ଶରଧାବାଲିରେ ରଥାରୁଢ଼ ତିନି ଦିଅଁଙ୍କୁ ଦେଖି ବିଭୋର ଭକ୍ତ । ଆଜି ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜୀଉ । ସନ୍ଧ୍ୟା ଧୂପ ଶେଷ ହେବା ପରେ ଚାରମାଳ ବନ୍ଧାଯିବ ଏବଂ ଜନ୍ମବେଦୀକୁ ପହଣ୍ଡିରେ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି ।
ଜଗନ୍ନାଥ ସାରା ଜଗତର ନାଥ । ସୁଦୂର ଟୋକିଓ ସହରରେ ଓଡିଶା କମୁନିଟି ଜାପାନର ସଦସ୍ୟମାନେ ଜାପାନୀ ଭକ୍ତଙ୍କ ସହ ମିଶି ବହୁତ ଧୁମଧାମରେ ପାଳନ କରୁଛନ୍ତି ରଥଯାତ୍ରା । ଏହି ରଥଯାତ୍ରାକୁ କିଛି ଓଡ଼ିଆ ଭାଇ ଭଉଣୀମାନେ ମିଶି ଜାପାନରେ ୧୭ ବର୍ଷ ପୂର୍ବରୁ ଆରମ୍ଭ କରିଥିଲେ ।
ଶରଧାବାଲିରେ ଠିଆ ତିନି ରଥ। ନବଦିନାତ୍ମକ ଘୋଷଯାତ୍ରାରେ ରତ୍ନବେଦୀରୁ ଜନ୍ମବେଦୀରେ ପହଁଚିଛନ୍ତି ଶ୍ରୀଜିଉ।
ତମାମ ସୁରକ୍ଷା, ରଥଟଣା ପାଇଁ ବ୍ୟବସ୍ଥାବଳି ଓ ମକଡ୍ରିଲ୍ ସତ୍ତ୍ବେ ରଥଯାତ୍ରା ବେଳେ କାଲି କାହିଁକି ସୃଷ୍ଟି ହେଲା ଠେଲାପେଲା ସ୍ଥିତି ?
ଆଜି ରଥ ଉପରେ ଦର୍ଶନ ଦେବା ସହ ଆସନ୍ତାକାଲି ସନ୍ଧ୍ୟାରେ ଆଡପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି।
ମକଡ୍ରିଲ୍ ସତ୍ତ୍ବେ ରଥଯାତ୍ରା ବେଳେ କାଲି କାହିଁକି ସୃଷ୍ଟି ହେଲା ଠେଲାପେଲା ସ୍ଥିତି ? ସାମ୍ନାକୁ ଆସିଲା ରଥ ବ୍ୟବସ୍ଥାବଳିକୁ ଧଜିଆ ଉଡ଼ାଇବାର ଚିତ୍ର। କୁହାଯାଉଛି ଅନୁମୋଦିତ ସଂଖ୍ୟାଠୁ ରଥରେ ଅଧିକ ସଂଖ୍ୟାରେ ସେବକ ଚଢ଼ିବା ଯୋଗୁଁ ଯାବତୀୟ ସମସ୍ୟା ସୃଷ୍ଟି ହେଲା।
ଦେବୋତ୍ତର କାର୍ଯ୍ୟାଳୟ ପାଖରେ ଅଟକିଲା ବ୍ରହ୍ମ ତାଳଧ୍ବଜ ରଥ । ମେସିନ ସାହାଯ୍ୟରେ ରଥକୁ ଟ୍ରାକ୍କୁ ଆଣିବାକୁ ଉଦ୍ୟମ କରାଯାଉଛି ।
ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ୩ ରଥ। ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ସମ୍ମୁଖରେ ଲାଗିଛି।
