/odishatv-khabar/media/post_attachments/uploadimage/library/16_9/16_9_0/IMAGE_1635595943.jpg)
Nargis Fakhri shares glamorous video
ନୂଆଦିଲ୍ଲୀ : ନର୍ଗିସ୍ ଫାଖ୍ରୀ ବଲିଉଡର ଏକ ଆଗଧାଡିର ନାଁ। ନର୍ଗିସ୍ ଇଣ୍ଡଷ୍ଟ୍ରୀର ଏମିତି ଏକ ପରିଚିତ ନାଁ ଯାହା ପାଇଁ କୌଣସି ପରିଚୟର ଆବଶ୍ୟକତା ନାହିଁ। ଫିଲ୍ମ୍ ‘ରକ୍ଷ୍ଟାର୍’ ହିଁ ତାଙ୍କୁ ରାତାରାତି ଇଣ୍ଡଷ୍ଟ୍ରୀରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ବଲିଉଡ୍ରେ ଯଦି ସବୁ ସୁନ୍ଦରୀ ଓ ଗ୍ଲାମରସ୍ ଅଭିନେତ୍ରୀଙ୍କ ତାଲିକା ପ୍ରସ୍ତୁତ କରାଯାଏ ତେବେ ନର୍ଗିସ୍ ଫାଖ୍ରୀଙ୍କ ନାମ ବାଦ ପଡିବ ନାହିଁ। ସେ ମାତ୍ର ୧୬ ବର୍ଷ ବୟସରୁ ଗ୍ଲାମର୍ ଦୁନିଆରେ ପାଦ ଦେଇଥିଲେ ଓ ଆରମ୍ଭ କରିଥିଲେ ମଡେଲିଂରେ କ୍ୟାରିୟର୍। ଏହି ସମୟରେ ସିନେ ନିର୍ଦ୍ଦେଶକ ଇମ୍ତିଆଜ୍ ଅଲିଙ୍କ ନଜର ଏହି ସୁନ୍ଦରୀଙ୍କ ଉପରେ ପଡିଥିଲା ଓ ସେ ତାଙ୍କୁ ‘ରକଷ୍ଟାର୍’ରୁ ସୁପରଷ୍ଟାର କରିଦେଲେ।
ବୋଲ୍ଦ ଷ୍ଟାଇଲ୍ରେ ନର୍ଗିସ୍ ଫାଖ୍ରୀନର୍ଗିସ୍ ଫାଖ୍ରୀ ପ୍ରାୟ ସମୟରେ ସୋସିଆଲ୍ ମିଡିଆରେ ସକ୍ରିୟ ଥାଆନ୍ତି। ସେ ଲଗାତର ତାଙ୍କ ପ୍ରଶଂସକଙ୍କ ପାଇଁ ସୁନ୍ଦର ଓ ଗ୍ଲାମରସ୍ ଫଟୋ ଶେୟାର କରନ୍ତି। ଏବେ ସେ ପୁଣି ଥରେ ନିଜର ଆକର୍ଷଣୀୟ ଚେହେରାରେ ଲୋକଙ୍କ ହୃଦୟରେ ନିଆଁ ଲଗେଇଛନ୍ତି। ସେ ତାଙ୍କର ବୟଫ୍ରେଣ୍ଡ୍ଙ୍କ ସହିତ ବାଲିଦ୍ୱୀପରେ ନିଜର ଛୁଟି କାଟୁଥିବା ବେଳେ ନିଜର ବୋଲ୍ଡ ଅବତାର ଦେଖେଇଛନ୍ତି।
Also Read
ସେ ତାଙ୍କର ଆକର୍ଷଣୀୟ ଫଟୋରେ ହଟ୍ ଛୁଙ୍କ ଦେଉଛନ୍ତି। ଏବେ ନରଗିସ୍ ତାଙ୍କ ଇନ୍ଷ୍ଟା ଆକାଉଣ୍ଟରେ ଏକ ବୋଲ୍ଡ ଓ ଷ୍ଟନିଂ ଭିଡିଓ ଶେୟାର୍ କରିଛନ୍ତି। ଏହି ଭିଡିଓରେ ନରଗିସ୍ ଏକ ଧଳା ବିକିନୀରେ ହଇଚଇ ସୃଷ୍ଟି କରିଛନ୍ତି। ଏହି ରୋମାଞ୍ଚିତ ଭିଡିଓରେ ନରଗିସ୍ ପାଣିରେ ଥାଇ ମଧ୍ୟ ନିଆଁ ଲଗେଇଛନ୍ତି। ଏହି ଭିଡିଓର ଆଉ ଏକ ଭାଗରେ ସେ କଳା ରଙ୍ଗର ବିକିନୀରେ ନଜର ଆସିଛନ୍ତି। ଯାହା ତାଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଛି।
