟାର କରିଛନ୍ତି, ଯାହାକୁ ଦେଖି ସୋସିଆଲ୍ ମିଡିଆ ଉପଭୋକ୍ତାମାନେ ପାଗଳ ହୋଇଛନ୍ତି।

Advertisment

ମୋନୀ ରାୟ ତାଙ୍କର ଏହି ବୋଲ୍ଡ ଫଟୋକୁ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଏହି ଫଟୋରେ ମୋନୀ ଏକ କମଳା ରଙ୍ଗର ବ୍ରାଲେଟ୍ ସହିତ କ୍ରିମ୍ ରଙ୍ଗର ଏକ ହାଇ ଷ୍ଟିଲ୍ ସ୍କର୍ଟ ପିନ୍ଧିଛନ୍ତି। ସେ ତାଙ୍କ ଚୁଟିକୁ ଖୋଲା ରଖିଥିବା ବେଳେ ଏକ ଷ୍ଟାଇଲିସ୍ ଚାହାଣୀରେ ଠିଆ ହୋଇଛନ୍ତି। ଏହି ଫଟୋ କହୁଛି ଯେ ସେ ଦୁବାଇର ଏକ ସମୁଦ୍ର କୂଳକୁ ଉପଭୋଗ କରୁଛନ୍ତି। କାରଣ ସେ ଠିଆହୋଇଥିବା ଫଟୋର ବ୍ୟାକ୍‌ଗ୍ରାଉଣ୍ଡ୍‌ରେ ବୁର୍ଜ ଅଲ୍ ଆରବ୍ ସ୍ପଷ୍ଟ ଭାବେ ଦେଖାଯାଉଛି।

Mouni Roy’s bold look ସୋସିଆଲ୍ ମିଡିଆର ପାରଦ ବଢେଇଲେ ନାଗୁଣୀ ନାୟିକା ମୋନୀ ରାୟ

ଏହି ଫଟୋକୁ ଦେଖି ତାଙ୍କ ପ୍ରଶଂସକାମାନେ ଦିୱାନା ହେଉଥିବା ବେଳେ ଆଭିନେତ୍ରୀଙ୍କ ସାଙ୍ଗ ଅମିର୍ ଅଲୀ ଓ ଅର୍ଜୁନ୍ ବିଜଲାନୀ ମଧ୍ୟ କମେଣ୍ଟ ଦେବାକୁ ପଛେଇ ନାହାନ୍ତି। ଅମୀର ଅଲୀ ଫଟୋ ଉପରେ ଫାୟାର ଇମୋଜୀ ଦେଇଥିବା ବେଳେ ଅର୍ଜୁନ୍ ବିଜଲାନୀ ହାର୍ଟ ଇମୋଜୀ ଦେଇ ନିଜର ଭାବକୁ ଶେୟାର କରିଛନ୍ତି। ମୋନୀରଙ୍କର ଏଜି ଷ୍ଟାଇଲିସ୍ ରୂପ ଇଣ୍ଟରନେଟ୍‌ରେ କମାଲ କରୁଛି। ଏହି ଫଟୋକୁ ଲକ୍ଷାଧିକ ଲାଇକ୍ ମିଳିସାରିଛି। ଏନେଇ ତାଙ୍କୁ ସୋସିଆଲ୍ ମିଡିଆର ସେନ୍ସେଶନ କ୍ୱିନ୍ କୁହାଯାଉଛି।

ଟିଭି ଜଗତର ଏହି ନାଗୁଣୀ ନାୟିକାଙ୍କ ଫିଲ୍ମ ଦୁନିଆର କଥା କହିଲେ ସେ ଖୁବ୍ ଶୀଘ୍ର ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ସହିତ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ। ‘ଜୋଡା’ ପୂର୍ବରୁ ମୋନୀ ରାୟଙ୍କ ସୁପରହିଟ୍ ରୋମାଣ୍ଟିକ୍ ଗୀତ ‘ଦିଲ୍ ଗଲ୍‌ତୀ କର୍ ବୈଠା’ ରିଲିଜ୍ ହୋଇସାରିଥିଲା। ଏହି ଗୀତକୁ ଜୁବିନ୍ ନୌଟିୱାଲା ଗାଇଥିଲେ। ମୋନୀ ରାୟଙ୍କୁ ‘ନାଗୀନ୍’ ସିରିୟଲରୁ ହିଁ ଜବରଦସ୍ତ ଲୋକପ୍ରିୟତା ମିଳିଥିଲା। ଏହି ଧାରାବାହିକରେ ସେ ଶିବନ୍ୟା ଭୂମିକାରେ ନଜର ଆସିଥିଲେ।

Bollywood Mouni Roy
Advertisment
Advertisment