ବଡ଼ଦାଣ୍ଡରେ ଅଟକି ରହିଥିବା ରଥ ଆଜି ପୁଣି ଥରେ ଗଡ଼ିଛି । ପ୍ରଥମେ ଗଡ଼ିଲା ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ । ମରିଚିକୋଟ ଛକରୁ ଗଡ଼ିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ।
ଭାଇ-ଭଉଣୀଙ୍କ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ଜଗନ୍ନାଥ । ବଡ଼ଦାଣ୍ଡରେ ଅଟକି ରହିଥିବା ରଥ ଆଜି ପୁଣି ଟଣାଯିବ ।
ରତ୍ନବେଦୀରୁ ଜନ୍ମବେଦୀ। ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଭାଇ-ଭଉଣୀଙ୍କ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ଜଗନ୍ନାଥ।
ରତ୍ନବେଦୀରୁ ଜନ୍ମବେଦୀ। ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା।ଭାଇ-ଭଉଣୀଙ୍କ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ଜଗନ୍ନାଥ।
ଶ୍ରୀକ୍ଷେତ୍ରରେ ଭାବ ଓ ଭକ୍ତିର ମହାସମୁଦ୍ର। ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନରେ କୃତ୍ୟ କୃତ୍ୟ ଅଗଣିତ ଭକ୍ତ। ପ୍ରଥମ ରାଷ୍ଟ୍ରପତି ଭାବେ ଘୋଷଯାତ୍ରାରେ ସାମିଲ ହୋଇ ଭକ୍ତିରେ ବିଭୋର ହେଲେ ମହାମହିମ ଦ୍ରୌପଦୀ ମୁର୍ମୁ।
ତୁଳସୀ କ୍ଷେତ୍ର ହେଉ କି ଶାବର ଶ୍ରୀକ୍ଷେତ୍ର, ରଥ ଉପରେ ଚୁତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି କୃତକୃତ୍ୟ ଭକ୍ତ। ଖାଲି ରାଜ୍ୟ କାହିଁକି, ଦେଶର ବିଭିନ୍ନ ସ୍ଥାନରେ ବି ଧୁମଧାମରେ ପାଳନ ହୋଇଛି ଶ୍ରୀଜିଉଙ୍କ ଘୋଷଯାତ୍ରା।
କାଳିଆର ଦିବ୍ୟଲୀଳା। ପୁଣି ଜନ ସମୁଦ୍ରରେ ଭାବର ଠାକୁରଙ୍କ ଘୋଷଯାତ୍ରା। ୫୩ ବର୍ଷ ପରେ ଦୁଇଦିନିଆ ରଥଟଣାର ବିରଳ ସଂଯୋଗ। ଆଉ ଏ ଯାତ୍ରାରେ ସାମିଲ ହୋଇ ଜଗତଠାକୁରଙ୍କ ଦିବ୍ୟସାନିଧ୍ୟ ପାଇଁ ଭକ୍ତିିରେ ଉଛୁଳୁଥିଲା ଭକ୍ତର ମନ।
ସୂରୁଜ ଉଇଁଲା ବେଳକୁ ଆଜି ଭାବ ରସରେ ଭିଜି ସାରିଥିଲା ଶ୍ରୀକ୍ଷେତ୍ର... ମହୋଦଧି ବେଳାଭୂମିରୁ ମହାମାର୍ଗ ବଡ଼ଦାଣ୍ଡ... ସବୁଠି ଶୁଭୁଥିଲା ଜଗତ ଠାକୁରଙ୍କ ଜୟ ଜୟ କାର...
