/odishatv-khabar/media/post_attachments/uploadimage/library/16_9/16_9_0/IMAGE_1638529339.jpg)
Passengers
ବେଙ୍ଗାଲୁରୁ: ଦକ୍ଷିଣ ଆଫ୍ରିକୀୟ ଦେଶରୁ କର୍ଣ୍ଣାଟକର ବେଙ୍ଗାଲୁରୁକୁ ଆସିଥିବା ୧୦ ଜଣ ବିଦେଶୀ ନାଗରିକଙ୍କ ପତ୍ତା ମିଳୁ ନାହିଁ। ସେମାନଙ୍କ ସହ ବେଙ୍ଗାଲୁରୁ ମହାନଗରପାଳିକା ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ କୌଣସି ଯୋଗାଯୋଗ ହୋଇପାରୁ ନାହିଁ। ବେଙ୍ଗାଲୁରୁରେ ହିଁ କରୋନା ଭାଇରସ୍ର ନୂଆ ଭାରିଏଣ୍ଟ୍ ‘ଓମିକ୍ରନ୍’ର ପ୍ରଥମ କେସ୍ ଚିହ୍ନଟ ହୋଇଛି। ସମ୍ପୃକ୍ତ ବ୍ୟକ୍ତି ମଧ୍ୟ ଦକ୍ଷିଣ ଆଫ୍ରିକାରୁ ଆସିଥିଲେ। ଏସବୁ ଭିତରେ ଦକ୍ଷିଣ ଆଫ୍ରିକୀୟ ଦେଶରୁ ବେଙ୍ଗାଲୁରୁକୁ ଆସିଥିବା ଅନ୍ୟ ୧୦ ଜଣ ବିଦେଶୀ ନାଗରିକଙ୍କ ପତ୍ତା ନମିଳିବା ପ୍ରଶାସନ ପାଇଁ ଏକ ଚିନ୍ତାର କାରଣ ପାଲଟିଛି।
ମିଳିଥିବା ସୂଚନା ଅନୁସାରେ, ଏସମସ୍ତ ବିଦେଶୀ ନାଗରିକଙ୍କ ଟ୍ରାଭେଲ ହିଷ୍ଟ୍ରି ଦକ୍ଷିଣ ଆଫ୍ରିକୀୟ ଦେଶ ଗୁଡ଼ିକ ବୋଲି ଜଣାପଡ଼ିଛି। ତେବେ ସବୁଠାରୁ ଚିନ୍ତାଜନକ ବିଷୟ, ଏମାନଙ୍କର ଫୋନ୍ ମଧ୍ୟ ସ୍ୱିଚ୍ ଅଫ୍ ଆସୁଛି। ଫଳରେ ସେମାନଙ୍କୁ ଟ୍ରେସ୍ କରିବାରେ ସମସ୍ୟା ସୃଷ୍ଟି ହୋଇଛି। ଘଟଣାକୁ ନେଇ ବେଙ୍ଗାଲୁରୁ ମହାନଗରପାଳିକାର କମିଶନର ଗୌରବ ଗୁପ୍ତା କହିଛନ୍ତି, ଏସମସ୍ତ ବିଦେଶୀ ନାଗରିକ ଦକ୍ଷିଣ ଆଫ୍ରିକା ଦେଶରୁ ଆସିଛନ୍ତି। ଏମାନଙ୍କ ଫୋନ୍ ମଧ୍ୟ ସ୍ୱିଚ୍ ଅଫ୍ ଆସୁଛି। ଏମାନଙ୍କୁ ଖୋଜିବା ଲାଗି ସ୍ୱାସ୍ଥ୍ୟ ବିଭାଗ ପ୍ରୟାସ ଆରମ୍ଭ କରିଛି।
ଓମିକ୍ରନ୍ ଭାରିଏଣ୍ଟ୍ ଚିହ୍ନଟ ହେବା ପରେ ଦକ୍ଷିଣ ଆଫ୍ରିକାରୁ ୫୭ ଜଣ ଯାତ୍ରୀ ବେଙ୍ଗାଲୁରୁ ଆସିଛନ୍ତି। ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ପତ୍ତା ମିଳୁ ନାହିଁ। ଫୋନ୍ ମଧ୍ୟ ସ୍ୱିଚ୍ ଅଫ୍ ଆସୁଛି। ଏମାନେ ଏୟାରପୋର୍ଟରେ ଯେଉଁ ଠିକଣା ଦେଇଥିଲେ, ସେହି ଠିକଣାରେ ମଧ୍ୟ ସେମାନଙ୍କର ପତ୍ତା ମିଳିପାରିନି। ବର୍ତ୍ତମାନ ୨୯ଟି ଦେଶରୁ ଓମିକ୍ରନ୍ ଭାରିଏଣ୍ଟ୍ ଚିହ୍ନଟ ହୋଇସାରି ଥିବାବେଳେ ଭାରତରୁ ୨ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା କରୋନା ଭାଇରସ୍ର ଅନ୍ୟ ଭାରିଏଣ୍ଟଠାରୁ ଠାରୁ ଅଧିକ ସଂକ୍ରାମକ ବୋଲି ଜଣାପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)