• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • କଞ୍ଚା ରସୁଣ ଖାଇଲେ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୁଏ

  • ମଦ୍ୟପାନ ରକ୍ତଚାପ ସମସ୍ୟାକୁ ବୃଦ୍ଧି କରାଏ

ହାଇ ବ୍ଲଡ଼ ପ୍ରେସର ବା ଉଚ୍ଚ ରକ୍ତଚାପକୁ ସାଇଲେଣ୍ଟ କିଲର କୁହାଯାଏ । ଏହାର ସାଧାରଣତଃ କୌଣସି ଲକ୍ଷଣ ଦେଖିବାକୁ ମିଳି ନଥାଏ । ଅଧିକାଂଶ ସମୟରେ ହୃଦ୍ ରୋଗ ମଧ୍ୟ ରକ୍ତ ଚାପର କାରଣ ହୋଇଥାଏ । ବିଶେଷଜ୍ଞ ମାନଙ୍କ ମତରେ ଆପଣଙ୍କ ହାର୍ଟ କେତେ ବ୍ଲଡ଼ ପମ୍ପ କରିଥାଏ ତାହା ଉପରେ ହାର୍ଟ ଆଟାକ୍‌ର କାରଣ ହୋଇଥାଏ । ଯଦି ଆପଣ ଏକ ସୁସ୍ଥ ଜୀବନଶୈଳୀ ସହିତ ଆପଣଙ୍କର ରକ୍ତଚାପକୁ ନିୟନ୍ତ୍ରଣ କରନ୍ତି, ତେବେ ଆପଣଙ୍କର କୌଣସୀ ଔଷଧର ଆବଶ୍ୟକତାକୁ ଏଡ଼ାଇ ପାରିବେ । ତେଣୁ କିଛିଟା ଜିନିଷକୁ ଆଖି ଆଗରେ ରଖି ବିଶେଷ ଭାବରେ ନିଜର ଶରୀରର ଯତ୍ନ ନେଇ ପାରିବା । ତେବେ ଚାଲନ୍ତୁ ଜାଣିବା ନିତ୍ୟଦିନ ଜୀବନରେ ବିଭିନ୍ନ ଅଭ୍ୟାସକୁ ନିୟମିତ କରିବା ଦ୍ୱାରା କିପରି ରକ୍ତଚାପକୁ ନିୟନ୍ତ୍ରଣ କରିପାରିବା ।

  • ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ଓଜନ ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ । ସପ୍ତାହକୁ ନିହାତି କିଛି ମାତ୍ରାରେ ଓଜନ ହ୍ରାସ ହେବା ଆବଶ୍ୟକ । ଗବେଷଣାରୁ ଜଣାପଡିଛି ଯେ ଓଜନ ବୃଦ୍ଧି ରକ୍ତଚାପ ଓ ହାର୍ଟ ଅଟାକ୍‌ର ଗୋଟିଏ ମୁଖ୍ୟ କାରଣ ଅଟେ ।
  • ଉଚ୍ଚ ରକ୍ତଚାପ ରୋଗୀ ମାନେ ପ୍ରୋସେଶ୍ ଫୁଡ୍ ନିୟମିତ ଖାଇବା ଉଚିତ୍ ନୁହେଁ । ଏଥିରେ ଲୁଣ ଓ ଚିନିର ମାତ୍ରା ଖୁବ୍ ଅଧିକ ରହିଥାଏ । ଯାହା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ କ୍ଷତିକାରକ ।
  • ଉଚ୍ଚ ରକ୍ତଚାପ ରୋଗୀ ମାନେ ଧୁମ୍ର ପାନ ଠାରୁ ନିହାତି ଦୂରେଇ ରହିବା ଆବଶ୍ୟକ । ଧିମ୍ର ପାନ ଅସ୍ଥାୟୀ ଭାବରେ ରକ୍ତଚାପକୁ ବୃଦ୍ଧି କରିଥାଏ ।
  • ସମସ୍ତଙ୍କ ଜୀବନରେ ପ୍ରାୟ ଚିନ୍ତା ସବୁବେଳେ ନଚେତ୍ ବେଳେବେଳେ ଦେଖିବାକୁ ମିଳିଥାଏ । ଯେଉଁ କାରଣରୁ ରକ୍ତଚାପ ବୃଦ୍ଧି ହେବା ଗୋଟିଏ ସାଧାରଣ ଲକ୍ଷଣ ଭାବରେ ଦେଖା ଦେଇଥାଏ । ତେଣୁ ଚିନ୍ତା ଓ ମାନସିକ ଚାପ ସର୍ବଦା ନିୟନ୍ତ୍ରିତ କରିବା ଉଚିତ୍ ।
  • ଉଚ୍ଚ ରକ୍ତଚାପ ରୋଗୀ ମାନେ ମଦ୍ୟପାନ କରିବା ଉଚିତ୍ ନୁହେଁ । ମଦ୍ୟପାନ ରକ୍ତଚାପ ସମସ୍ୟାକୁ ବୃଦ୍ଧି କରିଥାଏ । ତେଣୁ ମଦ୍ୟପାନ ଠାରୁ ଦୂରେଇ ରହିବା ଆବଶ୍ୟକ ।
  • ରକ୍ତଚାପ ନିୟନ୍ତ୍ରଣ କରିବା ପାଇଁ ଡାର୍କ୍ ଚକୋଲେଟ୍ ଗୋଟିଏ ଭଲ ମାଧ୍ୟମ । ପ୍ରତିଦିନ ଅଳ୍ପ ଡାର୍କ୍ ଚକୋଲେଟ୍ ଖାଇଲେ ରକ୍ତଚାପ ନିୟନ୍ତ୍ରଣ ହୋଇପାରିବ ।
  • ଯଦି ଆପଣ ନିୟମିତ ଭାବରେ ଖାଇବା ବେଳେ କଞ୍ଚା ରସୁଣ ସେବନ କରିବେ ତେବେ ଏହା ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ ।
  • ଖାଦ୍ୟରେ ଲୁଣର ମାତ୍ରା ଅଧିକ ରଖନ୍ତୁ ନାହିଁ । ଲୁଣ କମ୍ ଖାଇବା ଦ୍ୱାରା ଉଚ୍ଚ ରକ୍ତ ଚାପକୁ ନିୟନ୍ତ୍ରଣ କରି ହେବ ।