Advertisment

ମାଡ଼ି ଆସୁଛି ଶକ୍ତିଶାଳୀ ଓମିକ୍ରନ୍‌, ୫୬ଟି ଦେଶ ଲଗାଇଲେଣି କଟକଣା

ଖାଲି ସେତିକି ନୁହେଁ ଓମିକ୍ରନ ସଂକ୍ରମଣ ବଢୁଥିବା ପ୍ରାୟ ୧୪ଟି ଦେଶରୁ ଆସୁୁଥିବା ସମସ୍ତ ଯାତ୍ରୀଙ୍କ ତଥ୍ୟ ପ୍ରଦାନ ଲାଗି ଆମେରିକା ପ୍ରଶାସନ ପକ୍ଷରୁ ବିମାନ ସେବା କଂପାନୀକୁ କଡ଼ା ନିର୍ଦ୍ଦେଶ ରହିଛି ।

author-image
Satyendu Shekher Mishra
OMICRON

OMICRON

ଏବେ ଦକ୍ଷିଣ ଆଫ୍ରିକାରେ ପ୍ରଭାବ ବିସ୍ତାର କରିବାରେ ଲାଗିଛି ଓମିକ୍ରନ । ଚାରି ସପ୍ତାହରୁ କମ୍ ସମୟ ଭିତରେ ଦେଶରେ ସଂକ୍ରମଣ ହାର ବଢ଼ି ଚାଲିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ସଂକ୍ରମଣ ବଢୁଥିବାରୁ ଦକ୍ଷିଣ ଆଫ୍ରିକା ସହ ଅନ୍ୟ ଦେଶଗୁଡ଼ିକ ବିମାନ ଯୋଗାଯୋଗ ଉପରେ କଟକଣା ଲଗାଇଛନ୍ତି । ଅଧିକ କଠୋର ହୋଇଛି ଆମେରିକା । ଆଫ୍ରିକୀୟ ଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ନାଁ ପ୍ରଦାନ କରିବାକୁ ବିମାନ ଚଳାଚଳ କଂପାନୀକୁ ଆମେରିକା ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ଖାଲି ସେତିକି ନୁହେଁ ଓମିକ୍ରନ ସଂକ୍ରମଣ ବଢୁଥିବା ପ୍ରାୟ ୧୪ଟି ଦେଶରୁ ଆସୁୁଥିବା ସମସ୍ତ ଯାତ୍ରୀଙ୍କ ତଥ୍ୟ ପ୍ରଦାନ ଲାଗି ଆମେରିକା ପ୍ରଶାସନ ପକ୍ଷରୁ ବିମାନ ସେବା କଂପାନୀକୁ କଡ଼ା ନିର୍ଦ୍ଦେଶ ରହିଛି । କରୋନାର ଅନ୍ୟ ମ୍ୟୁଟେସନ ଅପେକ୍ଷା ଓମିକ୍ରନ ଅଧିକ ସଂକ୍ରାମକ ଓ ଭୟାନକ । ଏଣୁ ଏହାର ସଂକ୍ରମଣ ଆଶଙ୍କାରେ ବିଶ୍ୱରେ ଅର୍ଥନୈତିକ ବଜାର କ୍ଷତିଗ୍ରସ୍ତ ହୋଇଛି ।

ଆଫ୍ରିକାରେ ଏବେ ସଂକ୍ରମିତ ଲୋକଙ୍କ ନମୁନାର ଜିନୋମ ସିକ୍ୱେନ୍ସିଂରୁ ସ୍ପଷ୍ଟ ହୋଇଛି ଯେ, ୭୪ ପ୍ରତିଶତ ନମୁନାରେ ଓମିକ୍ରନ ଭ୍ୟାରିଏଣ୍ଟ ରହିଛି । ତେବେ ଗତ ସପ୍ତାହରେ ଏହି ଭ୍ୟାରିଏଣ୍ଟର ନାମକରଣ ହୋଇଥିଲେ ବି ପ୍ରଥମେ ନଭେମ୍ବର ୮ ତାରିଖରେ ଗାଉଟେଙ୍ଗରୁ ସଂଗୃହୀତ ନମୁନାର ଜିନୋମ ସିକ୍ୱେନ୍ସିଂରୁ ଏହା ଜଣାପଡ଼ିଥିଲା ବୋଲି ଆଫ୍ରିକା ସ୍ୱାସ୍ଥ୍ୟ ଗବେଷଣା ସଂସ୍ଥା କହିଛି ।

Advertisment

ଦକ୍ଷିଣ ଆଫ୍ରିକାରୁ ଆସୁଥିବା ଯାତ୍ରୀଙ୍କ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି ୫୬ଟି ଦେଶ । ଦକ୍ଷିଣ ଆଫ୍ରିକାରୁ ଆସୁଥିବା ସମସ୍ତ ବିଦେଶୀଙ୍କ ପ୍ରବେଶ ଉପରେ ଆମେରିକା ସହ ହଂକଂ, ଜାପାନ, ପର୍ତ୍ତୁଗାଲ ଓ ସ୍ୱିଡେନ୍ ପ୍ରଶାସନ ରୋକ ଲଗାଇଛି । କେବଳ ଯାତ୍ରୀଙ୍କ ପ୍ରବେଶ ଉପରେ କଟକଣା ଦ୍ୱାରା କରୋନାର ନୂଆ ଭ୍ୟାରିଏଣ୍ଟକୁ ରୋକିବା ସମ୍ଭବ ନୁହେଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମଧ୍ୟ କୁହାଯାଇଛି ।

କରୋନାର ଡେଲ୍ଟା ଓ ଡେଲଟା ପ୍ଲସ ଭ୍ୟାରିଏଣ୍ଟ ଭଳି ଓମିକ୍ରନ ଦ୍ୱାରା ଯୁବପିଢ଼ି ଅଧିକ ସଂକ୍ରମିତ ହେଉଛନ୍ତି । ଯୁବକଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିଲେ ବି ଓମିକ୍ରନ ସଂକ୍ରମଣ କ୍ଷେତ୍ରରେ ଏହା କାମ କରୁନାହିଁ ବୋଲି ଦକ୍ଷିଣ ଆଫ୍ରିକାର ଜଣେ ବୈଜ୍ଞାନିକ କହିଛନ୍ତି । ଏପରିକି କିଛି ଆକ୍ରାନ୍ତ ଗୁରୁତର ହେଉଛନ୍ତି । ଯୁବପିଢିଙ୍କ ଠାରୁ ଏହା ବୟସ୍କମାନଙ୍କୁ ସଂକ୍ରମିତ ହେଉଥିବା ମଧ୍ୟ ନଜରକୁ ଆସିଛି ।

COVID19 Corona Omicron
Advertisment
Advertisment