ସିଡିଏସ୍ ବିପିନ୍ ରାୱତଙ୍କ ଚପର୍ କ୍ରାସ୍ ଘଟଣା ପରେ ଏବେ ଦେଶର ଭିଆଇପିମାନଙ୍କ ପାଇଁ ବିମାନ ଏବଂ ଚପର୍ ଯାତ୍ରାକୁ ନେଇ ଭୟ ସୃଷ୍ଟି ହୋଇଛି। ବିମାନ ଏବଂ ଚପର୍ ଯାତ୍ରା ନିୟମ ଜାଣିବା ମଧ୍ୟ ଜରୁରୀ ହୋଇପଡିଛି। ତେବେ ଆସନ୍ତୁ ସେ ବିଷୟରେ ଜାଣିନେବା।
କନ୍ୟାର ଉଜ୍ଜଳ ଭବିଷ୍ୟତ ପାଇଁ ଲୋକମାନେ ସେମାନଙ୍କ ଜନ୍ମରୁ ନିବେଶ ପଲିସି ପାଇଁ ପ୍ଲାନ୍ କରନ୍ତି। ଆଜି ଆମେ ଆପଣଙ୍କୁ ଏଲଆଇସିର ଏମିତି ଏକ ପ୍ଲାନ୍ ସମ୍ପର୍କରେ ଜଣାଉଛୁ, ଯାହା କନ୍ୟାର ବିବାହ ପାଇଁ ହିଁ ପ୍ରସ୍ତୁତ କରାଯାଇଛି। ଏଲଆଇସିର ଏହି ପଲିସିର ନାଁ ହେଉଛି ଜୀବନ ରକ୍ଷକ ସ୍କିମ୍ ବା କନ୍ୟାଦାନ ଯୋଜନା।
ପାର୍ଥିବ ଶରୀରକୁ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ଆଜି ଅପରାହ୍ଣରେ ସାମାନ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଆମ୍ବୁଲାନ୍ସଟି କୋଏମ୍ବାଟୋରର ସୁଲୁରକୁ ଯାଉଥିଲା।
ୱିଙ୍ଗ୍ କମାଣ୍ଡର ପ୍ରୀତି ଚାରି ଭଉଣୀଙ୍କ ଏକମାତ୍ର ଭାଇ ଥିଲେ । ତାଙ୍କର ଦୁଇ ଭଉଣୀ ଆଗ୍ରାରେ ରୁହନ୍ତି । ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଖବର ଶୁଣି ଘରକୁ ଧାଇଁ ଆସିଥିବା ଭଉଣୀ ମୀନାଙ୍କ ଆଖିରୁ ଲୁହ ଶୁଖୁନି । ପ୍ରତି ବର୍ଷ ରାକ୍ଷୀ ପୂର୍ଣ୍ଣିମାର ଭାଇ ଆସୁଥିଲା । ଅତି ସ୍ନେହରେ ତାକୁ ରାକ୍ଷୀ ବାନ୍ଧୁଥିଲି । ତିନି ଦିନ ପୂର୍ବେ ବାପାଙ୍କ ଆଖିର ଅପରେସନ୍ ବିଷୟରେ ସହ କଥାବାର୍ତ୍ତା ହୋଇଥିଲା
ଏକ ଅଧ୍ୟୟନ ଅନୁସାରେ ଭାରତରେ କମିବାକୁ ଯାଉଛି ଜନସଂଖ୍ୟା। ଏନେଇ ରହିଛି ବିଭିନ୍ନ କାରଣ। ତେବେ ଏହି କାରଣଗୁଡିକ କ’ଣ? କେବେ ଓ କେତେ ପରିମାଣରେ ହ୍ରାସ ପାଇବ ଜନସଂଖ୍ୟା ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ।
ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣା ସାରା ଦେଶକୁ ଏକ ପ୍ରକାର ସ୍ତବ୍ଧ କରିଦେଇଛି। ଏହି ଦୁର୍ଘଟଣାରେ ସିଡିଏସ୍ ବିପିନ ରାୱତଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଲାନ୍ସ ନାଏକ ସାଇ ତେଜା ଅଛନ୍ତି।
ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବଙ୍କ ନିର୍ବନ୍ଧ ।
