Advertisment

ଶରଧାବାଲିରେ ତିନିରଥ; ରତ୍ନବେଦି ଛାଡ଼ି ଜନ୍ମବେଦି ଆସିଛନ୍ତି ମହାବାହୁ

ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ୩ ରଥ। ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ସମ୍ମୁଖରେ ଲାଗିଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
All Three Chariots At Maa Gundicha Temple

All Three Chariots At Maa Gundicha Temple

ଶରଧାବାଲିରେ ପହଞ୍ଚିଛି ତିନିରଥ। ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ସମ୍ମୁଖରେ ଲାଗିଛି। ଭକ୍ତମାନେ ତିନି ରଥ ଟାଣି ଟାଣି ନେଇ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲଗାଇଛନ୍ତି।

Advertisment

ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ରତ୍ନବେଦି ଛାଡ଼ି ଜନ୍ମବେଦି ଆସିଛନ୍ତି ମହାବାହୁ। ନବଦିନାତ୍ମକ ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି ଆସିଛନ୍ତି। ୫ ଦଶନ୍ଧି ପରେ ଏବର୍ଷ ରଥଯାତ୍ରା ଦୁଇ ଦିନ ପଡ଼ିଥିବାରୁ ଗତକାଲି ରଥ ଅଳ୍ପବାଟ ଟଣାଯାଇ ରହିଥିଲା। ସିଂହଦ୍ବାର ଠାରୁ ମାତ୍ର ଅଳ୍ପ ଦୂର ଯାଇ ଅଟକିଥିଲେ କାଳିଆ ସାଆନ୍ତ।

ଶ୍ରୀକୃଷ୍ଣ ସିନେମା ହଲ୍ ପାଖରେ ଅଟକିଥିଲା ଦେବୀସୁଭଦ୍ରାଙ୍କ ଦର୍ପଦଳନ ରଥ। ସେହିପରି ମରିଚିକୋଟ ଛକରେ ଅଟକିଥିଲା ବଳଭଦ୍ରଙ୍କ ତାଳଧ୍ବଜ ରଥ। ଆଜି ସକାଳୁ ପୁଣି ଆରମ୍ଭ ହୋଇଥିଲା ରଥଟଣା। ଏଥିପାଇଁ ଲୋକାରଣ୍ୟ ହୋଇପଡ଼ିଥିଲା ପୁରୀ ବଡ଼ଦାଣ୍ଡ। ରଥଯାତ୍ରାରେ ସାମିଲ ହେବାକୁ ଆଜି ବି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଭକ୍ତି ଓ ଭାବରେ ଭିଜୁଛି ଶ୍ରୀକ୍ଷେତ୍ର। 

Advertisment

ସୂଚନା ଅନୁସାରେ ଏଥର ୫୩ ବର୍ଷ ପରେ ଦୁଇଦିନିଆ ରଥଟଣାର ବିରଳ ସଂଯୋଗ । ୧୯୭୧ ମସିହା ଭଳି ଗୋଟିଏ ଦିନରେ ନବଯୌବନ, ନେତ୍ରୋତ୍ସବ ସହ ଘୋଷଯାତ୍ରା ପଡ଼ୁଥିବାରୁ ଏଥର ସଅଳ ନୀତିକାନ୍ତିକୁ ଗୁରୁତ୍ବ ଦିଆଯାଇଥିଲା । ନବଯୌବନ, ନେତ୍ରୋତ୍ସବ ବିଧି ସାରି ସକାଳ ଧୂପରେ ବେଇଗି ବେଇଗି ଖେଚୁଡ଼ି ଭୋଗ ଖାଇ ତିନି ଠାକୁର ବଡ଼ଦାଣ୍ଡକୁ ଆସିବାକୁ ପ୍ରସ୍ତୁତ ହୋଇଥିଲେ ଚତୁର୍ଦ୍ଧାମୂର୍ତ୍ତି। ଏତିକି ବେଳେ ରଥ ପ୍ରତିଷ୍ଠା ପରେ ପରେ ଘଣ୍ଟ ଘଣ୍ଟା କାହାଳୀରେ କଂପି ଉଠିଲା ଶ୍ରୀମନ୍ଦିର। ନିର୍ଦ୍ଧାରିତ ସମୟ ପ୍ରାୟ ୨ ଘଣ୍ଟ ଆଗରୁ ଆରମ୍ଭ ହୋଇଯାଇଥିଲା ପହଣ୍ଡି । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପରେ ଟାହିଆ ହଲାଇ ଝୁଲି ଝୁଲି ବାଇଶି ପାହାଚ ଦେଇ ଓହ୍ଲାଇ ଆସିଥିଲେ ବଡ଼ଭାଇ ବଳଭଦ୍ର । ପଛେ ପଛେ ମା ସୁଭଦ୍ରା...ଆଉ ଶେଷରେ ଟାହିଆର ଅପୂର୍ବ ଦୋଳନରେ ସୁନ୍ଦର ପଦ, ହୁନ୍ଦର ଗତିରେ ନନ୍ଦିଘୋଷ ରଥକୁ ବିଜେ କରିଥିଲେ ଜଗତ ଠାକୁର ଜଗନ୍ନାଥ । ବଡ଼ଦାଣ୍ଡରେ ଖେଳି ଯାଇଥିଲା ଭାବର ଜୁଆର...ଭକ୍ତିର ଜୁଆର...ଉଚ୍ଛ୍ବାସର ଜୁଆର...

Ratha Yatra Ratha Jatra Gundicha Temple Lord Jagannath Temple
Advertisment
Advertisment