Advertisment

କପଡା ପରି ବଦଳି ଚାଲନ୍ତି ସ୍ୱାମୀ : ୧୨ ତମ ବିବାହ ପାଇଁ ପ୍ରସ୍ତୁତି

ଦୁଇ ନୁହେଁ କି ତିନି ନୁହେଁ କରିସାରିଲେଣି ୧୧ ଥର ବିବାହ। ତଥାପି ଛାଡିନି ନିଶା। ୫୨ ବର୍ଷରେ ପହଞ୍ଚିଥିଲେ ବି ୧୨ ତମ ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି ଏହି ମହିଳା।

author-image
Pramod Behera
ଅଦ୍ୟତନ ହୋଇଛି
52 year old woman hunting for new groom

52 year old woman hunting for new groom

ଭାରତୀୟ ସମାଜରେ ବିବାହକୁ ଏକ ଉଚ୍ଚ ମାନ୍ୟତା ଦିଆଯାଏ। ଏହାକୁ ଏକ ସାମାଜିକ ପ୍ରଥା ଓ ଧାର୍ମିକ ରୀତି ଭାବରେ ବିବେଚନା କରାଯାଏ, ଯାହାକୁ ସହଜରେ ଭାଙ୍ଗିଦିଆଯାଇ ପାରେନା। ଏହା କେବଳ ଭାରତରେ ହିଁ ଦେଖାଯାଏ। ବିଦେଶରେ ତ ବହୁ ପତି-ପତ୍ନୀ ଗ୍ରହଣ କରିବା ଏକ ସାଧାରଣ କଥା। ଅନେକ ସମୟରେ ଦେଖାଯାଏ ଜଣେ ବ୍ୟକ୍ତି ୪ ରୁ ୫ ଜଣଙ୍କୁ ବିବାହ କରିବାର।

Advertisment

ଯଦି ଆମେରିକାରେ କଥା ଦେଖାଯାଏ ତେବେ ତାହା ଭାରତୀୟ ପରମ୍ପରା ଠାରୁ ସପୂର୍ଣ୍ଣ ଭିନ୍ନ। ତେବେ ଜଣେ ବ୍ୟକ୍ତି ୪ ଓ ୫ ଜଣଙ୍କୁ ବିବାହ କରିବା କଥା କହିଲେ ହୁଏତ କେହି ବିଶ୍ୱାସ କରିପାରେ। ଯଦି କୁହାଯାଏ ଜଣେ ମହିଳା, ସେ ପୁଣି ୫୨ ବର୍ଷର ଯିଏ ୧୧ ଥର ବିବାହ କରି ସାରିଛନ୍ତି ତେବେ ଆପଣ ହୁଏତ ଅବିଶ୍ୱାସ କରି ପାରନ୍ତି। କିନ୍ତୁ ଏହା ସତ।

ମୋନେଟ୍‌ ନାମକ ଏହି ମହିଳା ନୂଆ ନୂଆ ସ୍ୱାମୀଙ୍କ ସହ ରହିବାକୁ ଏତେ ଭଲ ପାଆନ୍ତି ଯେ ସେ ଏପର୍ଯ୍ୟନ୍ତ ୯ ଜଣ ସ୍ୱାମୀଙ୍କୁ ୧୧ ବିବାହ କରି ସାରୁଲେଣି। ସବୁଠାରୁ କୌତୁହଳର କଥା ହେଉଛି ଏହି ମହିଳା ୫୨ ବର୍ଷରେ ପହଞ୍ଚିଥିଲେ ବି ବିବାହରେ ନିଶା ଛାଡି ନାହିଁ। ସେ ଏବେ ବି ନିଜ ପାଇଁ ଏକ ନୂଆ ସ୍ୱାମୀ ଖୋଜୁଛନ୍ତି।

Advertisment

ପିଲାବେଳୁ ରହିଛି ବିବାହ ନିଶା:

ରିପୋର୍ଟ ଅନୁଯାୟୀ, ମୋନେଟ୍‌ ପିଲାଦିନରୁ ବିବାହ କରିବାକୁ ଭଲ ପାଉଥିଲେ। ସେ ଯେତେବେଳେ ଛୋଟ ଥିଲେ, ସେ ନିଜ ଭାଇର ସାଙ୍ଗମାନଙ୍କୁ ବହୁତ ପସନ୍ଦ କରୁଥିଲେ ଏବଂ ସେମାନଙ୍କୁ ବିବାହ କରିବାକୁ ଇଛା କରିଥିଲେ। ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସେ ଉଚ୍ଚ ବିଦ୍ୟାଳୟ ଶେଷ କରିବା ମାତ୍ରେ ବିବାହ କରିଥିଲେ। ସେହି ଦିନଠାରୁ ଆରମ୍ଭ ହୋଇଥିବା ତାଙ୍କର ଏହି ବିବାହ ପ୍ରକ୍ରିୟା ଆଜି ପର୍ଯ୍ୟନ୍ତ ଜାରି ରହିଛି। ଏପର୍ଯ୍ୟନ୍ତ ମୋନେଟ୍ ୯ଟି ଭିନ୍ନ ଭିନ୍ନ ପୁରୁଷଙ୍କୁ ୧୧ଥର ବିବାହ କରି ସାରିଲେଣି। ମୋନେଟ୍‌ଙ୍କର କୌଣସି ବିବାହ ଦୀର୍ଘଦିନ ଧରି ତିଷ୍ଠି ପାରେନି। ତେଣୁ ସେ ଅଲଗା ଅଲଗା ପୁରୁଷକୁ ବିବାହ କରିଚାଲନ୍ତି।

୧୨ତମ ବିବାହ ପାଇଁ ପ୍ରସ୍ତୁତି:

ମୋନେଟ୍ ଏକ ଚ୍ୟାନେଲ୍‌ରେ ତାଙ୍କ କାହାଣୀ କହିଛନ୍ତି। ସେ କହିଛନ୍ତି ଯେ ଆଜି ପର୍ଯ୍ୟନ୍ତ ତାଙ୍କୁ ୨୮ ଜଣ ପୁରୁଷଙ୍କ ଠାରୁ ବିବାହ ପ୍ରସ୍ତାବ ମିଳି ସାରିଛି। ସେ କହିଛନ୍ତି ଯେ ବିବାହ ଭାଙ୍ଗିବା ଦ୍ୱାରା ସେ ନିରାଶ ହୁଅନ୍ତି ନାହିଁ, ବରଂ ପରବର୍ତ୍ତୀ ବ୍ୟକ୍ତିଙ୍କୁ ବିବାହ କରନ୍ତି। ତେବେ ସେ ତାଙ୍କ ସ୍ୱାମୀମାନଙ୍କ ବିଷୟରେ କହିଛନ୍ତି ଯେ ତାଙ୍କର ୫ ନମ୍ବର ସ୍ୱାମୀ ସବୁଠାରୁ ଭଲ ହୋଇଥିବାବେଳେ ୬ ନମ୍ବର ସ୍ୱାମୀଙ୍କର ସ୍ୱଭାବ ବହୁତ ଭଲ ଥିଲା।

ସେ ଅନ୍‌ଲାଇନ୍‌ରେ ଅଷ୍ଟମ ନମ୍ବର ସ୍ୱାମୀଙ୍କୁ ପାଇଥିବା ବେଳେ ଦଶମ ନମ୍ବର ସ୍ୱାମୀ ତାଙ୍କୁ ପିଲାଦିନରୁ ଜାଣିଥିଲେ। ବର୍ତ୍ତମାନ ସେ ୫୭ ବର୍ଷୀୟ ଜନ୍‌ଙ୍କୁ ଡେଟ୍ କରୁଛନ୍ତି। ସେ ଜନ୍‌ଙ୍କୁ ପୂର୍ବରୁ ଦୁଇଥର ବିବାହ କରିବା ପରେ ଛାଡିଛନ୍ତି ଏବଂ ବର୍ତ୍ତମାନ ସେ ତାଙ୍କ ସହିତ ୧୨ତମ ବିବାହ କରିବାର ଯୋଜନା କରୁଛନ୍ତି।

Ajab Gajab
Advertisment
Advertisment