ଜିଓ ୟୁଜରଙ୍କ ଉପରେ ନୂଆ ବୋମା ପକାଇଲା କମ୍ପାନୀ । ବନ୍ଦ ହେଲା ୪ ପ୍ରିପେଡ୍ ପ୍ଲାନ୍ ।
ଆଜି ୨୦୨୧ ମସିହା ଡିସେମ୍ବର ତା ୪ ରିଖ ଶନିବାର ବିଛା ୧୯ ଦିନ ମାର୍ଗଶିର ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥି । ତେବେ ଆସନ୍ତୁ ଜାଣିବା କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ପ୍ରତିକାର।
କର୍ଣ୍ଣାଟକରେ ଓମିକ୍ରନ୍ ଆକ୍ରାନ୍ତ ପରେ ଏବେ ଦେଶର ଅନ୍ୟ ରାଜ୍ୟକୁ ଘାରିଛି ଓମିକ୍ରନର ଭୟ । ଓମିକ୍ରନ ଚିହ୍ନଟ ଦକ୍ଷିଣ ଆଫ୍ରିକୀୟ ନାଗରିକ ଜଣକ ସ୍ୱଦେଶ ଫେରିଥିଲେ ବି ୭ ଦିନର ରହଣି ଭିତରେ ସେ କେଉଁଠି ଯାଇଥିଲେ, କାହା ସହ ମିଶିଥିଲେ ସେ ନେଇ ତନାଘନା ଚାଲିଛି।
ବର୍ଷା ଯୋଗୁ ବିଳମ୍ବରେ ଆରମ୍ଭ ହୋଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖାତା ଖୋଲିବାକୁ ଅସମର୍ଥ ହୋଇଛନ୍ତି କ୍ୟାପଟେନ୍ କୋହଲି। ତେବେ ନିଜର ପ୍ରତ୍ୟାବର୍ତ୍ତନରେ ନିରାଶ କରିଛନ୍ତି କ୍ୟାପଟେନ୍ କୋହଲି।
ଆଜି ଖୁସିରେ ଗଦଗଦ୍ ହୋଇଯାଉଛନ୍ତି ଚିକନ୍ନା । ଏତେ ବର୍ଷ ପରେ ପ୍ରାଣର ପ୍ରିୟାକୁ ଫେରି ପାଇଛନ୍ତି । ଖୁସିରେ ଗୋଡ଼ ତଳେ ଲାଗୁନି ।
କଙ୍ଗନାଙ୍କୁ ପଞ୍ଜାବରେ ଆକ୍ରମଣ । ଏହି ଆକ୍ରମଣ ବିଷୟରେ ଖୋଦ୍ କଙ୍ଗନା ନିଜେ ସୋସିଆଲ ମିଡିଆରେ ଭିଡିଓ ସେୟାର କରିଥିବାର ଦେଖିବାକୁ ମିଲିଛି । ଏହି ଭିଡିଓରେ କଙ୍ଗନାଙ୍କ ଗାଡିକୁ ଲୋକ ଘେରି ରହିଥିବାର ଦେଖିବାକୁ ମିଳିଛି । ତେବେ କେଉଁମାନେ ଆଉ କାହିଁକି କଙ୍ଗନାଙ୍କ ଉପରେ ଆକ୍ରମଣ କଲେ ଆସନ୍ତୁ ଜାଣିବା ଏହି ଭିଡିଓରେ..
ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଦେବ ଅଥବା ଶୁକ୍ର ଗ୍ରହଙ୍କୁ ସୁଖସମୃଦ୍ଧିର କାରକ ବୋଲି କୁହାଯାଏ । ଶୁକ୍ରଗ୍ରହଙ୍କୁ ପ୍ରେମ ସମ୍ବନ୍ଧର କାରକ ବୋଲି ମଧ୍ୟ କୁହାଯାଏ । ଜାଣିବା ଜ୍ୟୋତିଷ ଶାସ୍ତ୍ର ବା ବାସ୍ତୁ ଅନୁସାରେ ଶୁକ୍ରବାରର ମହତ୍ତ୍ୱ ।
ଆପଣ ଚାକିରି ଖୋଜୁଛନ୍ତି କି ? ଏଗ୍ରିକଲଚର ଇସ୍ୟୁରାନ୍ସ କମ୍ପାନୀ ଅଫ ଇଣ୍ଡିଆ ଲିମିଟେଡ୍( AIC) ପକ୍ଷରୁ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ମାନେ ଏନେଇ ଆବେଦନ କରିପାରିବେ ।
ଡେଲଟା ପରି ତାଣ୍ଡବ ରଚିବ କି ଓମିକ୍ରନ୍ । ଅଳ୍ପ ସମୟ ମଧ୍ୟରେ ବିଶ୍ୱର ପ୍ରାୟ ୩୦ଟି ଦେଶକୁ ମାଡ଼ି ସାରିଛି ନୂଆ ଭାରିଏଣ୍ଟ୍ । କ’ଣ ହେବ ଆଗାମୀ ସ୍ଥିତି ?