ଏହି ଭିଡିଓରେ ନର୍ଗିସ୍ ତାଙ୍କ ଫିଗର ଓ ସରୁ ଅଣ୍ଟାକୁ ପ୍ରଦର୍ଶନ କରୁଥିବା ଦେଖାଯାଏ। ଏହି ଭିଡିଓର ଅନ୍ୟ ଏକ ଦୃଶ୍ୟରେ ସେ କଳା ରଙ୍ଗର ଟ୍ରାନ୍ସପାରେଣ୍ଟ୍ ଜ୍ୟାକେଟ୍ ପିନ୍ଧିଥିବା ନଜର ଆସନ୍ତି। ଏହି ଜ୍ୟାକେଟ୍ରେ ନର୍ଗିସ୍ଙ୍କର ଷ୍ଟନିଙ୍ଗ୍ ଓ ଜବରଦସ୍ତ ଲୁକ୍ ସୋସିଆଲ୍ ମିଡିଆର ପାରା ବଢାଇବାରେ ଲାଗିଛି। ଏହି ଭିଡିଓରେ ନର୍ଗିସ୍ ଘୋଡା ସହିତ ମଧ୍ୟ ପୋଜ୍ ଦେଉଥିବା ନଜର ଆସନ୍ତି।
ଗ୍ଲାମର୍ ଚେହେରାରେ ନର୍ଗିସ୍ନର୍ଗିସ୍ ଏହି ଭିଡିଓକୁ ଶେୟାର୍ କରି ଏକ ସୁନ୍ଦର କ୍ୟାପ୍ସନ ମଧ୍ୟ ଦେଇଛନ୍ତି। ସେ ଲେଖିଛନ୍ତି ଯେ “ଖୁବ୍ ଶୀଘ୍ର ଆପଣଙ୍କୁ ଅନୁଭବ ହେବ ଯେ ଅନେକ ଲୋକ ଭଲ ପାଇବେ ତୁମର ବିଚାରକୁ, କିନ୍ତୁ ତୁମର ବାସ୍ତବତାକୁ ସମ୍ଭାଳିବା ନେଇ ସେମାନଙ୍କ ଠାରେ ପରିପକ୍ୱତା ଖୁବ୍ କମ ଥାଏ। ଅନେକ ବ୍ୟକ୍ତି ମଣିଷର ବାହାର ବ୍ୟକ୍ତିତ୍ୱକୁ ଫୋକସ୍ କରନ୍ତି ଓ ଏହାକୁ ନେଇ ଉଦ୍ଭଟ କଳ୍ପନା କରିନିଅନ୍ତି। ପରେ ସେମାନେ ନିରାଶ ହୁଅନ୍ତି ଯେତେବେଳେ ଜାଣନ୍ତି ଯେ ତାଙ୍କ ଚିନ୍ତାଧାରା ଅନୁସାରେ ସେ ବ୍ୟକ୍ତି ତାହା ହୋଇ ନ ଥାଆନ୍ତି। ପ୍ରେମ ତ ତାହା ହୋଇଥାଏ ଯାହା ବାର୍ଦ୍ଧକ୍ୟ ପରେ ମଧ୍ୟ ତିଷ୍ଠି ରହିଥାଏ। ଏହି ଗଭୀର ପ୍ରେମ ଜୀବନ ସାରା ହିଁ ଚାଲିଥାଏ।”
ପ୍ରେମକୁ ନେଇ ନର୍ଗିସ୍ଙ୍କର ଏଭଳି ଗଭୀର ଚିନ୍ତାଧାରା ଲୋକଙ୍କ ମନକୁ ଛୁଇଁଯାଇଛି। ପ୍ରଶଂସକମାନେ ମଧ୍ୟ ନର୍ଗିସ୍ଙ୍କର ଏହି ଭିଡିଓ ଉପରେ ବହୁତ ଭଲ ପାଇବା ଦେଇଛନ୍ତି। ଜଣେ ଉପଭୋକ୍ତା କମେଣ୍ଟ ଦେଇ ଲେଖିଛନ୍ତି ଯେ 'Fascinating Beauty' । ଅନ୍ୟ ଜଣେ କହିଛନ୍ତି ଯେ “ଠିକ୍ କହିଛ, ତୁମେ ଉଭୟ ଭିତରୁ ଓ ବାହାରୁ ସୁନ୍ଦର”। ସେହିପରି ଆଉ ଜଣେ କହିଛନ୍ତି, “ଆପଣ କ୍ୟାପ୍ସନ୍ରେ ଯାହା ଲେଖିଛନ୍ତି ତାହା ଖୁବ୍ ସୁନ୍ଦର ଓ ପ୍ରେରଣାଦାୟକ।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)