• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ପୋଷା କୁକୁର ଓ ବିଲେଇଙ୍କ ପାଇଁ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା 

  • ମହିଳା ରଖିଛନ୍ତି ୩ଟି ବିଲେଇ ସହ ଗୋଟେ କୁକୁର

ୱାଶିଂଟନ୍ :ଗୃହପାଳିତ ପଶୁଙ୍କ ଉପରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ଆମେରିକାରେ ରହୁଥିବା ଜଣେ ମହିଳା ନିଜ ଗୃହପାଳିତ ପଶୁମାନଙ୍କ ପାଇଁ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ମହିଳା ଜଣକ ନିଜ ଘରେ ୩ଟି ପୋଷା ବିଲେଇ ସହ ଗୋଟିଏ ପୋଷା କୁକୁରକୁ ରଖିଛନ୍ତି । ସେ ରଖିଥିବା ପଶୁମାନଙ୍କ ଯତ୍ନ ପାଇଁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଆପଣଙ୍କୁ କଥାଟି ଟିକେ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏହା ନିରାଟ ସତ୍ୟ । ହେଲେ ଏଠାରେ ପ୍ରଶ୍ନ ଉଠୁଛି ମହିଳା କାହିଁକି ପୋଷା ବିଲେଇ ଓ କୁକୁରଙ୍କ ଉପରେ ଏତେ ଟଙ୍କା ଖର୍ଚ୍ଚ କରୁଛନ୍ତି ? ଯାହାର କାରଣ ଜାଣିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ବିଶ୍ୱରେ ଏପରି ଲୋକ ଅଛନ୍ତି ଯେଉଁମାନେ ପଶୁମାନଙ୍କୁ ଭଲପାଇଥାନ୍ତି । ସେମାନଙ୍କ ମଧ୍ୟରୁ କିଛି ଏମିତି ମଧ୍ୟ ଲୋକ ଅଛନ୍ତି ଯେଉଁମାନେ ପଶୁଙ୍କୁ ପୋଷା ଭାବରେ ରଖିଥାନ୍ତି । ପାଳିତ ପଶୁମାନଙ୍କ ସେମାନେ ନିଜ ପରିବାରର ସଦସ୍ୟ ପରି ସେମାନଙ୍କର ଯତ୍ନ ନେଇଥାନ୍ତି । ଠିକ୍ ସେହିପରି ଆମେରିକାରେ ରହୁଥିବା ଜଣେ ମହିଳା ମଧ୍ୟ ନିଜ ଗୃହପାଳିତ ପଶୁମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଆମେରିକାର ଫ୍ଲୋରିଡାରେ ୨୨ ବର୍ଷୀୟ ମଡେଲ କାମିଲା ଏଲେ (Camila Elle) ନିଜ ଗୃହପାଳିତ ପଶୁମାନଙ୍କ ସହିତ ରହିଛନ୍ତି । ତାଙ୍କର ୩ଟି ବିଲେଇ ସହ ଗୋଟିଏ କୁକୁର ଅଛି ଯାହାକୁ ସେ ପିଲାମାନଙ୍କ ପରି ଭଲ ପାଆନ୍ତି । ଏହାସହ ସେମାନଙ୍କ ଉପରେ ପ୍ରତିମାସରେ ହଜାରେ ଟଙ୍କା ଖର୍ଚ୍ଚ କରିଥାନ୍ତି । ତାଙ୍କର ୩ ବିଲେଇଙ୍କ ନାମ ୟୁୟୁମି, ମିସୋ ଏବଂ ଟାଇଗର ହୋଇଥିବାବେଳେ କୁକୁରର ନାମ ଜେଡ୍ ।

କାମିଲା କହିଛନ୍ତି, ଗୃହପାଳିତ ପଶୁମାନେ ତାଙ୍କ ଜୀବନ ହୋଇଥିବାବେଳେ ସେ ତାଙ୍କ ପଶୁମାନଙ୍କୁ ସବୁଠୁ ଅଧିକ ଭଲ ପାଆନ୍ତି। ତେଣୁ ସେ ନିଜ ପୋଷା ପଶୁଙ୍କ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରନ୍ତି । ସେ ନିଜ ପୋଷା ପଶୁଙ୍କ ପାଇଁ ୩୭ ଟଙ୍କିଆ ଖାଦ୍ୟ କିଣିଥାନ୍ତି ହେଲେ ନିଜ ପାଇଁ ଶସ୍ତା ନୁଡୁଲ୍ସ କିଣିଥାନ୍ତି । କାମିଲା ରଖିଥିବା ଦୁଇଟି ବିଲେଇର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କାର ହୋଇଥିବା କୁକୁରର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା । ଏହାସହ ସେ ଏକ ବିଲେଇକୁ ପୋଷ୍ୟ ସନ୍ତାନ ଭାବେ ମଧ୍ୟ ଗ୍ରହଣ କରିଛନ୍ତି ।

କାମିଲା ଆହୁରି ମଧ୍ୟ କହିଛନ୍ତି ଯେ, ଏଡଲ୍ଟ ସାଇଟ ମାଧ୍ୟମରେ ସେ ପ୍ରତିମାସରେ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି । ଯେଉଁଥିରୁ ଅଧିକାଂଶ ଟଙ୍କା ସେ ନିଜ ଗୃହପାଳିତ ପଶୁମାନଙ୍କ ପାଇଁ ଖର୍ଚ୍ଚ କରିଥାନ୍ତି । ପ୍ରତି ମାସରେ ସେ ନିଜ ପୋଷା ପଶୁଙ୍କ ପାଇଁ ପ୍ରାୟ ୭୪ ହଜାର ଟଙ୍କା ଖର୍ଚ୍ଚ କରନ୍ତି ।

ବିଲେଇଙ୍କ କେଶ ପାଇଁ ପ୍ରାୟ ଲକ୍ଷେ ଟଙ୍କା ଦରକାର ହୋଇଥାଏ । କାମିଲା କହିଛନ୍ତି ଯେ ସେ ପଶୁମାନଙ୍କ ଖାଦ୍ୟ ପାଇଁ ପ୍ରତିମାସରେ ହଜାରେ ଟଙ୍କା ଖର୍ଚ୍ଚ କରି ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ଖାଇବାକୁ ଦେଇଥାନ୍ତି । କେବଳ ଏତିକି ନୁହେଁ ସେ ପୋଷାଙ୍କ ପାଇଁ ଏକ ଟ୍ରାଡମିଲ ମଧ୍ୟ କିଣିଛନ୍ତି ଯେଉଁଥିରେ କୁକୁର ଓ ବିଲଇ ବ୍ୟାୟାମ କରିଥାନ୍ତି । କୁକୁର ଓ ବିଲେଇଙ୍କ ଯତ୍ନ ନେବା ସହ ସେ ତାଙ୍କ ଫିଟନେସ ଉପରେ ମଧ୍ୟ ଧ୍ୟାନ ଦେଇଥାନ୍ତି । ପଶୁମାନଙ୍କ ଖେଳିବା ପାଇଁ ସେ ଲକ୍ଷ ଲକ୍ଷ ଟଙ୍କାର ଖେଳନା କିଣିଛନ୍ତି । ପଶୁମାନଙ୍କ ପାଇଁ ତାଙ୍କର ଏହି ଭଲପାଇବା ବିଶ୍ୱରେ ଏକ ନିଆରା ଉଦାହରଣ ସୃଷ୍ଟି କରିପାରିଛି ।