ଓମିକ୍ରନ୍ ଭାରିଏଣ୍ଟ୍ ଚିହ୍ନଟ ହେବା ପରେ ଦକ୍ଷିଣ ଆଫ୍ରିକାରୁ ୫୭ ଜଣ ଯାତ୍ରୀ ବେଙ୍ଗାଲୁରୁ ଆସିଛନ୍ତି। ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ପତ୍ତା ମିଳୁ ନାହିଁ।
ଡ୍ୟୁଟି ସାରି ଘରକୁ ଫେରିବା ସମୟରେ ବାଟରେ ଛକି ବସିଥିଲା ଯମ । ଦୁର୍ଘଟଣାରେ ୫ ଜଣଙ୍କର ଜୀବନ ଚାଲିଗଲା ।
ରାଜଧାନୀ ଦିଲ୍ଲୀରେ ଆଜି ଓମିକ୍ରନ୍ ସନ୍ଦିଗ୍ଧଙ୍କ ସଂଖ୍ୟା ବଢ଼ି ୧୨ରେ ପହଞ୍ଚିଛି । ଗତକାଲି ପର୍ଯ୍ୟନ୍ତ ୬ ଜଣ ଥିଲେ ।
କରୋନା ଭାଇରସ୍ର ନୂଆ ଭାରିଏଣ୍ଟ୍ ଓମିକ୍ରନ୍ରେ ଆକ୍ରାନ୍ତ ହୋଇଥିବା ୪୬ ବର୍ଷୀୟ ଢାକ୍ତରଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ସବୁଠାରୁ ଚିନ୍ତା ଜନକ ବିଷୟ, ସମ୍ପୃକ୍ତ ଡାକ୍ତରଙ୍କ ଯୋଗାଯୋଗରେ ଆସି ଆଉ ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହନ୍ତି ବିଗ ବି ଅମିତାଭ ବଚ୍ଚନ । ନିକଟରେ ପୁଅ ଅଭିଷେକ ବଚ୍ଚନଙ୍କୁ ନେଇ ଏକ କବିତା ମାଧ୍ୟମରେ ସେ ଏକ ଭିଡ଼ିଓ ଶେୟାର କରିଛନ୍ତି । ପ୍ରେମ ଓ ବିଶ୍ୱାସରେ ଭରା ଏହି ଭିଡ଼ିଓ ଦେଖିବା ପରେ ଅଭିଷେକ ବଚ୍ଚନ ଭାବୁକ ହୋଇ ପଡିଛନ୍ତି ।
ଆଜି ୨୦୨୧ ମସିହା ଡିସେମ୍ବର ୩ ତାରିଖ,ଶୁକ୍ରବାର, ବିଛା ୧୭ ଦିନ, ମାର୍ଗଶିର ମାସ, କୃଷ୍ଣପକ୍ଷ, ତେବେ ଆସନ୍ତୁ ଜାଣିବା କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ପ୍ରତିକାର।
ଚଳିତ ବର୍ଷ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ କାଶ୍ମୀର ଗସ୍ତ କରିଛନ୍ତି । କୋଭିଡ୍ କଟକଣା ସତ୍ତ୍ୱେ ଅକ୍ଟୋବରରେ ୯୩ ହଜାର ଓ ନଭେମ୍ବର ମାସରେ ଏକ ଲକ୍ଷ ସାତ ହଜାର ପର୍ଯ୍ୟଟକ ଆସିଥିବା ସୂଚନା ମିଳିଛି ।
ବଦଳିବ ଭାରତୀୟ ଯବାନଙ୍କ ୟୁନିଫର୍ମ । ଯବାନଙ୍କ ତେଜ ଓ ପରାକ୍ରମକୁ ପ୍ରତିପାଦିତ କରୁଥିବା ଡିଜିଟାଲ ଓ ଶତ୍ରୁଙ୍କୁ ଚକମା ଦେଉଥିବା ବା କାମୋଫ୍ଲାଜ୍ ପୋଷାକ ପ୍ରସ୍ତୁତ ଲାଗି ସେନା ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ଦୁଇ ନୁହେଁ କି ତିନି ନୁହେଁ କରିସାରିଲେଣି ୧୧ ଥର ବିବାହ। ତଥାପି ଛାଡିନି ନିଶା। ୫୨ ବର୍ଷରେ ପହଞ୍ଚିଥିଲେ ବି ୧୨ ତମ ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି ଏହି ମହିଳା।
ଗୋଟିଏ ବର୍ଷ ପରିବର୍ତ୍ତନ ହେବାକୁ ୩୬୫ ଦିନ ଲାଗିଥାଏ। କିନ୍ତୁ ଏମିତି ଏକ ଜାଗାକୁ ଆମ ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି ଯେଉଁ ମାତ୍ର ୨୪ ଘଣ୍ଟାରେ ହୋଇଯାଏ ଗୋଟିଏ ବର୍ଷ। ତେବେ ଜାଣନ୍ତୁ ଏହି ଜାଗାଟି କ’ଣ?
ଅନ୍ଧକାରରୁ ବାଟ ଦେଖେଇଥାନ୍ତି ଗୁରୁ। ଯଦି ଗୁରୁ ପଥଭ୍ରଷ୍ଟ ହୁଅନ୍ତି ତେବେ ଭବିଷ୍ୟତ ଅନ୍ଧାରକୁ ଯିବା ହିଁ ଥୟ। ତେବେ ଜାଣନ୍ତୁ ଏଭଳି ଜଣେ ଗୁରୁଙ୍କ ବିଷୟରେ।
ଘିଅ ଓ ଗୁଡ଼ ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଉପଲବ୍ଧ । ଉଭୟ ଘିଅ ଓ ଗୁଡ ସ୍ୱାସ୍ଥ୍ୟ ପାଇଁ ହିତକର । କିନ୍ତୁ ସାଧାରଣତଃ ଏହାକୁ ଆମେ ଅଲଗା ଅଲଗା ବ୍ୟବହାର କରିଥାଉ । ଯଦି ଘିଅ ଓ ଗୁଡକୁ ଏକାସାଙ୍ଗରେ ସେବନ କରଯାଏ ତାହେଲେ ଶରୀରକୁ ଏହା ଅନେକ ଲାଭ ଦେଇଥାଏ । ବିଶେଷଜ୍ଞଙ୍କ କହିବାନୁଯାୟୀ, ଘିଅ ଓ ଗୁଡ଼ର ମିଶ୍ରଣ ସୁପରଫୁଡ ଭଳି କାମ କରିଥାଏ ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉଭୟ ଆକ୍ରାନ୍ତଙ୍କ ଜିନମ୍ ସିକ୍ୟୁନ୍ସ ପରେ ସେମାନଙ୍କଠାରେ ଓମିକ୍ରନ ଭାରିଆଣ୍ଟ ଭୂତାଣୁ ରହିଥିବା ସୂଚନା ମିଳିଛି।
ଯାତ୍ରୀମାନେ ଯଦି ଲକ୍ଷଣ ଯୁକ୍ତ କିମ୍ବା ୧୫ ଦିନ ପୂର୍ବରୁ ଏହି ଦେଶକୁ ଯାଇଥାନ୍ତି, ସେମାନେ ମଧ୍ୟ ଆନୁଷ୍ଠାନିକ କ୍ୱାରେଣ୍ଟିନରେ ରହିବେ ବୋଲି ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଖାଲି ସେତିକି ନୁହେଁ ଓମିକ୍ରନ ସଂକ୍ରମଣ ବଢୁଥିବା ପ୍ରାୟ ୧୪ଟି ଦେଶରୁ ଆସୁୁଥିବା ସମସ୍ତ ଯାତ୍ରୀଙ୍କ ତଥ୍ୟ ପ୍ରଦାନ ଲାଗି ଆମେରିକା ପ୍ରଶାସନ ପକ୍ଷରୁ ବିମାନ ସେବା କଂପାନୀକୁ କଡ଼ା ନିର୍ଦ୍ଦେଶ ରହିଛି ।
ପୁଣି କମିଲା ସୁନା ଓ ରୁପା ଦର । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୩, ୭୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୪୭, ୮୧୦ ଟଙ୍କା ରହିଛି । ଭୁବନେଶ୍ୱରରେ ସୁନାର ଦାମ୍ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୪, ୮୪୦ ଟଙ୍କା ଓ ୪୯, ୧୨୦ ଟଙ୍କା ରହିଛି ।