/odishatv-khabar/media/post_attachments/uploadimage/library/16_9/16_9_0/IMAGE_1635608014.jpg)
Crow gave a priceless gift
କଥାରେ ଅଛି ପ୍ରେମକୁ ପ୍ରେମରେ ହିଁ ଜିତାଯାଏ। ପୁଣି କୁହାଯାଏ ମଣିଷ ଅପେକ୍ଷା ପଶୁ-ପକ୍ଷୀମାନେ ଅଧିକ ପ୍ରେମର ଭାଷାକୁ ବୁଝିଥାନ୍ତି। ଆଉ ଟିକିଏ ପ୍ରେମ ପାଇଲେ ସେମାନେ ଅତି ଆପଣାର ବି ହୋଇଯାଆନ୍ତି। ଏମିତି ବି ଦେଖାଯାଏ ଯେ ଦୁଃଖ ଓ ବିପଦ ସମୟରେ ନିଜ ଭାଇ ବନ୍ଧୁ କୁଟୁମ୍ବମାନେ ମଧ୍ୟ ପାଖରେ ଠିଆ ହୁଅନ୍ତି ନାହିଁ। କିନ୍ତୁ ପଶୁ ପକ୍ଷୀମାନେ ସବୁ ସମୟରେ ହିଁ ସାଥ୍ ଦେଇଥାନ୍ତି। ସେମାନେ ମାଲିକର ବିପଦର ପ୍ରକୃତ ବନ୍ଧୁ ହୋଇଥାନ୍ତି।
ଧାରୁଆ ରହିଲା ନାହିଁ କାଉ; ପ୍ରେମ ପାଇଁ ବଦଳରେ କ’ଣ କଲା ଦେଖନ୍ତୁଏବେ ସୋସିଆଲ୍ ମିଡିଆରେ ଏମିତି ଏକ ଖବର ଚର୍ଚ୍ଚାକୁ ଆସିଛି, ଯାହାକୁ ଦେଖିଲେ ଆପଣଙ୍କର ବି ହୃଦୟ ତରଳିଯିବ। ଆପଣ ଯଦି କେବେ କୌଣସି ପଶୁ ପକ୍ଷୀଙ୍କୁ ଘୃଣା କରୁଥିବେ ତେବେ ଭଲ ପାଇବାକୁ ଆରମ୍ଭ କରିବେ। ଏହି ଚର୍ଚ୍ଚିତ ଖବର ହେଉଛି ଏକ କାଉ ଓ ଜଣେ ବ୍ୟକ୍ତି ବିଷୟରେ। ଏହି ବ୍ୟକ୍ତି ଜଣକ କିଛି ବର୍ଷ ପୂର୍ବରୁ ଏକ କାଉକୁ କିଛି ଖାଦ୍ୟ ଦେଇ ତା’ର କ୍ଷୁଧା ମେଣ୍ଟେଇଥିଲେ। ଏହାର ପ୍ରତିବଦଳରେ କାଉଟି ସେହି ବ୍ୟକ୍ତିଙ୍କୁ ଏକ ଅମୂଲ୍ୟ ଉପହାର ଦେଇ ଏହା ପ୍ରମାଣ କରିଦେଇଛି ଯେ ପ୍ରେମ କେବଳ ମଣିଷ କରେ ନାହିଁ, ନିରୀହ ପକ୍ଷୀମାନେ ମଧ୍ୟ କରନ୍ତି। ଏହି ଘଟଣାଟି ଆମେରିକାରେ ହୋଇଥିବା ବେଳେ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ରହିଛି।
Also Read
ଏହି ଖବର ଟ୍ୱିଟର ଆକାଉଣ୍ଟରେ ଶେୟାର ହୋଇଛି। ଷ୍ଟୁଆର୍ଟ ଡାଲକ୍ୱିଷ୍ଟ୍ ନାମକ ଜଣେ ବ୍ୟକ୍ତି ତାଙ୍କ ଆକାଉଣ୍ଟରୁ ଏହାକୁ ଟ୍ୱିଟ୍ କରିଛନ୍ତି। ଷ୍ଟୁଆର୍ଟ ଡାଲକ୍ୱିଷ୍ଟ୍ ଜଣେ ସଂଗୀତକାର ହୋଇଥିବା ବେଳେ ସେ ଜଣେ ପକ୍ଷୀପ୍ରେମୀ ମଧ୍ୟ। ସୋସିଆଲ୍ ମିଡିଆରେ ସେ ଏକ ହୃଦୟସ୍ପର୍ଶୀ ସୂଚନା ଦେଇଛନ୍ତି। ସେ ତାଙ୍କ ଟ୍ୱିଟ୍ ମାଧ୍ୟମରେ କହିଛନ୍ତି ଯେ ତାଙ୍କ ପରିବାର ଦୁଇଟି କାଉଙ୍କର ସେବା କରିଥିଲେ। ସେ ଦୁଇ କାଉଙ୍କ ସହିତ ସେମାନଙ୍କ ପିଲାମାନଙ୍କର ମଧ୍ୟ ଯନ୍ତ୍ର ନେଇଥିଲେ। ପରେ ସେମାନେ ଚାଲିଯାଇଥିଲେ। କିନ୍ତୁ କିଛି ଦିନ ପରେ ଦେଖାଗଲା ଯେ ସେଇ କାଉମାନେ ଯେଉଁଠି ରହୁଥିଲେ ସେଠାରେ ଫୁଲତୋଡା ଭଳି କିଛି ଜିନିଷ ରଖାଯାଇଛି। ଏହା ଖୁବ ସୁଖଦ ମୂହୁର୍ତ୍ତ ଥିଲା ବୋଲି ଷ୍ଟୁଆର୍ଟ ଡାଲକ୍ୱିଷ୍ଟ୍ କହିଛନ୍ତି।
We've been feeding a small family of four crows (mated pair and their two year old kids) for several years. Last week two days in a row they left these gifts, pull tabs threaded onto pine twigs. This isn't only generous, it's creative, it's art.
My mind is blown. pic.twitter.com/tT5ORZ3AHL— Stuart Dahlquist (@StuartDahlquist) March 24, 2019
ଏହି ଫଟୋକୁ ଷ୍ଟୁଆର୍ଟ ଡାଲକ୍ୱିଷ୍ଟ୍ ତାଙ୍କ ସୋସିଆଲ ମିଡିଆ ଆକାଣ୍ଟରେ ଶେୟାର କରିଛନ୍ତି। ଖବର ଲେଖାହେବା ବେଳକୁ ଏହି ଫଟୋରେ ୩୭ ହଜାରରୁ ଅଧିକ ଲୋକ ଲାଇକ୍ କରିସାରିଥିବା ବେଳେ ୧୦ ହଜାରରୁ ଅଧିକ ଲୋକ ଏହି ଟ୍ୱିଟ୍କୁ ରିଟ୍ୱିଟ୍ କରିସାରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)