କ୍ୟାଟ୍ରିନା କୈଫ୍ଙ୍କ ପିଲାଦିନ ଥିଲା ବହୁ ଦୁଃଖମୟ। ସେ ଛୋଟ ଥିଲା ବେଳେ ତାଙ୍କ ବାପା-ମା’ଙ୍କର ହୋଇଥିଲା ବିଛେଦ। ତେବେ ଏହା ପରେ କ’ଣ ହୋଇଥିଲା, କିପରି ହୋଇଥିଲା ତାଙ୍କ ଜୀବନ ଯାପନ ଆସନ୍ତୁ ସେ ବିଷୟରେ ଜାଣିନେବା।
ଦୁର୍ଘଟଣାଗ୍ରସ୍ତ ହୋଇଥିବା ବାୟୁସେନାର ହେଲିକପ୍ଟର Mi-17 V5ର ବ୍ଲାକ୍ ବକ୍ସ ଉଦ୍ଧାର ହୋଇଛି। ଦୁର୍ଘଟଣାସ୍ଥଳରୁ ବ୍ଲାକ୍ ବକ୍ସର କକ୍ପିଟ୍ ଭଏସ୍ ରେକର୍ଡର ଓ ଫ୍ଲାଇଟ ଡାଟା ରେକର୍ଡର ମିଳିଛି।
ବ୍ଲାକ ବକ୍ସ ବଜ୍ର ପରି ଟାଣ । କିନ୍ତୁ ରେକର୍ଡ କରି ରଖିଥାଏ ସବୁ ତଥ୍ୟ । ବିମାନ ଧ୍ୱଂସ ହୋଇଯାଇଥିଲେ ବି ନଷ୍ଟ ହୋଇନଥାଏ ବ୍ଲାକ ବକ୍ସ । ସମୁଦ୍ରରେ ବୁଡିଲେ କି ନିଆଁରେ ପୋଡିଲେ ବି ଅକ୍ଷତ ରହିଥାଏ । ତାମିଲନାଡୁର କନ୍ନୁର ନିକଟରେ ଭାରତୀୟ ବାୟୁସେନାର ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର Mi-17V5ର ବ୍ଲାକ୍ ବକ୍ସ ମିଳିଛି । ଏଥିରେ ଥିବା ତଥ୍ୟ ମାଧ୍ୟମରେ ଦୁର୍ଘଟଣା ପଛର ଅସଲ କାରଣ ଜଣାପଡିବ ବୋଲି ଆଶାକରାଯାଉଛି । ହେଲେ ଏଠି ପ୍ରଶ୍ନ ଉଠୁଛି ଯେ, କଣ ଏହି ବ୍ଲାକ୍ ବକ୍ସ ?
ବର୍ଷେ ଧରି ଚାଲିଥିବା କୃଷକ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଏନେଇ ପ୍ରେସମିଟ୍ରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଘୋଷଣା କରିଛି। ଆସନ୍ତା ୧୧ରୁ ଘରକୁ ଫେରିବେ ଆନ୍ଦୋଳନରତ କୃଷକ।
ଖୁବ୍ ଅମାୟିକ ଥିଲେ ସିଡିଏସ୍ ବିପିନ୍ ରାୱତ୍ । ଜୁନିୟର ଅଫିସରଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ସହ ତାଙ୍କର ବ୍ୟବହାର ଖୁବ ଭଲ ଥିଲା । ତାଙ୍କର ଅବର୍ତ୍ତମାନରେ ଏବେ ସିଡିଏସଙ୍କୁ ଝୁରୁଛନ୍ତି ଉତ୍ତର କାଶ୍ମୀରବାସୀ ।
ଚମ୍ବଲର ମୁନ୍ନିବାଇ ଏବେ ଘର ଖଣ୍ଡିଏ ପାଇଁ ବାରଦ୍ୱାର ହେଉଛନ୍ତି । ଜବରଦଖଲକାରୀଙ୍କ ଷଡ଼ଯନ୍ତ୍ରରେ ଜର୍ଜରିତ ହୋଇପଡ଼ିଛନ୍ତି ଚମ୍ବଲର ସୁନ୍ଦରୀ ।
ରୋହିଣୀ କୋର୍ଟରେ ନିମ୍ନ ତୀବ୍ରତାଯୁକ୍ତ ବିସ୍ଫୋରଣ । ତୁରନ୍ତ ଖାଲି କରାଗଲା ପରିସର ।
ଧର୍ମ ପରିବର୍ତ୍ତନ କରାଇ ଦେଉନଥିବା ଅଭିଯୋଗ କରି ପୋଲିସ ନିକଟରେ ଅଭିଯୋଗ କଲେ ମୁସଲମାନ ଯୁବକ ।
ଗ୍ରୁପ୍ କ୍ୟାପ୍ଟେନ୍ ବରୁଣ ସିଂ ସୌଭାଗ୍ୟକ୍ରମେ ହେଲିକପ୍ଟର ଦୁର୍ଘଟଣାରୁ ବଞ୍ଚି ଯାଇଛନ୍ତି। ବର୍ତ୍ତମାନ ବରୁଣ ସିଂଙ୍କୁ ଲାଇଫ୍ ସପୋର୍ଟରେ ରଖାଯାଇଛି ଓ ତାଙ୍କୁ ବଞ୍ଚାଇବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା କରାଯାଉଛି।