ତୁଳସୀ କ୍ଷେତ୍ର ହେଉ କି ଶାବର ଶ୍ରୀକ୍ଷେତ୍ର, ରଥ ଉପରେ ଚୁତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି କୃତକୃତ୍ୟ ଭକ୍ତ। ଖାଲି ରାଜ୍ୟ କାହିଁକି, ଦେଶର ବିଭିନ୍ନ ସ୍ଥାନରେ ବି ଧୁମଧାମରେ ପାଳନ ହୋଇଛି ଶ୍ରୀଜିଉଙ୍କ ଘୋଷଯାତ୍ରା।
ଜଣେ ପୁରୁଷ ଶ୍ରଦ୍ଧାଳୁ ତାଳଧ୍ୱଜ ରଥଟଣା ବେଳେ ଅଣନିଶ୍ୱାସୀ ହୋଇ ପ୍ରାଣ ହରାଇଛନ୍ତି।
ତେବେ ଅପେକ୍ଷାର ଅନ୍ତ ଘଟିଛି। ରତ୍ନବେଦୀ ଛାଡି ଜନ୍ମବେଦୀକୁ ଯାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଛି। ବଡ଼ଦାଣ୍ଡରେ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡିଛି ।
ଛେରା ପହଁରା ଆରମ୍ଭ କଲେ ଗଜପତି ମହାରାଜା। ତାଳଧ୍ବଜ ରଥରେ ଛେରା ପହଁରା କଲେ ଗଜପତି । ଅପରାହ୍ନ ୫ଟାରେ ରଥ ଟାଣିବାକୁ ନୀତି ନିର୍ଘଣ୍ଟ ହୋଇଛି।
କୋଟି ଓଡ଼ିଆଙ୍କ ମଉଡ଼ମଣି କାଳିଆ ସାଆନ୍ତ... ତାକୁ ଦେଖିବାକୁ ଆଜି ବଡ଼ଦାଣ୍ଡରେ ଲାଗିଛି ଭିଡ଼... ଜୟ ଜଗନ୍ନାଥ... ହରିବୋଲ ଧ୍ୱନୀରେ ପ୍ରକମ୍ପିତ ଚଉଦିଗ..।
ଆଜି ପୁରୀ ଶ୍ରୀକ୍ଷେତ୍ର ଭକ୍ତ ପ୍ରେମରେ ଜନସମୁଦ୍ରରେ ପରିଣତ। ଆପଣ ଯଦି ପୁରୀ ନ ଯାଇ ଘରେ ଅଛନ୍ତି ତେବେ ଜଗନ୍ନାଥଙ୍କୁ ନେଇ ଆଧାରିତ ଏହି ୬ଟି ଓଡ଼ିଆ ଫିଲ୍ମ ନିଶ୍ଚିତ ଦେଖନ୍ତୁ, ଯାହାର ଲିଙ୍କ୍ ଆମେ ଏଠାରେ ଦେଉଛୁ।
ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଛି ପହଣ୍ଡି । ନିର୍ଦ୍ଧାରିତ ସମୟର ପ୍ରାୟ ଦୁଇ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଛି ପହଣ୍ଡି । ଧାଡ଼ି ପହଣ୍ଡିରେ ରଥକୁ ଆସୁଛନ୍ତି ଚତୁର୍ଦ୍ଧାମୂରତି ।
ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । କାଳିଆ ସାଆନ୍ତଙ୍କ ଘୋଷଯାତ୍ରାରେ ସାମିଲ ହେବା ପାଇଁ କାହିଁ କେତେଦୂରରୁ ଧାଇଁ ଆସୁଛନ୍ତି ଭକ୍ତ । କଣ୍ଠରେ ମହାପ୍ରଭୁଙ୍କ ଭଜନ। ହାତରେ ମୃଦଙ୍ଗ ସହ ଝାଞ୍ଜ। ରଥାରୂଢ ଚତୁର୍ଦ୍ଧା ମୂରତିଙ୍କୁ ଦର୍ଶନ ସହ ରଥ ଦଉଡ଼ି ଟାଣି ଜୀବନକୁ ଧନ୍ୟ ମଣିବା ପାଇଁ ମାଇଲ ମାଇଲ ବାଟ ଅତିକ୍ରମ କରି ଶ୍ରୀକ୍ଷେତ୍ର ମୁହାଁ ଶ୍ରଦ୍ଧାଳୁ ।
ଆଜି ବିଶ୍ୱନିୟନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଦେଖିବାକୁ ପୁରୀ ବାହାରିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଜଭବନରୁ ବାହାରି ପୁରୀ ଅଭିମୁଖେ ବାହାରିଲେ ରାଷ୍ଟ୍ରପତି ।