• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

 ଓମିକ୍ରନ୍ ସତର୍କତା ଭାବେ ମହାରାଷ୍ଟ୍ର ସରକାରଙ୍କ କଡ଼ା କଟକଣା । ବିଶ୍ୱର ୧୨ରୁ ଅଧିକ ଦେଶକୁ କେନ୍ଦ୍ର ସରକାର ଆଟ୍ ରିସ୍କ୍ ଦେଶ ଭାବେ ଚିହ୍ନଟ କରିଥିବା ବେଳେ, ୬ଟି ଆଫ୍ରିକୀୟ ଦେଶକୁ ଅଲ୍ଟ୍ରା ରିସ୍କ ଦେଶ ଭାବେ ଚିହ୍ନଟ କରିଛନ୍ତି ଉଦ୍ଧବ ଠାକ୍‌ରେ ସରକାର । ଦକ୍ଷିଣ ଆଫ୍ରିକା, ବୋସୱାନା, ନାମିବିଆ, ଲାସୋଥୋ, ଜିମ୍ବାେଓ୍ୱ ଓ ଇସୱାତିନି । ଏହି ୬ଟି ଦେଶକୁ ଅଲ୍ଟ୍ରା ରିସ୍କ ଦେଶ ଭାବେ ଚିହ୍ନଟ କରିବା ସହ ସେଠାରୁ ଆସୁଥିବା ଯାତ୍ରୀଙ୍କୁ ୭ଦିନ ଆନୁଷ୍ଠାନିକ ବା ସରକାରୀ କ୍ୱାରେଣ୍ଟିନରେ ରହିବା ବାଧ୍ୟତାମୂଳକ କରାଯାଇଛି ।

ଯାତ୍ରୀମାନେ ଯଦି ଲକ୍ଷଣ ଯୁକ୍ତ କିମ୍ବା ୧୫ ଦିନ ପୂର୍ବରୁ ଏହି ଦେଶକୁ ଯାଇଥାନ୍ତି, ସେମାନେ ମଧ୍ୟ ଆନୁଷ୍ଠାନିକ କ୍ୱାରେଣ୍ଟିନରେ ରହିବେ ବୋଲି ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । କ୍ୱାରେଣ୍ଟିନ ଅବଧି ସରିବା ପରେ ସେମାନଙ୍କ ଆର୍ଟିପିସିଆର ଟେଷ୍ଟ କରାଯିବ । ଯଦି ରିପୋର୍ଟ ନେଗେଟିଭ୍ ଆସେ ସେମାନେ ଘରେ ୭ଦିନ କ୍ୱାରେଣ୍ଟିନରେ ରହିବେ ।

ସେପଟେ ଗତକାଲି ବିଦେଶରୁ ନୂଆଦିଲ୍ଲୀକୁ ଫେରିଥିବା ୪ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଲୋକନାୟକ ଜୟପ୍ରକାଶ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଛି । ସେମାନଙ୍କର ନମୁନା ଜିନମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଥିବା ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ କହିଛନ୍ତି ।

ସେପଟେ ଓମିକ୍ରନ୍ ସଂକ୍ରମଣ ବୃଦ୍ଧିଯୋଗୁଁ ଅନ୍ତର୍ଜାତୀୟ ବିମାନସେବା ଆହୁରି ବିଳମ୍ବ ହେବା ଆଶଙ୍କା ଦେଖାଦେଇଛି । ଡିସେମ୍ବର ୧୫ରୁ ଦେଶରେ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବା ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ବିମାନସେବା ବିଳମ୍ବ ପାଇଁ DGCA ନିଷ୍ପତ୍ତି ନେଇଛି । କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ସଂକ୍ରମଣ ରୋକିବାକୁ ଏହି ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି ।

ସେପଟେ କରୋନା ସ୍ଥିତିରେ ସୁଧାର ଆସିବା ପରେ ଗତ ୬ ମାସ ହେଲା ବିମାନ ଚଳାଚଳକୁ ସ୍ୱାଭାବିକ କରିବାକୁ ଉଦ୍ୟମ ହେଉଥିଲା । କିନ୍ତୁ ନୂଆ ଭ୍ୟାରିଏଣ୍ଟ ଯୋଗୁଁ ବିମାନ ସେବା ପୁଣି ପ୍ରଭାବିତ ହୋଇଛି । ଲୋକମାନଙ୍କ ସୁରକ୍ଷାକୁ ନଜରରେ ରଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଲୋକସଭାରେ ଉତ୍ତର ରଖିଛନ୍ତି । 

ଓମିକ୍ରନ୍ ଭ୍ୟାରିଏଣ୍ଟର ଦ୍ରୁତ ସଂକ୍ରମଣ ଯୋଗୁଁ ବଢୁଛି ଚିନ୍ତା । ବିଶେଷ କରି ଦକ୍ଷିଣ ଆଫ୍ରିକାରେ ସ୍ଥିତି ଗମ୍ଭୀର । ଦୁଇ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ଦ୍ୱିଗୁଣିତ ହୋଇଥିବା ବେଳେ ଏଯାବତ୍ ୨୯ଟି ଦେଶରେ ଓମିକ୍ରନ୍ ଭ୍ୟାରିଏଣ୍ଟ ପହଞ୍ଚିଥିବା ସୂଚନା ମିଳିଛି । ସେପଟେ ଓମିକ୍ରନ୍ ମୁକାବିଲା କରିବା ପାଇଁ ଆମେରିକା ଓ ବ୍ରିଟେନ ସହ ଅନେକ ବିକାଶଶୀଳ ଦେଶ ବୁଷ୍ଟର ଡୋଜ୍ ଦେବାକୁ ଯୋଜନା କରୁଛନ୍ତି । 

ଡେଲ୍ଟା ପରି ଚାହୁଁଚାହୁଁ ମାଡ଼ି ଯିବକି ଓମିକ୍ରନ୍ ଭ୍ୟାରିଏଣ୍ଟ ? ଦକ୍ଷିଣ ଆଫ୍ରିକାରେ ଦିନକୁ ୨ ଗୁଣ ହାରରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ପରେ ଏଭଳି ଆଶଙ୍କା ଦେଖାଦେଇଛି । ନଭେମ୍ବର ୨୫ରେ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ଏହି ଭ୍ୟାରିଏଣ୍ଟ ଦିନ କେତେଟା ଭିତରେ ବିଶ୍ୱର ୨୦ରୁ ଅଧିକ ଦେଶରେ ପହଞ୍ଚିଗଲାଣି । ଆମେରିକାଠାରୁ ଆରମ୍ଭ କରି ଦକ୍ଷିଣ କୋରିଆ ପର୍ଯ୍ୟନ୍ତ ସବୁଠି ଏବେ ନୂଆ ଭ୍ୟାରିଏଣ୍ଟର ଭୟ । ନୂଆ ଭ୍ୟାରିଏଣ୍ଟକୁ ରୋକିବାକୁ ନିଆଯାଉଥିବା ପଦକ୍ଷେପ ସେତେ ସଫଳ ହେଉନି ।