ଖବର ସରବରାହ ସଂସ୍ଥା ANI ସୂତ୍ରରୁ ମିଳିଥିବା ଏହି ଭିଡିଓରେ ହେଲିକପ୍ଟର ଉଡ଼ୁଥିବା ଓ କିଛି ସମୟ ପରେ ଅଦୃଶ୍ୟ ହୋଇଯାଉଛି।
କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣା ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଲୋକସଭାରେ ବିବୃତି ରଖିଛନ୍ତି। ଲ୍ୟାଣ୍ଡିଂର ୭ ମିନିଟ୍ ପୂର୍ବରୁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଆଜି ହାତକୁ ଦିହାତ ହେବେ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଅଭିନେତା ଭିକି କୌଶଲ୍ । ବିବାହ ବନ୍ଧନରେ ବାନ୍ଧିହେବେ ବଲିଉଡ୍ର ଏହି ଲଭ୍ ବାର୍ଡ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇସାରିଛି। ରାଜସ୍ଥାନର ସୱାଇ ମାଧୋପୁରର ଐତିହାସିକ ଦୁର୍ଗରେ ବାହାଘର ହେବ ।
ଭିତର ରତ୍ନଭଣ୍ଡାର ୧୯୮୫ରେ ଶେଷଥର ପାଇଁ ଖୋଲା ହୋଇଥିବା ବେଳେ ଦୀର୍ଘ ୩୬ ବର୍ଷ ହେବ ଭିତର ରତ୍ନଭଣ୍ଡାର ଖୋଲାଯାଇନାହିଁ।
ଏହି ଦୁର୍ଘଟଣା ସଂପର୍କରେ ଆଜି ସଂସଦରେ ବିବୃତି ରଖିପାରନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ।
ସୂଚନା ଅନୁସାରେ, କେନ୍ଦ୍ର ସରକାରଙ୍କ ଏହି ୩ଟି ନୂଆ ଆଇନ ବିରୋଧରେ ତେଜିଥିଲା ପ୍ରତିବାଦ । ବିରୋଧୀଙ୍କ ହୋହାଲ୍ଲା ଭିତରେ ଉକ୍ତ ୩ଟି ଯାକ କୃଷି ବିଲ୍ ପାର୍ଲାମେଣ୍ଟରେ ପାସ୍ ହୋଇଥିଲା ।
ଦୀର୍ଘ ୪ ଦଶନ୍ଧି ଧରି ଭାରତୀୟ ସେନାରେ ସେ ସେବା ଯୋଗାଇ ଆସୁଛନ୍ତି । ଅନେକ ଯୁଦ୍ଧରେ ସଫଳ ହୋଇଛନ୍ତି । ତାଙ୍କ ନେତୃତ୍ୱରେ ଭାରତୀୟ ସେନା ଅନେକ କଠିନ୍ ମିଶନରେ ସଫଳତା ପାଇଛି ।
ଅତ୍ୟଧିକ କାର୍ଯ୍ୟଭାର ଯୋଗୁ କୋହଲି ଟି-୨୦ କ୍ୟାପଟେନ୍ସି ଛାଡ଼ିଥିଲେ। ଏବେ କୋହଲି ଦିନିକିଆ କ୍ୟାପଟେନ୍ ପଦ ମଧ୍ୟ ଛାଡ଼ି ଦେଇଛନ୍ତି।
ତିନି ସେନା ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ଲାଗି ସୃଷ୍ଟି କରାଯାଇଥିବା ସିଡିଏସ୍ ପଦରେ ବସିବାର ଗୌରବ ମିଳିଥିଲା ଜେନେରାଲ ବିପିନ୍ ରାଓ୍ୱତଙ୍କୁ । ୨୦୧୯ ଡିସେମ୍ବର ୩୦ରେ ତାଙ୍କୁ ଏହି ପଦ ମିଳିଥିବା ବେଳେ ୨୦୨୦ ଜାନୁଆରୀ ପହିଲାରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ ।