• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୟୁଜରଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଦେଉଛି ଜିଓ । ପୁଣି ୪ ଶାନଦାର ବନ୍ଦ କରି ଦେଇଛି ଦେଶର ଅଗ୍ରଣୀ ନେଟୱାର୍କ । ରିଲାଏନ୍ସ ଜିଓ ଚଳିତ ମାସ ଆରମ୍ଭରୁ ସମସ୍ତ ଯୋଜନାର ମୂଲ୍ୟ ବୃଦ୍ଧି କରିଛି । ଆଉ ଏହାର କିଛି ଦିନ ବ୍ୟବଧାନରେ କମ୍ପାନୀ ୪ଟି ପ୍ରିପେଡ୍ ପ୍ଲାନକୁ ମଧ୍ୟ ବନ୍ଦ କରିଦେଇଛି । ଅର୍ଥାତ ବର୍ତ୍ତମାନ ଠାରୁ ୪୯୯, ୬୯୯, ୮୮୮ ଏବଂ ୨୪୯୯ ପ୍ଲାନରେ ରିଚାର୍ଜ କରିପାରିବେ ନାହିଁ ଗ୍ରାହକ । କାରଣ ଏହି ପ୍ରିପେଡ୍ ପ୍ଲାନ୍ ଗୁଡିକ ଆଉ ଜିଓ ୱେବସାଇଟରେ ଦେଖିବାକୁ ମିଳୁନାହିଁ ।

ସେପ୍ଟେମ୍ବର ମାସରେ ଜିଓ Disney+ Hotstar ମୋବାଇଲ୍ ସବସ୍କ୍ରିପସନ୍ ସହିତ ଭାରତରେ ଏହି ଚାରୋଟି ନୂତନ ପ୍ରିପେଡ୍ ପ୍ଲାନ୍ ଆରମ୍ଭ କରିଥିଲା । କିନ୍ତୁ ବର୍ତ୍ତମାନ ଏହି ପ୍ଲାନ୍ ଗୁଡିକ ବଦଳରେ ପରିବର୍ତ୍ତିତ ମୂଲ୍ୟରେ ଜିଓ କିଛି ନୂତନ ଯୋଜନା ଯୋଡିଛି । ତେବେ ନୂଆ ଯୋଜନା ଅନୁସାରେ ପୂର୍ବ ଅଧିକ ଲାଭ ଉଠାଇପାରିବେ ୟୁଜର୍ ।

ରିଲାଏନ୍ସ ଜିଓର ପାଖରେ ବର୍ତ୍ତମାନ ୬୦୧ ଟଙ୍କା ପ୍ଲାନ ରହିଛି, ଯାହା Disney+ Hotstar ସବସ୍କ୍ରିପସନ୍ ସହିତ ଆସେ । ତେବେ ୪୯୯, ୬୬୬, ୮୮୮ ଏବଂ ୨୪୯୯ ପ୍ଲାନ୍ ଗୁଡ଼ିକ ନଭେମ୍ବର ୨୮ରେ ଟେଲିକମ୍ ଅପରେଟରଙ୍କ ଦ୍ୱାରା ବୃଦ୍ଧି ପାଇଥିବା ଶୁଳ୍କ ତାଲିକାର ଅଂଶ ନୁହେଁ ବୋଲି କୁହାଯାଇଥିଲା । Jio ର ୬୦୧ ଟଙ୍କା ଯୋଜନାରେ ଉପଭୋକ୍ତାଙ୍କୁ ପ୍ରତିଦିନ ୩ GB ଡାଟା ଏବଂ OTT ସୁବିଧା ସହିତ ୬ GB ବୋନସ୍ ଡାଟା ପ୍ରଦାନ କରାଯାଉଛି ।

ଜିଓର ୬୦୧ଟଙ୍କା ଯୋଜନାରେ ଆପଣ କୌଣସି ବି ନେଟୱାର୍କକୁ ପ୍ରତିଦିନ ଅସୀମିତ ଭଏସ୍ କଲିଂ କରିବା ସହ ୧୦୦ ଟି SMS ସୁବିଧା ଦିଆଯାଇଥାଏ । ତେବେ ଜିଓ ଟିଭି ବ୍ୟତୀତ ଏହି ପ୍ଲାନରେ ଅନ୍ୟାନ୍ୟ ଲାଭ ମଧ୍ୟ ଉଠାଇ ପାରିବେ ଗ୍ରାହକ । ୨୮ ଦିନର ବୈଧତା ସହ ୬୦୧ ଟଙ୍କା ପ୍ଲାନ ରିଚାର୍ଜ କରୁଥିବା ଗ୍ରାହକଙ୍କୁ ମୋଟ ୯୦ ଜିବି ଡାଟା ଦିଆଯାଉଛି ।

ବର୍ତ୍ତମାନ ଜିଓ ୫୬ଦିନର ନଅଧତା ସହିତ ଦୈନିକ ୩ GB ଡାଟା ପ୍ଲାନ୍ ପ୍ରଦାନ କରୁନାହିଁ ଜିଓ । ଶୁଳ୍କ ବୃଦ୍ଧି ପରେ ଜିଓ ୧୧୯୯ ଟଙ୍କା ଏବଂ ୪୧୯୯ ଟଙ୍କା ପାଇଁ ଦୈନିକ ୩ GB ଡାଟା ପ୍ରଦାନ କରୁଛି କମ୍ପାନୀ । ୧୧୯୯ ଟଙ୍କା ଯୋଜନାରେ ପ୍ରତିଦିନ ୩ GB ଡାଟା ସହ ଏହାର ବୈଧତା ରହିଛି ୮୪ଦିନ । ଏହାସହ ଏହି ପ୍ରିପେଡ୍ ପ୍ଲାନ୍‌ରେ ପ୍ରତିଦିନ ଅସୀମିତ କଲ୍ ଏବଂ ୧୦୦ SMSର ସୁବିଧା ଉଠାଇ ପାରିବେ ଗ୍ରାହକ ।