ପରୀ ଠାରୁ ମମିତା ଯାଏଁ ସବୁ ଘଟଣାରେ ରାଜ୍ୟ ସରକାର ନିରବ ବୋଲି ସୁରେଶ ଅଭିଯୋଗ କରିଛନ୍ତି । ତା’ସହ ଓଡ଼ିଶା ସୀମା ବିବାଦ ପ୍ରସଙ୍ଗ ମଧ୍ୟ ସଂସଦରେ ଉଠାଇବ ଦଳ ।
ଆଶା ଥିଲା ସଲମାନ୍ ଖାନ ଅଭିନୀତ ‘ଅନ୍ତିମ୍’ ଆସୁଆସୁ ହଇଚଇ କରିବ। କିନ୍ତୁ ଏହି ଆଶା ମଳିନ ପଡିଯାଇଛି। ବକ୍ସ ଅଫିସ୍ରେ ଏହା କରିପାରୁନି ସେଭଳି ରୋଜଗାର। ତେବେ କାହିଁକି…
ସମସ୍ତେ ସତର୍କ ରହିବା ଆବଶ୍ୟକ । ଏହା ସମସ୍ତଙ୍କ ଦାୟିତ୍ୱ । ବର୍ତ୍ତମାନ ସାରା ଦେଶରେ ପାଳନ ହେଉଥିବା ଆଜାଦି କା ଅମୃତ ମହୋତ୍ସବର ଉଦ୍ଦେଶ୍ୟ ଯୁବପୀଢିଙ୍କ ମଧ୍ୟରେ ପ୍ରତିଫଳନ ହୋଇଥିବା ମୋଦି କହିଛନ୍ତି ।
କରୋନା ଲକ୍ଡାଉନ୍ ସମୟରେ ସୋନୁ ସୁଦଙ୍କ ନିସ୍ୱାର୍ଥପର ସେବା ତାଙ୍କୁ ଆଜି ଦୁନିଆ ଆଗରେ ହୀରୋ କରିଦେଇଛି। ନିଜର ସେବା ପାଇଁ ସେ କେବେ କାହାଠାରୁ କିଛି ପାଇବାର ଆଶା କରି ନାହାନ୍ତି। କିନ୍ତୁ ବର୍ତ୍ତମାନ ସେ ଜଣେ ଅଭବୀ ପରିବାରକୁ ମଇଁଷି ଦେଇ ରଖିଛନ୍ତି ଏହି ସର୍ତ୍ତ।
ବିଜେପି ସାଂସଦ ତଥା ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ପୁଣି ହତ୍ୟା ଧମକ। ଗତ ରାତିରେ ତାଙ୍କ ପାଖକୁ ପୁଣି ଥରେ ଇ-ମେଲ୍ ଜରିଆରେ ହତ୍ୟା ଧମକ ଆସିଛି।
ପୁଅ ବ୍ୟବସାୟ ସମ୍ଭାଳିଲାନି । ଘରେ ବସି ରହିଲା, ବୁଲିଲା । ଆଉ କେବଳ ଦାବି କଲା ସମ୍ପତ୍ତି। ଏଥିରେ ବିରକ୍ତ ହୋଇ ବୁଢ଼ା ବାପା ଜିଲ୍ଲାପାଳଙ୍କ ହାତକୁ ଟେକିଦେଲେ ପ୍ରାୟ ୨ କୋଟିର ସମ୍ପତ୍ତି ।
ମୃତଦେହ ଧରି ଶ୍ମଶାନ ଆଡକୁ ଯିବାବେଳେ ଘଟିଲା ଦୁର୍ଘଟଣା। ଟ୍ରକ୍କୁ ପଛରୁ ପିଟିଲା ମିନି ଭ୍ୟାନ୍। ଏଭଳି କିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ।
କରୋନା ଭାଇରସ୍ର ନୂଆ ଭାରିଏଣ୍ଟ୍ ଓମିକ୍ରନର ଭୟ ଭିତରେ ଦକ୍ଷିଣ ଆଫ୍ରିକାରୁ ବେଙ୍ଗାଲୁରୁ ଆସିଥିବା ଦୁଇ ଜଣ ଆଫ୍ରିକୀୟ ନାଗରିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଆନ୍ଧ୍ରପ୍ରଦେଶ ପୋଲିସ ନିଜର ଅଫିସିଆର ଟ୍ୱିଟର ହ୍ୟାଣ୍ଡେଲରେ କୋମଳମତି ପିଲାଙ୍କ ଏହି ଅଭିଯୋଗର ଭିଡିଓ ସେୟାର କରିଛି । ଭିଡ଼ିଓରେ ଚେକ୍ ସାର୍ଟ ପିନ୍ଧିଥିବା ଜଣେ ପିଲା ସବୁଜ ସାର୍ଟରେ ଥିବା ପିଲା ଆଡ଼କୁ ଅଙ୍ଗୁଳି ଦେଖାଉଛି । ଏହି ସାଙ୍ଗ ମୋ ବିନା ଅନୁମତିରେ ପେନସିନ୍ ନେଇଯାଉଛି ବୋଲି କହିଛି
୧୦୮ ଆମ୍ବୁଲାନ୍ସକୁ ଧକ୍କା ଦେବା ସହ ୫୦୦ ମିଟର ଯାଏ ଘୋଷାଡ଼ି ନେଲା ଇଣ୍ଟରସିଟି ଏକ୍ସପ୍ରେସ୍। ତେବେ ଟ୍ରେନ୍ ଆସୁଥିବା ଦେଖି ଦୌଡ଼ି ପଳାଇ ଜୀବନ ବଞ୍ଚାଇଥିଲେ ଆମ୍ବୁଲାନ୍ସ ଡ୍ରାଇଭର।
ପୁନର୍ଜନ୍ମ ବିଶ୍ୱାସ ପ୍ରାୟ ଦେଶରେ ରହିଛି। ବିଶ୍ୱାସ ରହିଛି ଯେ ମଣିଷ ମୃତ୍ୟୁ ପରେ ନୂଆ ରୂପରେ ଜନ୍ମ ହୁଏ। ଏଭଳି କିଛି ଘଟିଛି କାମ୍ବୋଡିଆର ଜଣେ ମହିଳାଙ୍କ ସହ। ତାଙ୍କ ସ୍ୱାମୀ ଗାଈ ରୂପରେ ଆସିଥିବା ସେ ବିଶ୍ୱାସ କରିଛନ୍ତି।
ଏକ ଭିଡ଼ିଓକୁ ଟ୍ୱିଟ୍ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଶେଷ ପଯର୍ୟାୟରେ ପହଞ୍ଚିଥିବା ଟନେଲ୍ ଖୋଳା ସମୟର ଚିତ୍ର ସେ ସେୟାର କରିଛନ୍ତି ।
ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନାର ନୂଆ ଭାରିଏଣ୍ଟ ଓମିକ୍ରାନକୁ ନେଇ ଭାରତରେ ଛନକା ସୃଷ୍ଟି ହୋଇଛି। ବିଭିନ୍ନ ଦେଶରେ ଓମିକ୍ରାନ କାୟା ବିସ୍ତାର କରୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବରିଷ୍ଠ ଅଧିକାରୀଙ୍କ ସହ ଦୀର୍ଘ ୨ ଘଣ୍ଟା କାଳ ବୈଠକ କରିଛନ୍ତି। ଏନେଇ ଦେଇଛନ୍ତି ଗୁରୁମନ୍ତ୍ର।
ସୁନୀଲ୍ ସେଟ୍ଟୀ ପ୍ରଶଂସକଙ୍କ ପାଇଁ ଖୁସି ଖବର। ପୁଣି ତାଙ୍କୁ ବଡ ପରଦାରେ ଦେଖିବାକୁ ମିଳିବ। ଏଥର କିନ୍ତୁ କୌଣସି ରୋମାଣ୍ଟିକ୍ ଭୂମିକାରେ ନୁହେଁ। ଆନ୍ନା ଫେରୁଛନ୍ତି ଏକ ଯୋଦ୍ଧା ହୋଇ।
ଲୋକଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ଦୁନିଆ ସାମ୍ନାକୁ ଆସୁଛନ୍ତି ରାକ୍ଷୀଙ୍କ ସ୍ୱାମୀ ରିତେଶ। ବିଗ୍ ବସ୍ ଘରେ ଉଭୟଙ୍କୁ ରୋମାଣ୍ଟିକ୍ ମୁଡ୍ରେ ଦେଖିବାକୁ ମିଳିବ ଆଉ ଶୁଣିବାକୁ ମିଳିବ ସେମାନଙ୍କ ପ୍ରେମ କାହାଣୀ।
ପିଲାର ପାଠ ପଢ଼ିବାର ଇଚ୍ଛା ଅଛି, ହେଲେ ମଦ ନିଶାରେ ଟଙ୍କା ଉଡ଼ାଉଥିବା ବାପା ସେକଥା ବୁଝୁନି । ସତରେ ଏମିତି ବାପା ଥିଲେ ପୁଅ ପାଠ କ’ଣ ପଢ଼ିବ ?
ପଦବୀ ୬୦୦, କିନ୍ତୁ ଇଣ୍ଟରଭ୍ୟୁ ପାଇଁ ଆସିଲେ ହଜାର ହଜାର ସଂଖ୍ୟାରେ ଆଶାୟୀ ପ୍ରାର୍ଥୀ। ଶେଷରେ ଲାଠିମାଡ଼ ଖାଇଲେ। ଗୁଜରାଟରେ ଏଭଳି କିଛି ଘଟଣା ଘଟିଛି।
ଆଉ ମାତ୍ର ଅଳ୍ପ କିଛି ଦିନ ପରେ ଚଳିତ ମାସ ଶେଷ ହେବାକୁ ଯାଉଛି। ଏହାସହ ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ କିଛି ନିୟମ ମଧ୍ୟ ବଦଳିବାକୁ ଯାଉଛି। ଡିସେମ୍ବର ୧ରୁ କିଛି ନିୟମରେ ପରିବର୍ତ୍ତନ ହେବ ବୋଲି ଜଣାପଡ଼ିଛି।
ପୁଣେର ଦମ୍ପତି ମାଟିରେ ତିଆରି କରିଛନ୍ତି ଦୁଇ ମହଲା କୋଠା । ଅଳ୍ପ ଖର୍ଚ୍ଚରେ ନିଜର ସ୍ୱପ୍ନର ଘର ତିଆରି କରିପାରିଛନ୍ତି ।
କେନ୍ଦ୍ର ସରକାର ତିନୋଟି କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିବା ପରେ ମଧ୍ୟ କୃଷକ ସଂଗଠନ ଏହି ପ୍ରତିବାଦ ଶେଷ କରିବାକୁ ପ୍ରସ୍ତୁତ ନୁହଁନ୍ତି । ବର୍ତ୍ତମାନ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପୁଣି ଥରେ ଚାଷୀଙ୍କୁ ଘରକୁ ଫେରିବା ପାଇଁ ନିବେଦନ କରିଛନ୍ତି। ସଂସଦର ଶୀତ ଅଧିବେଶନର ପ୍ରଥମ ଦିନରେ ସରକାର କୃଷି ଆଇନ ପ୍ରତ୍ୟାହାର ପାଇଁ ଏକ ବିଲ୍ ଆଗତ କରିବେ ବୋଲି ଟୋମାର କହିଛନ୍ତି।
ନଡ଼ାକୂଟା ଜାଳିବାକୁ ଅପରାଧ ଶ୍ରେଣୀରୁ ହଠାଇ ଦିଆଯାଇଛି । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି, ଭାରତ ସରକାର କୃଷକଙ୍କ ଏହି ଦାବିକୁ ମଧ୍ୟ ଗ୍ରହଣ କରିଛନ୍ତି।
ଏଣିକି ପ୍ରାଇଭେଟ୍ କମ୍ପାନୀର କର୍ମଚାରୀ କମ୍ପାନୀ ବଦଳାଇଲେ EPF ଆକାଉଣ୍ଟ ଟ୍ରାନ୍ସଫର ପାଇଁ କୌଣସି ସମସ୍ୟା ରହିବ ନାହିଁ। ଏପରିକି ଆପଣଙ୍କୁ ଗୋଟିଏ କମ୍ପାନୀରୁ ଚାକିରି ଛାଡ଼ୁଛାଡ଼ୁ ଆଉ EPF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ପଡ଼ିବ ନାହିଁ। ଏହି ସମସ୍ୟାର ସମାଧାନ ପାଇଁ ଖୁବ୍ଶୀଘ୍ର ବ୍ୟବସ୍ଥା ହେବାକୁ ଯାଉଛି।
ଉପହାରରେ ଝିଅକୁ ମିଳିଥିଲା ଲକ୍ଷ ଲକ୍ଷ ଟଙ୍କା । ମନ ମୁତାବକ ଖର୍ଚ୍ଚ କରିପାରି ଥାଆନ୍ତେ । ବୁଲି ପାରିଥାଆନ୍ତେ । ହେଲେ ଏପରି କଲେନି ଅଞ୍ଜଳି । ବାଳିକା ହଷ୍ଟେଲ ନିର୍ମାଣ ପାଇଁ ୭୫ ଲକ୍ଷ ଟଙ୍କା ଦାନ କରିଦେଲେ ।
ମଦ ପିଇବେନି ବୋଲି ଶପଥ ନେଲେ ପୋଲିସ ଅଧିକାରୀ ଓ କର୍ମଚାରୀ। ମଦ ବିରୋଧୀ ଆଇନ୍ ରାଜ୍ୟରେ ଫେଲ୍ ମାରିବା ପରେ ଏଭଳି ଶପଥ ନେଇଛନ୍ତି ବିହାରର ପୋଲିସ୍ କର୍ମୀ।
କରୋନାର ନୂଆ ଭ୍ୟାରିଏଣ୍ଟ୍ ‘ଓମିକ୍ରନ’କୁ ନେଇ ଚିନ୍ତା । ଏହି ନୂଆ ଭାରିଏଣ୍ଟ୍ ଉପରେ ଟିକାର କୌଣସି ପ୍ରଭାବ ପଡୁ ନଥିବାରୁ ଆହୁରି ଚିନ୍ତା ବଢ଼ିଛି। ଏହା ଦ୍ରୁତ ଗତିରେ ବ୍ୟାପିବା ସହ ସ୍ୱାସ୍ଥ୍ୟ ସମସ୍ୟାକୁ ଜଟିଳ କରୁଥିବା ଜଣାପଡ଼ିଛି।